Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଶ୍ରୀମନ୍ଦିରର ଅରାଜକତା, ରାଜନୀତି ବା ପ୍ରଶାସନ ର ସମସ୍ୟା ନୁହେଁ, ଏହା ମନ୍ଦିର ପରିଚାଳନାରେ ରହିଥିବା ଐତିହାସିକ ଭୁଲର ପ୍ରତିଫଳନ
ବିଶେଷ ଖବର

ଶ୍ରୀମନ୍ଦିରର ଅରାଜକତା, ରାଜନୀତି ବା ପ୍ରଶାସନ ର ସମସ୍ୟା ନୁହେଁ, ଏହା ମନ୍ଦିର ପରିଚାଳନାରେ ରହିଥିବା ଐତିହାସିକ ଭୁଲର ପ୍ରତିଫଳନ

December 29, 2018No Comments3 Mins Read
Share Facebook Twitter LinkedIn Email WhatsApp Copy Link
Jagannath-Temple-Puri
Jagannath-Temple-Puri

କେଦାର ମିଶ୍ର

ଦ୍ଵାରଫିଟା ଓ ଦୈନିକ ମଙ୍ଗଳ ଆଳତି ପ୍ରତ୍ୟହ ଊଷାକାଳ ଅର୍ଥାତ ଭୋର ୫ ଘଟିକା ବା ତତ ପୂର୍ବରୁ ହେବାର ନିୟମ। କେବଳ ଦଶହରା ପର ଏକାଦଶୀଠାରୁ କାର୍ତ୍ତିକ ପୂର୍ଣ୍ଣମୀ ପର୍ୟନ୍ତ, ଧନୁ ସଙ୍କ୍ରାନ୍ତିଠାରୁ ମକର ସଙ୍କ୍ରାନ୍ତି ପର୍ୟନ୍ତ ଓ ବିଶେଷ ନୀତି ଦିନ ମାନଙ୍କରେ ରାତ୍ର ପ୍ରହରେ ଥାଉଁ ହେବାର ନିୟମ ।– ଶ୍ରୀମନ୍ଦିର ସ୍ଵତ୍ଵଲିପି ଅନୁସାରେ ଏହା ହେଉଛି ମଙ୍ଗଳ ଆଳତିର ବିଧାନ। ଯଦି ଜଗନ୍ନାଥ ମନ୍ଦିରର ନୀତିକାନ୍ତି କୁ ଆମ ଧାର୍ମିକ ପରମ୍ପରାର ଅପରିହାର୍ୟ ଅଙ୍ଗ ବୋଲି ଆମେ ଭାବୁଛୁ, ତେବେ କୌଣସି ପରିସ୍ଥିତିରେ ମଧ୍ୟ ଏହି ପରମ୍ପରା ବଦଳିବା ଉଚିତ ନୁହେଁ। କିନ୍ତୁ ଗତକାଲି ଡିସେମ୍ବର ୨୮ ତାରିଖ ଦିନ ପୂରାଦିନ ମନ୍ଦିରର ଦ୍ଵାରଫିଟା କିମ୍ବା ମଙ୍ଗଳ ଆଳତି ହେଲାନାହିଁ। ବେଳେ ବେଳେ ଅପରିହାର୍ୟ କାରଣରୁ ମନ୍ଦିର ନୀତିରେ ବିଳମ୍ବ ଘଟେ, ହେଲେ ଆଜିର ବିଳମ୍ବ ପଛରେ ସେମିତି କିଛି ବିଶେଷ କାରଣ ଥିଲା କି?

କେହିଜଣେ ଭିତରଚ୍ଚୁ  ସେବକଙ୍କ ସହିତ ପୂର୍ବ ଦିନ ମନ୍ଦିର ପୋଲିସର ଧସ୍ତାଧସ୍ତି ହୋଇଥିଲା। ଏହାକୁ ନେଇ ପୋଲିସ ଏବଂ ସେବକ ଉଭୟ ପକ୍ଷ ଥାନାରେ ଏତଲା ଦେଇଛନ୍ତି। କଥାଟି ସେଇଠି ସରିଯିବା କଥା। ମନ୍ଦିର ଭିତରେ ସିସି ଟିଭି କ୍ୟାମେରା ଲାଗିଛି। ସେଥିରୁ ଯିଏ ଦୋଷ କରିଥିବେ ତାଙ୍କୁ ଦଣ୍ଡିତ କରା ଯାଇପାରିବ। ପୋଲିସ ତଦନ୍ତକୁ ଅପେକ୍ଷା ନ କରି ସେବକ ମାନେ ଗୋଟିଏ ଦିନ ଶ୍ରୀମନ୍ଦିରର ସେବା ପୂଜା କୁ ଠପ କରିଦେଲେ। ଏହା କଣ ସେବାୟତ ପରମ୍ପରା?ପୁରୀ ମନ୍ଦିର ସେବାୟତମାନେ ଅନେକ ସମୟରେ ଅଭିଯୋଗ କରି ଆସୁଛନ୍ତି ଯେ, ତାଙ୍କୁ ଗଣମାଧ୍ୟମରେ ଆକାରଣରେ ନିନ୍ଦିତ କରାଯାଉଛି। ତେବେ ଆଜି ମନ୍ଦିରରେ ଯାହା ଘଟିଲା ତାକୁ କେଉଁ ଓଡିଆ ବା ବରଦାସ୍ତ କରିବ?

ନିତାନ୍ତ ବ୍ୟକ୍ତିଗତ କାରଣରୁ ମନ୍ଦିରର ଦ୍ଵାରଫିଟା ଓ ମଙ୍ଗଳ ଆଳତି କୁ ୧୨ ଘଣ୍ଟା ବିଳମ୍ବିତ କରିବା, କେବଳ ପରମ୍ପରା ବିରୋଧୀ ନୁହେଁ, ଏହା ଏକ ଅପରାଧ। ମନ୍ଦିର ସେବାୟତ ନିଜକୁ ଭଗବାନଙ୍କଠାରୁ ମଧ୍ୟ ବଡ ବୋଲି ଭାବୁଛନ୍ତି। ସେମାନଙ୍କର ଆଚାର, ବ୍ୟବହାର ଓ କଥାବାର୍ତ୍ତା ଅନେକ ସମୟରେ ଅପରାଧୀଙ୍କ ସ୍ତରକୁ ଖସି ଆସୁଛି। ଯାହା ଫଳରେ ଓଡିଶାର ସାଧାରଣ ଜନତାଙ୍କ ଆକ୍ଷିରେ ପୁରୀ ସେବାୟତ ଏକ ପ୍ରକାର ଖଳ ନାୟକ ଭୂମିକାନେଇ ସାରିଲେଣି।

ପ୍ରତ୍ୟେକଟି ବିଭ୍ରାଟ ପରେ ମନ୍ଦିର ପରିଚାଳନା ସୁରୁଖୁରୁରେ ଚାଲିବ ବୋଲି କହୁଥିବା ସେବାୟତ ମାନେ ଛୋଟ ଛୋଟ କଥାକୁ ନେଇ ମାରିବା ମରିବା ଭଳି ପରିସ୍ଥିତି ସୃଷ୍ଟି କରୁଛନ୍ତି। ମନ୍ଦିର ଭିତରେ ଏକ ପ୍ରକାର ଅରାଜକତା ଚାଲିଛି। ସୁପ୍ରିମ କୋର୍ଟ ଓ ସରକାରଙ୍କ ନିର୍ଦ୍ଦେଶକୁ କାହାର ଖାତିର ନାଇଁ। ଗଣମାଧ୍ୟମ ଏଥିରେ ରୋଚକ କାହାଣୀ ତିଆରି କରୁଛି। ଧାର୍ମିକ ଭାବାବେଗକୁ ଅରାଜକତାରେ ରୂପାନ୍ତରିତ କରିବା ଲାଗି ସବୁ ପ୍ରକାର ଉଦ୍ୟମ ଚାଲିଛି। ତେବେ ଏଥିରେ କୌଣସି ରାଜନୈତିକ ଦଳ ବା ସରକାରର କ୍ଷତି ହେଉନାହିଁ। ଯାହା କ୍ଷତି ହେଉଛି, ତାହା କେବଳ ଆମ ଓଡିଶାର ଅସ୍ମିତାର। ଆମର ଆଧ୍ୟାତ୍ମିକତାର ମୂଳ ପୀଠଟି କେବଳ ବିଶୃଙ୍ଖଳା ଓ ଅରାଜକତାର ପ୍ରାଣକେନ୍ଦ୍ର ବୋଲି ଏକ ବାର୍ତ୍ତା ବିଶ୍ଵବାସୀଙ୍କ ପାଖକୁ ଯାଉଛି।

ରାଜନୀତି ବା ଗୋଷ୍ଠୀ ବିବାଦ ସୃଷ୍ଟି କରିବାକୁ ପୁରୀ ମନ୍ଦିର ଏକ ସହଜ ମାଧ୍ୟମ ବୋଲି ସମସ୍ତେ ଭାବି ନେଇଛନ୍ତି। ବୋଧେ ପୃଥିବୀର ଅନ୍ୟ କୌଣସି ଧର୍ମକ୍ଷେତ୍ରକୁ ନେଇ ଏତେ ପ୍ରକାର ରାଜନୀତି ବା ଏତେ ରକମର ନାଟକବାଜି ହେଉନଥିବ। କାରଣ ଥାଉ ବା ନଥାଉ, ମନ୍ଦିରରେ ନୀତି କାନ୍ତି ବନ୍ଦ କରିବାର ଅଧିକାର କାହାର ନାହିଁ। ଶ୍ରୀଜଗନ୍ନାଥଙ୍କୁ ଚଳନ୍ତି ବିଗ୍ରହ ବୋଲି ଆମେ ମନେକରୁ। ତାଙ୍କର ସେବାପୂଜାରେ ଏ ପ୍ରକାର ବିଭ୍ରାଟ ପାଇଁ, ଆଉ କାହାକୁ ନୁହଁ, କେବଳ ସେବାୟତମାନଙ୍କୁ ହିଁ ଉତ୍ତର ଦେବାକୁ ପଡିବ। ଜିଲ୍ଲାପାଳ ବା ପ୍ରଶାସକ ମନ୍ଦିର ପୂଜା କରିବାକୁ ଯିବେନାହିଁ।

ଦ୍ଵାରଫିଟା ଓ ମଙ୍ଗଳ ଆଳତି ପାଇଁ ନିର୍ଦ୍ଦିଷ୍ଟ ନିୟମ ରହିଛି। ସ୍ଵତ୍ତ୍ଵଲିପି ଅନୁସାରେଯେଉଁ ମାନେ ଏଥିଲାଗି ଅଧିକୃତ ସେମାନେ ଆଜିର ବିଭ୍ରାଟ ପାଇଁ ଅଭିଯୁକ୍ତ ହେବା ନିହାତି ଜରୁରୀ। ଝଗଡା ହେଉ କି ଅସନ୍ତୋଷ, ଏମିତି କୌଣସି କାରଣ ନାହିଁ, ଯାହାକୁ ନେଇ ମନ୍ଦିରର ନୀତିକାନ୍ତିକୁ ବନ୍ଦ କରିହେବ। ଏହି ଅପରାଧ ଲାଗି ଦାୟୀ ସବୁ ସେବାୟତଙ୍କୁ ସେବା ନିବୃତ୍ତ କରିବା ନିହାତି ଜରୁରୀ। ସେବାୟତ ମାନେ ମନ୍ଦିର ପ୍ରଶାସନକୁ ନିଜ ଇଛାର ତାସଘର ବନାଇପାରିବେ ନାହିଁ।

kedarmishra Puri srimandir
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱରଠାରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଲଷ୍ଟର ଲାଗି ଆର୍ଥିକ ଅନୁଦାନ ଦେବେ କେନ୍ଦ୍ର ସରକାର: କେନ୍ଦ୍ର ମନ୍ତ୍ରୀ

December 20, 2025

କଂଗ୍ରେସ ତରଫରୁ ଭୁବନେଶ୍ବରରେ କରାଗଲା ମଶାଲ ଶୋଭାଯାତ୍ରା, ଜାଣନ୍ତୁ କାରଣ

December 19, 2025

ତାମିଲନାଡୁରେ SIRର ପ୍ରଥମ ପର୍ଯ୍ୟାୟ ଡ୍ରାଫ୍ଟ ତାଲିକା ପ୍ରକାଶିତ: ବାଦ୍ ପଡ଼ିଲେ ପ୍ରାୟ ୧ କୋଟି ଭୋଟର

December 19, 2025

ଓମାନରେ ଭାରତୀୟ ସମୁଦାୟକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

December 18, 2025
Latest News

ପାରମ୍ପରିକ ଔଷଧ ଉପରେ ଦ୍ୱିତୀୟ ହୁ ବିଶ୍ୱ ସମ୍ମିଳନୀର ସମାପ୍ତି ସମାରୋହକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

December 20, 2025

ଭୁବନେଶ୍ୱରଠାରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଲଷ୍ଟର ଲାଗି ଆର୍ଥିକ ଅନୁଦାନ ଦେବେ କେନ୍ଦ୍ର ସରକାର: କେନ୍ଦ୍ର ମନ୍ତ୍ରୀ

December 20, 2025

ସୁରକ୍ଷିତ, ସମ୍ମାନଜନକ ଏବଂ ଆବେଗପୂର୍ଣ୍ଣ କ୍ୟାମ୍ପସ ବାତାବରଣକୁ ଗୁରୁତ୍ୱ ଦିଏ ସୋଆ: ସୋଆ ଉପସଭାପତି

December 20, 2025

ଆଜି ୨୦ ଡିସେମ୍ବର ଶନିବାର ରାଶିଫଳ, କେମିତି କଟିବ ଆଜିର ଦିନ

December 20, 2025

ପଞ୍ଚମ ଟି-୨୦ରେ ହାର୍ଦ୍ଦିକ-ତିଲକଙ୍କ ବିସ୍ଫୋରଣ: ଦକ୍ଷିଣ ଆଫ୍ରିକାକୁ ହରାଇ ୩-୧ ରେ ସିରିଜ ଜିତିଲା ଭାରତ

December 19, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.