Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଶ୍ରୀଜଗନ୍ନାଥଙ୍କ ନାମକୁ ଫେରିବ ୪୫୦ କୋଟିର ଜମି
ବିଶେଷ ଖବର

ଶ୍ରୀଜଗନ୍ନାଥଙ୍କ ନାମକୁ ଫେରିବ ୪୫୦ କୋଟିର ଜମି

October 31, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Land worth Rs 450 crore to be transferred to the name of Lord Jagannath
Land worth Rs 450 crore to be transferred to the name of Lord Jagannath

ଭୁବନେଶ୍ବର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦେବୋତ୍ତର ସମ୍ପତ୍ତିର ସୁରକ୍ଷା ଦିଗରେ ଏକ ବଡ଼ ରାୟ ଦେଇଛନ୍ତି ରାଜସ୍ୱ ପର୍ଷଦ ଅଧୀନସ୍ଥ ଚକବନ୍ଦି ଆୟୁକ୍ତ। ପୁରୀ ତହସିଲ ଅନ୍ତର୍ଗତ ଶଙ୍କରପୁର ମୌଜାର ୨୮.୮୪୦ ଏକର ମୂଲ୍ୟବାନ ଜମିର ବିବାଦୀୟ ଚୂଡ଼ାନ୍ତ ରେକର୍ଡକୁ ରଦ୍ଦ କରି ଏହାକୁ ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ, ପୁରୀ ମାର୍ଫତ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିଙ୍କ ନାମରେ ରେକର୍ଡ କରିବାକୁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଓମ୍‌କାରେଶ୍ୱର ମନ୍ଦିର ସଂଲଗ୍ନ ଏହି ଜମିର ଆନୁମାନିକ ବଜାର ମୂଲ୍ୟ ୪୫୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଇନଜୀବୀ ଅମ୍ବିକା ପ୍ରସାଦ ମିଶ୍ର ମାମଲା ପରିଚାଳନା କରୁଥିଲେ।

ସୂଚନା ଅନୁସାରେ, ଶଙ୍କରପୁର ମୌଜାରେ ଥିବା ଏହି ଜମିକୁ ୧୯୬୨-୬୩ ମସିହାରରେ ଉତ୍ତର ପାର୍ଶ୍ୱ ମଠର ତତ୍କାଳୀନ ମହନ୍ତ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦାନ କରିଥିଲେ। ଏଥିସହ ମହାପ୍ରଭୁଙ୍କ ନାମରେ ରେକର୍ଡ କରିବାକୁ ସେଟଲମେଣ୍ଟ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ। ତଦନୁଯାୟୀ, ୧୯୭୭ ମସିହାର ସାବକ ରେକର୍ଡରେ ଏହି ଜମି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାମରେ ରେକର୍ଡଭୁକ୍ତ ହୋଇଥିଲା। ଚକବନ୍ଦି ପ୍ରକ୍ରିୟାର ପ୍ରାରମ୍ଭିକ ଜମି ରେଜିଷ୍ଟରରେ ମଧ୍ୟ ମହାପ୍ରଭୁଙ୍କ ନାମ ରହିଥିଲା। ତେବେ ୨୦୧୦ ମସିହାରେ ପୁରୀ ଅତିରିକ୍ତ ଉପଜିଲ୍ଲାପାଳଙ୍କ ଏକ ଆଦେଶ ବଳରେ ଏହି ଜମି ମହନ୍ତଙ୍କ ନାମରେ ରେକର୍ଡ ହୋଇଥିଲା। ଆର.ଆର.ସି. ମାମଲା ନଂ. ୬୬/୨୦୧୦ରେ ମାତ୍ର ୨୬ ଦିନ ମଧ୍ୟରେ ଏହି ପରିବର୍ତ୍ତନ କରାଯାଇଥିଲା। ମନ୍ଦିର ପ୍ରଶାସନର ଅଗୋଚରରେ ମହାପ୍ରଭୁଙ୍କ ନାମକୁ ରେକର୍ଡରୁ ବାଦ୍ ଦିଆଯାଇଥିବା ବେଳେ ୨୦୧୩ରେ ମହନ୍ତଙ୍କ ନାମରେ ପଟ୍ଟା ପ୍ରସ୍ତୁତ ହୋଇଥିଲା। ଏହି ଘଟଣା ସହ ସମ୍ପୃକ୍ତ ଅତିରିକ୍ତ ଉପଜିଲ୍ଲାପାଳଙ୍କୁ ଅତୀତରେ ସରକାରୀ କାର୍ଯ୍ୟରୁ ନିଲମ୍ବିତ ମଧ୍ୟ କରାଯାଇଥିଲା।

ଏହି ଆଦେଶକୁ ଚ୍ୟାଲେଞ୍ଜ କରି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୨୦୧୬ ମସିହାରେ ଚକବନ୍ଦି ଆୟୁକ୍ତଙ୍କ ନିକଟରେ ମାମଲା ରୁଜୁ କରାଯାଇଲା। ବିଚାର ସମୟରେ ଆୟୁକ୍ତ ଜାଣିବାକୁ ପାଇଥିଲେ ଯେ, ଜମିର ରେକର୍ଡ ପରିବର୍ତ୍ତନ ସମୟରେ ଶ୍ରୀମନ୍ଦିର ପ୍ରଶାସକ ଓ ଦେବୋତ୍ତର ଆୟୁକ୍ତଙ୍କୁ ଆବଶ୍ୟକ ନୋଟିସ୍ ଦିଆଯାଇ ନଥିଲା। ଫଳରେ ସେମାନେ ନିଜ ପକ୍ଷ ରଖିବାର ସୁଯୋଗ ପାଇ ନଥିଲେ। ଏହାକୁ ନ୍ୟାୟ ପ୍ରକ୍ରିୟାର ମୌଳିକ ନୀତିର ଉଲ୍ଲଂଘନ ବୋଲି ଆୟୁକ୍ତ ବିବେଚନା କରିଛନ୍ତି। ତେଣୁ ଏହି ଜମି ପୁଣି ଥରେ ମହାପ୍ରଭୁଙ୍କ ନାମକୁ ଫେରାଇ ଆଣିବାକୁ ପୁରୀ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଗତ କିଛି ମାସ ଧରି ରାଜସ୍ୱ ପର୍ଷଦ ସଦସ୍ୟ ସତ୍ୟବ୍ରତ ସାହୁଙ୍କ ପକ୍ଷରୁ ଜଗନ୍ନାଥଙ୍କ ଜମି ସଂପର୍କିତ ମାମଲାଗୁଡ଼ିକ ଉପରେ ନିରନ୍ତର ସମୀକ୍ଷା କରିବା ଦ୍ୱାରା ଏଭଳି ତ୍ୱରିତ ରାୟ ପ୍ରକାଶ ପାଇଛି।

ଦେବୋତ୍ତର ସମ୍ପତ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜଧାନୀରେ ଟ୍ରକ୍ ନେଲା ଯୁବକଙ୍କ ଜୀବନ : ଓମଫେଡ୍ ଛକରେ ଭୟଙ୍କର ଦୁର୍ଘଟଣା

November 23, 2026

ବିଦ୍ରୋହୀ ଗୋଷ୍ଠୀ ବିରୁଦ୍ଧରେ ଅଭିଯୋଗ ଦାଖଲ କଲେ ମମତା ବାନାର୍ଜୀ: ଜାଲ୍ ସତ୍ୟପାଠ ଅଭିଯୋଗ

November 23, 2026

ଭାରତର ତୃତୀୟ ‘ବର୍ନ କେୟାର ଟ୍ରେନିଂ ସେଣ୍ଟର’ ଭାବେ ମନୋନୀତ ହେଲା ଭୁବନେଶ୍ୱର ଏମ୍ସ

November 23, 2026

୪୯.୬୦ କୋଟି ଲୋକଙ୍କୁ ଦାରିଦ୍ର୍ୟ ସୀମାରେଖାରୁ ବାହାର କରିଛି ମୋଦୀ ସରକାରଙ୍କ ନୀତି: ବିଶ୍ୱବ୍ୟାଙ୍କ ରିପୋର୍ଟ

November 23, 2026
Latest News

ରାଜଧାନୀରେ ଟ୍ରକ୍ ନେଲା ଯୁବକଙ୍କ ଜୀବନ : ଓମଫେଡ୍ ଛକରେ ଭୟଙ୍କର ଦୁର୍ଘଟଣା

November 23, 2026

ଡାଲି ଦରରେ ଲାଗୁନି ବ୍ରେକ୍‌: ଖାଉଟିଙ୍କ ପକେଟ୍‌କୁ ମହଙ୍ଗା ମାଡ଼

November 23, 2026

ପାକିସ୍ତାନ ଠାରୁ ପରାଜୟ ପାଇଁ କିଏ ଦାୟୀ?: ସବୁ କିଛି କହିଲେ ତିଲକ ବର୍ମା

November 23, 2026

ବିଦ୍ରୋହୀ ଗୋଷ୍ଠୀ ବିରୁଦ୍ଧରେ ଅଭିଯୋଗ ଦାଖଲ କଲେ ମମତା ବାନାର୍ଜୀ: ଜାଲ୍ ସତ୍ୟପାଠ ଅଭିଯୋଗ

November 23, 2026

ଦୀର୍ଘ ସମୟ ନାଇଟ୍‌ ଶିଫ୍ଟ କରୁଛନ୍ତି କି ? ଏହା ହୃଦୟ ପାଇଁ କେତେ ବିପଦଜନକ, ଜାଣନ୍ତୁ

November 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.