Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବଦଳିବ ଶ୍ରୀକ୍ଷେତ୍ରର ଚେହେରା: ବିଭିନ୍ନ ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
ବିଶେଷ ଖବର

ବଦଳିବ ଶ୍ରୀକ୍ଷେତ୍ରର ଚେହେରା: ବିଭିନ୍ନ ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

October 12, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Puri District to Undergo Major Transformation: CM Majhi Reviews Key Development Projects
Puri District to Undergo Major Transformation: CM Majhi Reviews Key Development Projects

ଭୁବନେଶ୍ୱର: ଲୋକସେବା ଭବନଠାରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ପୁରୀ ଜିଲ୍ଲାର ବିଭିନ୍ନ ବିକାଶମୂଳକ ଓ ଭିତ୍ତିଭୂମି ପ୍ରକଳ୍ପର ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି।

ମୁଖ୍ୟ ନିଷ୍ପତ୍ତି:

୧. ବଦଳିବ ଶ୍ରୀକ୍ଷେତ୍ରର ଚେହେରା: ଅଠରନଳା ନିକଟରେ ଆଇକନିକ୍ ହେରିଟେଜ୍ ବ୍ରିଜ୍ ପୁନଃନିର୍ମାଣ, ପୁରୀ ବେଳାଭୂମି ସୌନ୍ଦର୍ଯ୍ୟକରଣ, ସନ୍ଧ୍ୟା ଆଳତି, ମହାପ୍ରଭୁଙ୍କ ସାଗର ବିଜେ ନୀତିର ସୁପରିଚାଳନା, ସ୍ୱର୍ଗଦ୍ୱାରର ଉନ୍ନତିକରଣ ଓ ଅନ୍ନପୂର୍ଣ୍ଣା ଥିଏଟରର ପୁନଃବିକାଶର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ।

୨. ବିମାନବନ୍ଦର ଓ ପାଠାଗାର: ଶ୍ରୀ ଜଗନ୍ନାଥ ଆନ୍ତର୍ଜାତୀୟ ବିମାନବନ୍ଦର, ରଘୁନନ୍ଦନ ପାଠାଗାରର ପୁନଃନିର୍ମାଣ ଏବଂ ଶ୍ରୀ ଜଗନ୍ନାଥ ଇଣ୍ଟରପ୍ରିଟେସନ୍ ସେଣ୍ଟର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ।

୩. ମନ୍ଦିର ଓ ମଠ ସୌନ୍ଦର୍ଯ୍ୟକରଣ: ଶ୍ରୀ ଗୁଣ୍ଡିଚା ମନ୍ଦିରର ସର୍ବାଙ୍ଗୀନ ବିକାଶ ଓ ମହାପ୍ରସାଦ ପାଇଁ ନୂତନ ରୋଷଶାଳା ନିର୍ମାଣ, ସାକ୍ଷୀଗୋପାଳ ଗୋପାଳଜୀଉ ମନ୍ଦିର, ଅତିବଡ଼ୀ ଜଗନ୍ନାଥ ଦାସଙ୍କ ସାତଲହରୀ ମଠ, କାକଟପୁର ମା’ ମଙ୍ଗଳା ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ରାସ୍ତା ସଂଯୋଗୀକରଣ।

୪. ଶିକ୍ଷା ଓ ପର୍ଯ୍ୟଟନ: ସତ୍ୟବାଦୀ ବନବିଦ୍ୟାଳୟକୁ ପୁରାତନ ଗୁରୁକୁଳ ପଦ୍ଧତିରେ ପୁନରୁଦ୍ଧାର, ବକୁଳ ବନର ପୁନରୁଦ୍ଧାର ଓ ନୂତନ ପ୍ରମୋଦ ଉଦ୍ୟାନ ନିର୍ମାଣ ନେଇ ଆଲୋଚନା।

୫. ଥଇଥାନ ଓ ଯୋଗାଯୋଗ: ବଡ଼ଦାଣ୍ଡରୁ ହଟାଯାଇଥିବା ଉଠା ଦୋକାନୀଙ୍କୁ ଶ୍ରୀ ସେତୁ ନିକଟରେ ତୁରନ୍ତ ଥଇଥାନ, ପୁରୀ-ବ୍ରହ୍ମଗିରି, ପୁରୀ-କୋଣାର୍କ ଓ ପୁରୀ-ଭୁବନେଶ୍ୱର ରାସ୍ତା ପ୍ରଶସ୍ତିକରଣ। ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ, ବ୍ଲୁ ଫ୍ଲାଗ୍ ବିଚ୍, ଅସ୍ତରଙ୍ଗ ବନ୍ଦର ଓ କୋଣାର୍କ ପ୍ରକଳ୍ପର ସମୀକ୍ଷା।

ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ, “ପୁରୀ କେବଳ ଏକ ଜିଲ୍ଲା ନୁହେଁ, ଏହା ଓଡ଼ିଶାର ଅସ୍ମିତା ଓ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଆସ୍ଥାର କେନ୍ଦ୍ର। ସ୍ଥାନୀୟ ସେବାୟତ ଓ ନାଗରିକଙ୍କ ଆବଶ୍ୟକତାକୁ ସୁରକ୍ଷିତ ରଖି ସମସ୍ତ ପ୍ରକଳ୍ପକୁ ବିଶ୍ୱସ୍ତରୀୟ କରାଯିବ। ପ୍ରତ୍ୟେକ ବିକାଶ କାର୍ଯ୍ୟରେ ସ୍ଥାନୀୟ ଲୋକଙ୍କୁ ପ୍ରାଥମିକତା ମିଳିବ।”ପ୍ରକଳ୍ପ କାର୍ଯ୍ୟକାରିତାରେ କୌଣସି ଅବହେଳା, ବିଳମ୍ବ ବା ଅନିୟମିତତାକୁ ସହ୍ୟ କରାଯିବ ନାହିଁ।

ସମସ୍ତ କାର୍ଯ୍ୟ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବାକୁ ଜିଲ୍ଲାପାଳ ଓ ଏସ୍.ପି.ଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ କ୍ଷେତ୍ରସ୍ତରରେ ତଦାରଖ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଉନ୍ନୟନ କମିଶନର ଡି.କେ. ସିଂହ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶାଶ୍ୱତ ମିଶ୍ର, ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଓ ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂ ପ୍ରମୁଖ ଉପସ୍ଥିତ ରହି ପ୍ରକଳ୍ପର ଅଗ୍ରଗତି ବିଷୟରେ ଅବଗତ କରାଇଥିଲେ।

HeritageBridge MohanCharanMajhi OdishaDevelopment odishagovt PuriAirport PuriBeach PuriDevelopment PuriTransformation Srikhetra #JagannathDham ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନ
Share. Facebook Twitter LinkedIn Email WhatsApp Copy Link

Related Posts

ସୋଆ ପ୍ରତିଷ୍ଠାତା ସଭାପତିଙ୍କ ଦ୍ୱାରା ସ୍ଥାୟୀ ମତ୍ସ୍ୟ ଖାଦ୍ୟ ପ୍ରସ୍ତୁତି ସଂପର୍କିତ ପୁସ୍ତକ ଉନ୍ମୋଚିତ

October 13, 2026

ବ୍ରଜମୋହନ ରାମ ହେଲେ ଓଡ଼ିଶା ରାଜ୍ୟପାଳ

October 12, 2026

ପ୍ରେମ ପରେ ପ୍ରତାରଣା ଅଭିଯୋଗ : ବଳାତ୍କାର ଅଭିଯୋଗରେ ଜେଲ୍ ଗଲା ଅଭିଯୁକ୍ତ

October 12, 2026

ମା’ ଦୁର୍ଗାଙ୍କ ଆଗମନକୁ ନେଇ ଝଲସୁଛି ରେଶମ ସହର ବ୍ରହ୍ମପୁର

October 12, 2026
Latest News

ସୋଆ ପ୍ରତିଷ୍ଠାତା ସଭାପତିଙ୍କ ଦ୍ୱାରା ସ୍ଥାୟୀ ମତ୍ସ୍ୟ ଖାଦ୍ୟ ପ୍ରସ୍ତୁତି ସଂପର୍କିତ ପୁସ୍ତକ ଉନ୍ମୋଚିତ

October 13, 2026

ଆଜି ୧୩ ଅକ୍ଟୋବରରେ ଏହି ପାଞ୍ଚଟି ରାଶିର ଭାଗ୍ୟ ଖୋଲିଲା

October 13, 2026

ବ୍ରଜମୋହନ ରାମ ହେଲେ ଓଡ଼ିଶା ରାଜ୍ୟପାଳ

October 12, 2026

ପୁଞ୍ଚରେ ଅନୁପ୍ରବେଶ ବେଳେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ୪ ଆତଙ୍କବାଦୀ ନିହତ

October 12, 2026

ସେନା ପାଇଁ ‘ଭାରତ ରାଇସ’ର ଶୁଭାରମ୍ଭ: ଲଜିଷ୍ଟିକ୍ସ ବ୍ୟବସ୍ଥାକୁ ମଜବୁତ କରିବାକୁ FCI ସହ ଚୁକ୍ତି

October 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.