Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଚୀନ୍‌ର ଦ୍ୱିତୀୟ ସର୍ବାଧିକ ଶକ୍ତିଶାଳୀ ନେତା କାଇ କି’
ବିଶେଷ ଖବର

ଚୀନ୍‌ର ଦ୍ୱିତୀୟ ସର୍ବାଧିକ ଶକ୍ତିଶାଳୀ ନେତା କାଇ କି’

September 13, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Cai Qi, China's second most powerful leader.
Cai Qi, China's second most powerful leader.

ନୂଆଦିଲ୍ଲୀ: ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଦୀର୍ଘ ୭ ବର୍ଷ ପରେ ଭାରତ ଗସ୍ତରେ ଆସିଥିବା ଚୀନ୍ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗଙ୍କ ସହ ଆସିଥିବା କାଇ କି’ ନାମକ ଜଣେ ବ୍ୟକ୍ତିଙ୍କୁ ନେଇ ଏବେ ସବୁଠି ପ୍ରବଳ ଚର୍ଚ୍ଚା ଆରମ୍ଭ ହୋଇଛି। କାଇ କି’ ହେଉଛନ୍ତି ଜିନ୍‌ପିଙ୍ଗଙ୍କ ଅତ୍ୟନ୍ତ ଘନିଷ୍ଠ ସହଯୋଗୀ, ଛାୟା ଏବଂ ବିଶ୍ୱସ୍ତ ପରାମର୍ଶଦାତା। ତାଙ୍କ ପରାମର୍ଶ ବିନା ଜିନ୍‌ପିଙ୍ଗ କୌଣସି ବି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତି ନାହିଁ। ଏପରିକି ସମସ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ସମୟରେ ମଧ୍ୟ ସେ ଜିନ୍‌ପିଙ୍ଗଙ୍କ ନିକଟରେ ବସିଥାନ୍ତି କିମ୍ବା ବୈଠକରେ ସାମିଲ ହୋଇଥାନ୍ତି। ବର୍ତ୍ତମାନ ସମୟରେ ସେ ଚୀନ୍ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପାଲଟିଛନ୍ତି ଏବଂ ତାଙ୍କୁ ଚୀନ୍‌ର ଦ୍ୱିତୀୟ ସର୍ବାଧିକ ଶକ୍ତିଶାଳୀ ନେତା ଭାବେ ଚିହ୍ନଟ କରାଯାଉଛି। ଜିନ୍‌ପିଙ୍ଗଙ୍କ ଛାୟା ଭଳି ରହୁଥିବା ଏହି ନେତାଙ୍କ ଭାରତ ଆଗମନ ପଛରେ ଏକ ବଡ଼ କୂଟନୈତିକ ସଙ୍କେତ ରହିଥିବା ବିଶ୍ଳେଷକମାନେ ମତପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ ଯେ, କାଇ କି’ କେବଳ ଜଣେ ନେତା ନୁହନ୍ତି, ସେ ଚୀନ୍‌ର କ୍ଷମତାସୀନ କମ୍ୟୁନିଷ୍ଟ ପାର୍ଟିର ପୋଲିଟବ୍ୟୁରୋ ଷ୍ଟାଣ୍ଡିଂ କମିଟିର ଜଣେ ପ୍ରମୁଖ ସଦସ୍ୟ। ସେ ଦେଶର ଶୀର୍ଷ ୭ ଜଣ ଶକ୍ତିଶାଳୀ ନେତାଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ଏହା ସହିତ ପାର୍ଟିର ଜେନେରାଲ ଅଫିସର ମୁଖ୍ୟ ଭାବେ ସେ ଜିନ୍‌ପିଙ୍ଗଙ୍କ କାର୍ଯ୍ୟନିର୍ବାହୀ ମୁଖ୍ୟ (ଡି-ଫ୍ୟାକ୍ଟୋ ଚିଫ୍ ଅଫ୍ ଷ୍ଟାଫ୍) ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି।

କାଇ କି’ ଏବଂ ସି ଜିନ୍‌ପିଙ୍ଗ ଉଭୟ ସାଂସ୍କୃତିକ ବିପ୍ଳବ ସମୟରେ ଶ୍ରମିକ, କୃଷକ ଓ ସୈନିକ ଛାତ୍ର ଭାବେ ନିଜର ଜୀବନ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ଫୁଜିଆନ୍ ଏବଂ ଝେଜିଆଙ୍ଗ ପ୍ରଦେଶରେ ଦୀର୍ଘ ସମୟ ଏକାଠି କାମ କରିବା ଅବସରରେ ଉଭୟ ନେତାଙ୍କ ମଧ୍ୟରେ ନିବିଡ଼ ବିଶ୍ୱାସର ସମ୍ପର୍କ ଗଢ଼ିଉଠିଥିଲା। ଆଜି ସେହି ସମ୍ପର୍କ ଚୀନ୍‌ର ସର୍ବୋଚ୍ଚ ଶକ୍ତିକେନ୍ଦ୍ର ପର୍ଯ୍ୟନ୍ତ ପହଞ୍ଚିଛି। ଆଜିର ଦିନରେ କାଇ କି’ ଚୀନ୍‌ର ନୀତି ନିର୍ଦ୍ଧାରଣ, ସାଇବର ସୁରକ୍ଷା ଏବଂ ଜାତୀୟ ସୁରକ୍ଷା ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ମାମଲାରେ ସବୁଠାରୁ ପ୍ରଭାବଶାଳୀ ଭୂମିକା ଗ୍ରହଣ କରୁଛନ୍ତି। ବିଶ୍ଳେଷକଙ୍କ ମତରେ, ରାଷ୍ଟ୍ରପତି ଜିନ୍‌ପିଙ୍ଗଙ୍କ ପକ୍ଷରୁ କଥା କହିବାର ଅଧିକାର ହେଉଛି କାଇ କି’ଙ୍କ ସବୁଠାରୁ ବଡ଼ ଶକ୍ତି।

କାଇ କି’ ବ୍ରିକ୍ସ ଶିଖର ସମ୍ମିଳନୀ
Share. Facebook Twitter LinkedIn Email WhatsApp Copy Link

Related Posts

ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ୯୯ କୋଟି ଟଙ୍କା ସୁଧ ପ୍ରଦାନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

October 6, 2026

‘ଏସ୍ଏମ୍ଇ ଗ୍ରୋଥ୍ ଫଣ୍ଡ’ ଗଠନ ପାଇଁ ୧୦,୦୦୦ କୋଟି ନିବେଶକୁ କ୍ୟାବିନେଟ୍‌ର ମଞ୍ଜୁରୀ

October 6, 2026

ସମନ୍ୱିତ ପରିବହନ ଓ ଲଜିଷ୍ଟିକ୍ସ ପ୍ରାଧିକରଣ ଗଠନକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

October 6, 2026

Rajnath Singh in Odisha: ସୁନାବେଡ଼ାରେ ମାନୁଫାକ୍ଚରିଙ୍ଗ୍ ଲାଇନ୍ ଉଦ୍‌ଘାଟନ କଲେ ପ୍ରତିରକ୍ଷା ମନ୍ତ୍ରୀ

October 6, 2026
Latest News

ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ୯୯ କୋଟି ଟଙ୍କା ସୁଧ ପ୍ରଦାନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

October 6, 2026

ବଚସାରୁ ରକ୍ତପାତ, ଗୁଳିମାଡ଼ରେ ଯୁବକ ମୃତ; ବନ୍ଧୁକ ଛାଡ଼ି ଫେରାର ଅଭିଯୁକ୍ତ

October 6, 2026

ମୟୂରଭଞ୍ଜରେ ସିରିଜ୍ ବାଇକ୍ ଦୁର୍ଘଟଣା: ବୃଦ୍ଧାଙ୍କ ମୃତ୍ୟୁ, ୬ ଜଣ ଗୁରୁତର

October 6, 2026

ଲୋକଙ୍କ ପାଖରେ ପହଂଚିବା ପାଇଁ ଦାୟିତ୍ୱବାନ ଏବଂ ତଥ୍ୟଭିତ୍ତିକ ସଞ୍ଚାର ଗୁରୁତ୍ୱପୂର୍ଣ୍ଣ: ଅଖିଳ କୁମାର ମିଶ୍ର

October 6, 2026

ଭୂସ୍ଖଳନ ଯୋଗୁଁ ଟ୍ରେନ୍ ସେବା ପ୍ରଭାବିତ: ବାତିଲ ହେଲା ଟ୍ରେନ

October 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.