Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ
ବିଶେଷ ଖବର

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Meeting between Prime Minister Modi and Chinese President Xi Jinping: China supports India's BRICS presidency.
Meeting between Prime Minister Modi and Chinese President Xi Jinping: China supports India's BRICS presidency.

ନୂଆଦିଲ୍ଲୀ: ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ଅବସରରେ ଦୀର୍ଘ ୭ ବର୍ଷ ପରେ ଭାରତ ଆସିଥିବା ଚୀନ୍ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ସାକ୍ଷାତକାର ଅନୁଷ୍ଠିତ ହୋଇଯାଇଛି। ଉଭୟ ନେତାଙ୍କ ମଧ୍ୟରେ ପ୍ରାୟ ୫୦ ମିନିଟ୍ ଧରି ବିସ୍ତୃତ ଆଲୋଚନା ହୋଇଥିଲା। ଏହି ଅବସରରେ ମତଭେଦଗୁଡ଼ିକୁ ବିବାଦରେ ପରିଣତ ହେବାକୁ ଦିଆଯିବା ଉଚିତ ନୁହେଁ ଏବଂ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ ଓ ଦୀର୍ଘସ୍ଥାୟୀ କରିବା ଆବଶ୍ୟକ ବୋଲି ଉଭୟ ନେତା ସହମତି ପ୍ରକାଶ କରିଥିଲେ।

ପ୍ରଧାନମନ୍ତ୍ରୀ ମୋଦୀ ଆଲୋଚନା ସମୟରେ ଜୋର ଦେଇ କହିଥିଲେ ଯେ, ଉଭୟ ଦେଶର ସମ୍ପର୍କ ତିନୋଟି ‘ପାରସ୍ପରିକ ସିଦ୍ଧାନ୍ତ’— ସମ୍ମାନ, ସଂବେଦନଶୀଳତା ଏବଂ ସ୍ୱାର୍ଥ ସହିତ ଯୋଡ଼ିହୋଇ ରହିବା ଉଚିତ। ଅପରପକ୍ଷରେ, ଜିନ୍‌ପିଙ୍ଗ ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ ସମ୍ପୂର୍ଣ୍ଣ ସମର୍ଥନ ଜଣାଇବା ସହ ଭାରତ ସହ ସବୁ ସ୍ତରରେ ସମ୍ପର୍କକୁ ଅଧିକ ମଜବୁତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଚୀନ୍ ସବୁବେଳେ ଭାରତ ସହ ନିଜ ସମ୍ପର୍କକୁ ଉନ୍ନତ ରଖିବାକୁ ସମର୍ଥନ କରିଆସିଛି। ଉଭୟ ଦେଶର ଜାତୀୟ ପରିସ୍ଥିତି ଭିନ୍ନ ହୋଇଥିଲେ ସୁଦ୍ଧା ଏକ-ଅନ୍ୟର ସାମର୍ଥ୍ୟ ଓ ଗୁଣରୁ ସମ୍ପୂର୍ଣ୍ଣ ଶିକ୍ଷା ଲାଭ କରିପାରିବେ ବୋଲି ସେ ମତବ୍ୟକ୍ତ କରିଥିଲେ। ଦ୍ୱିପାକ୍ଷିକ ସାକ୍ଷାତକାର ପରେ ବ୍ରିକ୍ସ ସମ୍ମିଳନୀରେ ନିଜ ବିବୃତି ରଖି ଜିନ୍‌ପିଙ୍ଗ କହିଥିଲେ ଯେ, ବିଶ୍ୱଶାନ୍ତି ପାଇଁ ବ୍ରିକ୍ସ ରାଷ୍ଟ୍ର ସମୂହ ମିଳିମିଶି କାମ କରିବା ଆବଶ୍ୟକ। ଆନ୍ତର୍ଜାତୀୟ ସମୁଦାୟ ପାଇଁ ଯୁଦ୍ଧ କେବେହେଲେ ହିତକର ନୁହେଁ। କୂଟନୈତିକ ଉପାୟରେ ଯୁଦ୍ଧ ଶେଷ କରିବାକୁ ଉଦ୍ୟମ କରିବାକୁ ହେବ, କାରଣ ଯୁଦ୍ଧ ଯୋଗୁଁ ସାଧାରଣ ଜନତା କ୍ଷତିଗ୍ରସ୍ତ ହେଉଛନ୍ତି ଏବଂ ବିଶ୍ୱ ତୈଳ ବଜାର ପ୍ରଭାବିତ ହେଉଛି। ତେଣୁ ତୁରନ୍ତ ମଧ୍ୟପ୍ରାଚ୍ୟ ଯୁଦ୍ଧ ବନ୍ଦ ହେବା ଆବଶ୍ୟକ।

ସୂଚନାଯୋଗ୍ୟ ଯେ, ଜିନ୍‌ପିଙ୍ଗ ପ୍ରାୟ ୭ ବର୍ଷ ପରେ ଭାରତ ଗସ୍ତରେ ଆସିଛନ୍ତି। ୨୦୨୦ ଜୁନ୍ ୧୫ରେ ଗାଲୱାନ ସଂଘର୍ଷ ପରଠାରୁ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିଲା ଏବଂ ଏହା ପରେ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ। ଏହାପୂର୍ବରୁ ସେ ୨୦୧୯ ଅକ୍ଟୋବର ୧୧ରେ ଭାରତ ଆସିଥିଲେ। ଗାଲୱାନ ସଂଘର୍ଷ ପରେ ସୀମା ବିବାଦ ବଢ଼ିଥିଲେ ମଧ୍ୟ ବ୍ୟବସାୟ ବନ୍ଦ ହୋଇନଥିଲା ଏବଂ ଧୀରେ ଧୀରେ ଦ୍ୱିପାକ୍ଷିକ ସମ୍ପର୍କରେ ସୁଧାର ଆସିଥିଲା। ୨୦୨୦-୨୧ରେ ଚୀନ୍‌ରୁ ଭାରତର ଆମଦାନୀ ପ୍ରାୟ ୬୫ ବିଲିୟନ ଡଲାର (୬୫ ଅରବ ଡଲାର) ଥିବା ବେଳେ ୨୦୨୫-୨୬ରେ ତାହା ବୃଦ୍ଧି ପାଇ ୧୩୨ ବିଲିୟନ ଡଲାରରୁ ଅଧିକ ହୋଇଛି, ଅର୍ଥାତ୍ ଗାଲୱାନ ସଂଘର୍ଷ ପରଠାରୁ ଚୀନ୍‌ରୁ ଆମଦାନୀ ଦ୍ୱିଗୁଣିତ ହୋଇଛି।

ପ୍ରଧାନମନ୍ତ୍ରୀ ମୋଦୀ ସି ଜିନ୍‌ପିଙ୍ଗ
Share. Facebook Twitter LinkedIn Email WhatsApp Copy Link

Related Posts

କ୍ରିକେଟରେ ଭାରତକୁ ସ୍ୱର୍ଣ୍ଣ: ଏସୀୟ କ୍ରୀଡ଼ା ଫାଇନାଲରେ ପାକିସ୍ତାନକୁ ଚଟାଇଲା ଧୁଳି

October 3, 2026

‘ସୁଜଳ’ ଅଭିଯାନର ଶୁଭାରମ୍ଭ: ଅକ୍ଟୋବର ୧୬ ଯାଏଁ ଚାଲିବ ରାଜ୍ୟବ୍ୟାପୀ କାର୍ଯ୍ୟକ୍ରମ

October 3, 2026

ରୁଷ ରାଷ୍ଟ୍ରପତିଙ୍କ ପ୍ରଶଂସା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ବିଷୟ: ଅମିତ ଶାହ

October 3, 2026

୧୨ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ, ପୁଣି ଡରାଇଲାଣି ଅକ୍ଟାେବର

October 2, 2026
Latest News

ରାୟଗଡ଼ା ଡିଭିଜନରେ ଭୂସ୍ଖଳନ ଯୋଗୁଁ ରେଳ ସେବା ପ୍ରଭାବିତ: ବାତିଲ ହେଲା ଟ୍ରେନ୍

October 3, 2026

ପଞ୍ଚମ କୌଟିଲ୍ୟ ଆର୍ଥିକ ସମ୍ମିଳନୀରେ ଉଦବୋଧନ ଦେଲେ ଡକ୍ଟର ପି.କେ. ମିଶ୍ର

October 3, 2026

ଜଳ ସଙ୍କଟ ଦୂର ପାଇଁ ପଦକ୍ଷେପ: କାର୍ଯ୍ୟ ଶୀଘ୍ର ସାରିବାକୁ ପରାମର୍ଶ

October 3, 2026

କଂଗ୍ରେସରେ ଯୋଗଦେଲେ ଆପ ମୁଖପାତ୍ର ପ୍ରିୟଙ୍କା କକ୍କର: ଦଳ ଛାଡିବାର କହିଲେ କାରଣ

October 3, 2026

‘ଓଡ଼ିଶା ଟ୍ରାଭେଲ ବଜାର’ର ଶୁଭାରମ୍ଭ: ପର୍ଯ୍ୟଟନ ପ୍ରଦର୍ଶନୀ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ

October 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.