Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ନୂଆଦିଲ୍ଲୀ ଗସ୍ତରୁ ଫେରିଲେ ମୁଖ୍ୟମନ୍ତ୍ରୀ, କ୍ଲିନ୍ ଏନର୍ଜି ଉତ୍ପାଦନ ଦିଗରେ ଓଡ଼ିଶା ଅଗ୍ରସର
ବିଶେଷ ଖବର

ନୂଆଦିଲ୍ଲୀ ଗସ୍ତରୁ ଫେରିଲେ ମୁଖ୍ୟମନ୍ତ୍ରୀ, କ୍ଲିନ୍ ଏନର୍ଜି ଉତ୍ପାଦନ ଦିଗରେ ଓଡ଼ିଶା ଅଗ୍ରସର

September 20, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
The Chief Minister is addressing a press conference after returning from Delhi.
The Chief Minister is addressing a press conference after returning from Delhi.

ଭୁବନେଶ୍ୱର : ଦୁଇ ଦିନିଆ ଗସ୍ତ ସାରି ଓଡ଼ିଶା ଫେରିଛନ୍ତି ମୁଖ୍ୟମନ୍ତ୍ର ମୋହନ ଚରଣ ମାଝୀ। ସେଠାରେ ହୋଇଥିବା ଆଲୋଚନା ଅନୁସାରେ କୃଷି କ୍ଷେତ୍ରର ବିକାଶ ଦିଗରେ ଏଗ୍ରୀକଲ୍‌ଚର ଲଜିଷ୍ଟିକ୍‌, କୋଲ୍‌ଡ ଚେନ୍‌, ଓୟାର ହାଉସିଙ୍ଗ୍ ପାଇଁ ଅର୍ଥର ବ୍ୟାପକ ଆବଶ୍ୟକତାକୁ ଦୃଷ୍ଟିରେ ରଖି କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ କାର୍ଯ୍ୟ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ଲିନ୍ ଏନର୍ଜି ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରୁଛନ୍ତି। କ୍ଲିନ୍ ଏନର୍ଜି ଉପରେ ଫୋକସ୍ ରଖି ରାଜ୍ୟରେ ଶକ୍ତି ଭିତ୍ତିଭୂମି କ୍ଷେତ୍ରରେ ଭାୟାବିଲିଟି ଗ୍ୟାପ୍ ଫଣ୍ଡିଙ୍ଗ୍ ଏବଂ ମଲ୍‌ଟି ଲେଟରାଲ୍ ପାର୍ଟନରସିପ୍ ଉପରେ ଗୁରୁତ୍ୱ ଦେଇଛନ୍ତି। ଓଡ଼ିଶା ମଧ୍ୟ ପାରମ୍ପରିକ ଶକ୍ତି ଉତ୍ପାଦନରୁ କ୍ଲିନ୍ ଏନର୍ଜି ଉତ୍ପାଦନ ଦିଗରେ ଅଗ୍ରସର ହେଉଛି। ଶନିବାର ସେମିକନ୍ ଇଣ୍ଡିଆ ୨୦୨୬ ସମ୍ମିଳନୀରେ ଯୋଗଦେବା ସହ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବିକଶିତ ଭାରତର ଲକ୍ଷ୍ୟ ପୂରଣ ପାଇଁ ଆୟୋଜିତ ରାଜ୍ୟ ଅର୍ଥମନ୍ତ୍ରୀମାନଙ୍କ ସମ୍ମିଳନୀରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶା ଫେରି ଏହା ପ୍ରକାଶ କରିଛନ୍ତି।

ଭୁବନେଶ୍ୱର ବିମାନବନ୍ଦର ଠାରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି ଯେ, ସେମିକନ ଇଣ୍ଡିଆ ୨୦୨୬ ସମ୍ମିଳନୀ ସମ୍ମିଳନୀରେ ଓଡ଼ିଶାର ସେମିକଣ୍ଡକ୍ଟର ଓ ଆଡ୍‌ଭାନ୍ସ ଟେକ୍ନୋଲୋଜି କ୍ଷେତ୍ରକୁ ଅଭୂତପୂର୍ବ ସଫଳତା ମିଳିଛି । ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତ ସଂକଳ୍ପକୁ ସାକାର କରିବା ଦିଗରେ ପୂର୍ବ ଭାରତରେ ସେମିକଣ୍ଡକ୍ଟର ଓ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ନେତୃତ୍ୱ ନେବାକୁ ଓଡ଼ିଶା ସମ୍ପୂର୍ଣ୍ଣ ପ୍ରସ୍ତୁତ। ରାଜ୍ୟରେ ସେମିକଣ୍ଡକ୍ଟର ଶିଳ୍ପ ପ୍ରତିଷ୍ଠାକୁ ପ୍ରୋତ୍ସାହିତ କରିବା ପାଇଁ ସେମିକଣ୍ଡକ୍ଟର ତୃତୀୟ ଆମେଣ୍ଡମେଣ୍ଟକୁ ମଞ୍ଜୁରୀ ଦିଆଯାଇଛି। ରାଜ୍ୟରେ ଏକ ସ୍ୱତନ୍ତ୍ର ସେମିକଣ୍ଡକ୍ଟର ମାନୁଫାକ୍ଚରିଙ୍ଗ୍ ହବ୍ ସୃଷ୍ଟି କରିବା ପାଇଁ କଟକର ନରାଜ ଠାରେ ୮୭୦ ଏକର ପରିମିତ ଅଞ୍ଚଳରେ ଏକ ବିଶ୍ୱସ୍ତରୀୟ ଓଡ଼ିଶା ସିଲିକନ ଭ୍ୟାଲି ପ୍ରତିଷ୍ଠା କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ରାଜ୍ୟରେ ଗବେଷଣାର ଅଭିବୃଦ୍ଧି ପାଇଁ ଓ ଗବେଷଣା ଉପଲବ୍ଧ ଜ୍ଞାନକୁ ବାଣିଜ୍ୟିକ କାର୍ଯ୍ୟରେ ଲଗେଇବା ପାଇଁ ଆଇଆଇଟି ଭୁବନେଶ୍ୱର ସହଭାଗିତାରେ ୪୫୨ କୋଟି ଟଙ୍କାର ଏନଆଇସିଡି ହବ୍ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏଥିରେ ଓଡ଼ିଶା ସରକାରଙ୍କ ୧୨୫ କୋଟି ଟଙ୍କାର ଯୋଗଦାନ ରହିଛି। ଏହା ଦ୍ୱାରା ରାଜ୍ୟର ମେଧାବୀ ଉଚ୍ଚଶିକ୍ଷିତ ଯୁବପିଢି ବିଦେଶ ନ ଯାଇ ନିଜ ରାଜ୍ୟରେ ହିଁ ସମ୍ମାନଜନକ ନିଯୁକ୍ତି ପାଇପାରିବେ। ସେମିକନ ଇଣ୍ଡିଆ ୨୦୨୬ରେ ଓଡ଼ିଶା ପ୍ରାୟ ୨୩,୬୦୦ କୋଟି ଟଙ୍କାର ନିବେଶ ପ୍ରସ୍ତାବ ପାଇଛି। ଏହା ମାଧ୍ୟମରେ ୬ ହଜାରରୁ ଅଧିକ ନୂତନ ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି ହେବ। ଏଥି ସହିତ ସମ୍ମିଳନୀରେ ସିଲିକନ୍ କାର୍ବାଇଡ୍ ସବଷ୍ଟ୍ରେଟ୍ ୱେଫର ପ୍ରସ୍ତୁତି ପାଇଁ ଏମଓୟୁ ସ୍ୱାକ୍ଷରିତ ହୋଇଛି। ଏହି ଇଭେଣ୍ଟରେ ୧୮ଟି କମ୍ପାନୀ ସହିତ ୱାନ୍ ଟୁ ୱାନ୍ ଆଲୋଚନା, ୫ଟି କମ୍ପାନୀ ସହିତ ରାଉଣ୍ଡଟେବୁଲ ବୈଠକ ହେବା ସହିତ ୩ଟି କମ୍ପାନୀ ଓଡ଼ିଶା ସହିତ ଲେଟର ଅଫ୍ ଇଣ୍ଟେଣ୍ଟ ବା ଆଗ୍ରହ ପତ୍ର ସ୍ୱାକ୍ଷର କରିଛନ୍ତି। ସମ୍ମିଳନୀରେ ଜାପାନ, ସ୍ୱିଡେନ, ତାଇୱାନ୍‌ର ପ୍ରତିନିଧି ଦଳ ଏବଂ ଲ୍ୟାମ୍ ରିସର୍ଚ୍ଚ, ଆପ୍ଲାଏଡ୍ ମେଟେରିଆଲ୍ସ, ସିକ୍‌ସେମ୍‌, ଥ୍ରୀ-ଡି ଗ୍ଲାସ୍ ସଲ୍ୟୁସନ୍‌, ଇଣ୍ଟେଲ୍ ଭଳି ପ୍ରମୁଖ ବିଶ୍ୱସ୍ତରୀୟ ଟେକ୍ନୋଲୋଜି ଭଳି କମ୍ପାନୀ ଗୁଡିକ ସହିତ ମଧ୍ୟ ସଫଳ ଆଲୋଚନା ହୋଇଛି ଏବଂ ଏହା ମାଧ୍ୟମରେ ଆଗାମୀ ଦିନରେ ଅଧିକ ପୁଞ୍ଜି ନିବେଶ ଆସିବ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।

ଦିଲ୍ଲୀ ଗସ୍ତ ମୁଖ୍ୟମନ୍ତ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

ଜୀ ସାର୍ଥକ ‘ଦେଖନ୍ତୁ ଲଗାତାର ଜିତନ୍ତୁ କାର’ ମେଗା କଣ୍ଟେଷ୍ଟର ମେଗା ବିଜେତା ହେଲେ “ମମତା ଦାସ”

September 20, 2026

ସୋଆ ଦନ୍ତ ଚିକିତ୍ସା ଛାତ୍ରୀଙ୍କୁ ସମ୍ମାନଜନକ ଆଇସିଏମ୍‌ଆର୍ ଏମ୍‌ଡିଏସ୍ ଥେସିସ୍ ଗ୍ରାଂଟ

September 20, 2026

କୋଟି କୋଟି LPG ଗ୍ରାହକଙ୍କ ପାଇଁ ବଡ଼ ଖବର: ଅକ୍ଟୋବର 1 ରୁ ପରିବର୍ତ୍ତନ ହେବ  ଏହି ନିୟମ 

September 20, 2026

ଜିଓ ହୋମ୍ ବ୍ରଡ଼ବ୍ୟାଣ୍ଡରେ ଏକ ବର୍ଷ ପାଇଁ ମାଗଣା ଆମାଜନ ପ୍ରାଇମ ଲାଇଟ

September 20, 2026
Latest News

ନୂଆଦିଲ୍ଲୀ ଗସ୍ତରୁ ଫେରିଲେ ମୁଖ୍ୟମନ୍ତ୍ରୀ, କ୍ଲିନ୍ ଏନର୍ଜି ଉତ୍ପାଦନ ଦିଗରେ ଓଡ଼ିଶା ଅଗ୍ରସର

September 20, 2026

Car Overloading Rules: କାରରେ ଓଭରଲୋଡିଂ ପଡ଼ିପାରେ ମହଙ୍ଗା: ଜରିମାନା ସହ ଜୀବନ ପ୍ରତି ବିପଦ

September 20, 2026

ଜୀ ସାର୍ଥକ ‘ଦେଖନ୍ତୁ ଲଗାତାର ଜିତନ୍ତୁ କାର’ ମେଗା କଣ୍ଟେଷ୍ଟର ମେଗା ବିଜେତା ହେଲେ “ମମତା ଦାସ”

September 20, 2026

ଡିଜିଟାଲ୍ ପେମେଣ୍ଟ ବନାମ MDR: ବ୍ୟବସାୟୀଙ୍କ ଅସନ୍ତୋଷ, ରାଜନୀତି ସରଗରମ

September 20, 2026

ସୋଆ ଦନ୍ତ ଚିକିତ୍ସା ଛାତ୍ରୀଙ୍କୁ ସମ୍ମାନଜନକ ଆଇସିଏମ୍‌ଆର୍ ଏମ୍‌ଡିଏସ୍ ଥେସିସ୍ ଗ୍ରାଂଟ

September 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.