Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପରିବହନ ଭିତ୍ତିଭୂମି ସୁଦୃଢ଼ ପାଇଁ ଏମ୍‌ଓୟୁ: ପ୍ରସ୍ତୁତ ହେବ ‘ଭିଜନ ଡକୁମେଣ୍ଟ’
ବିଶେଷ ଖବର

ପରିବହନ ଭିତ୍ତିଭୂମି ସୁଦୃଢ଼ ପାଇଁ ଏମ୍‌ଓୟୁ: ପ୍ରସ୍ତୁତ ହେବ ‘ଭିଜନ ଡକୁମେଣ୍ଟ’

November 10, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
MoU for Strengthening Transport Infrastructure: ‘Vision Document’ to be Prepared

ଭୁବନେଶ୍ୱର: ‘ବିକଶିତ ଓଡ଼ିଶା ୨୦୩୬’ର ଲକ୍ଷ୍ୟ ହାସଲ ଦିଗରେ ରାଜ୍ୟର ପରିବହନ ଭିତ୍ତିଭୂମିକୁ ଅଧିକ ଆଧୁନିକ ଓ ସୁଗମ କରିବା ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ ଏବଂ ଭୋପାଳସ୍ଥିତ ‘ସ୍କୁଲ୍ ଅଫ୍ ପ୍ଲାନିଂ ଆଣ୍ଡ ଆର୍କିଟେକ୍‌ଚର’ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର (MoU) ସ୍ୱାକ୍ଷରିତ ହୋଇଛି। ଏହି ଚୁକ୍ତି ଅନୁଯାୟୀ, ଓଡ଼ିଶାର ଆର୍ଥିକ ଓ ସାମାଜିକ ପ୍ରଗତିକୁ ନୂତନ ଦିଗ ଦେବା ପାଇଁ ଏକ ସମନ୍ୱିତ ଓ ଦୀର୍ଘମିଆଦୀ ‘ଭିଜନ ଡକୁମେଣ୍ଟ’ ପ୍ରସ୍ତୁତ କରାଯିବ। ଏହି ସାମଗ୍ରିକ ଭିଜନ୍ ଡକ୍ୟୁମେଣ୍ଟରେ ସଡ଼କ ପରିବହନ, ସାର୍ବଜନୀନ ଯାତ୍ରୀ ପରିବହନ, ମାଲ ପରିବହନ, ବିମାନ ଚଳାଚଳ ଏବଂ ଜଳପଥ ପରିବହନ ଭଳି ସମସ୍ତ ପ୍ରମୁଖ କ୍ଷେତ୍ରକୁ ସାମିଲ କରାଯିବ। ଏହା ମଧ୍ୟରେ ୱାଟର ଟ୍ରାନ୍ସପୋର୍ଟ ଏବଂ ସିପିଂ ବ୍ୟବସ୍ଥାର ଆଧୁନିକୀକରଣ ପାଇଁ ଜଳ ପଥ, ରାଜ୍ୟରେ ରେଳ ସଂଯୋଗୀକରଣର ବ୍ୟାପକ ସମ୍ପ୍ରସାରଣ ପାଇଁ ରେଳ ପଥ ଏବଂ ବିମାନ ଚଳାଚଳ ସହ ଏୟାର କନେକ୍ଟିଭିଟିର ସୁଦୃଢ଼ିକରଣ ପାଇଁ ଆକାଶ ପଥକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହା ସହିତ ସଡ଼କ ପଥରେ ସାଧାରଣ ଯାତ୍ରୀଙ୍କ ପାଇଁ ସାର୍ବଜନୀନ ପରିବହନ ବ୍ୟବସ୍ଥାର ଉନ୍ନତିକରଣ ଏବଂ ବ୍ୟବସାୟ ଓ ବାଣିଜ୍ୟର ବିକାଶ ପାଇଁ ଗୁଡ୍ସ ବା ମାଲ୍ ପରିବହନ ନେଟୱର୍କକୁ ଅଧିକ ସହଜ କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯିବ। ଏହି ବୃହତ ଯୋଜନାକୁ ସଫଳ କରିବା ପାଇଁ ସରକାର ଏକ ନିର୍ଦ୍ଦିଷ୍ଟ ସମୟ ସୀମା ଧାର୍ଯ୍ୟ କରିଛନ୍ତି। ଆଗାମୀ ୫ ମାସ ମଧ୍ୟରେ ଏସପିଏ ଭୋପାଳ ତାର ସମ୍ପୂର୍ଣ୍ଣ ରିପୋର୍ଟ ପ୍ରଦାନ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ‘ଭିଜନ ଡକ୍ୟୁମେଣ୍ଟ’ ରିପୋର୍ଟ ଆସିବା ପରେ ରାଜ୍ୟରେ ଆବଶ୍ୟକୀୟ ଭିତ୍ତିଭୂମିକୁ ଅଧିକ ମଜଭୁତ କରିବା ପାଇଁ ସରକାର ପରବର୍ତ୍ତୀ ପଦକ୍ଷେପ ନେବେ।

‘ସ୍କୁଲ୍ ଅଫ୍ ପ୍ଲାନିଂ ଆଣ୍ଡ ଆର୍କିଟେକ୍‌ଚର’ ଏମଓୟୁ. ରାଜ୍ୟ ପରିବହନ ପ୍ରାଧିକରଣ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜିଠାରୁ ଦୁଇଦିନିଆ ରାଜ୍ୟସ୍ତରୀୟ ମାଣ୍ଡିଆ ଦିବସ

November 10, 2026

ଏପଟେ ମୋଦୀ-ଜେଲେନ୍‌ସ୍କି କଥା, ସେପଟେ ଜୟଶଙ୍କର-ଲାଭ୍ରୋଭ୍ ଫୋନ୍ ବାର୍ତ୍ତା: ଜାଣନ୍ତୁ ସବୁକିଛି

November 10, 2026

ସମୁଦ୍ରରେ ବୁଡ଼ି ୨ ମୃତ, ୩ ଗୁରୁତର

November 10, 2026

କ୍ୟାବିନେଟ୍‌ରେ ୧୩ ପ୍ରସ୍ତାବ ମଞ୍ଜୁର: ୭୮ ଲକ୍ଷ ମେଟ୍ରିକ ଟନ୍ ଖରିଫ୍ ଧାନ ସଂଗ୍ରହ ଲକ୍ଷ୍ୟ

November 10, 2026
Latest News

ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଭାରତୀୟ ହକି ଟିମ୍ ଘୋଷିତ: ସଞ୍ଜୟଙ୍କୁ ନେତୃତ୍ୱ, ବାଦ୍‌ ପଡ଼ିଲେ ହରମନପ୍ରୀତ୍

November 10, 2026

ନୂତନ ପାସପୋର୍ଟ ପାଇଁ ଶେଖ୍ ହସିନାଙ୍କ ଆବେଦନ: ବାଂଲାଦେଶ ଫେରିବା ସଙ୍କେତ

November 10, 2026

ମଣ୍ଡେ ଟେଷ୍ଟରେ ସବୁ ରେକର୍ଡ ଭାଙ୍ଗିଲା ‘ରାମାୟଣ’: ‘ବାହୁବଳୀ ୨’କୁ ପଛରେ ପକାଇ ହେଲା ନମ୍ବର ୧

November 10, 2026

ରୋଗୀଙ୍କୁ ବଡ଼ ଆଶ୍ୱସ୍ତି : ଶସ୍ତା ହେଲା ୧୩୭ କ୍ୟାନ୍‌ସର ଔଷଧ

November 10, 2026

ଆଜିଠାରୁ ଦୁଇଦିନିଆ ରାଜ୍ୟସ୍ତରୀୟ ମାଣ୍ଡିଆ ଦିବସ

November 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.