Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆନ୍ତର୍ଜାତୀୟ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଓଡ଼ିଆ ଝିଅଙ୍କ କମାଲ
ବିଶେଷ ଖବର

ଆନ୍ତର୍ଜାତୀୟ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଓଡ଼ିଆ ଝିଅଙ୍କ କମାଲ

September 7, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
International pageant winners Dimple Mahapatra and Steffi Senapati pose with guests during a press conference in Khordha after winning prestigious titles in Thailand.
International pageant winners Dimple Mahapatra and Steffi Senapati pose with guests during a press conference in Khordha after winning prestigious titles in Thailand.

ଭୁବନେଶ୍ବର: ଆନ୍ତର୍ଜାତୀୟ ଫ୍ୟାଶନ୍ ମଞ୍ଚରେ ପୁଣିଥରେ ଓଡ଼ିଶାର ନାରୀ ପ୍ରତିଭା ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦିତ କରିଛନ୍ତି। ଥାଇଲ୍ୟାଣ୍ଡର ପଟାୟା ସହରରେ ଅନୁଷ୍ଠିତ ଆନ୍ତର୍ଜାତୀୟ ସୌନ୍ଦର୍ଯ୍ୟ ଓ ଫ୍ୟାଶନ୍ ପ୍ରେଜେଣ୍ଟରେ ଓଡ଼ିଶାର ଡିମ୍ପେଲ ମହାପାତ୍ର ଓ ଷ୍ଟେଫି ସେନାପତି ଦୁଇଟି ସମ୍ମାନଜନକ ଉପାଧି ହାସଲ କରି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଦେଇଛନ୍ତି। ଏହି ସଫଳତା ସମ୍ପର୍କରେ ସୂଚନା ଦେବା ପାଇଁ ଖୋର୍ଦ୍ଧା ବରୁଣେଇ ପୂର୍ତ୍ତ ବିଭାଗ ଡାକବଙ୍ଗଳା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା।

ପ୍ରତିଯୋଗିତାରେ ଡିମ୍ପେଲ ମହାପାତ୍ର ‘ମିସ୍ ଏସିଆ ୱାର୍ଲ୍ଡ ଇଣ୍ଟରନ୍ୟାସନାଲ୍ ଗୋଲ୍ଡ ୨୦୨୬-୨୭’ ମୁକୁଟ ପିନ୍ଧିବାର ଗୌରବ ଅର୍ଜନ କରିଛନ୍ତି। ବଲିଉଡର ବରିଷ୍ଠ ଅଭିନେତା ସୁରେନ୍ଦ୍ର ପାଲଙ୍କ ନିକଟରୁ ସେ ଏହି ସମ୍ମାନ ଗ୍ରହଣ କରିଥିଲେ। ଓଡ଼ିଶୀ ନୃତ୍ୟରୁ ନିଜର କଳାକାର ଜୀବନ ଆରମ୍ଭ କରିଥିବା ଡିମ୍ପେଲ ପରବର୍ତ୍ତୀ ସମୟରେ ମଡେଲିଂ ଓ ସୌନ୍ଦର୍ଯ୍ୟ ପ୍ରତିଯୋଗିତା ମାଧ୍ୟମରେ ଆଜି ବିଶ୍ୱ ସ୍ତରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଅନ୍ୟପଟେ, ଶିକ୍ଷା, ବ୍ୟବସାୟ, ମଡେଲିଂ, ଅଭିନୟ ଓ ସଞ୍ଚାଳନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ଷ୍ଟେଫି ସେନାପତି ‘ମିସେସ୍ ଏସିଆ ୱାର୍ଲ୍ଡ ବ୍ରାଣ୍ଡ ଆମ୍ବାସାଡର ୨୦୨୬’ ଟାଇଟଲ୍ ନିଜ ନାମରେ କରିଛନ୍ତି। ମୁମ୍ବାଇ ଗ୍ଲୋବାଲ୍ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭାରତର ବିଭିନ୍ନ ପ୍ରାନ୍ତରୁ ୧୦୦ରୁ ଅଧିକ ପ୍ରତିଯୋଗୀ ପ୍ରାରମ୍ଭିକ ଡିଜିଟାଲ୍ ପର୍ଯ୍ୟାୟରେ ଅଂଶଗ୍ରହଣ କରିଥିଲେ। ସେଥିମଧ୍ୟରୁ କଠିନ ଆକଳନ ପରେ ମାତ୍ର ୧୦ ଜଣଙ୍କୁ ଆନ୍ତର୍ଜାତୀୟ ମଞ୍ଚ ପାଇଁ ମନୋନୀତ କରାଯାଇଥିଲା। ପ୍ରତିଯୋଗିତାର ବିଭିନ୍ନ ପର୍ଯ୍ୟାୟ ଯେପରିକି ରାମ୍ପ ଚାଲି, ଜାତୀୟ ପୋଷାକ ପରିଧାନ, ଗାଉନ୍ ପର୍ଯ୍ୟାୟ, ପ୍ରଶ୍ନୋତ୍ତର, ଗ୍ରୁମିଂ, ତାଲିମ ଓ ଗଣମାଧ୍ୟମ ପର୍ଯ୍ୟାୟରେ ଦକ୍ଷତା ପ୍ରଦର୍ଶନ କରି ଓଡ଼ିଶାର ଏହି ଦୁଇ ପ୍ରତିଭା ବିଜୟୀ ହୋଇଛନ୍ତି।

ଏହି ସୁପରିଚାଳିତ ପ୍ରତିଯୋଗିତାର ମୁଖ୍ୟ ଆୟୋଜକ ରାଜ କୁମାର ତିୱାରୀ ଥିବା ବେଳେ ମୁମ୍ବାଇ ଗ୍ଲୋବାଲ୍ ଇଣ୍ଡିଆର ମୁଖ୍ୟ ବ୍ୟୁରୋ ଭାବେ ସମ୍ବିତ ପଟ୍ଟନାୟକ ଦାୟିତ୍ୱ ତୁଲାଇଥିଲେ। ଓଡ଼ିଶାର ଏହି ଦୁଇ କୃତୀ ପ୍ରତିଭାଙ୍କ ସଫଳତା ପାଇଁ ଜାତୀୟ ମାନବାଧିକାର କଲ୍ୟାଣ ସଂଘ ଖୋର୍ଦ୍ଧା ଜିଲ୍ଲା ସଭାପତି ଜନ୍ମେଜୟ ପଟ୍ଟନାୟକ, ସାଧାରଣ ସମ୍ପାଦକ ତଥା ବରିଷ୍ଠ ଆଇନଜୀବୀ ବିଜୟ ଛୋଟରାୟ ଏବଂ ବରିଷ୍ଠ ସାମ୍ବାଦିକ ରାଜେଶ୍ ଚନ୍ଦ୍ର ମହାନ୍ତି ସେମାନଙ୍କୁ ସାଧୁବାଦ ଓ ଶୁଭେଚ୍ଛା ଜଣାଇଛନ୍ତି। ଏହି ସଫଳତା ସମଗ୍ର ରାଜ୍ୟ ପାଇଁ ଗୌରବ ଆଣିଦେଇଛି ଏବଂ ଏହା ଆଗାମୀ ଯୁବପିଢ଼ିକୁ ଆଗକୁ ବଢ଼ିବା ପାଇଁ ପ୍ରେରଣା ଯୋଗାଇବ ବୋଲି ସେମାନେ ପ୍ରକାଶ କରିଛନ୍ତି।

ନାରୀଶକ୍ତି ମିସଏସିଆ
Share. Facebook Twitter LinkedIn Email WhatsApp Copy Link

Related Posts

ଚାକିରିରୁ ଅବସର ପାଇଁ ଆବେଦନ କଲେ ସନ୍ଥଗୋପାଳନ

September 30, 2026

ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରଶିକ୍ଷଣ, ନାଗରିକ କୈନ୍ଦ୍ରିକ ନିର୍ବାଚନ ଉପରେ ଫୋକସ୍‌

September 30, 2026

ସହକାରୀ ନିର୍ଦ୍ଦେଶକ ଗିରଫ, ଆୟଠାରୁ ୨୪୮% ଅଧିକ ସମ୍ପତ୍ତି

September 30, 2026

ରେଳ ସୁରକ୍ଷା କମିଶନରଙ୍କ ଦ୍ୱାରା ପୁରୁଣାକଟକ-ଚାରିଛକ ମଧ୍ୟରେ ନୂତନ ରେଳ ଲାଇନ୍ କାର୍ଯ୍ୟ ନିରୀକ୍ଷଣ

September 30, 2026
Latest News

ଆଜି ଅକ୍ଟୋବର ୧ ତାରିଖରେ ପାଞ୍ଚୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

October 1, 2026

ଚାକିରିରୁ ଅବସର ପାଇଁ ଆବେଦନ କଲେ ସନ୍ଥଗୋପାଳନ

September 30, 2026

ଅକ୍ଟୋବର ୧ରୁ ବଢ଼ିବ କ୍ଷୀର ଦର: ଲିଟର ପିଛା ୩ ଟଙ୍କା ମହଙ୍ଗା

September 30, 2026

ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରଶିକ୍ଷଣ, ନାଗରିକ କୈନ୍ଦ୍ରିକ ନିର୍ବାଚନ ଉପରେ ଫୋକସ୍‌

September 30, 2026

ସହକାରୀ ନିର୍ଦ୍ଦେଶକ ଗିରଫ, ଆୟଠାରୁ ୨୪୮% ଅଧିକ ସମ୍ପତ୍ତି

September 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.