Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆସାମରେ ଚୂଡାନ୍ତ ଜାତୀୟ ନାଗରିକ ରେକର୍ଡ ପ୍ରକାଶ ପାଇଲା ପରେ ୧୯ ଲକ୍ଷ “ଦେଶ ନଥିବା ଲୋକେ” ଏବେ କରିବେ କଣ?
ବିଶେଷ ଖବର

ଆସାମରେ ଚୂଡାନ୍ତ ଜାତୀୟ ନାଗରିକ ରେକର୍ଡ ପ୍ରକାଶ ପାଇଲା ପରେ ୧୯ ଲକ୍ଷ “ଦେଶ ନଥିବା ଲୋକେ” ଏବେ କରିବେ କଣ?

September 1, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
People search their names in NRC list at the NRC Seva Kendra in Guwahati on Saturday.
People search their names in NRC list at the NRC Seva Kendra in Guwahati on Saturday.

କେଦାର ମିଶ୍ର

ଗତକାଲି ଆସାମରେ ପ୍ରବଳ ବର୍ଷା ସତ୍ତ୍ୱେ ଲୋକେ କମ୍ପ୍ୟୁଟର କେନ୍ଦ୍ର ଆଗରେ ଲମ୍ବା ଧାଡିରେ ଠିଆ ହୋଇଥିଲେ। ସେମାନଙ୍କ ଲାଗି ଗତ କାଲୀ ଥିଲା ଜୀବନ ଓ ମରଣର ନିର୍ଣ୍ଣାୟକ ଦିନ। ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆସାମର ଜାତୀୟ ନାଗରିକ ରେକର୍ଡର ଚୂଡାନ୍ତ ତାଲିକା ଗତକାଲି ପ୍ରକାଶ ପାଇଛି। ମୋଟ ୩.୩ କୋଟି ଆସାମ ବାସିନ୍ଦାଙ୍କ ଭିତରୁ ୩.୧୧ କୋଟି ଲୋକଙ୍କ ଭାରତୀୟ ନାଗରିକତା ବୈଧ ବୋଲି ଘୋଷଣା କରା ଯାଇଥିବା ବେଳେ ୧୯.୦୬ ଲକ୍ଷ ଲୋକଙ୍କୁ ଏହି ରେକର୍ଡରୁ ବାଦ ଦିଆଯାଇଛି। ୩୦, ଜୁନ, ୨୦୧୮ ରେ ଯେତେବେଳେ ଏନଆରସିର ଚିଠା ତାଲିକା ପ୍ରକାଶ ପାଇଥିଲା ସେଥିରେ ପ୍ରାୟ ୪୧ ଲକ୍ଷ ଲୋକଙ୍କ ନାଗରିକତା ଉପରେ ପ୍ରଶ୍ନଚିହ୍ନ ଲଗା ଯାଇଥିଲା। ତେବେ ଆଇନଗତ ପ୍ରକ୍ରିୟା ଦେଇ ପ୍ରାୟ ୨୧ ଲକ୍ଷ ଲୋକ ନିଜର ନାଗରିକତା ପ୍ରମାଣପତ୍ର ଦାଖଲ କରି ପାରିଛନ୍ତି।

ଏବେ ଏ ଯେଉଁ ୧୯.୦୬ ଲକ୍ଷ ଲୋକଙ୍କ ତାଲିକା ପ୍ରକାଶ ପାଇଛି, ସେଥିରେ ସଂଖ୍ୟାଧିକ ଭାରତୀୟ ନାଗରିକ ଥାଇପାରନ୍ତି ବୋଲି କୁହାଯାଉଛି। ତାହାର କାରଣ ହେଉଛି, ଅନେକ ସ୍ଥାନରେ ପରିବାରର ବାପା ରେକର୍ଡରେ ସ୍ଥାନ ପାଇଥିବା ବେଳେ ମା ଙ୍କ ନାମ ସ୍ଥାନିତ ହୋଇନାହିଁ। କୁଲସୁନା ଖାତୁନଙ୍କ ପରିବାରରେ ତାଙ୍କ ବାପା ଭାରତୀୟ ନାଗରିକ ଭାବେ ସ୍ଵୀକୃତି ପାଇଥିବା ବେଳେ ମା ଏବେ ଦେଶହୀନ ଅବସ୍ଥାରେ ଅଛନ୍ତି। ସେହିପରି କୁଲସୁନାଙ୍କ ନାମ ତାଲିକାରେ ନଥିବା ବେଳେ ତାଙ୍କ ସାନ ଭଉଣୀର ନାମ ପ୍ରକାଶ ପାଇଛି। ଅର୍ଥାତ ପରିବାରର ଅଧା ଭାରତୀୟ ନାଗରିକ ଓ ଅଧାଙ୍କ ଭାଗ୍ୟ ଏବେ ଖଣ୍ଡାଧାରରେ। କାମରୂପ ଜିଲ୍ଲାର ଟୁକଡାପାଡା ଗାଁ ରେ ଅବଦୁଲ ହାଲିମ ମଜୁମଦାର ଓ ମଇନୁଲ ହକଙ୍କ ପରିବାରର ଅବସ୍ଥା ମଧ୍ୟ ସେୟା। ଏନଆରସି ତାଲିକା ହଜାର ହଜାର ପରିବାର ଭିତରେ ବିଚିତ୍ର ବିଭାଜନ ସୃଷ୍ଟି କରିଛି।

ଏହି ତାଲିକାରେ ବରିଷ୍ଠ ସେନାଧିକାରୀ ମହମ୍ମଦ ସାନାଉଲ୍ଲାଙ୍କ ନାମ ମଧ୍ୟ ପ୍ରକାଶ ପାଇନାହିଁ।  ୩୦ ବର୍ଷ ଧରି ସେନାବାହିନୀରେ ଦେଶ ଲାଗି କାମ କରିଥିବା ସାନାଉଲ୍ଲା ଆଜି ନିଜର ନାଗରିକତାରୁ ବଞ୍ଚିତ ହୋଇଛନ୍ତି। ସବୁଠୁ ଦୁର୍ଭାଗ୍ୟର ଘଟନା ଘଟିଛି ସରବବାଲା ସରକାରଙ୍କ ଜୀବନରେ। ଆସାମରୁ ଅଣ ଭାରତୀୟଙ୍କୁ ବିଦା କରିବା ଲାଗି ଅଶି ଦଶକରେ ଯେଉଁ ବିରାଟ ଛାତ୍ର ଆନ୍ଦୋଳନ ହୋଇଥିଲା ସେଥିରେ ସରବବାଲାଙ୍କ ପତି ମଦନ ମଲ୍ଲିକ ପ୍ରାଣ ହରାଇଥିଲେ। ଆସାମ ସରକାର ମଦନ ମଲ୍ଲିକଙ୍କୁ ଆସାମର ସହିଦ ବୋଲି ସ୍ଵୀକୃତି ଦେବା ସହିତ ତାଙ୍କ ପରିବାରକୁ ସମ୍ବର୍ଦ୍ଧିତ ମଧ୍ୟ କରିଛନ୍ତି। ହେଲେ ନାଗରିକ ରେକର୍ଡରେ ଆଜି ସରବବାଲା ସରକାରଙ୍କ ନାଁ ନାହିଁ।

ତେବେ ୪୧ ଲକ୍ଷ ରୁ “ବିଦେଶୀ” ତାଲିକା ୧୯ ଲକ୍ଷ କୁ ଖସିଲା ପରେ ମଧ୍ୟ ଆଶା କରାଯାଉଛି, ଏଥିରୁ ଆହୁରି ୧୦ ଲକ୍ଷ ଲୋକ ନିଜର ନାଗରିକତା ପ୍ରମାଣ କରିପାରିବେ। ହୁଏତ ମାତ୍ର ୮/୯ ଲକ୍ଷ ଲୋକ ଚୂଡାନ୍ତ ତାଲିକାରୁ ବାଦ ପଡି ପାରନ୍ତି। ଆଗାମୀ ଦିନରେ ଏହି ରେକର୍ଡରେ ନାଁ ନଥିବା ଲୋକେ “ଫରେନର ଟ୍ରିବ୍ୟୁନାଲ” ଓ ହାଇ କୋର୍ଟରେ ଅପିଲ କରିପାରିବେ। ତେଣୁ ଆସାମରେ ୫୦ଲକ୍ଷରୁ କୋଟିଏ ପାଖାପାଖି ବାଂଲାଦେଶୀ ମୁସଲମାନ ଅଛନ୍ତି ବୋଲି ପ୍ରଚାର କରୁଥିବା ଭାରତୀୟ ଜନତା ପାର୍ଟି ଲାଗି ଏହି ତାଲିକା ଏବେ ମୁଣ୍ଡ ବିନ୍ଧାର କାରଣ ହୋଇଛି। ରେକର୍ଡରେ ନାଁ ନଥିବା ଲୋକଙ୍କ ଭିତରେ ସଂଖ୍ୟାଧିକ ବାଂଲାଦେଶୀ ହିନ୍ଦୁ ମଧ୍ୟ ରହିଛନ୍ତି। ଏହା ବିଜେପି ଲାଗି ସବୁଠୁ ବଡ ସଙ୍କଟ ପାଲଟି ଯାଇଛି।

ଆଜି ପର୍ୟନ୍ତ ଏନଆରସି କୁ ସବୁ ପ୍ରକାର ସମର୍ଥନ ଦେଇ ଆସୁଥିବା ବିଜେପି ଏହାକୁ ଆଜି ପ୍ରବଳ ବିରୋଧ କରିଛି। ସାରା ଦେଶରେ ଏନଆରସି ଲାଗୁ  କରିବାର ଅଯଥାର୍ଥ ଦାବି ମାଧ୍ୟମରେ ବିଜେପି ଏବେ ନିଜର ବିଭାଜନକାରୀ ଏଜେଣ୍ଡାକୁ ବିଶେଷ ଭାବରେ ଆଗକୁ ନେବାର ଉଦ୍ୟମ କରୁଛି। ଏନଆରସି ଡାଟା ରୁ ଆସାମରେ ବିଜେପିକୁ ଲାଭ ତୁଳନାରେ କ୍ଷତି ଅଧିକ ମିଳିଛି। ତେଣୁ ପରିସ୍ଥିତିକୁ ଅଧିକ ଗୋଳିଆ କରିବାକୁ ଏବେ ବିଜେପି ଆସାମ ସମେତ ଉତ୍ତର ପୂର୍ବ ରାଜ୍ୟ ଗୁଡିକରେ ଉଦ୍ୟମ କରିବ।

ନାଗରିକତାକୁ ନେଇ ରାଜନୀତି ଆଗକୁ କଣ ହେବ ତାହା ତ ଭିନ୍ନ କଥା, ହେଲେ ଯେଉଁ ୧୯ ଲକ୍ଷ ଲୋକ ଆଜି “ଦେଶହୀନ’ ଅବସ୍ଥାରେ ଅଛନ୍ତି, ସେମାନେ କରିବେ କଣ? ବାଂଲା ଦେଶ ସେମାନଙ୍କୁ ଫେରାଇନେବାକୁ ସ୍ପଷ୍ଟ ଭାବରେ ମନା କରି ଦେଇଛି। ଭାରତର ବୈଦେଶିକ ବ୍ୟାପାର ବିଭାଗର ମନ୍ତ୍ରୀ ଏ ସମ୍ପର୍କରେ ବାଂଲାଦେଶକୁ ଦୃଢ ପ୍ରତିଶ୍ରୁତି ଦେଇଛନ୍ତି।ସେହି ପୃଷ୍ଠଭୂମିରେ ଏହି ଦେଶ ନଥିବା ଲୋକେ କରିବେ କଣ? ସେମାନଙ୍କୁ ଗିରଫ କରି ଭାରତ ସରକାର ସାରା ଜୀବନ ରଖିବେ କି? ୨୪ ମାର୍ଚ୍ଚ ୧୯୭୧ ପୂର୍ବରୁ ଭାରତ ଆସିଥିବା ସବୁ ବିଦେଶୀ ନାଗରିକଙ୍କୁ ଭାରତୀୟ ଭାବରେ ଗଣନା କରାଯିବ ବୋଲି ଯାହା କୁହା ଯାଇଛି, ସେଥିରେ ପରବର୍ତ୍ତୀ ପିଢୀକୁ ନେଇ ଅନେକ ସନ୍ଦେହ ରହିଛି। ଆସନ୍ତା ଅନେକ ବର୍ଷ ଧରି ଏହି ୧୯ ଲକ୍ଷ ଲୋକଙ୍କୁ ଆଇନଗତ ଲଢେଇ ଲଢିବାକୁ ପଡିବ। ସେତେଦିନ ଯାଏ ସେମାନଙ୍କର ନାଗରିକ ଅଧିକାର ର ସୁରକ୍ଷା କରିବା କିଏ??

assam NRC
Share. Facebook Twitter LinkedIn Email WhatsApp Copy Link

Related Posts

ଜନଗଣନା-୨୦୨୭: ଦୁଇ ପର୍ଯ୍ୟାୟରେ ହେବ ଭାରତର ବୃହତ୍ତମ ଜନଗଣନା, ଏପ୍ରିଲ ୧ ରୁ ପ୍ରଥମ ପର୍ଯ୍ୟାୟ

March 31, 2026

ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ଉପରେ ଜିଲ୍ଲାପାଳମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

March 30, 2026

ଏମଏଲସି ପଦରୁ ନୀତିଶ କୁମାରଙ୍କ ଇସ୍ତଫା ପରେ କିଏ ହେବ ବିହାରର ମୁଖ୍ୟମନ୍ତ୍ରୀ?: ଚର୍ଚ୍ଚାରେ ଏହି ସବୁ ନାମ

March 30, 2026

ପିତାମାତାଙ୍କ ଯତ୍ନ ନନେଲେ କଟିବ ୧୫% ଦରମା: ଏକ କଠୋର ଆଇନ ଆଣିଲା ଏହି ରାଜ୍ୟ

March 30, 2026
Latest News

ଗତି ଶକ୍ତି ବିଶ୍ୱବିଦ୍ୟାଳୟ ଏବଂ ଡିଜିସିଏ ମଧ୍ୟରେ ରାଜିନାମା ସ୍ବାକ୍ଷରିତ

March 31, 2026

ଜନଗଣନା-୨୦୨୭: ଦୁଇ ପର୍ଯ୍ୟାୟରେ ହେବ ଭାରତର ବୃହତ୍ତମ ଜନଗଣନା, ଏପ୍ରିଲ ୧ ରୁ ପ୍ରଥମ ପର୍ଯ୍ୟାୟ

March 31, 2026

ଆଜି ମାର୍ଚ୍ଚ ୩୧ ତାରିଖ ମଙ୍ଗଳବାରରେ ଏହି ଆଠଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

March 31, 2026

ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ଉପରେ ଜିଲ୍ଲାପାଳମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

March 30, 2026

ଜିଓ ପକ୍ଷରୁ ସାରା ଓଡ଼ିଶାରେ ସଚେତନତା ଅଭିଯାନ ସହିତ ଜାତୀୟ ସୁରକ୍ଷା ମାସ ପାଳନ

March 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.