Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସାବଧାନ ରୁହନ୍ତୁ, ଆଜିଠାରୁ ଲାଗୁ ହେଲା ନୂଆ ମୋଟର ଯାନ ଆଇନ୍‌,ହେଲମେଟ ନ ପିନ୍ଧିଲେ ଗଣିବେ ହଜାରେ ଟଙ୍କା
ବିଶେଷ ଖବର

ସାବଧାନ ରୁହନ୍ତୁ, ଆଜିଠାରୁ ଲାଗୁ ହେଲା ନୂଆ ମୋଟର ଯାନ ଆଇନ୍‌,ହେଲମେଟ ନ ପିନ୍ଧିଲେ ଗଣିବେ ହଜାରେ ଟଙ୍କା

September 1, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଦେଶରେ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଓଡିଶାରେ ମଧ୍ୟ ଦୁର୍ଘଟଣାରେ ଅନେକ ଧନଜୀବନ ହାନୀ ଘଟିଛି ।  ସଡକ ଦୁର୍ଘଟଣାକୁ ହ୍ରାସ କରିବା ଉଦ୍ଦେଶ୍ୟରେ ସରକାର ନୂଆ ମୋଟର ଯାନ ଆଇନ ଆଣିଛନ୍ତି । ଏଣିକି ଗାଡ଼ି ଚାଳକମାନେ ସାବଧାନ ହୋଇଯାଆନ୍ତୁ ।  ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ଦେବାକୁ ହେବ ୧୦ ଗୁଣା ପର୍ଯ୍ୟନ୍ତ ଅଧିକ ଜରିମାନା। ଏହାପୂର୍ବରୁ ଶନିବାର ରାତିରେ ଟ୍ରାଫିକ ପୋଲିସ ପକ୍ଷରୁ ରାଜଧାନୀର ବିଭିନ୍ନ ସ୍ଥାନରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନ କରାଯାଇଛି। ଆଜିଠାରୁ ରାଜ୍ୟରେ ନୂଆ ଆଇନ ଲାଗୁ ସହ କମିଶନରେଟ ପୋଲିସ ପକ୍ଷରୁ ଯାଞ୍ଚ କଡାକଡି ହେବ। ରାଜଧାନୀର ବିଭିନ୍ନ ଛକ ତଥା ବହୁ ସ୍ଥାନରେ ଯାଞ୍ଚ କରାଯିବ। ଜରିମାନା ନ ଦେଲେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିଭଳି ଆର୍‌ଟିଓ ପକ୍ଷରୁ ମଧ୍ୟ ଜାତୀୟ ରାଜପଥରେ ଯାଞ୍ଚ କରାଯିବ। ଏଥିପାଇଁ ଇ-ଚାଲାଣ ମେଶିନ ସହ ଆବଶ୍ୟକ ବ୍ୟବସ୍ଥା ସହିତ ପ୍ରସ୍ତୁତ ରହିଛନ୍ତି ଅଧିକାରୀ ଓ କର୍ମଚାରୀ । ତେବେ ଆସନ୍ତୁ ଜାଣିବା ନୂଆ ମୋଟର ଯାନ ଆଇନ୍‌ରେ କେଉଁ ନିୟମ ରହିଛି, ଏବଂ ଏହାର ଉଲ୍ଲଂଘନ ପାଇଁ କ’ଣ ରହିଛି ଦଣ୍ଡ ।   

ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କଲେ ଭାରତୀୟ ମୁଦ୍ରାରେ କେତେ ଟଙ୍କା ଜରିମାନା ରହିଛି, ଆସନ୍ତୁ ଜାଣିବା :   

 କେଉଁଥି ପାଇଁ         କେତେ ଥିଲା          କେତେ ହେଲା

ବିନା ଲାଇସେନ୍ସ  –         ୫୦୦                 ୫୦୦୦

ଡିଏଲ୍‌ ବାତିଲ୍‌ ଥିଲେ  –     ୫୦୦            ୧୦,୦୦୦

ସ୍ପିଡରେ ଗାଡି ନେଲେ –       ୪୦୦              ୨,୦୦୦

ସ୍ପିଡରେ ୪ଚକିଆ ନେଲେ –    ୪୦୦           ୪,୦୦୦

ବିପଜ୍ଜନକ ଗାଡ଼ି ଚଳାଇବା –  ୧୦୦୦         ୧୦,୦୦୦

ମୋବାଇଲରେ ଗପିଲେ –       ୫୦୦୦       ୧୦,୦୦୦

ରେଡ୍‌ ଲାଇଟ୍‌ ଡେଇଁଯିବା –     ୫,୦୦୦        ୧୦,୦୦୦

ବେଆଇନ ଗାଡ଼ି ଚଳାଇବା –     ୫,୦୦୦       ୧୦,୦୦୦

ବେଆଇନ ଓଭରଟେକିଂ-         ୫,୦୦୦        ୧୦,୦୦୦

ମଦ ପିଇ ଗାଡ଼ି ଚଳାଇବା –     ୨,୦୦୦       ୧୫,୦୦୦

ଦୁର୍ଘଟଣା ଘଟାଇଲେ –            ୫୦୦           ୧୦,୦୦୦

ପ୍ରଦୂଷଣ ନିୟମ ଖିଲାପ –        ୧୦୦୦         ୧୦,୦୦୦

ମୋଟର ଯାନ ସଂଶୋଧିତ ଆଇନ୍‌ରେ ଲାଗୁ ହୋଇଥିବା ନୂତନ ନିୟମ

ସିଟ୍‌ ବେଲ୍‌ଟ ନ ପିନ୍ଧିଲେ – ୧୦୦୦(ବର୍ତ୍ତମାନ)

ବାଇକ୍‌ରେ ୨ରୁ ଅଧିକ ଗଲେ – ୧୦୦୦(ବର୍ତ୍ତମାନ)

ହେଲମେଟ୍‌ ନ ପିନ୍ଧିଲେ – ୧୦୦୦(ବର୍ତ୍ତମାନ)

ଜରୁରୀକାଳୀନ ଗାଡ଼ିକୁ ବାଟ ନ ଦେଲେ – ୧୦,୦୦୦(ବର୍ତ୍ତମାନ)

ନାବାଳକ ଗାଡ଼ି ଚାଳନା – ୧୦୦୦(ବର୍ତ୍ତମାନ)

ଏଥିସହିତ ବିନା ଲାଇସେନ୍ସରେ ୧୪ ବର୍ଷରୁ କମ୍‌ ବୟସ୍କ ଗାଡ଼ି ଚଳାଇବା ଦ୍ବାରା ଅଭିଭାବକମାନେ ଦଣ୍ଡିତ ହେବେ ବୋଲି ଏହି ମୋଟର ସଂଶୋଧନ ଆଇନ୍‌ରେ ନିୟମ ରହିଛି ।  ଏତଦ୍‌ ବ୍ୟତତ ବିନା ଇନ୍ସ୍ୟୁରାନ୍ସରେ ଗାଡି ଚଲାଇଲେ ୨ହଜାର ଟଙ୍କା ଓ ବିନା ପରମିଟରେ ଗାଡି ଚଳାଇଲେ ୫ ହଜାର ଟଙ୍କା ଯାଏଁ ଜରିମାନା ଦେବାକୁ ପଡିବ ।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଦିଲ୍ଲୀରେ ବିଭିନ୍ନ ବିକାଶ ପ୍ରକଳ୍ପ ଉଦ୍‌ଘାଟନ ଏବଂ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

March 7, 2026

ସରକାର ଏଗ୍ରିଷ୍ଟାକ୍‌ ମାଧ୍ୟମରେ କୃଷି ପାଇଁ ଏକ ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମି ବିକଶିତ କରୁଛି: ପ୍ରଧାନମନ୍ତ୍ରୀ

March 7, 2026

୩୨୭୫ କୋଟିରୁ ଅଧିକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଅମିତ ଶାହ

March 6, 2026

ମୁଣ୍ଡଳିଠାରେ ସିଆଇଏସଏଫର ପ୍ରତିଷ୍ଠା ଦିବସ ସମାରୋହକୁ ସମ୍ବୋଧିତ କଲେ ଗୃହ ମନ୍ତ୍ରୀ ଅମିତ ଶାହ

March 6, 2026
Latest News

ମାଲ ପରିବହନରେ ବୃଦ୍ଧି: ଫେବୃଆରୀରେ ରେଳବାଇର ରାଜସ୍ୱ ୧୪,୫୭୧ କୋଟି

March 7, 2026

ଆଜି ଦିଲ୍ଲୀରେ ବିଭିନ୍ନ ବିକାଶ ପ୍ରକଳ୍ପ ଉଦ୍‌ଘାଟନ ଏବଂ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

March 7, 2026

ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟସ୍ ସହିତ ଫିନଲ୍ୟାଣ୍ଡର ପ୍ରମୁଖ ଖାଦ୍ୟ କମ୍ପାନୀ ଫାଜେରର ଏମଓୟୁ ସ୍ୱାକ୍ଷର

March 7, 2026

କଳିଙ୍ଗ ଆର୍ଟ ଗ୍ୟାଲେରୀ ଠାରେ ୨ ଦିନିଆ “ଜାତୀୟ କଳା ସମ୍ମିଳନୀ-କ୍ୟାନଭାସ ଉଦଘାଟିତ

March 7, 2026

ମହିଳା ଆୟୋଗଙ୍କ ଦ୍ଵାରା ଜନ ଶୁଣାଣି କାର୍ଯ୍ୟକ୍ରମ

March 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.