Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»CM Majhi in Keonjhar: କେନ୍ଦୁଝର ତଥା ନିଜ ଜନ୍ମମାଟିର ଉନ୍ନତି ପାଇଁ ଅର୍ଥ ଢାଳି ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ବିଶେଷ ଖବର

CM Majhi in Keonjhar: କେନ୍ଦୁଝର ତଥା ନିଜ ଜନ୍ମମାଟିର ଉନ୍ନତି ପାଇଁ ଅର୍ଥ ଢାଳି ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

November 7, 2026No Comments5 Mins Read
Share Facebook Twitter LinkedIn Email WhatsApp Copy Link
CM Majhi in Keonjhar:
CM Majhi in Keonjhar: କେନ୍ଦୁଝର ତଥା ନିଜ ଜନ୍ମମାଟିର ଉନ୍ନତି ପାଇଁ ଅର୍ଥ ଢାଳି ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

CM Majhi in Keonjhar: ରାଜ୍ୟର କୃଷି, ସ୍ୱାସ୍ଥ୍ୟ, ବ୍ୟାଙ୍କିଙ୍ଗ୍ ଏବଂ ଗ୍ରାମାଞ୍ଚଳର ମୌଳିକ ଭିତ୍ତିଭୂମିକୁ ସୁଦୃଢ଼ କରିବା ଦିଗରେ ଆଜି କେନ୍ଦୁଝରରେ ଆଉ ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରାଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି କେନ୍ଦୁଝର ଜିଲ୍ଲାର ରାଇକଳା ଗ୍ରାମପଞ୍ଚାୟତ ତଥା ସମଗ୍ର କେନ୍ଦୁଝର ଓ ମୟୂରଭଞ୍ଜ କ୍ଲଷ୍ଟରର ବିକାଶ ନିମନ୍ତେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

ଆୟୋଜିତ ସାଧାରଣ ସଭାରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗତ ଅଢ଼େଇ ବର୍ଷ ମଧ୍ୟରେ କେନ୍ଦୁଝର ଜିଲ୍ଲାରେ ବିକାଶର ଯେଉଁ ଧାରା ଜାରି ରହିଛି, ଆଜି ସେଥିରେ ଆଉ ଏକ ସ୍ୱର୍ଣ୍ଣିମ ଫର୍ଦ୍ଦ ଯୋଡ଼ି ହୋଇଛି। ଏ ସରକାର ହେଉଛି ଗରିବ, ଚାଷୀ ଓ ମୂଲିଆଙ୍କ ସରକାର ଏବଂ ରାଜ୍ୟର ପ୍ରତ୍ୟେକଟି କୋଣକୁ ବିକାଶର ମୁଖ୍ୟସ୍ରୋତରେ ସାମିଲ କରାଯିବ।

ଆଜିର ଏହି ଐତିହାସିକ କାର୍ଯ୍ୟକ୍ରମରେ କେନ୍ଦୁଝର ଏବଂ ମୟୂରଭଞ୍ଜ କ୍ଲଷ୍ଟରକୁ ସଂଯୋଗ କରୁଥିବା ତିନୋଟି ବୃହତ ଉଠା ଜଳସେଚନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ପ୍ରାୟ ୧୨୦ କୋଟି ଟଙ୍କାର ଏହି ମେଗା ଲିଫ୍ଟ ଜଳସେଚନ ପ୍ରକଳ୍ପ ଅଧୀନରେ ରାଇକଳା, ସତିକୁଦର ଏବଂ ଜାରକାଣି ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଉଛି, ଯାହାର କାର୍ଯ୍ୟ ୨୦୨୮ ସୁଦ୍ଧା ସମ୍ପୂର୍ଣ୍ଣ ହେବାକୁ ଲକ୍ଷ୍ୟ ରଖାଯାଇଛି। ଏହି ବୃହତ ପ୍ରକଳ୍ପଗୁଡ଼ିକ କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାର ୪ ହଜାର ୨୮୦ ହେକ୍ଟର ଶୁଷ୍କ ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇବ। ଏହାଦ୍ୱାରା କେନ୍ଦୁଝର ଜିଲ୍ଲାର ଝୁମ୍ପୁରା ଓ କେନ୍ଦୁଝର ବ୍ଲକର ଅନେକ ଗ୍ରାମ ସହିତ ମୟୂରଭଞ୍ଜ ଜିଲ୍ଲାର ଜାରକାଣୀ ଅଞ୍ଚଳ ପ୍ରତ୍ୟକ୍ଷ ଭାବେ ଉପକୃତ ହେବେ।

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଚାଷୀମାନଙ୍କ କଲ୍ୟାଣ ପ୍ରତି ସରକାରଙ୍କ ପ୍ରତିବଦ୍ଧତା ପ୍ରକାଶ କରି କହିଛନ୍ତି ଯେ, “ଚାଷୀ ସମୃଦ୍ଧ, ତ ଓଡ଼ିଶା ସମୃଦ୍ଧ। ଯେପର୍ଯ୍ୟନ୍ତ ଆମର କୃଷକ ଭାଇର କ୍ଷେତକୁ ପାଣି ମିଳିନାହିଁ, ସେପର୍ଯ୍ୟନ୍ତ ଗାଁର ଅର୍ଥନୀତି ମଜବୁତ ହୋଇପାରିବ ନାହିଁ। ଏହି ପ୍ରକଳ୍ପ କେବଳ ପାଣି ପାଇପ୍‌ର ସଂଯୋଗ ନୁହେଁ, ଏହା ହେଉଛି ଆମର ଶୁଷ୍କ ମାଟିରେ ସୁନା ଫଳାଇବାର ଏକ ବୈପ୍ଳବିକ ପଦକ୍ଷେପ। ଆମର ଚାଷୀମାନେ ବର୍ଷକୁ ଗୋଟିଏ ଫସଲ ବଦଳରେ ଦୁଇରୁ ତିନୋଟି ଫସଲ ଅମଳ କରିବେ ଏବଂ ସେମାନଙ୍କ ଆୟରେ ଆଖିଦୃଶିଆ ବୃଦ୍ଧି ହେବ।”

ପୂର୍ବ ୨୪ ବର୍ଷର ସରକାରକୁ କଡ଼ା ସମାଲୋଚନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଅତୀତରେ ପ୍ରତି ବ୍ଲକକୁ ଅତି କମରେ ୩୫ ପ୍ରତିଶତ ଜମିକୁ ପାଣି ଯୋଗାଇଦେବା ପାଇଁ ଦିଆଯାଇଥିବା ପ୍ରତିଶୃତି କେବଳ କାଗଜ କଲମରେ ରହିଯାଇଥିଲା।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଜଣେ ଚାଷୀ ପୁଅ ଭାବେ ସେ ଜାଣନ୍ତି ଯେ ଜମିକୁ ଜଳ ଯୋଗାଣ ହେଲେ ଚାଷୀର ଅଧା ସମସ୍ୟାର ସମାଧାନ ଆପେ ଆପେ ହୋଇଯାଏ। ବର୍ତ୍ତମାନର ସରକାର ଆସନ୍ତା ପାଞ୍ଚ ବର୍ଷରେ ୧୫ ଲକ୍ଷ ହେକ୍ଟର ଜମିକୁ ପାଣି ଯୋଗାଇଦେବା ପାଇଁ ବ୍ୟବସ୍ଥା କରୁଛନ୍ତି ।

ରାଜ୍ୟରେ ଜଳସେଚନ ଭିତ୍ତିଭୂମିର ସମ୍ପ୍ରସାରଣ ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି ଯେ ଚଳିତ ବର୍ଷ ବଜେଟରେ ବିଭିନ୍ନ ଜଳସେଚନ ପ୍ରକଳ୍ପ ପାଇଁ ୧୪ ହଜାର ୫୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ସରକାର ୬ଟି ଅନ୍ତ-ନଦୀଜଳାଶୟ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବା ସହିତ ୧୯୪୧ କିଲୋମିଟର ଦୀର୍ଘ ଫିଲ୍‌ଡ ଚ୍ୟାନେଲ୍‌ର ଆରସିସି ଲାଇନିଙ୍ଗ୍ ସମ୍ପୂର୍ଣ୍ଣ କରିଛନ୍ତି, ଯାହାଦ୍ୱାରା ପ୍ରାୟ ୮୦ ହଜାର ହେକ୍ଟର କମାଣ୍ଡ ଏରିଆକୁ ଉନ୍ନତ ଜଳସେଚନ ସୁବିଧା ମିଳିଛି।

ଆନନ୍ଦପୁର ବ୍ୟାରେଜ୍, ଲୋୟର ସୁକତେଲ ଓ କୁସୁମୀ ବ୍ୟାରେଜ୍ ଅଧୀନରେ ଅଣ୍ଡରଗ୍ରାଉଣ୍ଡ ପାଇପ୍ ଲାଇନ୍‌ର ବ୍ୟବସ୍ଥା କରାଯାଉଛି। ଏତଦ୍‌ବ୍ୟତୀତ ରାଜ୍ୟରେ ୬୫୬ଟି ନୂଆ ଚେକ୍‌ଡ୍ୟାମ୍ ନିର୍ମାଣ ଏବଂ ୧ ହଜାର ୨୨ଟି ପୁରୁଣା ଚେକ୍‌ଡ୍ୟାମ୍‌ର ନବୀକରଣ କରାଯାଇଛି।

ଆସନ୍ତା ଡିସେମ୍ବର ମାସରେ କେନ୍ଦୁଝର ଜିଲ୍ଲାର ବହୁପ୍ରତୀକ୍ଷିତ କାନୁପୁର ଜଳସେଚନ ପ୍ରକଳ୍ପର ଆନୁଷ୍ଠାନିକ ଉଦ୍‌ଘାଟନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହି ବୃହତ ଜଳାଶୟ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ଦ୍ୱାରା ଜିଲ୍ଲାର ହଜାର ହଜାର ହେକ୍ଟର ଚାଷ ଜମିକୁ ସ୍ଥାୟୀ ଜଳସେଚନ ସୁବିଧା ମିଳିପାରିବ, ଯାହା ସ୍ଥାନୀୟ କୃଷକମାନଙ୍କ ଆର୍ଥିକ ଅଭିବୃଦ୍ଧିରେ ପ୍ରମୁଖ ଭୂମିକା ଗ୍ରହଣ କରିବ।

କୃଷି ବ୍ୟତୀତ ସ୍ୱାସ୍ଥ୍ୟ ଏବଂ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ମଧ୍ୟ ପ୍ରକଳ୍ପର ଶୁଭାରମ୍ଭ ହୋଇଛି

ମୁଖ୍ୟମନ୍ତ୍ରୀ ଆଜି ମଧ୍ୟ ଝୁମ୍ପୁରା ଠାରେ ୧୭ କୋଟି ୯୭ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଝୁମ୍ପୁରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (CHC) ର ଶୁଭ ଉଦ୍‌ଘାଟନ କରିଛନ୍ତି, ଯାହାଦ୍ୱାରା ଗ୍ରାମାଞ୍ଚଳର ଆଦିବାସୀ ଓ ଚାଷୀ ଭାଇଭଉଣୀମାନେ ଉନ୍ନତ ଚିକିତ୍ସା ସେବା ନିଜ ଘର ପାଖରେ ପାଇପାରିବେ।

ଏହାସହିତ ରାଇକଳାଠାରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଏକ ନୂତନ ଶାଖାର ଉଦ୍‌ଘାଟନ କରାଯାଇଛି, ଯାହା ସ୍ଥାନୀୟ ଚାଷୀ ଓ ବ୍ୟବସାୟୀଙ୍କୁ ସରକାରୀ ଋଣ ଏବଂ ବ୍ୟାଙ୍କିଙ୍ଗ୍ ସେବା ପାଇବାରେ ବିଶେଷ ସହାୟକ ହେବ।

ଏଥିସହିତ ମୁଖ୍ୟମନ୍ତ୍ରୀ ଏହାମଧ୍ୟ ଘୋଷଣା କରିଛନ୍ତି ରାଇକଳା ଓ ସ୍ଥାନୀୟ ଯୁବକ ତଥା ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ଦୁଇଟି ବୃହତ ପ୍ରକଳ୍ପର ଘୋଷଣା କରିଛନ୍ତି। ରାଇକଳାଠାରେ ୨୪ କୋଟି ଟଙ୍କାର ବ୍ୟୟବରାଦରେ ଏକ ଅତ୍ୟାଧୁନିକ sports complex ନିର୍ମାଣ କରାଯିବ, ଯାହା ସ୍ଥାନୀୟ ଯୁବକ୍ରୀଡ଼ାବିତ୍‌ମାନଙ୍କ ଦକ୍ଷତା ବିକାଶ ଓ ସେମାନଙ୍କୁ ଜାତୀୟ ସ୍ତରରେ ପହଞ୍ଚାଇବାରେ ସହାୟକ ହେବ। ଏହାସହିତ, ଅଞ୍ଚଳର ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିର ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚମାନର ଆବାସିକ ଶିକ୍ଷା ପ୍ରଦାନ କରିବା ଲକ୍ଷ୍ୟରେ ୩୦ କୋଟି ଟଙ୍କାର ବ୍ୟୟରେ ଏକ ଅତ୍ୟାଧୁନିକ ‘SC/ST ଆବାସିକ ବିଦ୍ୟାଳୟ’ (SC/ST Residential School) ସ୍ଥାପନ କରାଯିବ।

ରାଇକଳାରେ ହୋଇଥିବା ଉନ୍ନୟନମୂଳକ କାର୍ଯ୍ୟର ସୂଚନା ଦେଇ ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ଯେ ରାଇକଳାର ବିକାଶ ପାଇଁ ୮ କୋଟି ୨୦ ଲକ୍ଷ ଟଙ୍କା ବ୍ୟୟରେ ୧୦ଟି ତୃଣମୂଳ ସ୍ତରର ପ୍ରକଳ୍ପ ହାତକୁ ନିଆଯାଇଛି। ଏଥିମଧ୍ୟରେ ଡି.ଏମ୍.ଏଫ୍. ପାଣ୍ଠିରୁ କରଞ୍ଜିଆପଡ଼ାରେ ୧ କୋଟି ଟଙ୍କା ବ୍ୟୟରେ ମିନି ଷ୍ଟାଡିୟମ୍ ଏବଂ ୨୦ ଲକ୍ଷ ଟଙ୍କା ବ୍ୟୟରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି।

ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା ପାଣ୍ଠିରୁ ରାଇକଳାରେ ୧.୫ କୋଟି ଟଙ୍କାରେ ଧବଳେଶ୍ୱର ମନ୍ଦିର ପରିସର ଉନ୍ନତି, ୬୦ ଲକ୍ଷ ଟଙ୍କାରେ ଗ୍ରାମ୍ୟ ହାଟ, ୧.୫ କୋଟି ଟଙ୍କାରେ ଯୁବ ଜ୍ୟୋତି କ୍ଲବ୍, ୩୦ ଲକ୍ଷ ଟଙ୍କାରେ ଗ୍ରାମ୍ୟଶ୍ରୀ ଠାକୁରାଣୀ ନବୀକରଣ କାର୍ଯ୍ୟ ଜାରି ରହିଥିବାବେଳେ କଲ୍ୟାଣ ମଣ୍ଡପର ଭିତ୍ତିପ୍ରସ୍ତର ସ୍ଥାପିତ ହୋଇଛି। ସେହିପରି ୩୫ ଲକ୍ଷ ଟଙ୍କାରେ ନୂତନ ଜି.ପି. ଭବନ, ୩୦ ଲକ୍ଷ ଟଙ୍କାରେ ମିଶନ ଶକ୍ତି ଜି.ପି.ଏଲ୍.ଏଫ୍. ବିଲ୍‌ଡିଙ୍ଗ୍ ଏବଂ DMF ଓ CMSA ସହାୟତାରେ ୧.୫ କୋଟି ଟଙ୍କା ବ୍ୟୟରେ ୨.୫ କିଲୋମିଟର ସି.ସି. ରୋଡ଼ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି।

ସମଗ୍ର କେନ୍ଦୁଝର ଜିଲ୍ଲାର ଆଧୁନିକୀକରଣ ସମ୍ପର୍କରେ ଆଲୋକପାତ କରି ସେ କହିଛନ୍ତି ଯେ ଅଧିଷ୍ଠାତ୍ରୀ ଦେବୀ ମା’ ତାରିଣୀ ପୀଠର ଉନ୍ନୟନ ପାଇଁ ୩୧୩ କୋଟି ଟଙ୍କା ଏବଂ ଯୁବକମାନଙ୍କ କର୍ମସଂସ୍ଥାନ ପାଇଁ ୨୮୭ କୋଟି ଟଙ୍କାର ବୃହତ ଟେକ୍ସଟାଇଲ୍ ପାର୍କ ନିର୍ମାଣ କରାଯାଉଛି, ଯାହା ସହିତ ଡିଜାଷ୍ଟର ରିକଭରୀ ସେଣ୍ଟର ଏବଂ ଡାଟା ସେଣ୍ଟର ପ୍ରତିଷ୍ଠା ହେଉଛି। କୃଷକ କଲ୍ୟାଣ ନିମନ୍ତେ ‘ସିଏମ୍-କିଷାନ’ ଯୋଜନାରେ କେନ୍ଦୁଝରର ୨ ଲକ୍ଷ ୭ ହଜାର ୩୬୨ ଜଣ ଚାଷୀଙ୍କୁ ୪୧ କୋଟି ୫୩ ଲକ୍ଷ ଟଙ୍କାର ସହାୟତା ଦିଆଯାଇଛି ଏବଂ ୩୫ ହଜାର ୫୦୦ ହେକ୍ଟର ଧାନ ଜମିରେ ଫସଲ ବିବିଧ କରଣ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି। ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସରକାର ସର୍ବଦା ଲୋକଙ୍କ ସାଥିରେ ଠିଆ ହୋଇଛନ୍ତି ଏବଂ କ୍ଷତିଗ୍ରସ୍ତଙ୍କ ପାଇଁ ସହାୟତା ପ୍ୟାକେଜ୍ ଘୋଷଣା କରାଯାଇଛି।

ନିଜ ଜନ୍ମମାଟିରେ ମୁଖ୍ୟମନ୍ତ୍ରୀ ଭାବବିହ୍ୱଳ ହୋଇ କହିଥିଲେ, “ରାଇକଳା କେବଳ ମୋର ଜନ୍ମମାଟି ନୁହେଁ, ଏହା ମୋ ପାଇଁ ଏକ ତୀର୍ଥ କ୍ଷେତ୍ର। ‘ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରୀୟସୀ’—ମୋ ପାଇଁ ମୋ ଜନ୍ମଭୂମି ଠାରୁ ବଡ଼ ସ୍ୱର୍ଗ ଆଉ କିଛି ନାହିଁ। ଆପଣମାନଙ୍କ ଏହି ପୁଅ, ଆପଣମାନଙ୍କ ଏହି ଭାଇ ଆଜି ଯେଉଁ ସ୍ଥାନରେ ବି ପହଞ୍ଚିଛି, ସେ କେବଳ ଆପଣମାନଙ୍କ ଆଶୀର୍ବାଦ ଏବଂ ଏହି ମାଟିର ସଂସ୍କାର ପାଇଁ। ଜୀବନରେ ଯେତେ ବଡ଼ ହୁଅନା କାହିଁକି, କେବେ ନିଜର ମୂଳକୁ ଭୁଲିଯାଅ ନାହିଁ; ମୁଁ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଏହା ଭୁଲିବି ନାହିଁ।” ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା’ ତାରିଣୀଙ୍କ ଆଶୀର୍ବାଦରେ ଏକ ସଶକ୍ତ ଓ “ବିକଶିତ ଓଡ଼ିଶା” ଗଠନ କରିବାକୁ ସେ ଆହ୍ୱାନ ଦେଇଥିଲେ।

ଏହି ସମାରୋହରେ କେନ୍ଦୁଝର ସାଂସଦ ଶ୍ରୀଯୁକ୍ତ ଅନନ୍ତ ନାୟକ, ପାଟଣା ବିଧାୟକ ଶ୍ରୀଯୁକ୍ତ ଅଖିଳ ଚନ୍ଦ୍ର ନାଏକ, ତେଲକୋଇ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଡାକ୍ତର ଫକୀର ମୋହନ ନାଏକ ଏବଂ କେନ୍ଦୁଝର ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମମିତା ନାଏକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ବିଶାଳ ଜନସମାବେଶ ଉପସ୍ଥିତ ଥିଲେ। ଜିଲ୍ଲାପାଳ ଶ୍ରୀ ବିଶାଲ ସିଂହ ସ୍ୱାଗତ ଭାଷଣ ଦେଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ରବିନ୍ଦ୍ର କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

'ବିକଶିତ ଓଡ଼ିଶା' CM Majhi in Keonjhar ରାଇକଳା ଗ୍ରାମପଞ୍ଚାୟତ
Share. Facebook Twitter LinkedIn Email WhatsApp Copy Link

Related Posts

ଭିଡ଼ ପରିଚାଳନା ଓ ସୁରକ୍ଷା ନିୟମାବଳୀ ପାଳନ କରିବାକୁ ପୂର୍ବତଟ ରେଳପଥର ଯାତ୍ରୀମାନଙ୍କୁ ନିବେଦନ 

November 7, 2026

ଜିଲ୍ଲା ସ୍ତରୀୟ ସୁରଭି-୨୦୨୬ ସମ୍ପନ୍ନ: କୁନି ପ୍ରତିଭାଙ୍କ ପ୍ରତିଭାରେ ଝଲସିଲା ଖୋର୍ଦ୍ଧା

November 7, 2026

ଭୁବନେଶ୍ବରରେ ନିର୍ମାଣାଧୀନ ସ୍ୱତନ୍ତ୍ର ଚାଉଳ ଓ ମିଲେଟ୍‌ର ମୂଲ୍ୟବୃଦ୍ଧି କେନ୍ଦ୍ର ପରିଦର୍ଶନ କଲେ ଦୁଇ ଉପମୁଖ୍ୟମନ୍ତ୍ରୀ

November 7, 2026

ଉଦ୍‌ଯାପିତ ହେଲା ରାଜ୍ୟସ୍ତରୀୟ ଶିଶୁ କ୍ରୀଡ଼ା ମହୋତ୍ସବ “ଉତ୍ସାହ-୨୦୨୬”

November 7, 2026
Latest News

ଭିଡ଼ ପରିଚାଳନା ଓ ସୁରକ୍ଷା ନିୟମାବଳୀ ପାଳନ କରିବାକୁ ପୂର୍ବତଟ ରେଳପଥର ଯାତ୍ରୀମାନଙ୍କୁ ନିବେଦନ 

November 7, 2026

ବସ୍ତିରେ ଶିଶୁଙ୍କ ସହ ଦୀପାବଳି ପାଳିଲା ବାଲୁଗାଁ ଏବିଭିପି: କୁନି ମୁହଁରେ ଫୁଟିଲା ହସ

November 7, 2026

ଜିଲ୍ଲା ସ୍ତରୀୟ ସୁରଭି-୨୦୨୬ ସମ୍ପନ୍ନ: କୁନି ପ୍ରତିଭାଙ୍କ ପ୍ରତିଭାରେ ଝଲସିଲା ଖୋର୍ଦ୍ଧା

November 7, 2026

CM Majhi in Keonjhar: କେନ୍ଦୁଝର ତଥା ନିଜ ଜନ୍ମମାଟିର ଉନ୍ନତି ପାଇଁ ଅର୍ଥ ଢାଳି ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

November 7, 2026

ଭୁବନେଶ୍ବରରେ ନିର୍ମାଣାଧୀନ ସ୍ୱତନ୍ତ୍ର ଚାଉଳ ଓ ମିଲେଟ୍‌ର ମୂଲ୍ୟବୃଦ୍ଧି କେନ୍ଦ୍ର ପରିଦର୍ଶନ କଲେ ଦୁଇ ଉପମୁଖ୍ୟମନ୍ତ୍ରୀ

November 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.