Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କଟକ ବାଲିଯାତ୍ରା ପ୍ଲଟ୍ ନିଲାମ ଆରମ୍ଭ: ସର୍ବାଧିକ ଦର ୧୩୦୦ ଟଙ୍କା
ବିଶେଷ ଖବର

କଟକ ବାଲିଯାତ୍ରା ପ୍ଲଟ୍ ନିଲାମ ଆରମ୍ଭ: ସର୍ବାଧିକ ଦର ୧୩୦୦ ଟଙ୍କା

November 4, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
Auction for Cuttack Bali Yatra plots begins: Highest bid at Rs 1,300

କଟକ: ଐତିହାସିକ ବାଲିଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ପ୍ଲଟ୍ ନିଲାମ ପ୍ରକ୍ରିୟା ଜୋରସୋରରେ ଚାଲିଛି। ବେସ୍ ପ୍ରାଇସ୍ ବୃଦ୍ଧି ଏବଂ ପ୍ରତିଯୋଗିତାମୂଳକ ନିଲାମ ଯୋଗୁଁ ଚଳିତ ବର୍ଷ ପ୍ଲଟ୍ ମୂଲ୍ୟ ବର୍ଗଫୁଟ ପିଛା ୧୩୦୦ ଟଙ୍କା ଛୁଇଁଥିବାବେଳେ ପ୍ରଶାସନ ପକ୍ଷରୁ ସମସ୍ତ ସ୍ୱଚ୍ଛତା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବାରବାଟୀ ପ୍ୟାଲେସ୍‌, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଏବଂ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରସ୍ତୁତ କରାଯାଇଥିବା ସାତୋଟି କାଉଣ୍ଟର ମାଧ୍ୟମରେ ଏହି ନିଲାମ କାର୍ଯ୍ୟ ଚାଲୁ ରହିଛି, ଯାହାକି ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଅନ୍ୟପକ୍ଷେ ଆଜି ଗୋଟିଏ ଦିନରେ (ସନ୍ଧ୍ୟା ସୁଦ୍ଧା) ୫୩୬ଟି ପ୍ଲଟର ନିଲାମ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ସର୍ବାଧିକ ବର୍ଗଫୁଟ ପିଛା ୧୩୦୦ ଟଙ୍କାରେ ପ୍ଲଟ୍ ନିଲାମ ହୋଇଥିବା ଜଣାପଡ଼ିଛି। ତେବେ ପ୍ଲଟର ଏପ୍ରକାର ଦରବୃଦ୍ଧି ତଥା ପ୍ଲଟ୍ ନିଲାମୀ ପ୍ରକ୍ରିୟାଗତ ପରିଚାଳନା ବ୍ୟବସ୍ଥାକୁ ନେଇ କିଛି ବ୍ୟବସାୟୀମାନେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ରିପୋର୍ଟ ଅନୁସାରେ ଚଳିତ ବର୍ଷ ପ୍ଲଟ୍ ପଞ୍ଜିକରଣ ପାଇଁ ବେସ୍ ପ୍ରାଇସ୍ ବର୍ଗଫୁଟ ପିଛା ୬୦ରୁ ୬୫ ଟଙ୍କା ମଧ୍ୟରେ ଧାର୍ଯ୍ୟ କରାଯାଇଥିଲା। ଯାହାକୁ ନେଇ ବ୍ୟବସାୟୀମାନେ ଅସନ୍ତୋଷ ପ୍ରକାଶ କରିଆସୁଥିଲେ। ଏପଟେ ନିଲାମ ପ୍ରକ୍ରିୟା ମଧ୍ୟରେ ପ୍ରତିଯୋଗିତା ବଢ଼ିବା ସହ ଦର ୧୩୦୦ ଟଙ୍କା ପର୍ଯ୍ୟନ୍ତ ପହଁଚିଛି।

ପ୍ଲଟ ଦର ବୃଦ୍ଧିକୁ କେନ୍ଦ୍ର କରି କିଛି ବ୍ୟବସାୟୀ କହିଛନ୍ତି, ପୂର୍ବରୁ ଦୋକାନ ଖୋଲିବାକୁ ପ୍ଲଟ୍ ପାଇଁ ବେସ୍ ପ୍ରାଇସ୍ ବର୍ଗଫୁଟ୍ ପିଛା ୫୦ ଟଙ୍କା ଧାର୍ଯ୍ୟ ରହିଥିବା ବେଳେ ଚଳିତ ବର୍ଷ ଏହାକୁ ୬୦ଟଙ୍କାରୁ ୬୫ ଟଙ୍କାକୁ ବୃଦ୍ଧି କରାଯାଇଛି, ଯାହାକି ନ୍ୟୟସଂଗତ ନୁହେଁ। କିଛି ବ୍ୟବସାୟୀ ଯୁକ୍ତି ବାଢ଼ିଛନ୍ତି ଯେ ଏହି ଦର ବୃଦ୍ଧି ବିଶେଷ କରି କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ପ୍ରଭାବିତ କରୁଛି। ଉଦାହରଣ ସ୍ୱରୂପ, ଏକ ୧୦୦ ବର୍ଗଫୁଟର ପ୍ଲଟ୍ ବୁକ୍ କରୁଥିବା ବ୍ୟବସାୟୀଙ୍କୁ ସଂଶୋଧିତ ମୂଳ ଦରରେ ସର୍ବନିମ୍ନ ୬,୦୦୦-୬,୫୦୦ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡ଼ିବ। କେବଳ ସେତିକି ନୁହେଁ ପ୍ଲଟ୍ ପାଇଁ ପ୍ରତିଯୋଗିତାମୂଳକ ନିଲାମ ଡକାଯିବା ସ୍ଥଳେ ଏହା ଆହୁରି ଅନେକାଂଶରେ ବଢ଼ିଯାଉଛି। ବିଭିନ୍ନ ସ୍ଥାନରେ ଏକ ସମୟରେ କାଉଣ୍ଟରଗୁଡ଼ିକ ଚାଲୁଥିବାରୁ, ଏକାଧିକ ପ୍ଲଟ୍ ବୁକ୍ କରିଥିବା ଲୋକଙ୍କ ପାଇଁ ଏକ ସମୟରେ ହେଉଥିବା ନିଲାମରେ ଭାଗ ନେବା କଷ୍ଟକର ହେଉଛି। ସବୁ କାଉଣ୍ଟରରେ ଏକାସାଙ୍ଗରେ ଉପସ୍ଥିତ ରହିବା ସମ୍ଭବ ହେଉ ନ ଥିବାରୁ ସେମାନେ ପ୍ଲଟ୍ ହରାଇବା ଭୟ କରୁଛନ୍ତି।

ଅନ୍ୟପକ୍ଷେ ପ୍ରଶାସନ ପକ୍ଷରୁ ଦିଆଯାଇଥିବା ସ୍ପଷ୍ଟୀକରଣ ଅନୁସାରେ ୨୦୨୨ ମସିହାରୁ ପ୍ଲଟ୍ ପାଇଁ ବେସ୍ ପ୍ରାଇସ ଅପରିବର୍ତ୍ତିତ ରହିଆସିଥିଲା। କିନ୍ତୁ ଏଥର ଏହାକୁ ସାମାନ୍ୟ ବୃଦ୍ଧି କରାଯାଇଛି। ତେବେ ନିଲାମୀ ପ୍ରକ୍ରିୟାକୁ ସ୍ୱଚ୍ଛ, ନିରପେକ୍ଷ ଓ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରାୟ ୭ଟି ଟିମ୍ ଗଠନ କରାଯାଇଛି। ବିଭିନ୍ନ ବ୍ଲକ୍ ପାଇଁ ଅଲଗା ଅଲଗା ସ୍ଥାନରେ ନିଲାମୀ ବ୍ୟବସ୍ଥା କରାଯାଇଛି। ଜଣେ ଆବେଦନକାରୀ ସର୍ବାଧିକ ୩ଟି ପ୍ଲଟ୍ ପାଇଁ ଅନଲାଇନ୍‌ରେ ଆବେଦନ କରିବାର ବ୍ୟବସ୍ଥା ରହିଥିଲା। ପ୍ରତିଦିନ ସକାଳ ୧୦ଟାରୁ ନିଲାମି ଆରମ୍ଭ ହୋଇ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲୁଛି। ଅପରାହ୍ନ ୨ଟାରୁ ୩ଟା ପର୍ଯ୍ୟନ୍ତ ମଧ୍ୟାହ୍ନ ବିରତି ରଖାଯାଇଛି। ଅନ୍ୟପକ୍ଷରେ, ନିଲାମିରେ ଭାଗ ନେବା ପାଇଁ ପଞ୍ଜିକରଣ କରିଥିବା ଆବେଦନକାରୀ ଯଦି ନିଲାମିରେ ଅଂଶଗ୍ରହଣ ନକରନ୍ତି, ତେବେ ସେମାନେ ଦାଖଲ କରିଥିବା ଫି’ ଫେରସ୍ତ ପାଇବେ ନାହିଁ ବୋଲି ସୂଚନା ମିଳିଛି। ଚଳିତ ବର୍ଷ ବାଲିଯାତ୍ରା ପ୍ଲଟ୍ ନିଲାମି ପ୍ରକ୍ରିୟାକୁ ସୁରୁଖୁରୁରେ ଓ ସ୍ୱଚ୍ଛତାର ସହ ସମ୍ପନ୍ନ କରିବା ପାଇଁ ପ୍ରଶାସନ ସମସ୍ତ ପ୍ରସ୍ତୁତି କରିଛି ବୋଲି ଅତିରିକ୍ତ ଜିଲ୍ଲାପାଳ କମଲଜିତ ଦାସ ସୂଚନା ଦେଇଛନ୍ତି।

ଚଳିତ ବର୍ଷ ପ୍ରଶାସନ ପକ୍ଷରୁ ଆଉ ଏକ ନୂତନ ନିୟମ ମଧ୍ୟ ଲାଗୁ କରାଯାଇଛି। ଏହି ନିୟମଟି ହେଉଛି ଗୋଟିଏ ନିର୍ଦ୍ଦିଷ୍ଟ ପ୍ଲଟ୍ ପାଇଁ ପଞ୍ଜୀକୃତ ବିଡରମାନଙ୍କ ମଧ୍ୟରୁ ଯଦି ଜଣେ ବି ଅନୁପସ୍ଥିତ ରହନ୍ତି, ତେବେ ସେହି ପ୍ଲଟ୍ ପାଇଁ ନିଲାମ ଆଗକୁ ବଢ଼ିବ ନାହିଁ। ଏଥିପାଇଁ ଦୁଇ ଘଣ୍ଟାର ଅପେକ୍ଷା ସମୟ ରଖାଯାଇଛି, ଯେଉଁ ସମୟ ମଧ୍ୟରେ ଅଧିକାରୀମାନେ ଅନୁପସ୍ଥିତ ବିଡରମାନଙ୍କ ସହ ଫୋନ୍ ଯୋଗେ ଯୋଗାଯୋଗ କରୁଛନ୍ତି। ସ୍ୱଚ୍ଛତା ଏବଂ ସମସ୍ତଙ୍କ ଅଂଶଗ୍ରହଣ ସୁନିଶ୍ଚିତ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଥିଲେ ହେଁ, କାଉଣ୍ଟରରେ ଉପସ୍ଥିତ ଥିବା କେତେକ ବ୍ୟବସାୟୀ କିନ୍ତୁ ଏହି ବିଳମ୍ବକୁ ବିରୋଧ କରିଛନ୍ତି। ଯଦି ଜଣେ ବିଡର ଆସିବାରେ ବିଫଳ ହୁଅନ୍ତି, ତେବେ ତାଙ୍କ ପାଇଁ ଦୁଇ ଘଣ୍ଟା ଅପେକ୍ଷା କରିବାର ଆବଶ୍ୟକତା କ’ଣ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ସେହିପରି ଅନ୍ୟ ଏକ ଚିନ୍ତାର ବିଷୟ ହେଉଛି, ଯଦି ଜଣେ ପଞ୍ଜୀକୃତ ବିଡର ନିଲାମରେ ଅଂଶଗ୍ରହଣ ନ କରନ୍ତି, ତେବେ ତାଙ୍କ ମୂଳ ଜମା ରାଶି ଫେରସ୍ତ ନ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି।

ପ୍ଲଟ ନିଲାମ ବାଲିଯାତ୍ରା. କଟକ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭା ଉପ-ନିର୍ବାଚନ: ହରଦୀପ ପୁରୀଙ୍କ ବିଜୟ ନିଶ୍ଚିତ, ୨ ନିର୍ଦ୍ଦଳୀୟ ପ୍ରାର୍ଥୀଙ୍କ ନାମାଙ୍କନ ଖାରଜ

November 4, 2026

ରାୟଗଡ଼ା ଅପହରଣ ଓ ଯୌନ ନିର୍ଯାତନା ମାମଲା: ୯ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

November 4, 2026

ନଭେମ୍ବର ୧୧ରୁ ୨୨ ରାଜ୍ୟବ୍ୟାପୀ ପାଳିତ ହେବ ଜନଜାତୀୟ ଗୌରବ ଦିବସ

November 4, 2026

ଖୋର୍ଦ୍ଧାରେ ସଡ଼କ ଦୁର୍ଘଟଣା ରୋକିବାକୁ ପ୍ରଶାସନ କଠୋର: DRSC ବୈଠକରେ ବଡ଼ ନିଷ୍ପତ୍ତି

November 4, 2026
Latest News

ରାଜ୍ୟସଭା ଉପ-ନିର୍ବାଚନ: ହରଦୀପ ପୁରୀଙ୍କ ବିଜୟ ନିଶ୍ଚିତ, ୨ ନିର୍ଦ୍ଦଳୀୟ ପ୍ରାର୍ଥୀଙ୍କ ନାମାଙ୍କନ ଖାରଜ

November 4, 2026

ପ୍ରଦୂଷଣ ଭୟ: ଦିଲ୍ଲୀରୁ ଭାରତ-ଶ୍ରୀଲଙ୍କା ଦିନିକିଆ ମ୍ୟାଚ୍ ହଟାଇବାକୁ ଡିଡିସିଏର ଦାବି

November 4, 2026

ପଞ୍ଚାୟତ ନିର୍ବାଚନକୁ ନେଇ କୋଟିଆରେ ରଣକ୍ଷେତ୍ର, ଆନ୍ଧ୍ରକୁ ଓଡ଼ିଶାର ଜବାବ

November 4, 2026

ରାୟଗଡ଼ା ଅପହରଣ ଓ ଯୌନ ନିର୍ଯାତନା ମାମଲା: ୯ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

November 4, 2026

ନଭେମ୍ବର ୧୧ରୁ ୨୨ ରାଜ୍ୟବ୍ୟାପୀ ପାଳିତ ହେବ ଜନଜାତୀୟ ଗୌରବ ଦିବସ

November 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.