Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ପଞ୍ଚମ ସନ୍ଧ୍ୟା : ସରୋଦ ବାଦନର ସର୍ଜନାତ୍ମକ ଅଭିବ୍ୟକ୍ତି ସାଙ୍ଗକୁ ଓଡ଼ିଶୀ ନୃତ୍ୟର ଅଭିନବ ପ୍ରୟାସ
ବିଶେଷ ଖବର

ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ପଞ୍ଚମ ସନ୍ଧ୍ୟା : ସରୋଦ ବାଦନର ସର୍ଜନାତ୍ମକ ଅଭିବ୍ୟକ୍ତି ସାଙ୍ଗକୁ ଓଡ଼ିଶୀ ନୃତ୍ୟର ଅଭିନବ ପ୍ରୟାସ

September 10, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ସୃଜନ ଅନୁଷ୍ଠାନ ଦ୍ୱାରା ଆୟୋଜିତ ଓ.ଏମ୍.ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ପଞ୍ଚମ ସଂଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ପ୍ରଖ୍ୟାତ ସରୋଦ ବାଦିକା ଶ୍ରୀମତୀ ଦେବଶ୍ମିତା ଭଟ୍ଟାଚାର୍ଯ୍ୟଙ୍କ ସରୋଦ ବାଦନରୁ। ସେ ପ୍ରଥମେ ଶରତ ଋତୁ ଉପରେ ଆଧାରିତ ରାଗ ଦୁର୍ଗା ପରେ ପରେ ଆଳାପ ଯାହା ବିଲମ୍ବିତ ତିନ୍‍ ତାଳରେ ୧୬ ମାତ୍ରା ଓ ଏକତାଳ ଏବଂ ଶେଷରେ ଆସୁଥିବା ଦୁର୍ଗାପୂଜା ଉପଲକ୍ଷେ ଗୋଟିଏ ସୁନ୍ଦର ବନ୍ଦିସ ଜୟ ଦୁର୍ଗା ମା ପରିବେଷଣ କରି ଦର୍ଶକମାନଙ୍କୁ ସେ ବିମୋହିତ କରିଥିଲେ। ତାଙ୍କୁ ତବଲାରେ ସହଯୋଗ କରିଥିଲେ ସନ୍ଦିପ ଘୋଷ। ନିଜସ୍ୱ ଶୈଳୀରେ ସର୍ଜନାତ୍ମକ ସରୋଦ ବାଦନ ତାଙ୍କୁ ଦେଶ ତଥା ଦେଶ ବାହାର ସଙ୍ଗୀତ ଦୁନିଆରେ ନୂଆ ଦିଗନ୍ତ ପ୍ରଦାନ କରିଛି

ଏହି ସଂଧ୍ୟାର ପରବର୍ତ୍ତୀ ପ୍ରସ୍ତୁତିଟି ଥିଲା ଗୁରୁ ନିରଞ୍ଜନ ରାଉତଙ୍କ ନୂପୂର ଅନୁଷ୍ଠାନର କଳାକାରମାନଙ୍କ ଦ୍ୱାରା ଦଳଗତ ଓଡ଼ିଶୀ ନୃତ୍ୟ ପରିବେଷଣ। ସେମାନଙ୍କର ପ୍ରଥମ ପ୍ରସ୍ତୁତିରେ ଥିଲା ଶୁଦ୍ଧ ନୃତ୍ୟରେ ଖମାଜ ପଲ୍ଲବୀ ଯାହା ରାଗ ଖମାଜ ଓ ତାଳ ତ୍ରୀପଟା ଉପରେ ପର୍ଯ୍ୟବେସିତ ଥିଲା ପରେ ପରେ ଭଗବାନ ଶିବଙ୍କ ତାଣ୍ଡବ ନୃତ୍ୟ ଉପରେ ଆଧାରିତ ଅଭିନୟ ଶିବସ୍ତୋତ୍ରମ ଯାହାର ନୃତ୍ୟ ସଂରଚନା କରିଥିଲେ ଗୁରୁ ନିରଞ୍ଜନ ରାଉତ, ସଙ୍ଗୀତ ସଂଯୋଜନା କରିଥିଲେ କେ. ରାମାରାଓ ପାତ୍ର ଓ ତାଳ ସଂଯୋଜନା କରିଥିଲେ ଗୁରୁ ଧନେଶ୍ୱର ସ୍ୱାଇଁ। ନୂପୂର ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା ଏକ ହୃଦୟସ୍ପର୍ଶୀ ଓ କର୍ମଠ ଦଳଗତ ଓଡ଼ିଶୀ ନୃତ୍ୟ ଦେଖିବାକୁ ମିଳିଥିଲା ମଞ୍ଚ ଉପରେ ।

ପଞ୍ଚମ ସଂଧ୍ୟାର ଶେଷ ପରିବେଷଣଟି ଥିଲା ଡ଼ଃ ଇଲିଆନା ସିତାରିଷ୍ଟଙ୍କ ଆର୍ଟ ଭିଜନ ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ। ସେମାନଙ୍କର ପ୍ରସ୍ତୁତିରେ ଥିଲା ଓଡ଼ିଆ ବର୍ଣ୍ଣମାଳା ଉପରେ ନିବଦ୍ଧ ଓଡ଼ିଶୀ ନତ୍ୟାଭିନୟ ଅକ୍ଷର ଯାହା ଏକ ସମୃଦ୍ଧ ଓ ପ୍ରାଚୀନ ଓଡ଼ିଆ ଭାଷା ପ୍ରତି ଶ୍ରଦ୍ଧାଞ୍ଜଳୀ ସ୍ୱରୂପ। ଓଡ଼ିଶାର ଗାଁମାନଙ୍କରେ ଖଡ଼ି ସାହାଯ୍ୟରେ ତିନିଗୋଟି ବୃତ୍ତ ଚିହ୍ନିତ ଅକାର (ଶୁନ)ରୁ ଭାଷାର ସୃଷ୍ଟି ହୋଇଥାଏ । ଯାହାର ସଂଳାପ ପ୍ରସ୍ତୁତ କରିଥିଲେ ଦେବଦାସ ଛୋଟରାୟ, ସଙ୍ଗୀତ ସଂଯୋଜନା କରିଥିଲେ ଲକ୍ଷ୍ମୀକାନ୍ତ ପାଳିତ, ନୃତ୍ୟ ସଂରଚନା କରିଥିଲେ ଗୁରୁ ଇଲିଆନା ସିତାରିଷ୍ଟ ଏବଂ ଯାହାକୁ ବାଲୁକା କଳାରେ ଏନିମେସନ ମାଧ୍ୟମରେ ଦର୍ଶକଙ୍କ ସାମ୍ନାରେ ଉପସ୍ଥାପିତ କରିଥିଲେ ଆନ୍ତର୍ଜାତିୟ କ୍ଷାତିସମ୍ପର୍ଣ୍ଣ ବାଲୁକା କଳା ଶିଳ୍ପୀ ଶ୍ରୀ ସୁଦର୍ଶନ ପଟ୍ଟନାୟକ। ଓଡ଼ିଶୀ ନୃତ୍ୟର ଏକ ଅଭିନବ ପ୍ରୟାସ ସାଙ୍ଗକୁ ଆର୍ଟ ଭିଜନ ଅନୁଷ୍ଠାନର ଶିଳ୍ପୀମାନଙ୍କର ପାଦର ଛନ୍ଦ ଓ ତାଳରେ ଦର୍ଶକ ବିମୋହିତ ହୋଇଥିଲେ।

ଏହି ଉତ୍ସବର ଅତିଥି ଥିଲେ ଓଡ଼ିଶୀ ସଙ୍ଗୀତ କଣ୍ଠଶିଳ୍ପୀ ତଥା ଓଡ଼ିଶୀ ସଙ୍ଗୀତ ବିଶାରଦ ଗୁରୁ ରାମହରି ଦାସ, ପ୍ରସିଦ୍ଧ ସରୋଦ ବାଦିକା ଶ୍ରୀମତୀ ଦେବଶ୍ମିତା ଭଟ୍ଟାଚାର୍ଯ୍ୟ ଏବଂ ସୃଜନର ନିର୍ଦ୍ଦେଶକ ଗୁରୁ ଶ୍ରୀ ରତିକାନ୍ତ ମହାପାତ୍ର। କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ଡ଼ଃ ଶ୍ରୀନୀବାସ ଘଟୁଆରୀ ଏବଂ ଆଲୋକ ସଂଚାଳନ କରିଥିଲେ ଶ୍ରୀ ଦେବୀପ୍ରସାଦ ମିଶ୍ର।

Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ-ବାଣପୁର ଏନଏସି ମିଶି ହେବ ଏକ ମ୍ୟୁନିସିପାଲିଟି, ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ କଲେ ଘୋଷଣା

March 7, 2026

ଆଜି ଦିଲ୍ଲୀରେ ବିଭିନ୍ନ ବିକାଶ ପ୍ରକଳ୍ପ ଉଦ୍‌ଘାଟନ ଏବଂ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

March 7, 2026

ସରକାର ଏଗ୍ରିଷ୍ଟାକ୍‌ ମାଧ୍ୟମରେ କୃଷି ପାଇଁ ଏକ ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମି ବିକଶିତ କରୁଛି: ପ୍ରଧାନମନ୍ତ୍ରୀ

March 7, 2026

୩୨୭୫ କୋଟିରୁ ଅଧିକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଅମିତ ଶାହ

March 6, 2026
Latest News

ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ ଚଳାଚଳରେ ଅସ୍ଥାୟୀ ପରିବର୍ତ୍ତନ

March 7, 2026

ଜନ ଔଷଧି ଦିବସ ୨୦୨୬ ଅବସରରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶୁଭେଚ୍ଛା

March 7, 2026

ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ସୁବର୍ଣ୍ଣ ଜୟନ୍ତୀ ମହାସମାରୋହରେ ପାଳିତ

March 7, 2026

UPSC ପରୀକ୍ଷାରେ ସଫଳତା ପାଇଥିବା ସାତ୍ତ୍ୱିକ ସତ୍ୟକାମଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

March 7, 2026

ବାଲୁଗାଁ-ବାଣପୁର ଏନଏସି ମିଶି ହେବ ଏକ ମ୍ୟୁନିସିପାଲିଟି, ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ କଲେ ଘୋଷଣା

March 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.