Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡ଼ିଶା-ଜାପାନ ସମ୍ପର୍କରେ ନୂଆ ଅଧ୍ୟାୟ: ତୋତ୍ତୋରି ପ୍ରିଫେକ୍‌ଚର ସହ ଐତିହାସିକ ମୈତ୍ରୀ ଚୁକ୍ତି ସ୍ୱାକ୍ଷରିତ
ବିଶେଷ ଖବର

ଓଡ଼ିଶା-ଜାପାନ ସମ୍ପର୍କରେ ନୂଆ ଅଧ୍ୟାୟ: ତୋତ୍ତୋରି ପ୍ରିଫେକ୍‌ଚର ସହ ଐତିହାସିକ ମୈତ୍ରୀ ଚୁକ୍ତି ସ୍ୱାକ୍ଷରିତ

November 12, 2026No Comments4 Mins Read
Share Facebook Twitter LinkedIn Email WhatsApp Copy Link
A New Chapter in Odisha-Japan Relations: Historic Friendship Agreement Signed with Tottori Prefecture

ଭୁବନେଶ୍ୱର: ଓଡ଼ିଶା-ଜାପାନ ସମ୍ପର୍କରେ ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି। କାରଣ ଓଡ଼ିଶା ଏବଂ ଜାପାନର ତୋତ୍ତୋରି ପ୍ରିଫେକ୍‌ଚର ରାଜ୍ୟ ମଧ୍ୟରେ ଆଞ୍ଚଳିକ, ଆର୍ôଥକ, ସାଂସ୍କୃତିକ ଏବଂ ଶିକ୍ଷାଗତ ସମ୍ପର୍କକୁ ଆହୁରି ମଜଭୁତ କରିବା ପାଇଁ ସ୍ଥାନୀୟ ଲୋକସେବା ଭବନସ୍ଥିତ କନଭେନ୍ସନ୍ ସେଣ୍ଟରଠାରେ ଏକ ଐତିହାସିକ “ମୈତ୍ରୀ ସମ୍ପର୍କ ଚୁକ୍ତି’ ସ୍ୱାକ୍ଷରିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ତୋତ୍ତୋରି ପ୍ରିଫେକ୍‌ଚର ଗଭର୍ଣ୍ଣର ଶିଞ୍ଜୀ ହିରାଇଙ୍କ ଉପସ୍ଥିତିରେ ଏହି ଦ୍ୱିପାକ୍ଷିକ ବୁଝାମଣା ପତ୍ର ସ୍ୱାକ୍ଷର କରାଯାଇଛି। ଏହି ବୁଝାମଣା ଫଳରେ ଓଡ଼ିଶାର ଯୁବବର୍ଗଙ୍କ ପାଇଁ ବୈଦେଶିକ ନିଯୁକ୍ତି, ଏମ୍‌ଏସ୍‌ଏମ୍‌ଇ ଏବଂ ଷ୍ଟାର୍ଟଅପ୍ କ୍ଷେତ୍ରରେ ବିନିଯୋଗ, କୌଶଳ ବିକାଶ ଏବଂ ପର୍ଯ୍ୟଟନର ବ୍ୟାପକ ବିକାଶ ପାଇଁ ନୂତନ ଦିଗ ଉନ୍ମୋଚିତ ହୋଇଛି। ସୂଚନା ଯୋଗ୍ୟ ଯେ ଏହି କାର୍ଯ୍ୟକ୍ରମ ଅବସରରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣା ପତ୍ର (ଏମ୍‌ଓୟୁ) ସ୍ୱାକ୍ଷରିତ ହୋଇଛି। ପ୍ରଥମ ବୁଝାମଣା ପତ୍ରଟି “ଷ୍ଟାର୍ଟଅପ୍ ଓଡ଼ିଶା’ ଏବଂ ତୋତ୍ତୋରି ପ୍ରିଫେକ୍‌ଚର ମଧ୍ୟରେ ସ୍ୱାକ୍ଷରିତ ହୋଇଛି, ଯାହା ଦ୍ୱାରା ଉଭୟ ଅଞ୍ଚଳ ମଧ୍ୟରେ ବ୍ୟବସାୟିକ, ନିବେଶକ ସଂଯୋଗ ଏବଂ ଏମ୍‌ଏସ୍‌ଏମ୍‌ଇ ସଂସ୍ଥାଗୁଡ଼ିକ ମଧ୍ୟରେ ସୁଦୃଢ଼ ସହଯୋଗିତା ଗଢ଼ିଉଠିବ। ଦ୍ୱିତୀୟ ବୁଝାମଣା ପତ୍ରଟି ଓଡ଼ିଶାର “ୱାର୍ଲ୍ଡ ସ୍କିଲ୍ ସେଣ୍ଟର’, ତୋତ୍ତୋରି ପ୍ରିଫେକ୍‌ଚର ଏବଂ “ନିହନ୍ ଏଜୁଟେକ୍‌’ ମଧ୍ୟରେ ସ୍ୱାକ୍ଷରିତ ହୋଇଛି, ଯାହା ଓଡ଼ିଶାର ଦକ୍ଷ ଯୁବଶକ୍ତି ପାଇଁ ଜାପାନରେ ବୈଦେଶିକ ନିଯୁକ୍ତିର ବ୍ୟାପକ ସୁଯୋଗ ସୃଷ୍ଟି କରିବ। ସମାରୋହରେ ଅଭିଭାଷଣ ରଖି ଜାପାନୀ ଭାଷାରେ “କୋନିଚିୱା’ ଅର୍ଥାତ୍ ‘ହେଲୋ’ କହି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତୋତ୍ତୋରିର ଗଭର୍ଣ୍ଣର ଶିଞ୍ଜୀ ହିରାଇ ଏବଂ ଆଗତ ପ୍ରତିନିଧିମଣ୍ଡଳୀଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଭୂମିକୁ ସ୍ୱାଗତ କରିଥିଲେ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭାରତ ଏବଂ ଜାପାନ ମଧ୍ୟରେ ଗଭୀର ବିଶ୍ୱାସ, ପରସ୍ପର ପ୍ରତି ସମ୍ମାନ ଏବଂ ବହୁ ପୁରାତନ ସଭ୍ୟତାଗତ ସମ୍ପର୍କ ରହିଛି। ଆଜିର ଏହି ମୈତ୍ରୀ ଚୁକ୍ତି ଓଡ଼ିଶା ଏବଂ ତୋତ୍ତୋରି ମଧ୍ୟରେ ସେହି ଐତିହାସିକ ସମ୍ପର୍କକୁ ପ୍ରାଦେଶିକ ସ୍ତରକୁ ନେଇ ଏ ସମ୍ପର୍କକୁ ଆହୁରି ଗଭୀର କରିବା ସହିତ ଦୁଇ ଅଞ୍ଚଳର ଜନସାଧାରଣ, ଅନୁଷ୍ଠାନ ଓ ସମୁଦାୟକୁ ନିକଟତର କରିବ। ରାଜ୍ୟର ଶିଳ୍ପ ଅଭିବୃଦ୍ଧି ଓ ନିବେଶ ସମ୍ପର୍କରେ ବକ୍ତବ୍ୟ ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଇଣ୍ଡୋ ନିସିନ୍‌, ନିପନ୍ ଷ୍ଟିଲ୍‌, ଜେଏଫ୍‌ଇ ଷ୍ଟିଲ୍‌, କ୍ରୋସାକି, ୟୋକୋହାମା, ଆଇଏଚ୍‌ଆଇ ଏବଂ ଟୋରେ ଭଳି ପ୍ରମୁଖ ଜାପାନୀ ଶିଳ୍ପ ସଂସ୍ଥାଗୁଡ଼ିକ ଓଡ଼ିଶାର ଶିଳ୍ପ ଇକୋ-ସିଷ୍ଟମ ଉପରେ ଗଭୀର ଆସ୍ଥା ପ୍ରକଟ କରିଛନ୍ତି। ଏହି ସଂସ୍ଥାଗୁଡ଼ିକ ରାଜ୍ୟକୁ ନୂତନ ପୁଞ୍ଜିନିବେଶ, ଆଧୁନିକ ପ୍ରଯୁକ୍ତିବିଦ୍ୟା ଏବଂ ଓଡ଼ିଆ ଯୁବବର୍ଗଙ୍କ ପାଇଁ ବ୍ୟାପକ କର୍ମସଂସ୍ଥାନର ସୁଯୋଗ ଆଣିଦେଇଛନ୍ତି। ଏଥିସହିତ ତୋତ୍ତୋରିର ବ୍ୟବସାୟିକ ନେତୃବୃନ୍ଦଙ୍କୁ ଓଡ଼ିଶାରସୁକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ , ଷ୍ଟାର୍ଟଅପ୍‌, ଶିଳ୍ପ କ୍ଲଷ୍ଟର ଏବଂ ଦକ୍ଷ ଯୁବଶକ୍ତିର ସାମର୍ଥ୍ୟକୁ ଅନୁଧ୍ୟାନ କରିବା ପାଇଁ ସେ ଆମନ୍ତ୍ରଣ ଜଣାଇବା ସହ ନୂତନ ବିଚାରକୁ ସ୍ଥାୟୀ ସହଯୋଗିତାରେ ପରିଣତ କରିବା ପାଇଁ ଓଡ଼ିଶା ସରକାର ସମସ୍ତ ପ୍ରକାରର ସହଯୋଗ ଯୋଗାଇଦେବେ। ଉଭୟ ଅଞ୍ଚଳ ମଧ୍ୟରେ ଥିବା ସାଂସ୍କୃତିକ ଓ ଭୌଗୋଳିକ ସାଦୃଶ୍ୟ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ଯେ, ଓଡ଼ିଶା ଏବଂ ତୋତ୍ତୋରି ଦୁଇଟିଯାକ ଅଞ୍ଚଳ ମନୋରମ ସମୁଦ୍ରକୂଳ, ଉର୍ବର କ୍ଷେତ ଏବଂ ପାର୍ବତ୍ୟ ମାଳା ଦ୍ୱାରା ସମୃଦ୍ଧ। ଓଡ଼ିଶାର ପଟ୍ଟଚିତ୍ର, ଚାନ୍ଦୁଆ ଓ ପ୍ରସ୍ତର କଳା ଏବଂ ତୋତ୍ତୋରିର ପାରମ୍ପରିକ ହସ୍ତଶିଳ୍ପ ସୂକ୍ଷ୍ମତା ଓ ନିଷ୍ଠାର ପ୍ରତୀକ ଅଟନ୍ତି। ପର୍ଯ୍ୟଟନ କ୍ଷେତ୍ରରେ ସହଯୋଗିତା ବୃଦ୍ଧି କରିବା ପାଇଁ ଜାପାନର ପ୍ରତିନିଧିମାନେ ଓଡ଼ିଶାର ବୌଦ୍ଧ ଐତିହ୍ୟସ୍ଥଳୀ ରତ୍ନଗିରି, ଉଦୟଗିରି ଓ ଲଳିତଗିରି ପରିଦର୍ଶନ କରିବା ସହ ଓଡ଼ିଶାର ପର୍ଯ୍ୟଟକମାନେ ତୋତ୍ତୋରିର ସମୁଦ୍ରକୂଳ, ପର୍ବତ ଓ ସ୍ୟାଣ୍ଡ ଡ୍ୟୁନ୍ସ (ବାଲୁକା ସ୍ତୂପ) ଅନୁଭବ କରିପାରିବେ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଆଜି ସ୍ୱାକ୍ଷରିତ ହୋଇଥିବା ଏହି ଚୁକ୍ତି ଦୁଇ ଅଞ୍ଚଳ ମଧ୍ୟରେ ଜ୍ଞାନ, ସଂସ୍କୃତି, ବିଶ୍ୱାସ ଏବଂ ସୁଯୋଗର ଏକ ଜୀବନ୍ତ ସେତୁ ପାଲଟିବ, ଯାହା ଆଗାମୀ ଅନେକ ପିଢ଼ି ପର୍ଯ୍ୟନ୍ତ ଦୁଇ ଅଞ୍ଚଳର ଜନସାଧାରଣଙ୍କ ଜୀବନଶୈଳୀକୁ ସମୃଦ୍ଧ କରିଚାଲିବ।

ସେହିପରି ତୋତ୍ତୋରି ପ୍ରିଫେକ୍‌ଚର ଗଭର୍ଣ୍ଣର ଶିଞ୍ଜୀ ହିରାଇ ନିଜ ବକ୍ତବ୍ୟ ଆରମ୍ଭରେ ଓଡ଼ିଆ ଭାଷାରେ “ମୁଁ ଓଡ଼ିଶାକୁ ଭଲପାଏ’ ବୋଲି କହି ଉପସ୍ଥିତ ସମସ୍ତଙ୍କ ହୃଦୟ ଜିଣିଥିଲେ। ଓଡ଼ିଶାର ବିକାଶମୂଳକ ପ୍ରଚେଷ୍ଟାକୁ ଉଚ୍ଚ ପ୍ରଶଂସା କରିବା ସହ ଉଭୟ ଅଞ୍ଚଳ ମଧ୍ୟରେ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ପାଇଁ ସେ ନିଜର ଦୃଢ଼ ପ୍ରତିବଦ୍ଧତା ପ୍ରକାଶ କରିଥିଲେ। ଆର୍ôଥକ ସହଯୋଗ, ସାଂସ୍କୃତିକ ଆଦାନପ୍ରଦାନ ଏବଂ ବ୍ୟବସାୟ ଓ ଜନସାଧାରଣଙ୍କ ମଧ୍ୟରେ ଗଭୀର ଭାଗିଦାରୀ ମାଧ୍ୟମରେ ଏକ ସ୍ଥାୟୀ ସମ୍ପର୍କ ଗଢ଼ିତୋଳିବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଓଡ଼ିଶା ଏବଂ ତୋତ୍ତୋରି ମଧ୍ୟରେ ମିଳିତ ସହଯୋଗିତାର ବ୍ୟାପକ ସମ୍ଭାବନା ରହିଛି ଏବଂ ଏହା ଦ୍ୱିପାକ୍ଷିକ ଅଭିବୃଦ୍ଧି ପାଇଁ ନୂତନ ମାର୍ଗ ପ୍ରଶସ୍ତ କରିବ ବୋଲି ଗଭର୍ଣ୍ଣର ଶ୍ରୀ ହିରାଇ ପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମରେ ଓଡ଼ିଶାର ଶିଳ୍ପ, ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଥିଲେ ଯେ, ତୋତ୍ତୋରି ପ୍ରିଫେକ୍‌ଚର ସହିତ ଓଡ଼ିଶାର ଏହି ମୈତ୍ରୀ ଭାଗିଦାରୀ ଆମର ଶିଳ୍ପ ସହଯୋଗିତା, ପ୍ରଯୁକ୍ତିବିଦ୍ୟା ବିନିମୟ ଏବଂ ପୁଞ୍ଜିନିବେଶ ସମ୍ପର୍କକୁ ସୁଦୃଢ଼ କରିବା ସହ ଦକ୍ଷତା ବିକାଶ ଓ କାରିଗରୀ ଶିକ୍ଷା କ୍ଷେତ୍ରକୁ ଅଧିକ ଆଗକୁ ନେଇଯିବ। ଓଡ଼ିଶାର ସୁକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ , ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ନିଜ ବକ୍ତବ୍ୟରେ କହିଥିଲେ ଯେ ପ୍ରଯୁକ୍ତିବିଦ୍ୟା ସହଯୋଗିତା, ଯୁଗ୍ମ ଉତ୍ପାଦ ବିକାଶ,ଉତ୍ପାଦନ ସଂଯୋଗ, ବଜାର ପ୍ରବେଶ ଏବଂ ଉତ୍ତମ ବ୍ୟବସାୟିକ ପଦ୍ଧତିର ବିନିମୟ ମାଧ୍ୟମରେ ଓଡ଼ିଶାର ସୁକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଓ ଷ୍ଟାର୍ଟଅପ୍‌ଗୁଡ଼ିକ ତୋତ୍ତୋରି ସହିତ ଗୁରୁତ୍ୱପୂର୍ଣ୍ଣ ବ୍ୟବସାୟିକ ସମ୍ପର୍କ ଗଢ଼ିତୋଳିବାର ବ୍ୟାପକ ସମ୍ଭାବନା ରହିଛି।

ଏହି ଉଚ୍ଚସ୍ତରୀୟ କାର୍ଯ୍ୟକ୍ରମରେ କୋଲକାତାସ୍ଥିତ ଜାପାନର କନ୍‌ସୁଲ୍‌-ଜେନେରାଲ୍ ମିଷ୍ଟର ଇଷିକାୱା ୟୋସିହିସା, ଓଡ଼ିଶାର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମାଙ୍କ ସ୍ୱାଗତ ଭାଷଣ ଦେଇଥିବାବେଳେ ଶିଳ୍ପ ବିଭାଗ ନିର୍ଦ୍ଦେଶିକା ଆବୋଲି ସୁନୀଲ ନରାବନେ ଧନ୍ୟବାଦ ଦେଇଥିଲେ। ପ୍ରକାଶ ଯେ ଜାପାନର ତୋତ୍ତୋରି ପ୍ରଦେଶର ଗଭର୍ଣ୍ଣର ମିଷ୍ଟର ଶିଞ୍ଜୀ ହିରାଇ ଏହି ମୈତ୍ରୀ ଚୁକ୍ତି ପାଇଁ ଓଡିଶାକୁ ଏକ ୮୦ ଜଣିଆ ପ୍ରତିନିଧି ଦଳ ନେଇ ଆସିଛନ୍ତି। ଏହି ପ୍ରତିନିଧି ଦଳରେ ତୋତ୍ତୋରିର ବିଭିନ୍ନ ଶିଳ୍ପ ସଂସ୍ଥା, ବୈଷୟିକ ଅନୁଷ୍ଠାନ, ବ୍ୟାଙ୍କ, ଆର୍ôଥକ ସଂସ୍ଥା ଏବଂ ବାଣିଜ୍ୟ ବ୍ୟବସାୟିକ ସଂସ୍ଥାର ସଦସ୍ୟମାନେ ଅଛନ୍ତି। ଚୁକ୍ତି ସ୍ୱାକ୍ଷରିତ ପରେ ଏହି ଦଳ ଭୁବନେଶ୍ୱର ସ୍ଥିତ ୱାର୍ଲ୍ଡ ସ୍କିଲ୍ ସେଣ୍ଟର ପରିଦର୍ଶନରେ ଯାଇ ସେଠାରେ ଛାତ୍ରଛାତ୍ରୀ, ଫାକଲ୍‌ଟି ମେମ୍ବର୍ସ ଏବଂ ଅଧିକାରୀଙ୍କ ସହିତ ମତ ବିନିମୟ କରିଥିଲେ।

ଓଡ଼ିଶା-ଜାପାନ ତୋତ୍ତୋରି ପ୍ରିଫେକ୍‌ଚର ମୈତ୍ରୀ ଚୁକ୍ତି
Share. Facebook Twitter LinkedIn Email WhatsApp Copy Link

Related Posts

ଚିତାବାଘ ଶିକାର ଯୋଜନା ପଣ୍ଡ : ଦୁଇ ଶିକାରୀ ଗିରଫ

November 12, 2026

୨୦୨୭ ୟୁପି ନିର୍ବାଚନ ପାଇଁ ବିଜେପିର ବଡ଼ ରଣନୀତି: ୩୪୩ ଆସନରେ ଏକାକୀ ଲଢ଼ିବ ଦଳ

November 12, 2026

ଭୟଙ୍କର ବିସ୍ଫୋରଣରେ ଥରିଲା ଖଲ୍ଲିକୋଟ! ଭାଙ୍ଗିଲା ଘରକାନ୍ଥ, ଉପୁଡ଼ିଲା ଲୁହା ଗେଟ୍‌, ୨ ଆହତ

November 12, 2026

ମାତ୍ର ୪୫ ମିନିଟ୍‌ରେ ଭୁବନେଶ୍ୱରରୁ ପୁରୀ! ୬ ଲେନ୍‌ ହେବ NH-୩୧୬, ବଦଳିବ ଯାତାୟାତର ଚିତ୍ର

November 12, 2026
Latest News

ଚିତାବାଘ ଶିକାର ଯୋଜନା ପଣ୍ଡ : ଦୁଇ ଶିକାରୀ ଗିରଫ

November 12, 2026

୨୦୨୭ ୟୁପି ନିର୍ବାଚନ ପାଇଁ ବିଜେପିର ବଡ଼ ରଣନୀତି: ୩୪୩ ଆସନରେ ଏକାକୀ ଲଢ଼ିବ ଦଳ

November 12, 2026

ହସିନାଙ୍କ ପ୍ରତ୍ୟାବର୍ତ୍ତନ ଘୋଷଣା ପରେ ବାଂଲାଦେଶରେ ତୀବ୍ର ଉତ୍ତେଜନା: ୨୧ଟି ଜିଲ୍ଲାରେ ହିଂସା, ପୋଡ଼ାଜଳା

November 12, 2026

ଭୟଙ୍କର ବିସ୍ଫୋରଣରେ ଥରିଲା ଖଲ୍ଲିକୋଟ! ଭାଙ୍ଗିଲା ଘରକାନ୍ଥ, ଉପୁଡ଼ିଲା ଲୁହା ଗେଟ୍‌, ୨ ଆହତ

November 12, 2026

ଆନ୍ଧ୍ରପ୍ରଦେଶରେ ନୂଆ ଦଳ ‘ପରିବର୍ତ୍ତନ ରାଜନୀତି ପାର୍ଟି’ ଗଠନ କଲେ ବିଜୟସାଇ ରେଡ୍ଡୀ

November 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.