Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସାମ୍ବାଦିକମାନେ ମୋଦୀ ମୋଦୀ ବନ୍ଦନା କରନ୍ତୁ, ନଚେତ ଚାକିରିରୁ ତଡା ଖାଇ ରାସ୍ତାରେ ଠିଆ ହୁଅନ୍ତୁ!!  
ବିଶେଷ ଖବର

ସାମ୍ବାଦିକମାନେ ମୋଦୀ ମୋଦୀ ବନ୍ଦନା କରନ୍ତୁ, ନଚେତ ଚାକିରିରୁ ତଡା ଖାଇ ରାସ୍ତାରେ ଠିଆ ହୁଅନ୍ତୁ!!  

September 10, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
ସାମ୍ବାଦିକମାନେ ମୋଦୀ ମୋଦୀ ବନ୍ଦନା କରନ୍ତୁ, ନଚେତ ଚାକିରିରୁ ତଡା ଖାଇ ରାସ୍ତାରେ ଠିଆ ହୁଅନ୍ତୁ!!  

କେଦାର ମିଶ୍ର

ନରେନ୍ଦ୍ର ମୋଦୀ ସରକାର ଯେତେବେଳେ ନିଜର ଦ୍ଵିତୀୟ ପାଳିରେ ଶହେ ଦିନ ପୂରଣ କରୁଛନ୍ତି, ସେତେବେଳେ ଦେଶର ଲକ୍ଷ ଲକ୍ଷ ଲୋକ ଚାକରି ହରାଉଛନ୍ତି। ତେବେ ଚାକିରି ହରାଉଥିବା ଲୋକଙ୍କ ଗହଳି ଭିତରେ ସବୁଠୁ ଅସହାୟ ହୋଇ ଛିଡା ହୋଇଛନ୍ତି, ଏମିତି କିଛି ସାମ୍ବାଦିକ ଯେଉଁମାନେ ସରକାର ଓ ବ୍ୟବସ୍ଥା ବିରୋଧରେ କହିବାକୁ ନିଜର ଧର୍ମ ବୋଲି ଭାବିଛନ୍ତି। ଗତକାଲି ଟାଇମ୍ସ ଅଫ ଇଣ୍ଡିଆ ଦ୍ଵାରା ପରିଚାଳିତ ଇଂରାଜୀ ଟେଲିଭିଜନ ଚାନେଲ “ମିରର ନାଓ” ର ଲୋକପ୍ରିୟ ଆଙ୍କର ତଥା ସମ୍ପାଦକ ଫାୟେ ଡି ସୁଜା ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଆଜିକାଲି ଚାକିରିରୁ ବହିସ୍କାର କରିବାର ଏକ ନୂଆ ଉପାୟ ବାହାରିଛି। ଆପଣଙ୍କୁ ଡାକି କୁହାଯିବ, ଆପଣ କମ୍ପାନୀ ପାଇଁ ଯେଉଁ ସେବା କରିଛନ୍ତି, ସେଥିଲାଗି ଧନ୍ୟବାଦ- ଏବେ ଦୟାକରି ନିଜେ ନିଜର ଇସ୍ତଫା ଦିଅନ୍ତୁ।

ସମସ୍ତେ ଜାଣନ୍ତି ଯେ ଟାଇମ୍ସ ଗ୍ରୁପ ଦ୍ଵାରା ପରିଚାଳିତ ଦୁଇ ଇଂରାଜୀ ଚାନେଲ ପରଷ୍ପର ବିରୋଧୀ ଆଭିମୁଖ୍ୟ ନେଇ କାମ କରୁଥିଲେ। ରାହୁଲ ଶିବଶଙ୍କର ଓ ନବିକା କୁମାରଙ୍କ ନେତୃତ୍ବରେ “ଟାଇମ୍ସ ନାଓ” ବିଜେପି ସରକାରର ମୁଖପାତ୍ର ଭଳି କାମ କରୁଥିବା ବେଳେ ଫାୟେ ଡି ସୁଜାଙ୍କ ନେତୃତ୍ବରେ “ ମିରର ନାଓ” ସରକାର ବିରୋଧୀ ଆଭିମୁଖ୍ୟ ନେଇ ଚାଲୁଥିଲେ। ଏହାକୁ ଟାଇମ୍ସ ଗ୍ରୁପର ନୀତିହୀନ ବ୍ୟବସାୟ ବୋଲି ମଧ୍ୟ କୁହାଯାଇଛି। ସରକାର ସପକ୍ଷ ଓ ବିପକ୍ଷ ଉଭୟ ଜନମତରୁ ଫାଇଦା ଉଠାଇବାକୁ ଏ ପ୍ରକାର ରଣନୀତି ଗ୍ରହଣ କରାଯାଉଥିଲା। ସମାନ ମାଲିକାନାରେ ଗୋଟେ ଚାନେଲ ସରକାରର ପୋଷା ଶୁଆ ପାଲଟିଥିବା ବେଳେ ଅନ୍ୟଟି ସରକାର ବିରୋଧୀ ବାଘ ଭଳି ଗର୍ଜନ କରୁଥିଲା। ଏବେ ହଠାତ ସରକାର ବିରୋଧୀ ଆଭିମୁଖ୍ୟ ରଖି କାମ କରୁଥିବା “ମିରର ନାଓ’ ର ସମ୍ପାଦିକା ଙ୍କୁ ଚାକିରିରୁ ବିଦା କରି ଦିଆଯାଇଛି।

ନରେନ୍ଦ୍ର ମୋଦୀ କ୍ଷମତାକୁ ଆସିବା ପରେ ତାଙ୍କୁ ବିରୋଧ କରୁଥିବା ବା ତାଙ୍କ ସରକାରର ନୀତିକୁ ସମାଲୋଚନା କରୁଥିବା ଅନେକ ସାମ୍ବାଦିକଙ୍କ ଚାକିରି ଯାଇଛି। ୨୦୧୪ରେ ମୋଦୀ ସରକାର ଆସିବା କ୍ଷଣି ସିଦ୍ଧାର୍ଥ ବରଦରାଜନ, ଏମ.କେ.ବେଣୁ, ସିଦ୍ଧାର୍ଥ ଭାଟିଆ, ରାଜଦୀପ ସରଦେସାଇ, ସାଗରିକା ଘୋଷଙ୍କ ପରି ପ୍ରମୁଖ ସାମ୍ବାଦିକଙ୍କ ଚାକିରି ଚାଲି ଯାଇଥିଲା। ପରବର୍ତ୍ତୀ ସମୟରେ ପୂଣ୍ୟପ୍ରସୂନ ବାଜପାୟୀ, ଅଭିସାର ଶର୍ମା, ବବି ଘୋଷ ପ୍ରମୁଖଙ୍କୁ ମଧ୍ୟ ଚାକିରି ହରାଇବାକୁ ପଡିଥିଲା। ଏମାନେ ସାମ୍ବାଦିକତା କ୍ଷେତ୍ରରେ ଅତ୍ୟନ୍ତ ଦକ୍ଷ ଓ ପ୍ରତିଷ୍ଠିତ । ଏମାନଙ୍କ ଚାକିରି ଯିବାର ଏକମାତ୍ର କାରଣ ଥିଲା, ଏମାନେ ତୀବ୍ର ସରକାର ବିରୋଧୀ ଆଭିମୁଖ୍ୟ ନେଇ କାମ କରୁଥିଲେ। ସାମ୍ବାଦିକତାର ମୌଳିକ ଧର୍ମ ହେଉଛି ସରକାର ଓ କ୍ଷମତାର ବିରୋଧୀ ପକ୍ଷରେ ଠିଆ ହେବା। ସରକାର ର ଗୁଣ ଗାଇବା ବା ସରକାରକୁ ଭଗବାନ ବୋଲି ବନ୍ଦନା କରିବା ସାମ୍ବାଦିକତା ନୁହେଁ। ଗତ ପାଞ୍ଚ ଭିତରେ ସାମ୍ବାଦିକତାର ଏହି ମୌଳିକ ଧର୍ମକୁ ହତ୍ୟା କରାଯାଇଛି।

ତମେ ଯଦି ସରକାର ସପକ୍ଷରେ କହୁନାହଁ, ତାହେଲେ ତମେ ସାମ୍ବାଦିକ ନୁହଁ ବୋଲି ଏକ ପ୍ରଚାରତନ୍ତ୍ର ଶାସକ ଦଳ ତରଫରୁ ପ୍ରସ୍ତୁତ କରାଯାଇଛି। ଏହି ପ୍ରଚାରତନ୍ତ୍ରରେ ସରକାରୀ ଭାଟ ଓ ଭକ୍ତମାନେ ସାମ୍ବାଦିକତାର ମୁଖା ପିନ୍ଧି ଦିନରାତି ବାସ୍ତବ ସାମ୍ବାଦିକତାକୁ ଗାଳି କରିବା ଓ ସେମାନଙ୍କୁ ବଦନାମ କରିବା କାର୍ୟରେ ନିୟୋଜିତ ଅଛନ୍ତି। ସରକାର ବିରୋଧୀ ଗଣମାଧ୍ୟମ ଓ ସାମ୍ବାଦିକଙ୍କୁ ଭାରତ ବିରୋଧୀ ବୋଲି କହିବାର ଏକ ଅଶ୍ଳୀଳ ଷଡଯନ୍ତ୍ରରେ ଭକ୍ତମାନଙ୍କୁ ଗୁଣ୍ଡା ଭଳି ବିନିଯୋଗ କରାଯାଉଛି। ସରକାର ବିରୋଧୀ ସାମ୍ବାଦିକମାନଙ୍କୁ ଅପମାନିତ କରିବା, ଧମକ ଦେବା, ବଦନାମ କରିବା ଓ ଚାକିରିରୁ ବହିସ୍କାର କରିବା ଭଳି କାମ ଏମାନେ କରୁଛନ୍ତି। ତମେ ମୋଦୀ ମୋଦୀ କୁହ ନଚେତ ଚାକିରିରୁ ବିଦା ହୁଅ- ଏମିତି ଏକ ଅଘୋଷିତ ନିୟମ ଏବେ ଛୋଟ ବଡ ସବୁ ଗଣମାଧ୍ୟମରେ ଲାଗୁ ହୋଇଛି। କେବଳ ଏନଡିଟିଭି ଓ ଏହାର ହିନ୍ଦୀ ପ୍ରଭାଗର ସମ୍ପାଦକ ରବିଶ କୁମାର ଏଯାଏ ବ୍ୟତିକ୍ରମ ଭାବେ କାମ କରୁଛନ୍ତି। ତେବେ ଏନଡିଟିଭି ଓ ରବିଶଙ୍କ ବିରୋଧରେ ଯେଉଁ  ପ୍ରକାର ଆକ୍ରମଣ ଚାଲିଛି, ସେଥିରେ କେତେଦୂର ସେମାନେ ଏହି ଚାପ ବରଦାସ୍ତ କରିପାରିବେ, ତାରି ଉପରେ ବି ପ୍ରଶ୍ନ ଚିହ୍ନ ରହିଛି।

ଏତେ ଚାପ ଭିତରେ ବି ଫାୟେ ଡି ସୁଜା ଗତ ପାଞ୍ଚ ବର୍ଷ ଧରି ନିଜର ସରକାର ବିରୋଧୀ ସାମ୍ବାଦିକତା ବଜାୟ ରଖିଥିଲେ। ଆଜି ତାଙ୍କୁ ସେଥିରୁ ବିଦା କରାଗଲା। ସେହିପରି ହିନ୍ଦୀ ସାମ୍ବାଦିକ ଅଜିତ ଅଞ୍ଜୁମ ମଧ୍ୟ ଗତ ସପ୍ତାହରେ ଚାକିରିରୁ ବିଦା ହୋଇଛନ୍ତି। ଅଜିତ ଅଞ୍ଜୁମ ତାଙ୍କର ଶାଳୀନ -ସରକାର ବିରୋଧୀ ସ୍ଵର ଲାଗି ବେଶ ଜଣାଶୁଣା।

ଆଜିର ତାରିଖରେ ସାମ୍ବାଦିକ ହୋଇ ପେଟ ପୋଷିବାକୁ ହେଲେ, ତମକୁ ସରକାର ର ଭାଟ ହେବାକୁ ପଡିବ, ନଚେତ ଚାକିରି ଛାଡି ରାସ୍ତାରେ ଠିଆ ହେବାକୁ ପଡିବ।

Modi
Share. Facebook Twitter LinkedIn Email WhatsApp Copy Link

Related Posts

ଦୃଢ଼ ଭବିଷ୍ୟତର ଭିତ୍ତି ହେଉଛି ସୁସ୍ଥ ଜନସଂଖ୍ୟା: ଅର୍ଥନୈତିକ ସର୍ଭେ

January 30, 2026

 ଓଡିଶା ଗସ୍ତରେ ବିଶ୍ୱ ବ୍ୟାଙ୍କ ଗ୍ରୁପ ଅଧ୍ୟକ୍ଷ: ମୁଖ୍ୟମନ୍ତ୍ରୀଙ୍କ ସହ ବିକାଶ ସମ୍ପର୍କିତ ନୀତି ସମ୍ପର୍କରେ ହେଲା ଆଲୋଚନା

January 30, 2026

ଆର୍ଥିକ ସର୍ବେକ୍ଷଣ ରିପୋର୍ଟ 2025-26: ଜିଡିପି ଅଭିବୃଦ୍ଧି 7.4% ରହିବା ନେଇ ଆକଳନ

January 29, 2026

ଟି-୨୦ ବିଶ୍ୱକପ୍ ପରେ ପ୍ରଶିକ୍ଷକ ପଦରୁ ହଟିବେ ଗୌତମ ଗମ୍ଭୀର?: ସ୍ପଷ୍ଟ କଲା ବିସିସିଆଇ 

January 29, 2026
Latest News

ଦୃଢ଼ ଭବିଷ୍ୟତର ଭିତ୍ତି ହେଉଛି ସୁସ୍ଥ ଜନସଂଖ୍ୟା: ଅର୍ଥନୈତିକ ସର୍ଭେ

January 30, 2026

 ଓଡିଶା ଗସ୍ତରେ ବିଶ୍ୱ ବ୍ୟାଙ୍କ ଗ୍ରୁପ ଅଧ୍ୟକ୍ଷ: ମୁଖ୍ୟମନ୍ତ୍ରୀଙ୍କ ସହ ବିକାଶ ସମ୍ପର୍କିତ ନୀତି ସମ୍ପର୍କରେ ହେଲା ଆଲୋଚନା

January 30, 2026

“ଅନିଶ୍ଚିତତା ମଧ୍ୟରେ ଉଦ୍ୟୋଗୀ ନୀତି ନିର୍ଦ୍ଧାରଣ” ଦିଗରେ ଗଭୀର ପରିବର୍ତ୍ତନ ଆବଶ୍ୟକ: ଆର୍ଥିକ ସର୍ବେକ୍ଷଣ

January 30, 2026

କେନ୍ଦ୍ର କୃଷି ମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ସାମିଲ ହେଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ

January 30, 2026

ଆଜି ଜାନୁୟାରୀ ୩୦ ତାରିଖ ଶୁକ୍ରବାର, ଏହି ରାଶିର ଲୋକେ ପାଇବେ ଖୁସି ଖବର

January 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.