Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଅରୁଣ ଜେଟଲିଙ୍କ ଦେହାନ୍ତ ପରେ ଅନାଥ ଓ ଅସହାୟ ହୋଇ ପଡିଥିବା ଦିଲ୍ଲୀ ଗଣମାଧ୍ୟମର ସାମ୍ବାଦିକ ଭାଇ ଓ ଭଉଣୀଙ୍କ ଲାଗି ଏକ ଶୋକବାର୍ତ୍ତା
ବିଶେଷ ଖବର

ଅରୁଣ ଜେଟଲିଙ୍କ ଦେହାନ୍ତ ପରେ ଅନାଥ ଓ ଅସହାୟ ହୋଇ ପଡିଥିବା ଦିଲ୍ଲୀ ଗଣମାଧ୍ୟମର ସାମ୍ବାଦିକ ଭାଇ ଓ ଭଉଣୀଙ୍କ ଲାଗି ଏକ ଶୋକବାର୍ତ୍ତା

August 27, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଅରୁଣ ଜେଟଲିଙ୍କ ଦେହାନ୍ତ ପରେ ଅନାଥ ଓ ଅସହାୟ ହୋଇ ପଡିଥିବା ଦିଲ୍ଲୀ ଗଣମାଧମର ସାମ୍ବାଦିକ ଭାଇ ଓ ଭଉଣୀଙ୍କ ଲାଗି ଏକ ଶୋକବାର୍ତ୍ତା
ଅରୁଣ ଜେଟଲିଙ୍କ ଦେହାନ୍ତ ପରେ ଅନାଥ ଓ ଅସହାୟ ହୋଇ ପଡିଥିବା ଦିଲ୍ଲୀ ଗଣମାଧମର ସାମ୍ବାଦିକ ଭାଇ ଓ ଭଉଣୀଙ୍କ ଲାଗି ଏକ ଶୋକବାର୍ତ୍ତା

କେଦାର ମିଶ୍ର

ଅରୁଣ ଜେଟଲି ନିଶ୍ଚିତ ଭାବରେ ଜଣେ ସଫଳ ରାଜନେତା। କୌଣସି ଲୋକସଭା ନିର୍ବାଚନ ନ ଜିତି ସେ ଦେଶର ଅର୍ଥ, ପ୍ରତିରକ୍ଷା ଓ ଆଇନ ବିଭାଗ ଭଳି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ରହିଥିଲେ। ଜଣେ ଦକ୍ଷ କର୍ପୋରେଟ ଆଇନଜୀବୀ ଭାବରେ ମଧ୍ୟ ସେ ପ୍ରତିଷ୍ଠା ଅର୍ଜନ କରିଥିଲେ। ରାଜନେତା, ଆଇନଜୀବି ଓ ପ୍ରଶାସକ ଭାବରେ ତାଙ୍କର ଅବଦାନକୁ ଅସ୍ଵୀକାର କରିବାର କିଛି କାରଣ ନାହିଁ। ହେଲେ ସାମ୍ବାଦିକତା ସହିତ ତାଙ୍କର ସମ୍ପର୍କ କଣ? ସେ କେବେ କୌଣସି ସମ୍ବାଦପତ୍ରର ସମ୍ପାଦକ ନଥିଲେ ବା କୌଣସି ଗଣମାଧ୍ୟମର ମାଲିକାନା ତାଙ୍କ ପାଖରେ ନଥିଲା। ତଥାପି ତାଙ୍କ ମୃତ୍ୟୁରେ ସାମ୍ବାଦିକମାନେ ଏତେ ଛାତି ବାଡେଇ କାନ୍ଦିବାର କାରଣ କଣ? ସାମ୍ବାଦିକତାର ମହାନାୟକ କୁଲଦୀପ ନାୟାର କିମ୍ବା ଖୁଶୱନ୍ତ ସିଂଙ୍କ ମୃତ୍ୟୁ ପରେ ଏମିତି କାନ୍ଦ ଆମେ ଶୁଣି ନଥିଲୁ। ଅତି କମରେ ୪୫ ଜଣ ଦିଲ୍ଲୀର ବରିଷ୍ଠ ସାମ୍ବାଦିକ ଲେଖିଛନ୍ତି ଅରୁଣ ଜେଟଲି ସେମାନଙ୍କ ଲାଗି ଗୁରୁ ଓ ମାର୍ଗ ଦର୍ଶକ ଥିଲେ। ଗୋଟେ ଗଣତାନ୍ତ୍ରିକ ଦେଶର ଗଣମାଧ୍ୟମ ଯେତେବେଳେ ଜଣେ ରାଜନେତାଙ୍କୁ ଗୁରୁ ବୋଲି ସ୍ଵୀକାର କରେ, ସେଠି ଗଣତନ୍ତ୍ରର ଜୀବନ କୁ ନେଇ ସନ୍ଦେହ ଉଠିବା ସ୍ଵାଭାବିକ।

ଦିଲ୍ଲୀ ଗଣମାଧ୍ୟମରେ ଯେଉଁମାନେ କାମ କରନ୍ତି, ସେମାନେ ଭଲ ଭାବରେ ଜାଣନ୍ତି ଯେ ଅରୁଣ ଜେଟଲି ଥିଲେ ପ୍ରାୟ ସବୁ ସଂବାଦପତ୍ର ଓ ନ୍ୟୁଜ ଚାନେଲର ଅଘୋଷିତ ମୁଖ୍ୟ ସମ୍ପାଦକ। ଅରୁଣ ଜେଟଲିଙ୍କ ପରାମର୍ଶରେ ଗଣମାଧ୍ୟମର ମୁଖ୍ୟ ଖବର ଓ ପ୍ରାଇମ ଟାଇମ ଚାଲୁଥିବାର ଆଲୋଚନା ଦିଲ୍ଲୀରେ ହୋଇଥାଏ। ସବୁ ସାମ୍ବାଦିକ ଜାଣିଥିଲେ, ଅରୁଣ ଜେଟଲିଙ୍କ “ଗୁଡ ବୁକ” ରେ ରହିଲେ “ଭଲ କାହାଣୀ’ ସୂତ୍ର ଆପେ ଆପେ ମିଳିଯିବ ଓ ସାମ୍ବାଦିକତାରେ ସଫଳତା ପାଇବା ସହଜ ହୋଇଯିବ। ତେଣୁ ଅରୁଣ ଜେଟଲିଙ୍କ ଦରବାରରେ ଭାରତୀୟ ସାମ୍ବାଦିକତାର ଭାଗ୍ୟ ନିର୍ଦ୍ଧାରଣ ହେଉଥିବାର ସହଜ ପ୍ରମାଣ ତାଙ୍କ ମୃତ୍ୟୁ ପରେ ମିଳି ଯାଇଛି।

ଟାଇମ୍ସ ନାଓର ମୁଖ୍ୟ ଆଙ୍କର ନବିକା କୁମାର ଲେଖିଛନ୍ତି- ‘ଆପଣ ମୋର ଗୁରୁ ଓ ମାର୍ଗ ଦର୍ଶକ ଥିଲେ। ଆପଣ ଗଲା ପରେ ମୁଁ କାହାକୁ ପ୍ରତିଦିନ ସକାଳୁ ଫୋନ କରିବି? “ ବଡ ବିଚିତ୍ର ଅବସ୍ଥା। ଦେଶର ଅର୍ଥମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ ପ୍ରତିଦିନ ସାମ୍ବାଦିକଙ୍କୁ ପ୍ରତିଦିନ କି ଗୁରୁ ଜ୍ଞାନ ଦେଉଥିଲେ? ସାମ୍ବାଦିକତାରେ ନିରପେକ୍ଷତା କଣ କେବଳ ଏକ ମୁଖା ମାତ୍ର? ଶାସକ ଦଳର ନିର୍ଦ୍ଦେଶରେ ଦେଶର ଗଣମାଧ୍ୟମ ଓ ସାମ୍ବାଦିକମାନେ ପରିଚାଳିତ ହେଉଥିଲେ ବୋଲି ଜାଣିଲା ପରେ ସାମ୍ବାଦିକତା ପ୍ରତି ଲୋକଙ୍କର ଆସ୍ଥା ରହିବ କେମିତି? କେବଳ ନବିକା କୁମାର ନୁହନ୍ତି, ଛୋଟ ବଡ ସବୁ ଖବର କାଗଜ ଓ ଟେଲିଭିଜନର ସାମ୍ବାଦିକ ଅରୁଣ ଜେଟଲିଙ୍କ ଲାଗି ଗୁରୁ ବନ୍ଦନା ଗାନ କରିଛନ୍ତି।

ଇଣ୍ଡିଆ ଟିଭିର ପ୍ରତିଷ୍ଠାତା ସମ୍ପାଦକ ରଜତ ଶର୍ମା ଅରୁଣ ଜେଟଲିଙ୍କର ଅତ୍ୟନ୍ତ ଘନିଷ୍ଠ ଥିଲେ, ଏକଥା ସମସ୍ତେ ଜାଣନ୍ତି। ତେଣୁ ରଜତ ଶର୍ମାଙ୍କୁ  ଜେଟଲିଙ୍କ ଲୋକ ବୋଲି ଗଣନା କରା ଯାଉଥିଲା। ହେଲେ ନବ ପ୍ରଜନ୍ମର ସବୁ ସାମ୍ବାଦିକ ଅରୁଣ ଜେଟଲି ଦରବାରର ପାରିଷଦ ହେବା ପଛର କାରଣ ଖୋଜିବା ବେଶୀ କଷ୍ଟକର ନୁହେଁ। ନିଜ ରାଜନୈତିକ ସ୍ଵାର୍ଥରେ ଗଣମାଧ୍ୟମର ବ୍ୟବହାର ଲାଗି ଏ ପ୍ରକାର କୌଶଳ ସବୁ ରାଜନେତା ଆପଣାର କରିଥାନ୍ତି। ମନମୋହନ ସିଂଙ୍କ ସମୟରେ ଯେତେବେଳେ ନୀରା ରାଡିଆ ପ୍ରସଙ୍ଗ ଉଠିଥିଲା, ସେତେବେଳେ ସରକାରୀ ଦଳ କଂଗ୍ରେସ ସହ ଭାବ ରଖିଥିବା ସାମ୍ବାଦିକମାନଙ୍କୁ କମ ଛି ଛାକର କରା ଯାଇନଥିଲା। କଂଗ୍ରେସ ସମୟରେ ଯାହା ଅନୈତିକ, ବିଜେପି ବେଳକୁ ତାହା ନୈତିକ ହୋଇଗଲା କେମିତି? କଂଗ୍ରେସ ର ଦରବାରିଆ ସାମ୍ବାଦିକ ମାନେ ଆମଠୁ ଭର୍ତ୍ସନା ପାଇଥିଲେ,  ହେଲେ ବିଜେପିର ଦରବାରୀମାନେ ଆଜି ଆମ ମୁଣ୍ଡ ଉପରେ ବସିଛନ୍ତି କାହିଁକି?

ସବୁଠୁ ମଜାର କଥା ହେଉଛି, କେବଳ ସରକାର ସପକ୍ଷବାଦୀ ନୁହନ୍ତି, ସରକାର ବିରୋଧୀ ଭାବେ ଜଣାଶୁଣା ବରଖା ଦତ୍ତ ଓ ରାଜଦୀପ ସରଦେସାଇ ମଧ୍ୟ ଅରୁଣ ଜେଟଲିଙ୍କୁ ନିଜର ଗୁରୁ ବୋଲି ମାନୁଛନ୍ତି। ରାଜଦୀପ ତ ଲେଖିଛନ୍ତି, ଅରୁଣ ଜେଟଲି ଥିଲେ ଭାରତୀୟ ରାଜନୀତିର କପିଲ ଦେବ। ତାଙ୍କୁ ଯେଉଁ ଭୂମିକା ବିଜେପି ଦେଉଥିଲା, ତାକୁ ସେ ଦକ୍ଷତାର ସହ ତୁଲାଉଥିଲେ’। ଏକଥା କହିଲା ବେଳେ ରାଜଦୀପ ବୋଧ ହୁଏ ଜାଣି ନଥିଲେ, କପିଲ ଦେବ ସବୁ ପ୍ରତିକୂଳ ପରିସ୍ଥିତିର ମୁକାବିଲା କରି ଦେଶ ପାଇଁ ପ୍ରଥମ ବିଶ୍ଵକପ ଜିଣିଥିଲେ। ସେ ଥିଲେ ଭାରତୀୟ କ୍ରିକେଟର ସବୁଠୁ ଆଗୁଆ ଓ ନିର୍ଭୀକ କ୍ରିକେଟିୟର। ଅରୁଣ ଜେଟଲି କିନ୍ତୁ ଠିକ ତାର ବିପରୀତ। ସେ ସାମନାରୁ ଖେଳିବା ଲୋକ ନଥିଲେ। ଲୋକଙ୍କ ପାଖରେ ରହିବା ଅପେକ୍ଷା ରାଜନୈତିକ କୂଟନୀତିରେ ସେ ବେଶ ସିଦ୍ଧହସ୍ତ ଥିଲେ। ତେଣୁ ତାଙ୍କର ଦରବାରରେ ସାମ୍ବାଦିକ ଯଦିଓ ଥିଲେ, ସେ ଦରବାରରେ ଲୋକଙ୍କର ଆତଯାତ ନଥିଲା।

ଭାରତୀୟ ଗଣମାଧ୍ୟମର ଏହି ଦରବାରୀ ଚେହେରା ଯେତିକି ହାସ୍ୟାସ୍ପଦ, ସେତିକି ଭୟାନକ ମଧ୍ୟ।

arunjaitley journalist
Share. Facebook Twitter LinkedIn Email WhatsApp Copy Link

Related Posts

ଆମେରିକା ଯାହା କରିପାରିନାହିଁ, ଭାରତ ଦ୍ଵାରା ହେଲା ସମ୍ଭବ!: ରୁଷ ଏବଂ ୟୁକ୍ରେନର ସବୁଜ ସଙ୍କେତ

October 8, 2026

ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶ: ଛାତ୍ର ସଂସଦ ନିର୍ବାଚନର ସୁପରିଚାଳନାକୁ ସୁନିଶ୍ଚିତ କର

October 7, 2026

ମୁଖ୍ୟମନ୍ତ୍ରୀ ବଡ଼ ନିଷ୍ପତ୍ତି: ବିଏମସି ଅଞ୍ଚଳରେ ପୂଜା ଆୟୋଜନ ପାଇଁ ଗ୍ରାଉଣ୍ଡ ରେଣ୍ଟ ଛାଡ଼

October 7, 2026

ଏସ୍‌ଇବିସିଙ୍କ ପାଇଁ କମିଶନ ଗଠନ

October 7, 2026
Latest News

ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ବିରୋଧରେ ଏଫଆଇଆର ରୁଜୁ: ଜାଣନ୍ତୁ ଅଭିଯୋଗ

October 8, 2026

ରାଷ୍ଟ୍ରପତିଙ୍କ ଶୁଭେଚ୍ଛା ଓ ଉଦାର ଶବ୍ଦ ପାଇଁ ପ୍ରଧାନମନ୍ତ୍ରୀଙ୍କ କୃତଜ୍ଞତା ପ୍ରକାଶ

October 8, 2026

ଆମେରିକା ଯାହା କରିପାରିନାହିଁ, ଭାରତ ଦ୍ଵାରା ହେଲା ସମ୍ଭବ!: ରୁଷ ଏବଂ ୟୁକ୍ରେନର ସବୁଜ ସଙ୍କେତ

October 8, 2026

MMDR ବିଲ୍‌କୁ ନେଇ ତେଜ ହେଲା ଲଢ଼େଇ: ୪ ଦଫା ଦାବିରେ ଓଡ଼ିଶା ବନ୍ଦ

October 8, 2026

UPI MDR ନିୟମରେ ବଡ଼ ପରିବର୍ତ୍ତନ: ଜାନୁଆରୀ ୧, ୨୦୨୭ରୁ ଲାଗୁ ହୋଇପାରେ ନୂଆ ଫ୍ରେମୱାର୍କ

October 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.