Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡ଼ିଶାରେ ବେଆଇନ ବାଇକ୍‌ ଟ୍ୟାକ୍ସି ସେବା ଉପରେ କଟକଣା
ବିଶେଷ ଖବର

ଓଡ଼ିଶାରେ ବେଆଇନ ବାଇକ୍‌ ଟ୍ୟାକ୍ସି ସେବା ଉପରେ କଟକଣା

November 13, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Illegal bike taxis will no longer ply.
Illegal bike taxis will no longer ply.

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଥିବା ବେଆଇନ ଅନଲାଇନ୍ ବାଇକ୍‌ ଟ୍ୟାକ୍ସି ସେବାକୁ ନେଇ ପରିବହନ ବିଭାଗ ଏବଂ କ୍ରାଇମବ୍ରାଞ୍ଚ ପକ୍ଷରୁ ଅତ୍ୟନ୍ତ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ପରିବହନ ପାଇଁ ସ୍ୱତନ୍ତ୍ର ଭାବେ ଉଦ୍ଦିଷ୍ଟ ନହୋଇ କେବଳ ବ୍ୟକ୍ତିଗତ ବା ଘରୋଇ ନମ୍ବରପ୍ଲେଟ୍‌ରେ ଚାଲୁଥିବା ଦୁଇଚକିଆ ଯାନଗୁଡ଼ିକରେ ଯାତ୍ରୀ ପରିବହନ ଉପରେ ସମ୍ପୂର୍ଣ୍ଣ ରୋକ୍ ଲଗାଇବା ପାଇଁ ରାଜ୍ୟ କ୍ରାଇମବ୍ରାଞ୍ଚ ପକ୍ଷରୁ ଓଲା, ଉବର ଏବଂ ରାପିଡୋ ଭଳି ପ୍ରମୁଖ ଅନ୍‌ଲାଇନ୍ କମ୍ପାନୀଗୁଡ଼ିକୁ ୧୫ ଦିନର କଡ଼ା ମହଲତ ଦିଆଯାଇଛି। ମୋଟରଯାନ ଆଇନ ଏବଂ ଓଡ଼ିଶା ଅନ୍‌-ଡିମାଣ୍ଡ ଟ୍ରାନ୍‌ସପୋର୍ଟ ଟେକ୍ନୋଲୋଜି ଏଗ୍ରିଗେଟର୍ସ ନିୟମକୁ ଉଲ୍ଲଂଘନ କରି କିପରି ଏପରି ବେଆଇନ ସେବା ଜାରି ରହିଛି, ସେନେଇ ଦୀର୍ଘଦିନ ହେବ ବିଭିନ୍ନ ମହଲରୁ ଅଭିଯୋଗ ହୋଇଆସୁଥିଲା।

ବିଶେଷକରି ସ୍ମାର୍ଟସିଟି ଅନ୍‌ଲାଇନ୍ ଅଟୋରିକ୍ସା ଟ୍ୟାକ୍ସି ମହାସଂଘ ଏହି ପ୍ରସଙ୍ଗକୁ ଦୃଢ଼ ଭାବରେ ଉତ୍ଥାପନ କରିବା ସହ ଆନ୍ଦୋଳନ କରିଥିଲା ଏବଂ କଟକ ତଥା ଭୁବନେଶ୍ୱରର ଆରଟିଓମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଏହି ପରିପ୍ରେକ୍ଷୀରେ ବିଭିନ୍ନ ଆରଟିଓଙ୍କ ସ୍ୱତନ୍ତ୍ର ଏନ୍‌ଫୋର୍ସମେଣ୍ଟ ରିପୋର୍ଟକୁ ଆଧାର କରି କ୍ରାଇମବ୍ରାଞ୍ଚ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଓଡ଼ିଶା ସୀମା ଭିତରେ ଜିଓ-ଫେନ୍‌ସିଂ କିମ୍ବା ଅନ୍ୟାନ୍ୟ ବୈଷୟିକ ପ୍ରଣାଳୀ ବ୍ୟବହାର କରି ଘରୋଇ ବାଇକ୍‌ ଜରିଆରେ ଯାତ୍ରୀ ବୁକିଂ ସୁବିଧାକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବାକୁ କମ୍ପାନୀଗୁଡ଼ିକୁ କୁହାଯାଇଛି।

ଧାର୍ଯ୍ୟ ହୋଇଥିବା ୧୫ ଦିନ ମଧ୍ୟରେ ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରି ଏହାର ଏକ ବିସ୍ତୃତ ଅନୁପାଳନ ରିପୋର୍ଟ ରାଜ୍ୟ ପରିବହନ ପ୍ରାଧିକରଣରେ ଦାଖଲ କରିବାକୁ କଡ଼ା ନିର୍ଦ୍ଦେଶ ରହିଛି। ତେବେ ଏହି କଟକଣା କେବଳ ବେଆଇନ ବାଇକ୍‌ ଟ୍ୟାକ୍ସି ସେବା ପାଇଁ ପ୍ରଯୁଜ୍ୟ ହୋଇଥିବା ବେଳେ ଆଇନସମ୍ମତ କ୍ୟାବ୍‌ ଏବଂ ଅଟୋରିକ୍ସା ବୁକିଂ ସେବା ପୂର୍ବବତ୍ ଜାରି ରହିବ ବୋଲି ସ୍ପଷ୍ଟ କରାଯାଇଛି। ଯଦି କମ୍ପାନୀଗୁଡ଼ିକ ଏହି ନିର୍ଦ୍ଦେଶକୁ ଅମାନ୍ୟ କରନ୍ତି, ତେବେ ସେମାନଙ୍କ ବିରୁଦ୍ଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏପରିକି ଆବଶ୍ୟକସ୍ଥଳେ ଆଇଟି ଆକ୍ଟର ନିର୍ଦ୍ଦିଷ୍ଟ ଧାରା ଅନୁଯାୟୀ ସମ୍ପୃକ୍ତ ମୋବାଇଲ୍‌ ଆପ୍‌ର ସେବାକୁ ବ୍ଲକ୍‌ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ମଧ୍ୟ ସୁପାରିସ କରାଯାଇପାରେ ବୋଲି ଚେତାବନୀ ଦିଆଯାଇଛି।

ପରିବହନ ବିଭାଗ ଏବଂ କ୍ରାଇମବ୍ରାଞ୍ଚ ବାଇକ୍‌ ଟ୍ୟାକ୍ସି
Share. Facebook Twitter LinkedIn Email WhatsApp Copy Link

Related Posts

ଆଉ ପାଞ୍ଚ ବର୍ଷ ପାଇଁ ବୃଦ୍ଧି ହେଲା IRF ଉପରେ ପ୍ରତିବନ୍ଧକ: ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ଜାରି

November 13, 2026

ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟ: ସ୍ୱାଭାବିକ ଜନଜୀବନ ଫେରାଇ ଆଣିବା ପାଇଁ ନିରନ୍ତର ପ୍ରୟାସ

November 13, 2026

ବ୍ୟାଙ୍କ FDରେ ଟଙ୍କା ରଖିବା ପୂର୍ବରୁ ସାବଧାନ, ଅଟୋ ରିନ୍ୟୁଆଲ୍‌ରେ ହୋଇପାରେ କ୍ଷତି

November 13, 2026

ଟ୍ରେଲର-ପୋଲିସ ଗାଡ଼ି ଧକ୍କା: ଜଣେ ମୃତ, ୩ ଗୁରୁତର

November 13, 2026
Latest News

ଆଉ ପାଞ୍ଚ ବର୍ଷ ପାଇଁ ବୃଦ୍ଧି ହେଲା IRF ଉପରେ ପ୍ରତିବନ୍ଧକ: ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ଜାରି

November 13, 2026

ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟ: ସ୍ୱାଭାବିକ ଜନଜୀବନ ଫେରାଇ ଆଣିବା ପାଇଁ ନିରନ୍ତର ପ୍ରୟାସ

November 13, 2026

ଓଡ଼ିଶାରେ ବେଆଇନ ବାଇକ୍‌ ଟ୍ୟାକ୍ସି ସେବା ଉପରେ କଟକଣା

November 13, 2026

ମହଙ୍ଗା ହେଲା ବାହାରେ ଖାଇବା, ଦୋସାଠୁ କଫି ପର୍ଯ୍ୟନ୍ତ ବଢ଼ିବ ଦର! ରେଷ୍ଟୁରାଣ୍ଟ ମେନୁରେ ୧୦% ମହଙ୍ଗା ମାଡ଼

November 13, 2026

ଲଗାତାର ତୃତୀୟ ଦିନ ଖସିଲା ସୁନା ଦର!: ଏକା ଥରକେ ୨୨୦୦ ଟଙ୍କା ଶସ୍ତା

November 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.