Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଶ୍ରୀମନ୍ଦିରର ଅରାଜକତା, ରାଜନୀତି ବା ପ୍ରଶାସନ ର ସମସ୍ୟା ନୁହେଁ, ଏହା ମନ୍ଦିର ପରିଚାଳନାରେ ରହିଥିବା ଐତିହାସିକ ଭୁଲର ପ୍ରତିଫଳନ
ବିଶେଷ ଖବର

ଶ୍ରୀମନ୍ଦିରର ଅରାଜକତା, ରାଜନୀତି ବା ପ୍ରଶାସନ ର ସମସ୍ୟା ନୁହେଁ, ଏହା ମନ୍ଦିର ପରିଚାଳନାରେ ରହିଥିବା ଐତିହାସିକ ଭୁଲର ପ୍ରତିଫଳନ

December 29, 2018No Comments3 Mins Read
Share Facebook Twitter LinkedIn Email WhatsApp Copy Link
Jagannath-Temple-Puri
Jagannath-Temple-Puri

କେଦାର ମିଶ୍ର

ଦ୍ଵାରଫିଟା ଓ ଦୈନିକ ମଙ୍ଗଳ ଆଳତି ପ୍ରତ୍ୟହ ଊଷାକାଳ ଅର୍ଥାତ ଭୋର ୫ ଘଟିକା ବା ତତ ପୂର୍ବରୁ ହେବାର ନିୟମ। କେବଳ ଦଶହରା ପର ଏକାଦଶୀଠାରୁ କାର୍ତ୍ତିକ ପୂର୍ଣ୍ଣମୀ ପର୍ୟନ୍ତ, ଧନୁ ସଙ୍କ୍ରାନ୍ତିଠାରୁ ମକର ସଙ୍କ୍ରାନ୍ତି ପର୍ୟନ୍ତ ଓ ବିଶେଷ ନୀତି ଦିନ ମାନଙ୍କରେ ରାତ୍ର ପ୍ରହରେ ଥାଉଁ ହେବାର ନିୟମ ।– ଶ୍ରୀମନ୍ଦିର ସ୍ଵତ୍ଵଲିପି ଅନୁସାରେ ଏହା ହେଉଛି ମଙ୍ଗଳ ଆଳତିର ବିଧାନ। ଯଦି ଜଗନ୍ନାଥ ମନ୍ଦିରର ନୀତିକାନ୍ତି କୁ ଆମ ଧାର୍ମିକ ପରମ୍ପରାର ଅପରିହାର୍ୟ ଅଙ୍ଗ ବୋଲି ଆମେ ଭାବୁଛୁ, ତେବେ କୌଣସି ପରିସ୍ଥିତିରେ ମଧ୍ୟ ଏହି ପରମ୍ପରା ବଦଳିବା ଉଚିତ ନୁହେଁ। କିନ୍ତୁ ଗତକାଲି ଡିସେମ୍ବର ୨୮ ତାରିଖ ଦିନ ପୂରାଦିନ ମନ୍ଦିରର ଦ୍ଵାରଫିଟା କିମ୍ବା ମଙ୍ଗଳ ଆଳତି ହେଲାନାହିଁ। ବେଳେ ବେଳେ ଅପରିହାର୍ୟ କାରଣରୁ ମନ୍ଦିର ନୀତିରେ ବିଳମ୍ବ ଘଟେ, ହେଲେ ଆଜିର ବିଳମ୍ବ ପଛରେ ସେମିତି କିଛି ବିଶେଷ କାରଣ ଥିଲା କି?

କେହିଜଣେ ଭିତରଚ୍ଚୁ  ସେବକଙ୍କ ସହିତ ପୂର୍ବ ଦିନ ମନ୍ଦିର ପୋଲିସର ଧସ୍ତାଧସ୍ତି ହୋଇଥିଲା। ଏହାକୁ ନେଇ ପୋଲିସ ଏବଂ ସେବକ ଉଭୟ ପକ୍ଷ ଥାନାରେ ଏତଲା ଦେଇଛନ୍ତି। କଥାଟି ସେଇଠି ସରିଯିବା କଥା। ମନ୍ଦିର ଭିତରେ ସିସି ଟିଭି କ୍ୟାମେରା ଲାଗିଛି। ସେଥିରୁ ଯିଏ ଦୋଷ କରିଥିବେ ତାଙ୍କୁ ଦଣ୍ଡିତ କରା ଯାଇପାରିବ। ପୋଲିସ ତଦନ୍ତକୁ ଅପେକ୍ଷା ନ କରି ସେବକ ମାନେ ଗୋଟିଏ ଦିନ ଶ୍ରୀମନ୍ଦିରର ସେବା ପୂଜା କୁ ଠପ କରିଦେଲେ। ଏହା କଣ ସେବାୟତ ପରମ୍ପରା?ପୁରୀ ମନ୍ଦିର ସେବାୟତମାନେ ଅନେକ ସମୟରେ ଅଭିଯୋଗ କରି ଆସୁଛନ୍ତି ଯେ, ତାଙ୍କୁ ଗଣମାଧ୍ୟମରେ ଆକାରଣରେ ନିନ୍ଦିତ କରାଯାଉଛି। ତେବେ ଆଜି ମନ୍ଦିରରେ ଯାହା ଘଟିଲା ତାକୁ କେଉଁ ଓଡିଆ ବା ବରଦାସ୍ତ କରିବ?

ନିତାନ୍ତ ବ୍ୟକ୍ତିଗତ କାରଣରୁ ମନ୍ଦିରର ଦ୍ଵାରଫିଟା ଓ ମଙ୍ଗଳ ଆଳତି କୁ ୧୨ ଘଣ୍ଟା ବିଳମ୍ବିତ କରିବା, କେବଳ ପରମ୍ପରା ବିରୋଧୀ ନୁହେଁ, ଏହା ଏକ ଅପରାଧ। ମନ୍ଦିର ସେବାୟତ ନିଜକୁ ଭଗବାନଙ୍କଠାରୁ ମଧ୍ୟ ବଡ ବୋଲି ଭାବୁଛନ୍ତି। ସେମାନଙ୍କର ଆଚାର, ବ୍ୟବହାର ଓ କଥାବାର୍ତ୍ତା ଅନେକ ସମୟରେ ଅପରାଧୀଙ୍କ ସ୍ତରକୁ ଖସି ଆସୁଛି। ଯାହା ଫଳରେ ଓଡିଶାର ସାଧାରଣ ଜନତାଙ୍କ ଆକ୍ଷିରେ ପୁରୀ ସେବାୟତ ଏକ ପ୍ରକାର ଖଳ ନାୟକ ଭୂମିକାନେଇ ସାରିଲେଣି।

ପ୍ରତ୍ୟେକଟି ବିଭ୍ରାଟ ପରେ ମନ୍ଦିର ପରିଚାଳନା ସୁରୁଖୁରୁରେ ଚାଲିବ ବୋଲି କହୁଥିବା ସେବାୟତ ମାନେ ଛୋଟ ଛୋଟ କଥାକୁ ନେଇ ମାରିବା ମରିବା ଭଳି ପରିସ୍ଥିତି ସୃଷ୍ଟି କରୁଛନ୍ତି। ମନ୍ଦିର ଭିତରେ ଏକ ପ୍ରକାର ଅରାଜକତା ଚାଲିଛି। ସୁପ୍ରିମ କୋର୍ଟ ଓ ସରକାରଙ୍କ ନିର୍ଦ୍ଦେଶକୁ କାହାର ଖାତିର ନାଇଁ। ଗଣମାଧ୍ୟମ ଏଥିରେ ରୋଚକ କାହାଣୀ ତିଆରି କରୁଛି। ଧାର୍ମିକ ଭାବାବେଗକୁ ଅରାଜକତାରେ ରୂପାନ୍ତରିତ କରିବା ଲାଗି ସବୁ ପ୍ରକାର ଉଦ୍ୟମ ଚାଲିଛି। ତେବେ ଏଥିରେ କୌଣସି ରାଜନୈତିକ ଦଳ ବା ସରକାରର କ୍ଷତି ହେଉନାହିଁ। ଯାହା କ୍ଷତି ହେଉଛି, ତାହା କେବଳ ଆମ ଓଡିଶାର ଅସ୍ମିତାର। ଆମର ଆଧ୍ୟାତ୍ମିକତାର ମୂଳ ପୀଠଟି କେବଳ ବିଶୃଙ୍ଖଳା ଓ ଅରାଜକତାର ପ୍ରାଣକେନ୍ଦ୍ର ବୋଲି ଏକ ବାର୍ତ୍ତା ବିଶ୍ଵବାସୀଙ୍କ ପାଖକୁ ଯାଉଛି।

ରାଜନୀତି ବା ଗୋଷ୍ଠୀ ବିବାଦ ସୃଷ୍ଟି କରିବାକୁ ପୁରୀ ମନ୍ଦିର ଏକ ସହଜ ମାଧ୍ୟମ ବୋଲି ସମସ୍ତେ ଭାବି ନେଇଛନ୍ତି। ବୋଧେ ପୃଥିବୀର ଅନ୍ୟ କୌଣସି ଧର୍ମକ୍ଷେତ୍ରକୁ ନେଇ ଏତେ ପ୍ରକାର ରାଜନୀତି ବା ଏତେ ରକମର ନାଟକବାଜି ହେଉନଥିବ। କାରଣ ଥାଉ ବା ନଥାଉ, ମନ୍ଦିରରେ ନୀତି କାନ୍ତି ବନ୍ଦ କରିବାର ଅଧିକାର କାହାର ନାହିଁ। ଶ୍ରୀଜଗନ୍ନାଥଙ୍କୁ ଚଳନ୍ତି ବିଗ୍ରହ ବୋଲି ଆମେ ମନେକରୁ। ତାଙ୍କର ସେବାପୂଜାରେ ଏ ପ୍ରକାର ବିଭ୍ରାଟ ପାଇଁ, ଆଉ କାହାକୁ ନୁହଁ, କେବଳ ସେବାୟତମାନଙ୍କୁ ହିଁ ଉତ୍ତର ଦେବାକୁ ପଡିବ। ଜିଲ୍ଲାପାଳ ବା ପ୍ରଶାସକ ମନ୍ଦିର ପୂଜା କରିବାକୁ ଯିବେନାହିଁ।

ଦ୍ଵାରଫିଟା ଓ ମଙ୍ଗଳ ଆଳତି ପାଇଁ ନିର୍ଦ୍ଦିଷ୍ଟ ନିୟମ ରହିଛି। ସ୍ଵତ୍ତ୍ଵଲିପି ଅନୁସାରେଯେଉଁ ମାନେ ଏଥିଲାଗି ଅଧିକୃତ ସେମାନେ ଆଜିର ବିଭ୍ରାଟ ପାଇଁ ଅଭିଯୁକ୍ତ ହେବା ନିହାତି ଜରୁରୀ। ଝଗଡା ହେଉ କି ଅସନ୍ତୋଷ, ଏମିତି କୌଣସି କାରଣ ନାହିଁ, ଯାହାକୁ ନେଇ ମନ୍ଦିରର ନୀତିକାନ୍ତିକୁ ବନ୍ଦ କରିହେବ। ଏହି ଅପରାଧ ଲାଗି ଦାୟୀ ସବୁ ସେବାୟତଙ୍କୁ ସେବା ନିବୃତ୍ତ କରିବା ନିହାତି ଜରୁରୀ। ସେବାୟତ ମାନେ ମନ୍ଦିର ପ୍ରଶାସନକୁ ନିଜ ଇଛାର ତାସଘର ବନାଇପାରିବେ ନାହିଁ।

kedarmishra Puri srimandir
Share. Facebook Twitter LinkedIn Email WhatsApp Copy Link

Related Posts

ବାଲେଶ୍ବର ରାଜନୀତିରେ ହଲଚଲ, ବିଜେଡିରେ ମିଶିଲେ ରଘୁନାଥ ମହାନ୍ତି, ଜୀବନ ପ୍ରଦୀପ ଦାସ

March 25, 2026

ବିଶ୍ୱ ସଙ୍କଟ ସମୟରେ କୃଷି କ୍ଷେତ୍ରରେ ସ୍ଥିରତା ପାଇଁ ଶିବରାଜ ସିଂହ ଚୌହାନଙ୍କ ଉଚ୍ଚସ୍ତରୀୟ ବୈଠକ

March 25, 2026

ଯୁଦ୍ଧକୁ ନେଇ ସାରା ବିଶ୍ୱ ଚିନ୍ତିତ, କିନ୍ତୁ ଭାରତ ପାଇଁ କିଛି ଭଲ ଖବର: ଜାଣନ୍ତୁ…

March 25, 2026

ଭାରତ ସରକାରଙ୍କ ବଡ଼ ପଦକ୍ଷେପ: ତିନି ମାସ ମଧ୍ୟରେ PNG ସଂଯୋଗ ନକଲେ ମିଳିବନି LPG

March 25, 2026
Latest News

“ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ: ଏଇ ରବିବାର ୬:୩୦ରୁ ସେଲିବ୍ରେଟି ୱିଥ୍ ଲିଟିଲ ମାଷ୍ଟର୍ ଗ୍ରାଣ୍ଡ ଫିନାଲେ” 

March 25, 2026

ପ୍ରଶାସନିକ ଦକ୍ଷତା ବୃଦ୍ଧି ପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଏଆଇ କର୍ମଶାଳା

March 25, 2026

ଜିଲ୍ଲାପାଳଙ୍କ ସହ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବୈଠକ: ସ୍ୱାସ୍ଥ୍ୟ ପ୍ରତିଷ୍ଠାନଗୁଡ଼ିକରେ ଅଗ୍ନି ନିରାପତ୍ତା ଉପରେ ଗୁରୁତ୍ଵ

March 25, 2026

ଆଞ୍ଚଳିକ ସଂଯୋଗୀକରଣ ଯୋଜନା-ସଂଶୋଧିତ ଉଡ଼ାନ ଯୋଜନାକୁ କ୍ୟାବିନେଟ୍‌ ଅନୁମୋଦନ

March 25, 2026

“ପେଟ୍ରୋଲ ଏବଂ ଡିଜେଲର କୌଣସି ଅଭାବ ନାହିଁ”: ସର୍ବଦଳୀୟ ବୈଠକରେ କହିଲେ ସରକାର

March 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.