Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡ଼ିଶାର ଜଳସେଚନ ସଫଳତା ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ, ୫୪ ହଜାର କୋଟିର ଜଳ ଭିତ୍ତିଭୂମି ମଞ୍ଜୁର
ବିଶେଷ ଖବର

ଓଡ଼ିଶାର ଜଳସେଚନ ସଫଳତା ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ, ୫୪ ହଜାର କୋଟିର ଜଳ ଭିତ୍ତିଭୂମି ମଞ୍ଜୁର

September 2, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ନୂଆଦିଲ୍ଲୀଠାରେ କେନ୍ଦ୍ରୀୟ ଜଳଶକ୍ତି ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ବିଭାଗୀୟ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର ଜଳ ସଂରକ୍ଷଣ, ଭୂ-ଜଳ ପରିଚାଳନା ଏବଂ ଭିତ୍ତିଭୂମି ବିକାଶର ବ୍ୟାପକ ସଫଳତା ଉପସ୍ଥାପନ କରିଛନ୍ତି। ଓଡ଼ିଶାର ଅର୍ଥନୀତି କୃଷିପ୍ରଧାନ ହୋଇଥିବାରୁ ଜଳ ସୁରକ୍ଷା ଓ ସିଞ୍ଚନର ବିକାଶକୁ ଓଡ଼ିଶାର ବିଜେପି ସରକାର ସବୁଠାରୁ ଅଧିକ ପ୍ରାଥମିକତା ଦେଉଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟରେ ୫୪,୦୦୦ କୋଟି ଟଙ୍କାର ଜଳ ଭିତ୍ତିଭୂମି କାର୍ଯ୍ୟକୁ ମଞ୍ଜୁରୀ ଦିଆଯାଇଛି ଏବଂ ଅତି କମ୍ ସମୟ ମଧ୍ୟରେ ୩,୨୦,୦୦୦ ହେକ୍ଟର ଚାଷଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି.ଆର. ପାଟିଲ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏଙ୍କ ସମେତ ବିଭିନ୍ନ ରାଜ୍ୟର ଜଳସମ୍ପଦ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ଆୟୋଜିତ ଏହି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ସୁବିସ୍ତୃତ ତଥ୍ୟ ରଖିଛନ୍ତି। ରାଜ୍ୟର ଜଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ୭୭୦ଟି ନୂତନ ଚେକ୍ ଡ୍ୟାମ୍ ଏବଂ ୯ଟି ଇନ୍-ଷ୍ଟ୍ରିମ୍ ଷ୍ଟୋରେଜ୍ ଷ୍ଟ୍ରକ୍ଚର କାର୍ଯ୍ୟ ଶେଷ ହୋଇଥିବା ବେଳେ ୧,୩୧୨ଟି ପୁରୁଣା ଚେକ୍ ଡ୍ୟାମ୍‌ର ପୁନରୁଦ୍ଧାର କରାଯାଇଛି। ଏହା ସହିତ ଗୋଟିଏ ଡ୍ୟାମ୍, ଗୋଟିଏ ବ୍ୟାରେଜ, ୨ଟି ଅଣ୍ଡରଗ୍ରାଉଣ୍ଡ ପାଇପଲାଇନ୍ ଡିଷ୍ଟ୍ରିବ୍ୟୁସନ୍ ନେଟୱାର୍କ, ୬ଟି ମେଗା ଲିଫ୍ଟ ଏବଂ ୩୨ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି। ଆଗାମୀ ବର୍ଷକ ମଧ୍ୟରେ ଆଉ ୧୪ଟି ଇନ୍-ଷ୍ଟ୍ରିମ୍ ଷ୍ଟୋରେଜ୍ ଷ୍ଟ୍ରକ୍ଚର ପ୍ରକଳ୍ପ ଏବଂ ୬ଟି ମଧ୍ୟମ ଜଳସେଚନ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରାଯିବ। ବର୍ତ୍ତମାନ ୫ଟି ନୂଆ ମେଜର ଓ ମିଡିୟମ୍, ୫୮ଟି ମେଗା ଲିଫ୍ଟ ଏବଂ ୫ଟି ନୂଆ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି।

ଗ୍ରାମାଞ୍ଚଳ ଓ କୃଷି କ୍ଷେତ୍ରକୁ ସହାୟତା ପାଇଁ ୩,୨୨୪ଟି କମ୍ୟୁନିଟି ଲିଫ୍ଟ ଇରିଗେସନ୍, ୨୦,୨୨୮ଟି ଡିପ୍ ବୋରୱେଲ୍ ଏବଂ ୮,୯୧୭ଟି ସୋଲାର ଡିପ୍ ବୋରୱେଲ୍ ନିର୍ମାଣ କରାଯାଇଛି। ଭୂ-ଜଳ ସ୍ଥିରତା ବଜାୟ ରଖିବା ପାଇଁ ‘ଛାତ’ ଯୋଜନାରେ ୨୦,୦୦୦ ରୁଫ୍‌ଟପ୍ ରେନ୍‌ୱାଟର ହାର୍ଭେଷ୍ଟିଂ ଷ୍ଟ୍ରକ୍ଚର ଏବଂ ‘ଅରୁଆ’ ଯୋଜନାରେ ୧,୨୦୦ଟି ରିଚାର୍ଜ ସାଫ୍ଟ ସମ୍ପୂର୍ଣ୍ଣ ହୋଇଛି। ଜଳସେଚନ ପ୍ରକ୍ରିୟାରେ ସ୍ୱଚ୍ଛତା ଓ ପାରଦର୍ଶିତା ଆଣିବା ପାଇଁ ୪୦,୦୦୦ରୁ ଊର୍ଦ୍ଧ୍ୱ ‘ପାଣି ପଞ୍ଚାୟତ’କୁ ସଶକ୍ତ କରାଯାଉଛି। ଏହିସବୁ ପଦକ୍ଷେପ ପାଇଁ ପୂର୍ବରୁ ପଞ୍ଚମ ଜାତୀୟ ଜଳ ପୁରସ୍କାରରେ ଓଡ଼ିଶା ‘ସର୍ବଶ୍ରେଷ୍ଠ ରାଜ୍ୟ’ ଭାବେ ଘୋଷିତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ବହୁ ପ୍ରତୀକ୍ଷିତ ‘କାନୁପୁର ପ୍ରକଳ୍ପ’ର ସଫଳ ସମାପ୍ତି ବିଷୟରେ ମୁଖ୍ୟମନ୍ତ୍ରୀ ବିଶେଷ ଭାବେ ଉଲ୍ଲେଖ କରିଛନ୍ତି। ୨୦୦୩-୦୪ରୁ ଅଟକି ରହିଥିବା ଏହି ପ୍ରକଳ୍ପର ସ୍ଥାନୀୟ ମା’ ଶାଳବଣୀ ଇଷ୍ଟଦେବୀଙ୍କ ପୀଠର ସମ୍ମାନଜନକ ସ୍ଥାନାନ୍ତର, ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ ଏବଂ କେନ୍ଦ୍ରୀୟ ଜଳ ଆୟୋଗ ଓ ରୁର୍କୀ ଭାରତୀୟ ପ୍ରଯୁକ୍ତିବିଦ୍ୟା ସଂସ୍ଥାନର ବୈଷୟିକ ସହାୟତାରେ ପ୍ଲାଷ୍ଟିକ୍ କଟ୍-ଅଫ୍ ୱାଲ୍ ନିର୍ମାଣ କରି ସମସ୍ତ ସମସ୍ୟାର ସମାଧାନ କରାଯାଇଛି। ଅଗଷ୍ଟ ୩୧ ସୁଦ୍ଧା ଏହି ଡ୍ୟାମ୍ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଥିବା ବେଳେ ଆସନ୍ତା ବର୍ଷକ ମଧ୍ୟରେ କେନାଲ ନେଟୱାର୍କ ଶେଷ ହୋଇ ୨୫,୦୦୦ ହେକ୍ଟର ଜମିକୁ ଜଳସେଚନ ଯୋଗାଇ ଦିଆଯିବ। ଡବଲ୍ ଇଞ୍ଜିନ୍ ସରକାରଙ୍କ ମାର୍ଗଦର୍ଶନରେ ଓଡ଼ିଶା ଜଳସମ୍ପଦର ଉତ୍କୃଷ୍ଟ ପରିଚାଳନା କରି ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ ପ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।

ଓଡ଼ିଶା ଜଳସେଚନ ଜଳ ଭିତ୍ତିଭୂମି
Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧା ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ

September 2, 2026

ଡ଼ଇଁଚାରେ ମେଧାବୀ ଛାତ୍ରଛାତ୍ରୀମାନଙ୍କ ପ୍ରଶିକ୍ଷିଣ ଶିବିର

September 2, 2026

ଉତ୍ତର ଓଡ଼ିଶାକୁ ପୁଣି ବନ୍ୟା ବିପଦ: ଦ୍ରୁତଗତିରେ ବଢ଼ୁଛି ସୁବର୍ଣ୍ଣରେଖାର ଜଳସ୍ତର

September 2, 2026

ଦାବି ପୂରଣ ନ ହେଲେ ତୀବ୍ର ହେବ ଆନ୍ଦୋଳନ: ସରକାରଙ୍କ ଉପରେ ବର୍ଷିଲେ ଶିକ୍ଷକ ସମାଜ

September 2, 2026
Latest News

ଓଡ଼ିଶାର ଜଳସେଚନ ସଫଳତା ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ, ୫୪ ହଜାର କୋଟିର ଜଳ ଭିତ୍ତିଭୂମି ମଞ୍ଜୁର

September 2, 2026

ଖୋର୍ଦ୍ଧା ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ

September 2, 2026

ଡ଼ଇଁଚାରେ ମେଧାବୀ ଛାତ୍ରଛାତ୍ରୀମାନଙ୍କ ପ୍ରଶିକ୍ଷିଣ ଶିବିର

September 2, 2026

ଉତ୍ତର ଓଡ଼ିଶାକୁ ପୁଣି ବନ୍ୟା ବିପଦ: ଦ୍ରୁତଗତିରେ ବଢ଼ୁଛି ସୁବର୍ଣ୍ଣରେଖାର ଜଳସ୍ତର

September 2, 2026

ଦାବି ପୂରଣ ନ ହେଲେ ତୀବ୍ର ହେବ ଆନ୍ଦୋଳନ: ସରକାରଙ୍କ ଉପରେ ବର୍ଷିଲେ ଶିକ୍ଷକ ସମାଜ

September 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.