Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ନବମ, ଦଶମ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ପୁସ୍ତକ
ବିଶେଷ ଖବର

ନବମ, ଦଶମ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ପୁସ୍ତକ

October 13, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
Cabinet approves 16 proposals from 11 departments.
Cabinet approves 16 proposals from 11 departments.

ଭୁବନେଶ୍ୱର: ରାଜ୍ୟର ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ମାଧ୍ୟମିକ ବିଦ୍ୟାଳୟରେ ନବମ ଓ ଦଶମ ଶ୍ରେଣୀରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ଏଣିକି ନିଃଶୁଳ୍କ ପାଠ୍ୟପୁସ୍ତକ ପ୍ରଦାନ କରାଯିବ। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କୁ ଏଥିରୁ ବାଦ୍ ଦିଆଯିବ। ‘ନିଃଶୁଳ୍କ ପାଠ୍ୟପୁସ୍ତକ ଯୋଗାଣ’ଯୋଜନା କାର୍ଯ୍ୟକାରୀ ହୋଇଛି। ୨୮.୭୦ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ। ରାଜ୍ୟ ସରକାର ପାଞ୍ଚ ବର୍ଷରେ ମୋଟ୍ ୨୮୪.୦୭ କୋଟି ଟଙ୍କାର ବ୍ୟୟ କରିବେ। ଏଥିସମ୍ପର୍କିତ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି।

ମଙ୍ଗଳବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୪୮ତମ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏଥିରେ ୧୧ଟି ବିଭାଗର ୧୬ ପ୍ରସ୍ତାବ ଆଲୋଚନା ପୂର୍ବକ ଅନୁମୋଦନ କରାଯାଇଛି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କ୍ୟାବିନେଟ୍ ବୈଠକରେ ନିଆଯାଇଥିବା ଏସବୁ ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ବୈଠକରେ ମତ୍ସ୍ୟ ଓ ପ୍ରାଣୀପାଳନ ବିଭାଗର ୨ଟି, ଶିଳ୍ପ ବିଭାଗର ୧ଟି, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ୧ଟି, ଅର୍ଥ ବିଭାଗର ୧ଟି, ଇଲେକ୍ଟ୍ରୋନିକ ଓ ଆଇଟି ବିଭାଗର ୧ଟି, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ୧ଟି, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ୧ଟି, ଜଳ ସମ୍ପଦ ବିଭାଗର ୩ଟି, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ୩ଟି, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ୧ଟି ଏବଂ ଗୋଟିଏ ପ୍ରସ୍ତାବ ସପ୍ତଦଶ ଓଡ଼ିଶା ବିଧାନସଭାର ସପ୍ତମ ଅଧିବେଶନର ସତ୍ରାବସାନ ସମ୍ପର୍କିତ ପ୍ରସ୍ତାବ ରାଜ୍ୟ କ୍ୟାବିନେଟ୍ ବୈଠକରେ ଅନୁମୋଦନ କରାଯାଇଛି।

ନିଃଶୁଳ୍କ ପାଠ୍ୟପୁସ୍ତକ ଯୋଗାଣ’ଯୋଜନା ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ କହିଛନ୍ତି ଯେ, ଉକ୍ତ ଯୋଜନା ଦ୍ୱାରା ଗୁଣାତ୍ମକ ଶିକ୍ଷାରେ ସମାନ ସୁଯୋଗ ଉପଲବ୍ଧ ହେବ। ଆର୍ôଥକ ଦୁର୍ବଳ ପରିବାରମାନଙ୍କ ଉପରେ ପାଠ୍ୟପୁସ୍ତକ କ୍ରୟଜନିତ ଆର୍ôଥକ ବୋଝ ହ୍ରାସ ପାଇବ। ସରକାରୀ ବିଦ୍ୟାଳୟରେ ନାମଲେଖା ବୃଦ୍ଧି ପାଇବ। ଶିକ୍ଷାଛାଡ଼ ହାର ହ୍ରାସ ସହିତ ପ୍ରାଥମିକରୁ ମାଧ୍ୟମିକ ଶିକ୍ଷାକୁ ଉତ୍ତରଣ ହାର ବୃଦ୍ଧି ପାଇବ। ଯୋଜନାଟି ୨୦୨୫-୨୬ ରୁ ୨୦୨୯-୩୦ ପର୍ଯ୍ୟନ୍ତ ପାଞ୍ଚ ବର୍ଷ ପାଇଁ କାର୍ଯ୍ୟକାରୀ ହେବ। ଆନୁମାନିକ ୨୮.୭୦ ଲକ୍ଷ ହିତାକାରୀଙ୍କୁ ଅନ୍ତର୍ଭୁକ୍ତ ସହିତ ମୋଟ୍ ୨୮୪.୦୭ କୋଟି ଟଙ୍କାର ବ୍ୟୟ ଧାର୍ଯ୍ୟ କରାଯାଇଛି। ଶ୍ରୀମତୀ ଗର୍ଗ କହିଛନ୍ତି ଯେ, କାଗଜ କ୍ରୟ, ପାଠ୍ୟପୁସ୍ତକ ମୁଦ୍ରଣ, ପରିବହନ ଏବଂ ବଣ୍ଟନ କାର୍ଯ୍ୟ ଓଡ଼ିଶା ସାଧାରଣ ଆର୍ôଥକ ନିୟମାବଳୀ ପ୍ରଯୁଜ୍ୟ କ୍ରୟ ନିର୍ଦ୍ଦେଶାବଳୀ ଏବଂ ସରକାରୀ ନିର୍ଦ୍ଦେଶ ଅନୁଯାୟୀ ସ୍ୱଚ୍ଛ, ପ୍ରତିଯୋଗିତାମୂଳକ ଏବଂ ମିତବ୍ୟୟୀ ପ୍ରକ୍ରିୟାରେ କରାଯିବ। ହିତାକାରୀଙ୍କ ତଥ୍ୟର କ୍ଷେତ୍ରସ୍ତରୀୟ ଯାଞ୍ଚ ଓ ବୈଧତା ନିରୂପଣ ପାଇଁ ବିଭାଗ ଏକ ସୁଦୃଢ଼ ବ୍ୟବସ୍ଥା କରିବ। ପ୍ରତ୍ୟେକ ଶିକ୍ଷା ବର୍ଷ ଆରମ୍ଭ ପୂର୍ବରୁ ସମସ୍ତ ବିଦ୍ୟାଳୟ ପାଠ୍ୟପୁସ୍ତକ ଯୋଗାଣ ସୁନିଶ୍ଚିତ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ସ୍ପଷ୍ଟ କରିଛନ୍ତି।

ସେହିପରି ଅନୁମୋଦିତ ଅନ୍ୟ ଅନୁମୋଦିତ ପ୍ରକଳ୍ପଗୁଡ଼ିକ ସମ୍ପର୍କରେ ସୂଚନା ଦେଇ ଶ୍ରୀମତୀ ଗର୍ଗ କହିଛନ୍ତି, ରାଜ୍ୟର ୪.୨୦ ଲକ୍ଷ ଯୁବକଯୁବତୀଙ୍କୁ ଦକ୍ଷତା ପ୍ରଦାନ ଉଦ୍ଦେଶ୍ୟରେ ୪୫୦ କୋଟି ଟଙ୍କାର ବ୍ୟୟବରାଦ ସହିତ ‘ଦକ୍ଷତା ବିକାଶ ଯୋଜନା’କୁ ଅନୁମୋଦନ ଦିଆଯାଇଛି। ‘ଅର୍ବାନ ଷ୍ଟର୍ମ ୱାଟର ଡ୍ରେନେଜ୍ ମ୍ୟାନେଜମେଣ୍ଟ ଆଣ୍ଡ୍ ଇମ୍ପ୍ରୁଭମେଣ୍ଟ ପ୍ରୋଗ୍ରାମ ପାଇଁ ୫୦୦ କୋଟି ଟଙ୍କାର ବ୍ୟୟବରାଦ ମଞ୍ଜୁର ହୋଇଛି। ଆର୍ôଥକ ବର୍ଷ ୨୦୨୬-୨୭ରୁ ୨୦୩୦-୩୧ ପର୍ଯ୍ୟନ୍ତ ୫ ବର୍ଷ ପାଇଁ ରାଜ୍ୟର ନିଜସ୍ୱ ପାଣ୍ଠିରୁ ଏହା କାର୍ଯ୍ୟକାରୀ ହେବ। ସେହିପରି କଟକଠାରେ ମହାନଦୀ ୱାଟରଫ୍ରଣ୍ଟର ସମନ୍ୱିତ ବିକାଶ (ଇପିସି କଣ୍ଟ୍ରାକ୍ଟ ସହ ୫ ବର୍ଷର ପରିଚାଳନା ଓ ରକ୍ଷଣାବେକ୍ଷଣ) ପାଇଁ ଟେଣ୍ଡର ପ୍ରକ୍ରିୟାକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ଓଡ଼ିଶା ପ୍ରାଥମିକ ଶିକ୍ଷା (ଶିକ୍ଷକ ଓ ଅଧିକାରୀଙ୍କ ନିଯୁକ୍ତି ପଦ୍ଧତି ଏବଂ ସେବା ସର୍ତ୍ତାବଳୀ) ନିୟମାବଳୀ, ୧୯୯୭ରେ ସଂଶୋଧନକୁ ମଧ୍ୟ ମଞ୍ଜୁରୀ ଦିଆଯାଇଛି। ‘ଓଡ଼ିଶା ସବ୍‌-ଅର୍ଡିନେଟ୍ ଏଜୁକେସନ୍ ରୁଲ୍ସ, ୧୯୯୩’ ସ୍ଥାନରେ ନୂତନ ‘ଓଡ଼ିଶା ସେକେଣ୍ଡାରୀ ଏଜୁକେସନ୍ (ମେଥଡ୍ ଅଫ୍ ରିକ୍ରୁଟମେଣ୍ଟ ଆଣ୍ଡ କଣ୍ଡିସନ୍ସ ଅଫ୍ ସର୍ଭିସ୍‌) ରୁଲ୍ସ, ୨୦୨୬’ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି। ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟର୍ସ ସର୍ଭିସ୍ କ୍ୟାଡରର ପୁନର୍ଗଠନ କରାଯାଇ କନିଷ୍ଠ ଯନ୍ତ୍ରୀ ଏବଂ ସହକାରୀ ଯନ୍ତ୍ରୀ ଙ୍କ ମଧ୍ୟରେ ଥିବା ପୂର୍ବ ଅନୁପାତ ୪୦:୬୦କୁ ପରିବର୍ତ୍ତନ କରି ୬୦:୪୦ କରାଯାଇଛି। ବଲାଙ୍ଗୀର ଜିଲ୍ଲାର ତୁସ୍ତାପାଲି ଗ୍ରାମରେ ଜଳ ସୁରକ୍ଷା ପାଇଁ ୧୦୫,୬୨,୩୩,୯୬୦ ଟଙ୍କା (ପ୍ରାୟ ୧୦୫.୬୨ କୋଟି ଟଙ୍କା, ଜିଏସଟି ବ୍ୟତୀତ) ବ୍ୟୟରେ ଇନ୍‌-ଷ୍ଟ୍ରିମ୍ ୱାଟର ଷ୍ଟୋରେଜ୍ ପ୍ରକଳ୍ପ ନିର୍ମାଣ ଟେଣ୍ଡରକୁ ମଞ୍ଜୁରୀ ମିଳିଛି। ପୁରୀ ଜିଲ୍ଲାର ଅସ୍ତରଙ୍ଗ (ନୂଆଗଡ଼)ଠାରେ ଫିସିଂ ହାର୍ବର ଷ୍ଟେଜ୍‌-୨ ନିର୍ମାଣ ପାଇଁ ଆର୍ôଥକ ବିଡ୍‌କୁ ଅନୁମୋଦନ ଦିଆଯାଇଛି। ବ୍ଲକ୍ ସ୍ତରରେ କ୍ଷେତ୍ର କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି ଓ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ‘ଓଡ଼ିଶା ସବ୍‌-ଅର୍ଡିନେଟ୍ ଫିସେରିଜ୍ ସର୍ଭିସ୍ କ୍ୟାଡର’ର ପୁନର୍ଗଠନ ପ୍ରସ୍ତାବ ଗୃହୀତ ହୋଇଛି। କୃଷି ନିଗମ ପାଇଁ ଆର୍ôଥକ ବର୍ଷ ୨୦୨୬-୨୭ରୁ ୨୦୨୯-୩୦ ମଧ୍ୟରେ ୪ ବର୍ଷ ପାଇଁ ୧,୩୬୦ କୋଟି ଟଙ୍କାର ‘କର୍ପସ୍ ଫଣ୍ଡ୍‌’ ରାଜ୍ୟ କ୍ଷେତ୍ର ଯୋଜନାକୁ ମଞ୍ଜୁରୀ ଦିଆଯାଇଛି। ଶିଳ୍ପ ନୀତି ସଂଶୋଧନ ଅନ୍ତର୍ଗତ କମ୍ପାନୀଗୁଡ଼ିକର ପୁନର୍ଗଠନ, ମିଶ୍ରଣ କିମ୍ବା ଡିମର୍ଜର ସମୟରେ ଷ୍ଟାମ୍ପ ଡ୍ୟୁଟିକୁ ସରଳ କରିବା ପାଇଁ ‘ଇଣ୍ଡଷ୍ଟ୍ରିଆଲ ପଲିସି ରିଜୋଲ୍ୟୁସନ ୨୦୨୨’ର ସଂଶୋଧନକୁ ମଞ୍ଜୁରୀ ଦିଆଯାଇଛି।

ନିଃଶୁଳ୍କ ପାଠ୍ୟପୁସ୍ତକ ଯୋଗାଣ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଲୋକସେବା ଭବନ
Share. Facebook Twitter LinkedIn Email WhatsApp Copy Link

Related Posts

ଦ ଗ୍ଲୋବାଲ କ୍ରାଉନ୍ ୨୦୨୬ ର ଦ୍ଵିତୀୟ ରନର୍ସ ଅପ୍ ବିଜୟିନୀ ମୁକୁଟ ପିନ୍ଧିଲେ କ୍ଷୀରାବ୍ଦୀ ପଟ୍ଟନାୟକ

October 13, 2026

ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ବ୍ଲୁମବର୍ଗ ନ୍ୟୁ ଇକୋନୋମି ଫୋରମ୍’କୁ ସମ୍ବୋଧନ

October 13, 2026

ଜାନୁଆରୀ ୧୨ରୁ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା

October 13, 2026

ଭିଜିଲାନ୍ସ ଜାଲରେ ସଇଁତଳା RI ଆଲନ ବେହେରା

October 13, 2026
Latest News

ନବମ, ଦଶମ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ପୁସ୍ତକ

October 13, 2026

ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ଫୋକସ୍‌ରେ ଓଡ଼ିଶା: ମୁଖ୍ୟମନ୍ତ୍ରୀ

October 13, 2026

ଦ ଗ୍ଲୋବାଲ କ୍ରାଉନ୍ ୨୦୨୬ ର ଦ୍ଵିତୀୟ ରନର୍ସ ଅପ୍ ବିଜୟିନୀ ମୁକୁଟ ପିନ୍ଧିଲେ କ୍ଷୀରାବ୍ଦୀ ପଟ୍ଟନାୟକ

October 13, 2026

ପୁଣିଥରେ ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ୱ ନେବେ ରୋହିତ ଶର୍ମା!: ବଢିଲା ଚର୍ଚ୍ଚା

October 13, 2026

ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ବ୍ଲୁମବର୍ଗ ନ୍ୟୁ ଇକୋନୋମି ଫୋରମ୍’କୁ ସମ୍ବୋଧନ

October 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.