Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଗିରଫ ପୂର୍ବରୁ କାରଣ ଜଣାଇବା ବାଧ୍ୟତାମୂଳକ: ସୁପ୍ରିମକୋର୍ଟ
ବିଶେଷ ଖବର

ଗିରଫ ପୂର୍ବରୁ କାରଣ ଜଣାଇବା ବାଧ୍ୟତାମୂଳକ: ସୁପ୍ରିମକୋର୍ଟ

September 22, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ରାହୁଲ ଗାନ୍ଧୀଙ୍କୁ ଭର୍ତ୍ସନା, କେନ୍ଦ୍ର ଏବଂ ପୋଲିସକୁ ନୋଟିସ: ଏସଆଇଆର ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଶୁଣାଣି

ନୂଆଦିଲ୍ଲୀ: ଗିରଫଦାରୀ ପ୍ରକ୍ରିୟାକୁ ନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଆଦେଶ ଦେଇଛନ୍ତି। ଏଣିକି କୌଣସି ବ୍ୟକ୍ତିଙ୍କୁ ଗିରଫ କରିବା ପୂର୍ବରୁ ପୁଲିସ୍‌ ତାଙ୍କୁ ଗିରଫଦାରୀର ସ୍ପଷ୍ଟ କାରଣ ଲିଖିତ ଆକାରରେ ଜଣାଇବ। ନଚେତ୍‌ ଏହି କାର୍ଯ୍ୟାନୁଷ୍ଠାନକୁ ସମ୍ପୂର୍ଣ୍ଣ ବେଆଇନ ଓ ଅସାମ୍ବିଧାନିକ ବିବେଚନା କରାଯିବ।

ଜଷ୍ଟିସ୍ ଉଜ୍ଜ୍ୱଳ ଭୂୟାଁ ଓ ଜଷ୍ଟିସ୍ ଅତୁଲ ଚନ୍ଦୁରକରଙ୍କୁ ନେଇ ଗଠିତ ଖଣ୍ଡପୀଠ ଶିରୋମଣି ଅକାଳୀ ଦଳର ନେତା ଜସକରଣଜିତ ସିଂହଙ୍କ ଏକ ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି। ସମ୍ବିଧାନର ଅନୁଚ୍ଛେଦ ୨୨(୧) ଅନୁଯାୟୀ, ଗିରଫଦାରୀର କାରଣ ସରଳ ଭାଷାରେ ଲିଖିତ ଭାବେ ଦେବା ଅଭିଯୁକ୍ତଙ୍କର ମୌଳିକ ଅଧିକାର। ଅଭିଯୁକ୍ତ ଚାହିଁଲେ ଏହାର ଏକ ନକଲ ତାଙ୍କୁ ତୁରନ୍ତ ଯୋଗାଇ ଦିଆଯିବ।  ବେଆଇନ ଗିରଫଦାରୀ ପରେ ମୁକ୍ତ ହୋଇଥିବା ଅଭିଯୁକ୍ତଙ୍କୁ ପୁଲିସ୍‌ ସିଧାସଳଖ ପୁନର୍ବାର ଗିରଫ କରିପାରିବ ନାହିଁ। ଏଥିପାଇଁ ମାଜିଷ୍ଟ୍ରେଟ୍‌ଙ୍କ ପୂର୍ବ ଅନୁମତି ଏବଂ ବରିଷ୍ଠ ଅଧିକାରୀଙ୍କ ସହମତି ନେବାକୁ ପଡ଼ିବ। ନିୟମ ଉଲ୍ଲଂଘନ କରିଥିବା ପୁଲିସ୍ ଅଧିକାରୀଙ୍କ ବିରୋଧରେ ବିଭାଗୀୟ ତଦନ୍ତ ହେବ ଏବଂ ମାମଲାର ତଦନ୍ତ ଭାର ଅନ୍ୟ ଜଣେ ଅଧିକାରୀଙ୍କୁ ହସ୍ତାନ୍ତର କରାଯିବ।

ସୂଚନା ଥାଉ କି,  ଅକାଳୀ ଦଳ ନେତା ଜସକରଣଜିତ ସିଂହଙ୍କ ବିରୋଧରେ ନାବାଳିକା ଯୌନ ନିର୍ଯାତନା ଭଳି ସଂଗୀନ ଅଭିଯୋଗ ଥିଲା। ମାତ୍ର ଗିରଫ ସମୟରେ ପୁଲିସ୍‌ ତାଙ୍କୁ କୌଣସି ଲିଖିତ କାରଣ ଦେଇ ନଥିଲା। ପଞ୍ଜାବ ଓ ହରିଆଣା ହାଇକୋର୍ଟ ସ୍ଥାନୀୟ କୋର୍ଟଙ୍କ ଜସକରଣଜିତଙ୍କୁ ମୁକ୍ତ କରିବା ଆଦେଶ ଉପରେ ରୋକ୍ ଲଗାଇବା ପରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ନିୟମ ଅବମାନନା କାରଣରୁ ସୁପ୍ରିମକୋର୍ଟ ତାଙ୍କ ଗିରଫଦାରୀକୁ ବେଆଇନ ଘୋଷଣା କରିଛନ୍ତି।

ଗିରଫଦାରୀ ବାଧ୍ୟତାମୂଳକ ସୁପ୍ରିମକୋର୍ଟ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶାରୁ ବିଦାୟ ନେଲେ ବିଦାୟୀ ରାଜ୍ୟପାଳ

October 16, 2026

ପ୍ରେମୀ ଯୁଗଳଙ୍କୁ ଫାଶୀଦଣ୍ଡ

October 16, 2026

ସ୍ୱର୍ଣ୍ଣ ପଦକ ବିଜୟୀ ଭାରତୀୟ ହକି ଦଳକୁ ଭବ୍ୟ ସମ୍ବର୍ଦ୍ଧନା

October 16, 2026

ପିଏମ୍-ସେତୁ: ଓଡ଼ିଶାର ୫ ଆଇଟିଆଇ ପାଇଁ ୨୪୦ କୋଟି ମଞ୍ଜୁର

October 16, 2026
Latest News

ଓଡ଼ିଶାରୁ ବିଦାୟ ନେଲେ ବିଦାୟୀ ରାଜ୍ୟପାଳ

October 16, 2026

ପ୍ରେମୀ ଯୁଗଳଙ୍କୁ ଫାଶୀଦଣ୍ଡ

October 16, 2026

ସ୍ୱର୍ଣ୍ଣ ପଦକ ବିଜୟୀ ଭାରତୀୟ ହକି ଦଳକୁ ଭବ୍ୟ ସମ୍ବର୍ଦ୍ଧନା

October 16, 2026

ଛାତ୍ର ସଂସଦ ନିର୍ବାଚନରେ ବିଜୟୀ ପ୍ରାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

October 16, 2026

୮ ବର୍ଷ ପରେ ଓଡ଼ିଶାରେ ହୋଇଛି ଏବିଭିପିର ବିପୁଳ ବିଜୟ: ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ ତ୍ରିପାଠୀ

October 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.