Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଲୌହ ମାନବଙ୍କ ୫୬୦ ରାଜ୍ୟକୁ ଏକ କଲେ, ଆମେ ସମୃଦ୍ଧ ଓଡ଼ିଶା ଗଢିବା: ଏକତା ଦିବସରେ ମୁଖ୍ୟମନ୍ତ୍ରୀ
ବିଶେଷ ଖବର

ଲୌହ ମାନବଙ୍କ ୫୬୦ ରାଜ୍ୟକୁ ଏକ କଲେ, ଆମେ ସମୃଦ୍ଧ ଓଡ଼ିଶା ଗଢିବା: ଏକତା ଦିବସରେ ମୁଖ୍ୟମନ୍ତ୍ରୀ

October 31, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଓଡ଼ିଶା ଆଜି ସମ୍ପୂର୍ଣ୍ଣ ନକ୍ସଲ ମୁକ୍ତ - OSAP ପଡ଼ିଆରେ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା
ଓଡ଼ିଶା ଆଜି ସମ୍ପୂର୍ଣ୍ଣ ନକ୍ସଲ ମୁକ୍ତ - OSAP ପଡ଼ିଆରେ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା

ଭୁବନେଶ୍ୱର: ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ନିଜର ଅସାଧାରଣ ରାଜନୈତିକ ଦୂରଦୃଷ୍ଟି, ଦୃଢ଼ ଇଚ୍ଛାଶକ୍ତି ଏବଂ ବାସ୍ତବବାଦୀ ନେତୃତ୍ୱ ବଳରେ ୫୬୦ରୁ ଅଧିକ କ୍ଷୁଦ୍ର ଓ ବୃହତ୍ ରାଜ୍ୟକୁ ଏକତ୍ରିତ କରି ଏକ ବିଶାଳ, ଶକ୍ତିଶାଳୀ ଭାରତର ମୂଳଦୁଆ ପକାଇଥିଲେ।

ତାଙ୍କ ଜନ୍ମ ଦିବସ କେବଳ ଜୟନ୍ତୀ ପାଳନର ଦିନ ନୁହେଁ, ବରଂ ଏହା ଆମର ସାମୂହିକ ସଂକଳ୍ପ, ଦେଶପ୍ରେମ ଏବଂ ଜାତୀୟ ଅଖଣ୍ଡତା ପ୍ରତି ଆମର ଅଙ୍ଗୀକାରବଦ୍ଧତାର ପ୍ରତୀକ ଅଟେ ବୋଲି ଆଜି ‘ଲୌହ ମାନବ’ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପବିତ୍ର ଜୟନ୍ତୀ ଅବସରରେ OSAP ୭ମ ବାଟାଲିୟନ ପରେଡ ପଡ଼ିଆଠାରେ ଆୟୋଜିତ ‘ରାଷ୍ଟ୍ରୀୟ ଏକତା ଦିବସ’ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।

କାର୍ଯ୍ୟକ୍ରମରେ ଓଡ଼ିଶା ପୋଲିସ ବାହିନୀର ନିଷ୍ଠା, କଠିନ ପରିଶ୍ରମ ଓ ଦକ୍ଷତାର ଭୂୟସୀ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ଯେ ରାଜ୍ୟ ସରକାରଙ୍କ ଦୃଢ଼ ପଦକ୍ଷେପ ଏବଂ ପୋଲିସର ନିରନ୍ତର ଅଭିଯାନ ଫଳରେ ଓଡ଼ିଶା ଆଜି ନକ୍ସଲ ତଥା ମାଓବାଦୀ ହିଂସା କବଳରୁ ମୁକ୍ତ ହେବା ଦିଗରେ ବଡ଼ ସଫଳତା ହାସଲ କରିଛି। ଦିନେ ଯେଉଁ ଜିଲ୍ଲାଗୁଡ଼ିକରେ ଲୋକେ ଦିନବେଳେ ମଧ୍ୟ ଯାତାୟାତ କରିବାକୁ ଭୟ କରୁଥିଲେ, ଆଜି ସେହି ଭୟ ଓ ଆତଙ୍କର ପରିବେଶ ଆଉ ନାହିଁ। ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିଗ୍‌ଦର୍ଶନ ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶା ଆଜି ସମ୍ପୂର୍ଣ୍ଣ ନକ୍ସଲମୁକ୍ତ ହୋଇପାରିଛି ବୋଲି ସେ ମତବ୍ୟକ୍ତ କରିଛନ୍ତି।

ରାଜ୍ୟର ଶିଳ୍ପାୟନ ଓ ଆଭ୍ୟନ୍ତରୀଣ ସୁରକ୍ଷା ସମ୍ପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗତ ଦୁଇ ବର୍ଷ ଧରି ରାଜ୍ୟରେ ଶିଳ୍ପାୟନର ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଛି ଏବଂ ଦେଶ-ବିଦେଶର ଶିଳ୍ପପତିମାନେ ଓଡ଼ିଶାରେ ପୁଞ୍ଜିନିବେଶ କରୁଛନ୍ତି। ଶିଳ୍ପ ଓ ବ୍ୟବସାୟର ବିକାଶ ପାଇଁ ଶାନ୍ତି, ସୁରକ୍ଷା ଓ ସୁଦୃଢ଼ ଆଇନଶୃଙ୍ଖଳା ନିତ୍ୟାନ୍ତ ଆବଶ୍ୟକ ଥିବାବେଳେ ଓଡ଼ିଶା ପୋଲିସର ନିଷ୍ଠାପର ଉଦ୍ୟମ ଯୋଗୁଁ ରାଜ୍ୟରେ ଏକ ଶାନ୍ତିପୂର୍ଣ୍ଣ ଓ ଅନୁକୂଳ ପରିବେଶ ବଜାୟ ରହିଛି। ସେହିପରି ସ୍ୱାଧୀନତା ସଂଗ୍ରାମ ତଥା ଗଡ଼ଜାତ ମିଶ୍ରଣରେ ଡକ୍ଟର ହରେକୃଷ୍ଣ ମହତାବଙ୍କ ସମେତ ଓଡ଼ିଶାର ବରପୁତ୍ରମାନଙ୍କ ଅବଦାନକୁ ସ୍ମରଣ କରି ଜାତି, ଧର୍ମ, ବର୍ଣ୍ଣ କିମ୍ବା ଭାଷାର ସୀମା ବାହାରେ ସମସ୍ତେ ପ୍ରଥମେ ଭାରତୀୟ ଓ ଓଡ଼ିଆ ହୋଇ ଏକ ‘ସମୃଦ୍ଧ ଓ ବିକଶିତ ଓଡ଼ିଶା’ ଗଠନ ପାଇଁ ସଙ୍କଳ୍ପ ନେବାକୁ ସେ ଆହ୍ୱାନ ଜଣାଇଛନ୍ତି।

ଏହି ଅବସରରେ ଗୁଜରାଟର ଏକ୍‌ତା ନଗର ଠାରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ଆୟୋଜିତ ଜାତୀୟ ରାଷ୍ଟ୍ରୀୟ ଏକତା ଦିବସ ପରେଡ୍‌ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଆଭାସୀ ମାଧ୍ୟମରେ ଯୋଗଦେଇଥିଲେ।

ଏହି ସମାରୋହରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ଗୁଇନ୍ଦା ନିର୍ଦ୍ଦେଶକ ଆର୍‌.ପି. କୋଚେଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ, କର୍ମଚାରୀ ବୃନ୍ଦ ଏବଂ ଅନ୍ୟାନ୍ୟ ଅତିଥିବୃନ୍ଦ ଅଂଶଗ୍ରହଣ କରିଥିଲେ।

ଏକତା ଓ ଅଖଣ୍ଡତା ନକ୍ସଲମୁକ୍ତ ବିକଶିତ ଓଡିଶା ରାଷ୍ଟ୍ରୀୟ ଏକତା ଦିବସ-୨୦୨୬ ଶାନ୍ତି ସର୍ଦ୍ଦାର ପଟେଲ
Share. Facebook Twitter LinkedIn Email WhatsApp Copy Link

Related Posts

ଏକତରଫା ପ୍ରେମର କରୁଣ ପରିଣତି: ଘର ଭିତରୁ କଲେଜ୍ ଛାତ୍ରୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର

October 31, 2026

ଋଷିକୁଲ୍ୟା ବନ୍ୟା ସ୍ଥିତି ସମୀକ୍ଷା: ବନ୍ଧ ପୁନରୁଦ୍ଧାର ପାଇଁ ସଚିବଙ୍କ ନିର୍ଦ୍ଦେଶ

October 31, 2026

ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ: ଆସନ୍ତାକାଲି ବାତ୍ୟାର ରୂପ ନେବାର ସମ୍ଭାବନା

October 31, 2026

ଭିଜିଲାନ୍ସ ସଚେତନତା ଜନଜାଗରଣ ନିମନ୍ତେ ଏମ୍ସ ଭୁବନେଶ୍ବର ପକ୍ଷରୁ ୱାକାଥନ୍ ଆୟୋଜିତ

October 31, 2026
Latest News

ଦକ୍ଷିଣ ଆଫ୍ରିକାର ଐତିହାସିକ ବିଜୟ: ଅଷ୍ଟ୍ରେଲିଆକୁ ୧୭୬ ରନରେ ହରାଇ ହେଲା ନମ୍ବର-୧

October 31, 2026

ଏକତରଫା ପ୍ରେମର କରୁଣ ପରିଣତି: ଘର ଭିତରୁ କଲେଜ୍ ଛାତ୍ରୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର

October 31, 2026

ଲୌହ ମାନବଙ୍କ ୫୬୦ ରାଜ୍ୟକୁ ଏକ କଲେ, ଆମେ ସମୃଦ୍ଧ ଓଡ଼ିଶା ଗଢିବା: ଏକତା ଦିବସରେ ମୁଖ୍ୟମନ୍ତ୍ରୀ

October 31, 2026

ED ର ବଡ଼ କାର୍ଯ୍ୟାନୁଷ୍ଠାନ: ଜେଲରୁ ମୁକୁଳିବା ମାତ୍ରେ ପୁଣି ଗିରଫ ହେଲେ ଆଜମ ଖାନ

October 31, 2026

ଋଷିକୁଲ୍ୟା ବନ୍ୟା ସ୍ଥିତି ସମୀକ୍ଷା: ବନ୍ଧ ପୁନରୁଦ୍ଧାର ପାଇଁ ସଚିବଙ୍କ ନିର୍ଦ୍ଦେଶ

October 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.