Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଚୀନ୍‌-ଆମେରିକା ଉପରେ ନିର୍ଭରଶୀଳତା ୟୁରୋପକୁ ଭାରି ପଡ଼ୁଛି: ୱେଭର
ବିଶେଷ ଖବର

ଚୀନ୍‌-ଆମେରିକା ଉପରେ ନିର୍ଭରଶୀଳତା ୟୁରୋପକୁ ଭାରି ପଡ଼ୁଛି: ୱେଭର

September 4, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ସିଆଇଆଇ (କନଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରି) ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହେବା ଉଦ୍ଦେଶ୍ୟରେ ଭାରତ ଆସିଥିବା ବେଲଜିୟମ୍ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଭାରତକୁ ବେଶ୍ ପ୍ରଶଂସା କରିଛନ୍ତି। ୱେଭର କହିଛନ୍ତି, ୟୁରୋପକୁ ଏବେ ଆର୍ଥିକ ନିର୍ଭରଶୀଳତାର ବିପଦ ବୁଝାପଡ଼ୁଛି। ତେବେ ମୋଦୀ, ୟୁରୋପକୁ ଏ ବାବଦରେ ବହୁ ପୂର୍ବରୁ ସଚେତନ କରିଥିଲେ। ଗତ ୬ ବର୍ଷରେ ପ୍ରାୟ ୬ଥରରୁ ଊର୍ଦ୍ଧ୍ୱ ଥର ମୋଦୀ, ୟୁରୋପକୁ ପ୍ରତ୍ୟକ୍ଷ ଭାବେ ଗୋଟେ ଅଧେ ଦେଶ ଉପରୁ ନିର୍ଭରଶୀଳତା ହ୍ରାସ କରିିବା ଉପରେ ଗୁରୁତ୍ୱାରୋପ କରିଆସିଥିଲେ। କିନ୍ତୁ ସେତେବେଳେ ୟୁରୋପ ତାଙ୍କ କଥାକୁ ଗୁରୁତ୍ୱ ଦେଇନଥିଲା, ଯାହାର ପରିଣାମ ଏବେ ୟୁରୋପକୁ ଭୋଗିବାକୁ ପଡ଼ୁଛି। ଚୀନ୍ ଏବଂ ଆମେରିକା ଉପରେ ନିର୍ଭରଶୀଳ ରହିବା ସମଗ୍ର ୟୁରୋପ ଉପରେ ଭାରି ପଡ଼ୁଛି। ସ୍ଥିତି ଏବେ ଏପରି ହୋଇଛି ଯେ, ୟୁରୋପ ନିଜ ସୁରକ୍ଷା ମଧ୍ୟ ନିଜେ କରିବାକୁ ଅସମର୍ଥ ହୋଇପଡିଛି।

ଏହି ଅବସରରେ ୱେଭର ଭାରତକୁ ୟୁରୋପ ପାଇଁ ‘ନମ୍ବର-୧’ ଷ୍ଟ୍ରାଟେଜିକ୍ ପାର୍ଟନର ଭାବେ ଅଭିହିତ ମଧ୍ୟ କରିଛନ୍ତି। ସେ କହିଛନ୍ତି ଯେ ୟୁରୋପକୁ ଏପରି ଦେଶଗୁଡ଼ିକ ସହ ସମ୍ପର୍କ ମଜବୁତ କରିବା ଦରକାର, ଯେଉଁମାନେ ସହଯୋଗ ଏବଂ ପାରସ୍ପରିକ ସମ୍ମାନ ଉପରେ ବିଶ୍ୱାସ ରଖନ୍ତି। ଏବଂ ଭାରତ ଏହି ତାଲିକାର ଶୀର୍ଷରେ ରହିଛି। ୱେଭର୍‌ଙ୍କ କହିବାନୁସାରେ ଭାରତର ଦ୍ରୁତ ଆର୍ଥିକ ପ୍ରଗତି, ବୃହତ୍ ଓ କୁଶଳୀ ଜନସଂଖ୍ୟା ଏବଂ ମଜଭୁତ ପ୍ରଯୁକ୍ତିବିଦ୍ୟା (ଟେକ୍ନୋଲୋଜି) କ୍ଷମତା ୟୁରୋପ ପାଇଁ ମଧ୍ୟ ଲାଭଦାୟକ। ସେ କହିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ବ୍ୟାପାର, ନିବେଶ, ଟେକ୍ନୋଲୋଜି ଏବଂ ସପ୍ଲାଇ ଚେନ୍ କ୍ଷେତ୍ରରେ ସହଯୋଗ ବୃଦ୍ଧି କରାଯାଇପାରିବ।

ଦିଲ୍ଲୀରେ ଆୟୋଜିତ ସିଆଇଆଇ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ଅବସରରେ ୱେଭର୍ କହିଛନ୍ତି- ବିଶ୍ୱ ଦ୍ରୁତ ଗତିରେ ବଦଳୁଛି, କିନ୍ତୁ ୟୁରୋପ ଏହି ପରିବର୍ତ୍ତନ ସହ ପାଦ ମିଳାଇ ପାରୁନାହିଁ। ବୋଧହୁଏ ୟୁରୋପ ଏବେ ବୃଦ୍ଧ ହୋଇସାରିଛି। ଚୀନ୍ ଏବଂ ଆମେରିକା ୟୁରୋପ ଠାରୁ ବହୁତ ଆଗକୁ ନାକିଗଲେଣି। ଇନୋଭେସନ୍ (ଉଦ୍ଭାବନ) ଏବଂ ପ୍ରଡକ୍ଟିଭିଟି (ଉତ୍ପାଦନ କ୍ଷମତା)ରେ ୟୁରୋପ ବହୁତ ପଛରେ ପଡ଼ିଯାଇଛି, ଯେଉଁଥିପାଇଁ ‘ୟୁରୋପକୁ ସବୁବେଳେ ଅପମାନିତ ହେବାକୁ ପଡ଼ୁଛି। ୟୁରୋପର ଦୁର୍ବଳତା କେବଳ ଅର୍ଥବ୍ୟବସ୍ଥା ମଧ୍ୟରେ ସୀମିତ ନୁହେଁ। ୟୁରୋପୀୟ ଦେଶଗୁଡ଼ିକ ନିଜ ସୁରକ୍ଷାର ସମ୍ପୂର୍ଣ୍ଣ ଦାୟିତ୍ୱ ନିଜେ ଉଠାଇବା ସ୍ଥିତିରେ ନାହାନ୍ତି। ତେବେ ବିଳମ୍ବିତ ହେଲେ ମଧ୍ୟ ଏବେ ଅନେକ ୟୁରୋପୀୟ ଦେଶଗୁଡ଼ିକ ନିଜ ଭୁଲ୍‌କୁ ବୁଝିପାରୁଛନ୍ତି। ସ୍ଥିତିରେ ସୁଧାର ଆସୁଛି। ୱେଭର ୟୁରୋପର ଏହି ସ୍ଥିତିକୁ ‘ରୁଡ୍ ଆୱେକନିଂ’ (କଠୋର ବାସ୍ତବତାକୁ ଅନୁଭବ କରିବା) ବୋଲି ଅଭିହିତ କରିଛନ୍ତି। ୱେଭର୍ କହିଛନ୍ତି ଯେ ୟୁରୋପ ଦୀର୍ଘ ଦିନ ଧରି ବିଦେଶୀ କମ୍ପାନୀଗୁଡ଼ିକୁ ବଡ଼ ପରିମାଣରେ ନିଜ ବଜାରରେ ସ୍ଥାନ ଦେଲା। କମ୍ ମୂଲ୍ୟରେ ଆସୁଥିବା ସାମଗ୍ରୀ ୟୁରୋପର ସ୍ଥାନୀୟ କମ୍ପାନୀଗୁଡ଼ିକ ପାଇଁ ସମସ୍ୟା ବଢ଼ାଇଲା ଏବଂ ଧୀରେ ଧୀରେ ସେଠାକାର ଇଣ୍ଡଷ୍ଟ୍ରି ଦୁର୍ବଳ ହୋଇଗଲା।

ୱେଭର୍‌ଙ୍କ ଏହି ବ୍ୟକ୍ତବ୍ୟ ଏପରି ସମୟରେ ଆସିଛି, ଯେତେବେଳେ ୟୁରୋପୀୟ ଦେଶଗୁଡ଼ିକ ଉପରେ ନିଜ ସୁରକ୍ଷାର ଅଧିକ ଦାୟିତ୍ୱ ନିଜେ ଉଠାଇବା ପାଇଁ ଚାପ ବଢ଼ୁଛି। ଟ୍ରମ୍ପ ଦୀର୍ଘ ଦିନରୁ ନାଟୋର ୟୁରୋପୀୟ ଦେଶଗୁଡ଼ିକୁ ପ୍ରତିରକ୍ଷା କ୍ଷେତ୍ରରେ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ କହିଆସୁଛନ୍ତି। ବିଶେଷକରି ୨୦୧୭ରେ ସେ ନାଟୋ ଦେଶଗୁଡ଼ିକୁ ନିଜ ଜିଡିପିର ଅତିକମ୍‌ରେ ୨% ପ୍ରତିରକ୍ଷା ପାଇଁ ଖର୍ଚ୍ଚ କରିବାକୁ ଜୋର୍ ଦେଇଥିଲେ। ୨୦୧୮ରେ ସେ ଏହାକୁ ବଢ଼ାଇ ୪% କରିବାକୁ କହିଥିଲେ। ଏହା ପରେ ୨୦୨୫ ରେ ନାଟୋ ଦେଶଗୁଡ଼ିକ ୨୦୩୫ ସୁଦ୍ଧା ପ୍ରତିରକ୍ଷା ଏବଂ ସୁରକ୍ଷା ପାଇଁ ଜିଡିପିର ୫% ଖର୍ଚ୍ଚ କରିବାର ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ।

ମୋଦୀ ୱେଭର
Share. Facebook Twitter LinkedIn Email WhatsApp Copy Link

Related Posts

ପାରାଦୀପ ବନ୍ଦରକୁ ‘ମେଗା ପୋର୍ଟ’ ମାନ୍ୟତା, ଓଡ଼ିଶାର ସାମୁଦ୍ରିକ ଅର୍ଥନୀତିକୁ ମିଳିବ ନୂଆ ଗତି

September 25, 2026

ରାଜ୍ୟରେ ଅବପାତର ତାଣ୍ଡବ: ବିଚ୍ଛିନ୍ନ ହେଲା ସଂଯୋଗ, ବଢ଼ିଲା ବନ୍ୟା ଆଶଙ୍କା

September 25, 2026

ବ୍ରହ୍ମପୁତ୍ର କ୍ରାକର୍‌ ଓ ପଲିମର୍‌ ଲିମିଟେଡ୍‌ ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

September 25, 2026

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

September 25, 2026
Latest News

ପାରାଦୀପ ବନ୍ଦରକୁ ‘ମେଗା ପୋର୍ଟ’ ମାନ୍ୟତା, ଓଡ଼ିଶାର ସାମୁଦ୍ରିକ ଅର୍ଥନୀତିକୁ ମିଳିବ ନୂଆ ଗତି

September 25, 2026

ରାଜ୍ୟରେ ଅବପାତର ତାଣ୍ଡବ: ବିଚ୍ଛିନ୍ନ ହେଲା ସଂଯୋଗ, ବଢ଼ିଲା ବନ୍ୟା ଆଶଙ୍କା

September 25, 2026

ବ୍ରହ୍ମପୁତ୍ର କ୍ରାକର୍‌ ଓ ପଲିମର୍‌ ଲିମିଟେଡ୍‌ ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

September 25, 2026

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

September 25, 2026

କଟକର ପୂର୍ବକଚ୍ଛଠାରେ ‘ପୋଷଣ ମାସ ୨୦୨୬’ ଓ ‘ସ୍ୱଚ୍ଛତା ହିଁ ସେବା ୨୦୨୬’ ସଚେତନତା କାର୍ଯ୍ୟକ୍ରମ

September 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.