Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବାତ୍ୟା ‘ଅକଭାନ୍‌’ ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ: ଶୂନ୍ୟ ଜୀବନହାନିକୁ ମୁଖ୍ୟ ଲକ୍ଷ୍ୟ
ବିଶେଷ ଖବର

ବାତ୍ୟା ‘ଅକଭାନ୍‌’ ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ: ଶୂନ୍ୟ ଜୀବନହାନିକୁ ମୁଖ୍ୟ ଲକ୍ଷ୍ୟ

November 18, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
State government fully prepared to tackle Cyclone ‘Akphan’: Zero loss of life is the primary objective

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅକଭାନ୍’ କ୍ରମଶଃ ଘନୀଭୂତ ହେଉଥିବାବେଳେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତି କରିଛନ୍ତି। ସମ୍ବେଦନଶୀଳ ଜିଲ୍ଲାଗୁଡ଼ିକରୁ ଲୋକଙ୍କୁ ସ୍ଥାନାନ୍ତର, ଉଦ୍ଧାରକାରୀ ଦଳ ମୁତୟନ ଏବଂ ରିଲିଫ୍ ବ୍ୟବସ୍ଥା ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଇଥିବାବେଳେ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ‘ଶୂନ୍ୟ ଜୀବନହାନି’ ରହିଛି। ଭୀଷଣ ବାତ୍ୟା ଅକ୍‌ଭାନ ୧୯ ନଭେମ୍ବର ସକାଳ ସୁଦ୍ଧା ‘ଅତି ଭୀଷଣ ବାତ୍ୟା’ ରେ ପରିଣତ ହେବାର ସମ୍ଭାବନା ରହିଛି । ଏହି ବାତ୍ୟା ୨୦ ନଭେମ୍ବର ମଧ୍ୟାହ୍ନ ସମୟରେ ନେଲୋର ଏବଂ ଟୁନି ମଧ୍ୟରେ ଆନ୍ଧ୍ରପ୍ରଦେଶ-ୟାନମ୍ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ଅଛି । ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟାପ୍ରତି ୧୨୦-୧୩୦ କିଲୋମିଟର ରହିବା ସହ ଝଟକା ପବନର ବେଗ ୧୪୫ କିଲୋମିଟର ପର୍ଯ୍ୟନ୍ତ ଯାଇପାରେ। ୧୮-୧୯ ପାଇଁ ଗଞ୍ଜାମ, ଗଜପତି, ପୁରୀ ଏବଂ ଅନ୍ୟାନ୍ୟ ପାର୍ଶ୍ୱବର୍ତ୍ତୀ ଜିଲ୍ଲାଗୁଡ଼ିକରେ ୟେଲୋ ୱାର୍ଣ୍ଣିଂ (ପ୍ରବଳ ବର୍ଷା)ପାଇଁ ଜାରି କରାଯାଇଛି । ୧୯-୨୦ ନଭେମ୍ବର କେନ୍ଦ୍ରାପଡ଼ା, ଜଗତସିଂହପୁର, ଗଜପତି, ଗଞ୍ଜାମ ଏବଂ ପୁରୀ ଏବଂ ୨୦-୨୧ରେ ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଏବଂ ଗଞ୍ଜାମ ଏବଂ ୨୧-୨୨ ରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ନୂଆପଡ଼ା, ନବରଙ୍ଗପୁର ଏବଂ କୋରାପୁଟ, ଗଞ୍ଜାମ ,ଗଜପତି, ପୁରୀ,କନ୍ଧମାଳ ,ରାୟଗଡା,କୋରାପୁଟ, ମାଲକାନଗିରି, ନବରଙ୍ଗପୁର ୮ଟି ଜିଲ୍ଲାରେ ସମୁଦାୟ ୮୭ଟି ସମ୍ବେଦନଶୀଳ ବ୍ଲକ୍ ଏବଂ ୧,୯୦୨ଟି ସମ୍ବେଦନଶୀଳ ସ୍ଥାନ ଚିହ୍ନଟ କରାଯାଇଛି।ପାଣିପାଗ ସ୍ଥିତି ଏବଂ ସ୍ଥାନୀୟ ବିପଦ ଆକଳନକୁ ଭିତ୍ତି କରି ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ଭାବ୍ୟ ୨,୦୪,୦୭୦ ଜଣ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିମଧ୍ୟରୁ ଗଞ୍ଜାମରେ ସର୍ବାଧିକ ୧,୨୧,୫୯୭ ଜଣ, ଗଜପତିରେ ୨୫,୦୦୦, ପୁରୀରେ ୨୪,୦୭୬, କନ୍ଧମାଳରେ ୧୦,୨୪୦ ଏବଂ ମାଲକାନଗିରିରେ ୧୦,୦୦୦ ଜଣଙ୍କୁ ସ୍ଥାନାନ୍ତର ପାଇଁ ଆକଳନ କରାଯାଇଛି।୧୭ ନଭେମ୍ବର ସୁଦ୍ଧା କନ୍ଧମାଳ ଜିଲ୍ଲାରେ ୨୬୨ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ୮ଟି ଜିଲ୍ଲାରେ ସମୁଦାୟ ୩,୩୨୯ଟି ବାତ୍ୟା ଆଶ୍ରୟସ୍ଥଳୀ ଚିହ୍ନଟ ହୋଇଛି, ଯେଉଁଥିରୁ ୪ଟି କାର୍ଯ୍ୟକ୍ଷମ ହୋଇ ୨୭୬ ଜଣଙ୍କୁ ଆଶ୍ରୟ ଦିଆଯାଇଛି। ପ୍ରମୁଖ ଆଶ୍ରୟସ୍ଥଳୀ ଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ଗଞ୍ଜାମ (୧,୧୩୯), ପୁରୀ (୫୪୯), ଗଜପତି (୫୧୮) ଏବଂ କୋରାପୁଟ (୫୧୩) ଅନ୍ତର୍ଭୁକ୍ତ । ଆଶ୍ରୟସ୍ଥଳୀଗୁଡ଼ିକରେ ଖାଦ୍ୟ, ବିଶୁଦ୍ଧ ପାନୀୟ ଜଳ, ପରିମଳ, ଆଲୋକ ବ୍ୟବସ୍ଥା, ଚିକିତ୍ସା ସୁବିଧା ଏବଂ ବ୍ୟାକଅପ୍ ବିଦ୍ୟୁତ ବ୍ୟବସ୍ଥା ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଏହି ୮ଟି ଜିଲ୍ଲାରେ ସ୍ଥାନାନ୍ତର ପାଇଁ ୨,୫୭୩ ଜଣ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯୨ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସମୁଦାୟ ୭୪ଟି ସ୍ୱତନ୍ତ୍ର ଉଦ୍ଧାରକାରୀ ଦଳ (୬୦ଟି ଓଡ୍ରାଫ୍ ଏବଂ ୧୪ଟି ଏନଡିଆରଏଫ୍ ଟିମ୍‌) ପ୍ରସ୍ତୁତ ରଖାଯାଇଛି । ଏଥିମଧ୍ୟରୁ ୪୨ଟି ଓଡ୍ରାଫ୍ ଏବଂ ୧୧ଟି ଏନଡିଆରଏଫ୍ ଟିମ୍ ବିଭିନ୍ନ ଜିଲ୍ଲାରେ ମୁତୟନ ପାଇଁ ଯୋଜନା ହୋଇଥିବା ବେଳେ ୧୮ଟି ଓଡ୍ରାଫ୍ ଏବଂ ୩ଟି ଏନଡିଆରଏଫ୍ ଟିମ୍ ସଂରକ୍ଷିତ ରଖାଯାଇଛି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧୫ଟି ଟିମ୍ (୧୨ଟି ଓଡ୍ରାଫ୍ ଓ ୩ଟି ଏନଡିଆରଏଫ୍‌) ଏବଂ ଗଜପତିରେ ୭ଟି ଟିମ୍ (୬ଟି ଓଡ୍ରାଫ୍ ଓ ଗୋଟିଏ ଏନଡିଆରଏଫ୍‌) ମୁତୟନ କରାଯିବ। ଏହାବ୍ୟତୀତ କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ପୁରୀ, ବାଲେଶ୍ୱର ଏବଂ ଜଗତସିଂହପୁରରେ ମଧ୍ୟ ଟିମ୍ ମୁତୟନ ହେବେ। ଜରୁରୀକାଳୀନ ପ୍ରସ୍ତୁତି, ରିଲିଫ୍ କ୍ୟାମ୍ପ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ରୁ ୬.୫୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିମଧ୍ୟରୁ ଗଞ୍ଜାମକୁ ୫.୦୦ କୋଟି, ଗଜପତିକୁ ୧.୦୦ କୋଟି ଏବଂ ମାଲକାନଗିରିକୁ ୦.୫୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ‘ଶୂନ୍ୟ ଜୀବନହାନି’ କୁ ମୁଖ୍ୟ ଲକ୍ଷ୍ୟ ଭାବେ ରଖାଯାଇଛି । ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, ମାଲକାନଗିରି ଏବଂ କୋରାପୁଟ ଜିଲ୍ଲାର ଭୂସ୍ଖଳନ ପ୍ରବଣ ଗ୍ରାମ ଓ ରାସ୍ତାଗୁଡ଼ିକର ସାଟେଲାଇଟ୍ ଚିତ୍ର ଏବଂ ଜିଆଇଏସ୍ ଆଧାରିତ ମାନଚିତ୍ର ତୁରନ୍ତ ପ୍ରସ୍ତୁତ କରିବାକୁ ଓରସାକ୍ କୁ ଅନୁରୋଧ କରାଯାଇଛି । ଏଥିସହ ଗଞ୍ଜାମ ପାଇଁ ୧୦ଟି ଏବଂ ଗଜପତି ପାଇଁ ୭ଟି, ଏହିପରି ମୋଟ ୧୭ଟି ସାଟେଲାଇଟ୍ ଫୋନ୍ ତୁରନ୍ତ ଯୋଗାଇ ଦେବାକୁ ସ୍ୱତନ୍ତ୍ର ରିଲିଫ୍ କମିଶନର ନିର୍ଦ୍ଦେଶ ଦେଇଛନ୍ତି । ଭୁବନେଶ୍ୱରସ୍ଥିତ ଭାରତୀୟ ତଟରକ୍ଷୀ ବାହିନୀର ଏୟାର ଏନକ୍ଲେଭ୍ ସମେତ ଗୋପାଳପୁର ଓ ପାରାଦୀପ ୟୁନିଟକୁ ବିମାନ, ଜାହାଜ, ଉଦ୍ଧାରକାରୀ ବୋଟ୍ ଏବଂ କର୍ମଚାରୀମାନଙ୍କୁ ପ୍ରସ୍ତୁତ ରଖିବା ସହ ମତ୍ସ୍ୟଜୀବୀମାନଙ୍କୁ ସଚେତନ କରିବାକୁ କୁହାଯାଇଛି ।

‘ଅକ୍‌ଭାନ’ ବାତ୍ୟା ରାଜ୍ୟ ସରକାର
Share. Facebook Twitter LinkedIn Email WhatsApp Copy Link

Related Posts

ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ବିଦ୍ୟାଭାରତୀଙ୍କ ଜାମିନ ଆବେଦନ ଉପରେ ରାୟ ସଂରକ୍ଷିତ

November 18, 2026

ଓଏଫ୍‌ଡିସିର ନୂଆ ଅଧ୍ୟକ୍ଷ ଭାସ୍କର ଜ୍ୟୋତି ଶର୍ମା

November 18, 2026

ଆଜିଠୁ ବିଧାନସଭା ଶୀତ ଅଧିବେଶନ

November 18, 2026

ପଶ୍ଚିମ ଓଡ଼ିଶାକୁ ମିଳିବ ନୂଆ ପର୍ଯ୍ୟଟନ ପରିଚୟ, ହୀରାକୁଦ ପାଇଁ ସରକାରଙ୍କ ବଡ଼ ପ୍ଲାନ୍

November 18, 2026
Latest News

ବାତ୍ୟା ‘ଅକଭାନ୍‌’ ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ: ଶୂନ୍ୟ ଜୀବନହାନିକୁ ମୁଖ୍ୟ ଲକ୍ଷ୍ୟ

November 18, 2026

ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ବିଦ୍ୟାଭାରତୀଙ୍କ ଜାମିନ ଆବେଦନ ଉପରେ ରାୟ ସଂରକ୍ଷିତ

November 18, 2026

ଓଏଫ୍‌ଡିସିର ନୂଆ ଅଧ୍ୟକ୍ଷ ଭାସ୍କର ଜ୍ୟୋତି ଶର୍ମା

November 18, 2026

ଆଜିଠୁ ବିଧାନସଭା ଶୀତ ଅଧିବେଶନ

November 18, 2026

ପଶ୍ଚିମ ଓଡ଼ିଶାକୁ ମିଳିବ ନୂଆ ପର୍ଯ୍ୟଟନ ପରିଚୟ, ହୀରାକୁଦ ପାଇଁ ସରକାରଙ୍କ ବଡ଼ ପ୍ଲାନ୍

November 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.