Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଗରିବ ଓ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ବଡ ଘୋଷଣା: ବୃତ୍ତି ଟଙ୍କା ପାଇଲା ପରେ ଜମା କରିବେ ନାମଲେଖା ଫି’
ବିଶେଷ ଖବର

ଗରିବ ଓ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ବଡ ଘୋଷଣା: ବୃତ୍ତି ଟଙ୍କା ପାଇଲା ପରେ ଜମା କରିବେ ନାମଲେଖା ଫି’

August 31, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମୋହନ ମାଝୀ
ଗରିବ ଓ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ବଡ ଘୋଷଣା: ବୃତ୍ତି ଟଙ୍କା ପାଇଲା ପରେ ଜମା କରିବେ ନାମଲେଖା ଫି'

ଭୁବନେଶ୍ବର: ଓଡ଼ିଶାର ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି (ଏସ୍‌ସି ଓ ଏସ୍‌ଟି) ବର୍ଗର ମେଧାବୀ ତଥା ଆର୍ଥିକ ଅନାଟନ ମଧ୍ୟରେ ଗତି କରୁଥିବା ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ଓ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ରାଜ୍ୟ ସରକାର ଏକ ଐତିହାସିକ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଡାକ୍ତର ଓ ଇଞ୍ଜିନିୟର ହେବାର ସ୍ୱପ୍ନ ଦେଖୁଥିବା ଗରିବ ଓ ମେଧାବୀ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ଅର୍ଥ ଆଉ ବାଧକ ସାଜିବ ନାହିଁ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି ଯେ, ସରକାରୀ ମେଡିକାଲ ଓ ଇଞ୍ଜିନିୟରିଂ କଲେଜଗୁଡ଼ିକରେ ନାମଲେଖା ସମୟରେ ଏବଂ ତା’ର ପରବର୍ତ୍ତୀ ୬ ମାସ ପର୍ଯ୍ୟନ୍ତ ଏସ୍‌ସି ଓ ଏସ୍‌ଟି ବର୍ଗର ଛାତ୍ରଛାତ୍ରୀମାନଙ୍କୁ କୌଣସି ପ୍ରକାର ନାମଲେଖା ଫି’, ଟ୍ୟୁସନ ଫି’ କିମ୍ବା ଅନ୍ୟାନ୍ୟ ଦେୟ ଜମା କରିବାକୁ ପଡ଼ିବ ନାହିଁ। ସରକାରଙ୍କ ଏହି ସଂସ୍କାରମୂଳକ ପଦକ୍ଷେପ ଶିକ୍ଷା କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡ଼ିଛି।

ସାଧାରଣତଃ ଏସ୍‌ସି ଓ ଏସ୍‌ଟି ବର୍ଗର ମେଧାବୀ ଛାତ୍ରଛାତ୍ରୀମାନେ ଅନେକ ଆହ୍ୱାନ, ସଂଘର୍ଷ ଓ ସାମାଜିକ-ଆର୍ଥିକ ପ୍ରତିକୂଳତା ସତ୍ତ୍ୱେ ନିଜ ନିଷ୍ଠା ବଳରେ ଜାତୀୟ ଓ ରାଜ୍ୟସ୍ତରୀୟ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସରକାରୀ ମେଡିକାଲ ଓ ଇଞ୍ଜିନିୟରିଂ କଲେଜଗୁଡ଼ିକରେ ପଢ଼ିବା ପାଇଁ ଯୋଗ୍ୟତା ହାସଲ କରିଥାନ୍ତି। ହେଲେ ନାମଲେଖା ସମୟରେ ଏକାଥରକେ ମୋଟା ଅଙ୍କର ଅର୍ଥ ଜମା କରିବା ସେମାନଙ୍କ ଓ ସେମାନଙ୍କ ପରିବାର ପାଇଁ ଏକ ବଡ଼ ସମସ୍ୟା ହୋଇପଡ଼ିଥାଏ। ଅନେକ ସମୟରେ ଅର୍ଥାଭାବ ଯୋଗୁଁ ଯୋଗ୍ୟତା ଥାଇ ମଧ୍ୟ ଅନେକ ଗରିବ ଛାତ୍ରଛାତ୍ରୀ ନାମଲେଖାଇବାରୁ ବଞ୍ଚିତ ହେବାର ଆଶଙ୍କା ସୃଷ୍ଟି ହୋଇଥାଏ। ଏହି ଗମ୍ଭୀର ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ଏହି ଜନକଲ୍ୟାଣକାରୀ ନିଷ୍ପତ୍ତି ନେଇଛନ୍ତି। ନିୟମାନୁସାରେ, ଏହି ବର୍ଗର ଛାତ୍ରଛାତ୍ରୀମାନେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ଶିକ୍ଷା ବୃତ୍ତି ପାଇବା ପାଇଁ ହକ୍‌ଦାର ହୋଇଥାନ୍ତି।

ତେବେ ବୃତ୍ତି ପାଇଁ ଆବେଦନ ପ୍ରକ୍ରିୟା ଶେଷ ହୋଇ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଆସିବା ପାଇଁ ପ୍ରାୟ ୩ରୁ ୪ ମାସ ସମୟ ଲାଗିଥାଏ। ନୂତନ ନିୟମ ଅନୁସାରେ, ଛାତ୍ରଛାତ୍ରୀମାନେ ବୃତ୍ତି ଟଙ୍କା ହାତକୁ ପାଇବା ପରେ ଅତି ସହଜରେ ଓ ସୁବିଧାରେ ନିଜର ନାମଲେଖା ଓ ଟ୍ୟୁସନ ଫି’ ଜମା କରିପାରିବେ। ଏହାଦ୍ୱାରା ନାମଲେଖା ସମୟରେ ପରିବାର ଉପରେ ପଡ଼ୁଥିବା ହଠାତ୍ ଆର୍ଥିକ ଚାପ ସମ୍ପୂର୍ଣ୍ଣ ଦୂର ହୋଇପାରିବ। ପୂର୍ବରୁ ମଧ୍ୟ ମୋହନ ମାଝୀଙ୍କ ସରକାର ଏସ୍‌ସି ଓ ଏସ୍‌ଟି ବର୍ଗର ଛାତ୍ରଛାତ୍ରୀମାନଙ୍କ ପାଇଁ ମେଡିକାଲ, ଇଞ୍ଜିନିୟରିଂ ସମେତ ବିଭିନ୍ନ ବୈଷୟିକ ଶିକ୍ଷାନୁଷ୍ଠାନରେ ପ୍ରଚଳିତ ସଂରକ୍ଷଣ ହାରକୁ ପ୍ରାୟ ଦ୍ୱିଗୁଣିତ କରି ଏକ ଯୁଗାନ୍ତକାରୀ ନିଷ୍ପତ୍ତି ନେଇଥିଲେ। ବର୍ତ୍ତମାନ ଆଡମିଶନ ଫି’ କୋମଳ କରିବା ନିଷ୍ପତ୍ତି ଏହି ବର୍ଗର ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକଙ୍କ ମଧ୍ୟରେ ଅଭୂତପୂର୍ବ ଆଶ୍ୱାସନା ଓ ଉତ୍ସାହ ଭରିଦେଇଛି। ଏହି ନୂତନ ବ୍ୟବସ୍ଥାକୁ ରାଜ୍ୟସାରା ସୁଚାରୁରୂପେ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅତି ଶୀଘ୍ର ଏକ ବିଶେଷ ମାର୍ଗଦର୍ଶିକା ଜାରି କରାଯିବ।

ଏସ୍‌ସି ଓ ଏସ୍‌ଟି ଗରିବ ଓ ମେଧାବୀ ଛାତ୍ରଛାତ୍ରୀ ନାମଲେଖା ଫି' ମୋହନ ଚରଣ ମାଝୀ
Share. Facebook Twitter LinkedIn Email WhatsApp Copy Link

Related Posts

ରଣପୁରରେ ଜିଲ୍ଲାପାଳ–ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି

August 31, 2026

ଭାରତୀୟ ନୌସେନାର ବଢ଼ିଲା ସାମର୍ଥ୍ୟ: ‘ଆଇଏନ୍‌ଏସ୍ ନିପୁଣ’ ଆନୁଷ୍ଠାନିକ ଭାବେ ସାମିଲ

August 31, 2026

ଓଡ଼ିଶାର ହିତରେ ଏମଏମଡିଆର ସଂଶୋଧନ ଆଇନ: କେନ୍ଦ୍ର ସରକାରଙ୍କ ଦୃଢୋକ୍ତି

August 31, 2026

ବରିଷ୍ଠ ଆଇପିଏସ୍ ଅଧିକାରୀ ସେଫିନ ଅହମ୍ମଦ କେ.ଙ୍କ ବିୟୋଗରେ ଓଡ଼ିଶା ପୋଲିସର ଶୋକ

August 31, 2026
Latest News

ଗରିବ ଓ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ବଡ ଘୋଷଣା: ବୃତ୍ତି ଟଙ୍କା ପାଇଲା ପରେ ଜମା କରିବେ ନାମଲେଖା ଫି’

August 31, 2026

ରଣପୁରରେ ଜିଲ୍ଲାପାଳ–ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି

August 31, 2026

ଭାରତୀୟ ନୌସେନାର ବଢ଼ିଲା ସାମର୍ଥ୍ୟ: ‘ଆଇଏନ୍‌ଏସ୍ ନିପୁଣ’ ଆନୁଷ୍ଠାନିକ ଭାବେ ସାମିଲ

August 31, 2026

ଓଡ଼ିଶାର ହିତରେ ଏମଏମଡିଆର ସଂଶୋଧନ ଆଇନ: କେନ୍ଦ୍ର ସରକାରଙ୍କ ଦୃଢୋକ୍ତି

August 31, 2026

ବରିଷ୍ଠ ଆଇପିଏସ୍ ଅଧିକାରୀ ସେଫିନ ଅହମ୍ମଦ କେ.ଙ୍କ ବିୟୋଗରେ ଓଡ଼ିଶା ପୋଲିସର ଶୋକ

August 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.