Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମା’ ଦୁର୍ଗାଙ୍କ ଆଗମନକୁ ନେଇ ଝଲସୁଛି ରେଶମ ସହର ବ୍ରହ୍ମପୁର
ବିଶେଷ ଖବର

ମା’ ଦୁର୍ଗାଙ୍କ ଆଗମନକୁ ନେଇ ଝଲସୁଛି ରେଶମ ସହର ବ୍ରହ୍ମପୁର

October 12, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
The 'Silk City' of Berhampur is dazzling in anticipation of Goddess Durga's arrival.
The 'Silk City' of Berhampur is dazzling in anticipation of Goddess Durga's arrival.

ବ୍ରହ୍ମପୁର: ମହାବିଷୁବ ସଂକ୍ରାନ୍ତି ଠାରୁ ଆରମ୍ଭ କରି ମା’ ଦୁର୍ଗତିନାଶିନୀଙ୍କ ଆଗମନକୁ ଅପେକ୍ଷା କରି ରହିଥିବା ସମଗ୍ର ରେଶମ ସହର ବ୍ରହ୍ମପୁର ଏବେ ଚଳଚଞ୍ଚଳ ହୋଇଉଠିଛି। ଚାରିଆଡ଼େ ପାର୍ବଣର ମାହୋଲ ସୃଷ୍ଟି ହୋଇଥିବାବେଳେ ମା’ଙ୍କ ଆବାହନ ପାଇଁ ସହରର ବିଭିନ୍ନ ପୂଜାମଣ୍ଡପରେ ମୂର୍ତ୍ତି ନିର୍ମାଣ, ମେଢ଼ ସଜ୍ଜା, ଆକର୍ଷଣୀୟ ତୋରଣ ନିର୍ମାଣ ଏବଂ ରଙ୍ଗବେରଙ୍ଗୀ ଆଲୋକସଜ୍ଜା କାର୍ଯ୍ୟ ଜୋରସୋରରେ ଚାଲିଛି। ପୂଜାକୁ ଅଧିକ ଆକର୍ଷଣୀୟ ଏବଂ ସ୍ମରଣୀୟ କରିବା ପାଇଁ ବିଭିନ୍ନ ପୂଜା କମିଟି ପକ୍ଷରୁ ପ୍ରସ୍ତୁତିକୁ ଶେଷ ପର୍ଯ୍ୟାୟରେ ପହଞ୍ଚାଯାଇଛି।

ସହରର ହିଲ୍‌ପାଟ୍‌ଣା, ବିଜିପୁର, ପୁରୁଣା ବସଷ୍ଟାଣ୍ଡ, କମଳାପୁଳୀ, କୋର୍ଟପେଟା, ଗିରିଜା ଛକ, ଆଇ.ଜି.ଆର୍.ଟି., ଅଯୋଧ୍ୟା ନଗର, ସୁବାଷ ରାଉତ ଛକ, ଆଙ୍କୁଲି, ଲାଞ୍ଜିପୁଳୀ, ଗୋଷାଣୀନୂଆଗାଁ, ନେହେରୁ ନଗର, ସିଦ୍ଧାର୍ଥ ନଗର, ଗୋପାଳପୁର ଛକ, ହନୁମାନ ବଜାର, ଗିରି ମାର୍କେଟ୍ ଛକ, ଗାନ୍ଧୀ ନଗର ଛକ ଏବଂ ହରିଡ଼ାଖଣ୍ଡି ଛକ ଆଦି ବିଭିନ୍ନ ଅଞ୍ଚଳରେ ଦୁର୍ଗାପୂଜା ପ୍ରସ୍ତୁତି ବେଶ ଜୋରଦାର ହୋଇଛି। ମା’ଙ୍କ ମୃଣ୍ମୟୀ ପ୍ରତିମାକୁ ଅଧିକ ମନୋରମ ରୂପ ଦେବା ପାଇଁ ବିଭିନ୍ନ ସ୍ଥାନରୁ ନିପୁଣ କାରିଗରମାନେ ସହରକୁ ଆସିଛନ୍ତି। ଭିନ୍ନ ଭିନ୍ନ ଥିମ୍ ଏବଂ ନୂତନ ସାଜସଜ୍ଜା ମାଧ୍ୟମରେ ପୂଜାମଣ୍ଡପଗୁଡ଼ିକୁ ଏକ ନିଆରା ରୂପ ଦେବାକୁ ଆୟୋଜକମାନେ କ୍ରମାଗତ ଉଦ୍ୟମ ଜାରି ରଖିଛନ୍ତି।

ଏହି କ୍ରମରେ ହିଲ୍‌ପାଟ୍‌ଣା ଅଞ୍ଚଳରେ ଚଳିତ ବର୍ଷ ଷାଠିଏ ତମ ବର୍ଷ ପାଇଁ ମା’ ଦୁର୍ଗାଙ୍କ ନବରାତ୍ରୀ ପୂଜା ଆୟୋଜନ କରାଯାଇଛି। କମିଟିର ସଭାପତି ବିନୋଦ କୁମାର ପଣ୍ଡା, ଉପସଭାପତି ବାପିନା ଦଳେଇ, ସମ୍ପାଦକ ସନ୍ତୋଷ କୁମାର ପାତ୍ର, କୋଷାଧ୍ୟକ୍ଷ ସନ୍ତୋଷ କୁମାର ପଣ୍ଡା ଏବଂ ଅବନୀ କୁମାର ପାତ୍ରଙ୍କ ସମେତ ଅନ୍ୟ କାର୍ଯ୍ୟକର୍ତ୍ତାମାନେ ପୂଜାର ସମସ୍ତ ଆୟୋଜନକୁ ସୁଚାରୁ ରୂପେ ସମ୍ପନ୍ନ କରିବା ପାଇଁ ଅକ୍ଳାନ୍ତ ପରିଶ୍ରମ ଜାରି ରଖିଛନ୍ତି। ପୂଜାର ଶୁଭାରମ୍ଭ ଅବସରରେ ଅଞ୍ଚଳର ଜଣାଶୁଣା ସମାଜସେବୀ ସନ୍ତୋଷ କୁମାର ପଣ୍ଡାଙ୍କ ନେତୃତ୍ୱରେ ନିକଟସ୍ଥ ବିଜିପୁରର ମା’ ସନ୍ତୋଷୀ ମନ୍ଦିର ନିକଟସ୍ଥ ବାହାରୁ ପବିତ୍ର ଜଳ ଅଣାଯାଇ କଳସ ସ୍ଥାପନ କରାଯାଇଥିଲା। ଏହାପରେ ସମସ୍ତ ପାରମ୍ପରିକ ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା ଆରମ୍ଭ ହୋଇଥିବାବେଳେ ଏହି ଧାର୍ମିକ ଆୟୋଜନରେ ଅଞ୍ଚଳର ଶତାଧିକ ଶ୍ରଦ୍ଧାଳୁ ସାମିଲ ହୋଇ ମା’ଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି।

ନବରାତ୍ରୀ ପୂଜା ବ୍ରହ୍ମପୁର
Share. Facebook Twitter LinkedIn Email WhatsApp Copy Link

Related Posts

ସାମ୍ବାଦିକ ସୁଧାଂଶୁ ରାଉତ ଗିରଫ

October 12, 2026

ବଦଳିବ ଶ୍ରୀକ୍ଷେତ୍ରର ଚେହେରା: ବିଭିନ୍ନ ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

October 12, 2026

ଓଡ଼ିଶାର ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀକୁ ନେଇ ୧୦ଟି ସ୍ଥାୟୀ ଚିତ୍ରଯୁକ୍ତ ଡାକ ମୋହର ଉନ୍ମୋଚିତ

October 12, 2026

ବୋଲଗଡ଼ରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର: ୬୮ ଅଭିଯୋଗ ମଧ୍ୟରୁ ୭ଟିର ତତ୍କାଳ ସମାଧାନ

October 12, 2026
Latest News

ମା’ ଦୁର୍ଗାଙ୍କ ଆଗମନକୁ ନେଇ ଝଲସୁଛି ରେଶମ ସହର ବ୍ରହ୍ମପୁର

October 12, 2026

“ଭଣ୍ଡାମୀର ବି ଏକ ସୀମା ଅଛି”: ରାହୁଲଙ୍କ ଶିବ ତାଣ୍ଡବ ବୟାନ ଉପରେ ହିମନ୍ତଙ୍କ ପାଲଟା ଜବାବ

October 12, 2026

ସାମ୍ବାଦିକ ସୁଧାଂଶୁ ରାଉତ ଗିରଫ

October 12, 2026

ବଦଳିବ ଶ୍ରୀକ୍ଷେତ୍ରର ଚେହେରା: ବିଭିନ୍ନ ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

October 12, 2026

ଓଡ଼ିଶାର ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀକୁ ନେଇ ୧୦ଟି ସ୍ଥାୟୀ ଚିତ୍ରଯୁକ୍ତ ଡାକ ମୋହର ଉନ୍ମୋଚିତ

October 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.