Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପୁରୀ ପାଇଁ ଅଜାଡି ଦେଲେ, ଗଣେଷ ପୂଜାରେ ସ୍ବତନ୍ତ୍ର ଥଇଥାନ ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ବିଶେଷ ଖବର

ପୁରୀ ପାଇଁ ଅଜାଡି ଦେଲେ, ଗଣେଷ ପୂଜାରେ ସ୍ବତନ୍ତ୍ର ଥଇଥାନ ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

September 2, 2019No Comments4 Mins Read
Share Facebook Twitter LinkedIn Email WhatsApp Copy Link
Odisha Chief Minister Naveen Patnaik announced special rehabilitation package for Puri
Odisha Chief Minister Naveen Patnaik announced special rehabilitation package for Puri

ସମୀକ୍ଷା ବ୍ୟୁରୋ

ପୂର୍ବରୁ ଜନ୍ମାଷ୍ଠମୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ପାଇଁ 5ଶହ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ। ବର୍ତ୍ତମାନ ଗଣେଷ ପୂଜାରେ ପୁରୀ ପାଇଁ ପୁଣି ଥରେ ବଡ ପ୍ୟାକେଜ ଘୋଷଣା କରିଛନ୍ତି ନବୀନ। ଶ୍ରୀମନ୍ଦିରର ସୁରକ୍ଷାକୁ ସର୍ବାଧିକ ଗୁରୁତ୍ବ ଦେଇ ରାଜ୍ୟ ସରକାର ମନ୍ଦିର ଚତୁପାର୍ଶ୍ବରେ ଏକ ସୁରକ୍ଷିତ ଅଞ୍ଚଳ ସୃଷ୍ଟି କରିବା ପାଇଁ ନିଷ୍ପତ୍ତି କରି କାର୍ଯ୍ୟାରମ୍ଭ କରିଛନ୍ତି । ଶ୍ରୀମନ୍ଦିର ଆମର ଏକ ପ୍ରମୁଖ ଐତିହ୍ୟ ସ୍ଥଳ ହୋଇଥିବାରୁ ଏହାର ସୁରକ୍ଷାରେ କୌଣସି ସାଲିସ କରାଯାଇପାରିବ ନାହିଁ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି।ତେବେ ମୁଖ୍ୟମନ୍ତ୍ରୀ ଯେଉଁ ପ୍ୟାକେଜ ଘୋଷଣା କରିଛନ୍ତି ସେଥିରେ ରହିଛି

• ବାସଗୃହ ଅଧିଗ୍ରହଣ – ବାସଗୃହ ପାଇଁ ବ୍ୟବହୃତ ହୋଇଥିବା ଜମି ଓ ଅନ୍ୟାନ୍ୟ ସମ୍ପତ୍ତିର ଅଧିଗ୍ରହଣ କ୍ଷେତ୍ରରେ Right to Fair Compensation and Transparency in Land Acquisition, Rehabilitation and Resettlement Act, 2013 ସହିତ ସ୍ୱତନ୍ତ୍ର ଥଇଥାନ ଓ ପୁନର୍ବାସ ନୀତି ଅନୁଯାୟୀ କ୍ଷତିପୂରଣ ପ୍ରଦାନ କରାଯିବ ୤

• ଥଇଥାନ ଓ ପୁନର୍ବାସ ସହାୟତା – ଅଧିଗୃହିତ ଅଞ୍ଚଳରେ ଥିବା ଘର ଗୁଡିକ ପାଇଁ ସବୁ ପରିବାରକୁ କ୍ଷତିପୂରଣ ଦିଆଯିବ ୤
୧. ସ୍ଥାନାନ୍ତରିତ ହେଉଥିବା ପରିବାରଗୁଡିକୁ ପରିବହନ ତଥା ଆନୁସଙ୍ଗିକ ଖର୍ଚ୍ଚ ପାଇଁ ୫୦ ହଜାର ଟଙ୍କା ତୁରନ୍ତ ସହାୟତା ଦିଆଯିବ। ୨. ବିସ୍ଥାପିତ ପରିବାର ଗୁଡିକ ବାସଗୃହ କିମ୍ବା ଜମି ପାଇବା ପର୍ଯ୍ୟନ୍ତ ସେମାନଙ୍କୁ ମାସିକ ୧୦ ହଜାର ଟଙ୍କା ଘରଭଡା ସହାୟତା ଦିଆଯିବ୤ ଏକକାଳୀନ ସହାୟତା ନେଉଥିବା ପରିବାର ପାଇଁ ଏହା ପ୍ରଯୁଜ୍ୟ ନୁହେଁ ୤

ପୁନର୍ବାସ ଯୋଜନା : ଏହି ଯୋଜନା ଅନୁଯାୟୀ ପ୍ରତ୍ୟେକ ବିସ୍ଥାପିତ ପରିବାର ନିମ୍ନଲିଖିତ ତିନୋଟି ଇଚ୍ଛାଧୀନ ସହାୟତା ମଧ୍ୟରୁ ଯେ କୌଣସି ଗୋଟିଏକୁ ବାଛିପାରିବେ ୤ ଏହା ହେଉଛି (୧) ଗୋଟିଏ ପରିବାର ଏକକାଳୀନ ୩୦ ଲକ୍ଷ ଟଙ୍କାର ସହାୟତା ନେଇପାରିବେ କିମ୍ବା (୨) ମନ୍ଦିରର ୧.୫ କି.ମି. ଅଞ୍ଚଳ ମଧ୍ୟରେ ପ୍ରସ୍ତାବିତ ପୁନର୍ବାସ ଓ ଥଇଥାନ କଲୋନୀରେ ୫୨୦ ବର୍ଗଫୁଟ ପରିମିତ ଘର କିମ୍ବା (୩) ମନ୍ଦିରର ୨ କି.ମି. ମଧ୍ୟରେ ୪୦ X ୨୫ ଫୁଟର ଏକ ଜାଗା ୤ ଏକକାଳୀନ ସହାୟତା ନେଇଥିବା ପରିବାର ଘରଭଡା ସହାୟତା ପାଇବେ ନାହିଁ ୤

ଦୋକାନ ଗୃହ ଅଧିଗ୍ରହଣ ସହାୟତା :
ଦୋକାନଗୃହ ଅଧିଗ୍ରହଣ – ଦୋକାନଗୃହ ପାଇଁ ବ୍ୟବହୃତ ହୋଇଥିବା ଜମି ଓ ଅନ୍ୟାନ୍ୟ ସମ୍ପତ୍ତିର ଅଧିଗ୍ରହଣ କ୍ଷେତ୍ରରେ Right to Fair Compensation and Transparency in Land Acquisition, Rehabilitation and Resettlement Act, 2013 ସହିତ ସ୍ୱତନ୍ତ୍ର ଥଇଥାନ ଓ ପୁନର୍ବାସ ନୀତି ଅନୁଯାୟୀ କ୍ଷତିପୂରଣ ପ୍ରଦାନ କରାଯିବ ୤ ପରିବହନ ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଏକକାଳୀନ ୫୦ ହଜାର ଟଙ୍କା ସହାୟତା୤

ଘରଭଡା ସହାୟତା – ଦୋକାନ ଘର ପାଇଁ ମଧ୍ୟ ୨ ପ୍ରକାର ସହାୟତା ଘୋଷଣା କରାଯାଇଛି ୤ ଏଥିରୁ ଯେ କୌଣସି ଗୋଟିଏକୁ ବାଛିପାରିବେ ୤
(୧) ୨୦୦ ବର୍ଗ ଫୁଟରୁ କମ୍‌, ୨୦୦ ରୁ ୫୦୦ ବର୍ଗଫୁଟ ମଧ୍ୟରେ ଏବଂ ୫୦୦ ବର୍ଗଫୁଟରୁ ଅଧିକ ବିଲ୍ଟ ଅପ ଏରିଆ ରେ ଥିବା ଦୋକାନ ପାଇଁ ମାସିକ ଯଥାକ୍ରମେ ୫ ହଜାର, ୧୦ ହଜାର ଓ ୧୫ ହଜାର ଟଙ୍କା ଘର ଭଡା ଦିଆଯିବ କିମ୍ବା
(୨) ଜିଲ୍ଲାପାଳଙ୍କ ସହାୟତାରେ ପୁରୀର ବିଭିନ୍ନ ମାର୍କେଟ କଂପ୍ଲେକ୍ସ ରେ ଉପଲବ୍ଧ ଦୋକାନ ଘର ଦିଆଯିବ। ସୁରକ୍ଷା ଜୋନ୍ ଭିତରେ ଥିବା ପ୍ରତ୍ୟେକଟି ଦୋକାନ ଘର ପାଇଁ ଥଇଥାନ ବ୍ୟବସ୍ଥା କରାଯିବ ୤

ଲଜ୍‌(Lodge) ଅଧିଗ୍ରହଣ –
ଯେଉଁ ଲଜ୍‌ ଗୁଡିକ ୧୫୦୦ ବର୍ଗଫୁଟରୁ ଅଧିକ ସେମାନଙ୍କ ପାଇଁ ନିର୍ଦ୍ଧାରିତ ପୁନର୍ବାସ ଥଇଥାନ ନୀତି ଅନୁଯାୟୀ କ୍ଷତିପୂରଣ ଓ ଅନ୍ୟାନ୍ୟ ସହାୟତା ବ୍ୟବସ୍ଥା କରାଯାଇଛି ୤
୩୦୦୦ ବର୍ଗଫୁଟରୁ ଅଧିକ ଅଞ୍ଚଳରେ ଥିବା ଲଜ୍‌ଗୁଡିକୁ ୧୦ ଲକ୍ଷ ଟଙ୍କା ଏବଂ ୩୦୦୦ ବର୍ଗଫୁଟରୁ କମ୍‌ ଅଞ୍ଚଳରେ ଥିବା ଲଜ୍‌ଗୁଡିକ ପାଇଁ ୫ ଲକ୍ଷ ଟଙ୍କା ତୁରନ୍ତ ସହାୟତା ଦିଆଯିବ। ଏତଦ୍‌ ବ୍ୟତୀତ ପ୍ରତି ଲଜ୍‌କୁ ବର୍ଗଫୁଟ ପିଛା ୨୫ ଟଙ୍କା ଲେଖାଏଁ ମାସିକ ଆର୍ଥିକ ସହାୟତା ୧୮ ମାସ ପର୍ଯ୍ୟନ୍ତ ଦିଆଯିବ ୤ ଲଜ୍‌ ଅଧିଗ୍ରହଣ – ଲଜ୍‌ ପାଇଁ ବ୍ୟବହୃତ ହୋଇଥିବା ଜମି ଓ ଅନ୍ୟାନ୍ୟ ସମ୍ପତ୍ତିର ଅଧିଗ୍ରହଣ କ୍ଷେତ୍ରରେ Right to Fair Compensation and Transparency in Land Acquisition, Rehabilitation and Resettlement Act, 2013 ସହିତ ସ୍ୱତନ୍ତ୍ର ଥଇଥାନ ଓ ପୁନର୍ବାସ ନୀତି ଅନୁଯାୟୀ କ୍ଷତିପୂରଣ ପ୍ରଦାନ କରାଯିବ୤
ପୁନର୍ବାସ ସହାୟତା – ଲଜ୍‌ ମାଲିକମାନେ Built up area ର ପ୍ରତି ବର୍ଗଫୁଟ ପାଇଁ ୨୦୦୦ ଟଙ୍କା ଲେଖାଏଁ ଏକକାଳୀନ ସହାୟତା ନେଇପାରିବେ କିମ୍ବା
ବଡଦାଣ୍ଡର ଉଭୟ ପାର୍ଶ୍ୱର ୩୦୦ ମିଟର ମଧ୍ୟରେ ସେମାନେ ଚାହିଁଲେ ୫୦ X ୩୦, ୫୦ X ୪୦, ୫୦ X ୬୦ ବର୍ଗଫୁଟ ଜାଗା ଯୋଗାଇ ଦିଆଯିବ୤ ଏଥିରେ ଲଜ୍‌ ନିର୍ମାଣ ପାଇଁ ବର୍ଗଫୁଟ ପିଛା ୭୫୦ ଟଙ୍କା ଲେଖାଏଁ ସହାୟତା ଦିଆଯିବ ୤

ଅସ୍ଥାୟୀ କ୍ଷୁଦ୍ର ବ୍ୟବସାୟୀ –
• ଏକକାଳୀନ ସହାୟତା ୩୦ ହଜାର ଟଙ୍କା ୤
• ସେମାନଙ୍କର ବ୍ୟବସାୟ ପାଇଁ ଜିଲ୍ଲାପାଳ ନିର୍ଦ୍ଧାରିତ ଯାଗା ଯୋଗାଇ ଦେବେ ୤

ମଠ :
• ସୁରକ୍ଷିତ ଜୋନ୍‌ ମଧ୍ୟରେ ଥିବା ମଠ ପାଇଁ ଏକ ବିସ୍ତୃତ ଥଇଥାନ, ସଂରକ୍ଷଣ ଏବଂ ପୁନର୍ବାସ ବ୍ୟବସ୍ଥା କରାଯାଇଛି୤ ପୁରୀ ଜିଲ୍ଲାପାଳ ସଂପୃକ୍ତ ପକ୍ଷମାନଙ୍କ ସହିତ ଆଲୋଚନା କରି ନିଷ୍ପତ୍ତି ଗ୍ରହଣ କରିବେ ୤
• ମଠର ଗାଦି ଏବଂ ପ୍ରତିଷ୍ଠିତ ଦେବାଦେବୀ ପୀଠର ସଂରକ୍ଷଣ କରାଯିବ ୤
• ପ୍ରତ୍ୟେକ ମଠର ସ୍ୱତନ୍ତ୍ର ପରିଚୟ ରହିଥିବାରୁ ସେଗୁଡିକର ପୁନର୍ବିନ୍ୟାସ ସମୟରେ ସଂପୃକ୍ତ ମଠର କୀର୍ତ୍ତିରାଜିର ସଂରକ୍ଷଣ କରାଯିବା ସହିତ ଶ୍ରୀମନ୍ଦିରରେ ସେବାପାଇଁ ଥିବା ପାରମ୍ପରିକ ବ୍ୟବସ୍ଥା ବଜାୟ ରଖାଯିବ ୤
• ଏହି ମଠଗୁଡିକରେ ପାର୍କିଙ୍ଗ୍‌ ବ୍ୟବସ୍ଥା ସହିତ ସେମାନଙ୍କର ଆର୍ଥିକ ସୁରକ୍ଷା ପାଇଁ ମାର୍କେଟ କଂପ୍ଲେକ୍ସ ମାନଙ୍କରେ ଦୋକାନ ଘର ଯୋଗାଇ ଦିଆଯିବ୤

ଏହି ପ୍ୟାକେଜ ଜିଲ୍ଲାପାଳଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯିବ୤ ଜିଲ୍ଲାପାଳ ସଂପୃକ୍ତ ପକ୍ଷଙ୍କ ସହିତ ଆଲୋଚନା କରି କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନରଙ୍କ ଅନୁମୋଦନ କ୍ରମେ ଏହି ପ୍ୟାକେଜରେ ଆବଶ୍ୟକ ସ୍ଥଳେ ପରିବର୍ତ୍ତନ କରିପାରିବେ୤ ବିଜ୍ଞପ୍ତି ପ୍ରକାଶ ପାଇବାର ୩୦ ଦିନ ଭିତରେ ଯେଉଁମାନେ ସ୍ୱେଚ୍ଛାକୃତ ଭାବରେ ସୁରକ୍ଷା ଜୋନ୍‌ରେ ଥିବା ସେମାନଙ୍କରେ ସମ୍ପତ୍ତି ସରକାରଙ୍କୁ ହସ୍ତାନ୍ତର କରିବେ ସେମାନଙ୍କୁ ପ୍ୟାକେଜ୍‌ ସହିତ ୧୦ ପ୍ରତିଶତ ଅଧିକ ଆର୍ଥିକ ସହାୟତା ଦିଆଯିବ୤ ସରକାର ସୁରକ୍ଷା ଓ ବିକାଶକୁ ଗୁରୁତ୍ୱ ଦେଇ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ବିମଳ ପ୍ରସାଦ ଦାସ କମିଶନଙ୍କ କେତେକ ପ୍ରସ୍ତାବକୁ ଗ୍ରହଣ କରିଛନ୍ତି ୤ ଜଷ୍ଟିସ ଦାସ କମିଶନଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ହେଉଛି ଶ୍ରୀମନ୍ଦିରର ସୁରକ୍ଷାକୁ ସୁଦୃଢ କରିବା ପାଇଁ ମନ୍ଦିର ଚତୁପାର୍ଶ୍ୱରେ ୭୫ ମିଟର ପ୍ରସ୍ଥ ବିଶିଷ୍ଟ ଏକ ସୁରକ୍ଷା ଜୋନ୍‌ ବା ନିରାପତ୍ତା ଅଞ୍ଚଳ ନିର୍ମାଣ କରିବା୤ ଶ୍ରୀମନ୍ଦିରର ସୁରକ୍ଷା ଦୃଷ୍ଟିରୁ ଏହି ପ୍ରସ୍ତାବକୁ ରାଜ୍ୟ ସରକାର ଗ୍ରହଣ କରିଛନ୍ତି ୤

Share. Facebook Twitter LinkedIn Email WhatsApp Copy Link

Related Posts

କୃଷି କ୍ଷେତ୍ରରେ ବିପ୍ଳବ ଆଣିବ କୃଷି ଭିତ୍ତିଭୂମି ପାଣ୍ଠି: ଶିବରାଜ ସିଂ ଚୌହାନ

February 14, 2026

ସେବା ତୀର୍ଥରୁ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ନିଷ୍ପତ୍ତିରେ ପ୍ରତିଫଳିତ ହେଲା ସେବା ଓ ସମାଜ କଲ୍ୟାଣର ଭାବନା

February 14, 2026

‘ସେବା ତୀର୍ଥ’କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

February 13, 2026

ଶ୍ରୀଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ: ମହାପ୍ରଭୁଙ୍କ ଦର୍ଶନ କରିବେ ୧ ଲକ୍ଷରୁ ଉର୍ଦ୍ଧ୍ୱ ଭକ୍ତ

February 13, 2026
Latest News

ଭାରତକୁ ପରାସ୍ତ କରିବ ପାକିସ୍ତାନ!: ଜିମ୍ବାୱେ ର ଉଦାହରଣ ଦେଇ ଉପହାସ କଲେ ମହମ୍ମଦ ୟୁସୁଫ

February 14, 2026

କୃଷି କ୍ଷେତ୍ରରେ ବିପ୍ଳବ ଆଣିବ କୃଷି ଭିତ୍ତିଭୂମି ପାଣ୍ଠି: ଶିବରାଜ ସିଂ ଚୌହାନ

February 14, 2026

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ୱାଲଟେୟାର ମଣ୍ଡଳର ପ୍ରମୁଖ ସେକ୍ସନ ଗୁଡିକର ନୀରିକ୍ଷଣ

February 14, 2026

ଆଜି ଆସାମ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

February 14, 2026

ଯାତ୍ରୀ ସୁରକ୍ଷା ଖର୍ଚ୍ଚକୁ ୧,୧୭,୬୯୩ କୋଟିକୁ ବୃଦ୍ଧି କଲା ଭାରତୀୟ ରେଳବାଇ

February 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.