Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଦେଶର ଆର୍ଥିକ ଖରାପ ଅବସ୍ଥା ଲାଗି କିଏ ଦାୟୀ, ନେହେରୁ, କଂଗ୍ରେସ ନା କାର କିଣୁ ନଥିବା ନୂଆ ପିଢୀର ଯୁବ ସମାଜ ?
ବିଶେଷ ଖବର

ଦେଶର ଆର୍ଥିକ ଖରାପ ଅବସ୍ଥା ଲାଗି କିଏ ଦାୟୀ, ନେହେରୁ, କଂଗ୍ରେସ ନା କାର କିଣୁ ନଥିବା ନୂଆ ପିଢୀର ଯୁବ ସମାଜ ?

September 11, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଦେଶର ଆର୍ଥିକ ଖରାପ ଅବସ୍ଥା ଲାଗି କିଏ ଦାୟୀ, ନେହେରୁ, କଂଗ୍ରେସ ନା କାର କିଣୁ ନଥିବା ନୂଆ ପିଢୀର ଯୁବ ସମାଜ ?

କେଦାର ମିଶ୍ର 

ଆମ ଦେଶରେ ଏକ ଅଦ୍ଭୁତ ସରକାରର ରାଜୁତି ଚାଲିଛି। ଯେତେବେଳେ ଯାହା କିଛି ବି ସଙ୍କଟ ବା ସମସ୍ୟା ଆସୁଛି, ସେତେବେଳେ ଇତିହାସରୁ କାହାକୁ ଟାଣି ଆଣି ସେଥିଲାଗି ତାଙ୍କୁ ଦାୟୀ କରାଯାଉଛି। ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାର ଲାଲ ନେହେରୁ ମୃତ୍ୟୁ ବରଣ କରିବାର ୫୫ ବର୍ଷ ପରେ ମଧ୍ୟ ତାଙ୍କୁ କାଠଗଡାରେ ଠିଆ କରାଯାଉଛି। ଅଥଚ ଗତ ପାଞ୍ଚ ବର୍ଷ ହେଲା ଓ ଦୁଇଟି ନିର୍ବାଚନରେ ପ୍ରଚଣ୍ଡ ବହୁମତ ପାଇଥିବା ଭାରତୀୟ ଜନତା ପାର୍ଟି କୌଣସି ଦୋଷ ମୁଣ୍ଡେଇବାକୁ ପ୍ରସ୍ତୁତ ନୁହେଁ। ଇତି ମଧ୍ୟରେ ଦେଶର ଅର୍ଥନୈତିକ ପ୍ରଗତି ଭୟଙ୍କର ଭାବରେ ବ୍ୟାହତ ହୋଇଛି ଗତ ଦୁଇ ବର୍ଷ ହେଲା ଆମର ଅର୍ଥନୈତିକ ଅଭିବୃଦ୍ଧି ହାର ୭% ତଳେ ରହୁଛି ଓ ଗତ ୬ ଟି ଅର୍ଥନୈତିକ ତ୍ରୈମାସିକି ରେ ଅଭବୃଦ୍ଧି ହାର କ୍ରମାଗତ ଭାବରେ ଖସି ଆସି ଏବେ ୫% ରେ ପହଞ୍ଚିଲାଣି। ଦେଶର ପ୍ରମୁଖ ଅର୍ଥଶାସ୍ତ୍ରୀମାନଙ୍କ ମତରେ ବାସ୍ତବ ଡାଟା ଅନୁଯାୟୀ ଅଭିବୃଦ୍ଧିର ହାର ଅତି ବେଶୀରେ ୨.୫ ରୁ ୩% ଭିତରେ ହିଁ ରହିଥିବ।

ଦେଶରେ ବର୍ତ୍ତମାନ ଅର୍ଥନୈତିକ ମାନ୍ଦାବସ୍ଥା ଦେଖା ଦେଇଛି ବୋଲି କୁହାଯାଉଛି। ବିଜେପିର ସାଂସଦ ତଥା ଅର୍ଥନୀତିର ପୂର୍ବତନ ପ୍ରଫେସର ସୁବ୍ରମଣ୍ୟମ ସ୍ଵାମୀ, ମୋଦୀ ସରକାର ଆର୍ଥିକ ଉପଦେଷ୍ଟା ରଥିନ ରାୟ, ମୋଦୀ ସରକାରଙ୍କ ପୂର୍ବତନ ଆର୍ଥିକ ପରାମର୍ଶଦାତା ଶଶାଙ୍କ ସୁବ୍ରମଣ୍ୟମ ଓ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଉର୍ଜିତ ପଟେଲ ପ୍ରମୁଖଙ୍କ ମତରେ ଦେଶର ଅର୍ଥନୀତି ଅତ୍ୟନ୍ତ ଖରାପ ଦିଗକୁ ଗତି କରୁଛି। ହେଲେ ନିଜର ଚିରାଚରିତ ଶୈଳୀରେ ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ ବାସ୍ତବତାକୁ ସ୍ଵୀକାର କରିବାକୁ ନାରାଜ। ଦେଶର ପ୍ରମୁଖ ଉତ୍ପାଦନ ଓ ସେବା କ୍ଷେତ୍ରରେ ଅଭିବୃଦ୍ଧିର ହାର ଢେର କମ ରହୁଥିବା ବେଳେ ଏହାକୁ ଅଣଦେଖା କରିବାର ଭୟଙ୍କର ରାଜନୀତି ଅର୍ଥମନ୍ତ୍ରୀ କରୁଛନ୍ତି।

ଗତ ଜୁଲାଇ ମାସରେ ଦେଶର ମୋଟର ଯାନ-ବାହନ  ଉତ୍ପାଦନ ଓ ବିକ୍ରି ସଂଖ୍ୟା ପ୍ରବଳ ମାତ୍ରାରେ କମିଯାଇଛି। ଗତ ୧୯ ବର୍ଷ ଭିତରେ ଦେଶରେ ସବୁଠୁ କମ ମୋଟର ଚାଳିତ ଯାନବାହନର ବ୍ୟବସାୟ ସବୁଠୁ ନିମ୍ନ ସ୍ତରରେ ପହଞ୍ଚିଛି। ସ୍କୁଟର, ମୋଟର ସାଇକଲ, କାର, ବସ, ଅଟୋ ରିକ୍ସା ଓ ଟ୍ରକ ବିକ୍ରି ୧୯ ରୁ ୪୨% ପର୍ୟନ୍ତ କମି ଯାଇଛି। ଗତ ୧୩ ମାସ ହେଲା ନିରନ୍ତର ଭାବରେ ଏହା କମିଚାଲିଛି ଓ ଏହାର ପରିଣତିରେ ଦେଶର ପ୍ରମୁଖ କାର ଉତ୍ପାଦନକାରୀ ସଂସ୍ଥା ମାରୁତି ଓ ଟ୍ରକ ଉତ୍ପାଦନକାରୀ ସଂସ୍ଥା ଅଶୋକ ଲେଲାଣ୍ଡ ନିଜର ଉତ୍ପାଦନ ବନ୍ଦ କରି ଦେଇଛନ୍ତି। ଗତ ଜୁଲାଇ ରେ କାର ବିକ୍ରୀ ରେ ୩୬%, ଭ୍ୟାନ ରେ ୪୬%, ମିନି ଟ୍ରକ ରେ ୨୬%, ମୋଟର ସାଇକଲରେ ୧୯% ଓ ସ୍କୁଟରରେ ୧୨% ହ୍ରାସ ରେକର୍ଡ କରାଯାଇଛି। ଦେଶର ଜିଡିପିକୁ ୭% ଅବଦାନ ଦେଉଥିବା ଏହି ଗୁରୁତ୍ୱପୂର୍ଣ୍ଣ ବିଭାଗର ଏହି ଦୁରବସ୍ଥା ଅର୍ଥନୀତି ଲାଗି ଚିନ୍ତାଜନକ ହୋଇଥିବା ବେଳେ ଅର୍ଥମନ୍ତ୍ରୀ ଏହାକୁ କୌତୁକରେ ନେଇଛନ୍ତି।

ଗତକାଲି ଅର୍ଥମନ୍ତ୍ରୀ କହିଛନ୍ତି ଯେ ନୂଆ ଯୁବକ ଯୁବତୀମାନେ କାର କିଣିବା ଅପେକ୍ଷା ଓଲା ଓ ଉବର ରେ ଯିବା ଆସିବା କରିବାକୁ ବେଶୀ ପସନ୍ଦ କରୁଥିବାରୁ ଏହି ଖରାପ ଅବସ୍ଥା ସୃଷ୍ଟି ହୋଇଛି ବୋଲି ସେ କହିଛନ୍ତି। ତେବେ ଏହା ସତ୍ୟ କି? ଦେଶର ୧୬୯ ଟି ସହରରେ ଓଲା ଓ ମାତ୍ର ୪୦ ସହରରେ ଉବର ସେବା ଉପଲବ୍ଧ ହେଉଛି। ଗତ ଛଅ ମାସ ଭିତରେ ଓଲା ଓ ଉବର ସଂରକ୍ଷଣ ବ୍ୟବସ୍ଥାରେ ମାତ୍ର ୪% ଉନ୍ନତି ହୋଇଛି। ଅର୍ଥାତ ଅର୍ଥମନ୍ତ୍ରୀଙ୍କ କଥାକୁ ଏହି ତଥ୍ୟ ସିଧା ସିଧା ଖଣ୍ଡନ କରୁଛି। ଲୋକ ଓଲା ବା ଉବର ଯୋଗୁଁ କାର କିଣୁନାହାନ୍ତି ନୁହଁ, ଲୋକଙ୍କ ପାଖରେ ଏବେ ଆର୍ଥିକ ଦୁରବସ୍ଥାର ଚାପ ପଡୁଛି। ତେଣୁ କାର ବିକ୍ରୀ କମୁଛି।

କେବଳ କାର ବା ମୋଟର ସାଇକଲ ନୁହଁ, ଘର, ବିସ୍କୁଟ, ଶାମ୍ପୁ, ଟୁଥ ଫେଷ୍ଟ, ସାବୁନ, ଅନ୍ତର୍ବସ୍ତ୍ର, ବ୍ର୍ରାଣ୍ଡେଡ କପଡା ଓ ଜୋତା ଇତ୍ୟାଦି କ୍ଷେତ୍ରରେ ମଧ୍ୟ ଚାହିଦା କମୁଛି।ଲୋକେ  ଘର କିଣୁନାହାନ୍ତି ମାନେ ସେମାନେ ସମସ୍ତେ ହୋଟେଲରେ ରହିବାକୁ ବା ରାସ୍ତା କଡରେ ଜୀବନ କାଟୁଛନ୍ତି କି? ୟୁନିଲିଭର, ଡାବର, ପତଞ୍ଜଳି, ଗୋଦରେଜ ଭଳି ଖାଉଟି ଦ୍ରବ୍ୟ ଉତ୍ପାଦନ ଓ ବିକ୍ରୀ କରୁଥିବା କମ୍ପାନୀ ଗୁଡିକ ଏବେ ନିଜର ବିକ୍ରୀ କମିଯିବାର ତଥ୍ୟ ଦେଉଛନ୍ତି। ଏହାକୁ ଅର୍ଥମନ୍ତ୍ରୀ କଣ କହିବେ? ଲୋକେ ଏବେ ସକାଳୁ ଉଠି ଟୁଥ ପେଷ୍ଟ ବଦଳରେ ପାଉଁଶ ଲଗେଇ ଦାନ୍ତକାଠି କରୁଛନ୍ତି କି? ଲୋକେ ଏବେ ଶାମ୍ପୁ ଲଗେଇବା ବନ୍ଦ କରି ଦେଇଥିବାରୁ ଏହାର ବଜାର କମୁଛି କି?

ଦେଶର ଅର୍ଥମନ୍ତ୍ରୀ ଯେତେବେଳେ ଗାଲୁଗପ କଲା ଭଳି ବକ୍ତବ୍ୟ ଦିଅନ୍ତି, ସେଠି ଦେଶର ଭବିଷ୍ୟତ ସୁରକ୍ଷିତ ନୁହେଁ ଓ ଏକ ଭୟଙ୍କର ଅର୍ଥନୈତିକ ଖରାପ ଅବସ୍ଥାକୁ ଆମକୁ ଠେଲି ଦିଆ ଯାଉଛି ବୋଲି ଏବେ ଆମର ଦୃଢ ବିଶ୍ଵାସ ହେଉଛି।

Share. Facebook Twitter LinkedIn Email WhatsApp Copy Link

Related Posts

କେନ୍ଦୁଝରରେ ୧୦୦ କୋଟିର ଟେକ୍ସଟାଇଲ୍ ପାର୍କର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

February 14, 2026

ଭାରତୀୟ ସେନାରେ ଯୋଗଦେବା ପାଇଁ ବଡ଼ ସୁଯୋଗ: ଜାଣନ୍ତୁ ଆବେଦନ ପ୍ରକ୍ରିୟା

February 14, 2026

ଭାରତ ନା ପାକିସ୍ତାନ, କାହାକୁ ଗ୍ରହଣ କରିବେ ତାରିକ ରହମାନ? ଏପର୍ଯ୍ୟନ୍ତ କ’ଣ ସଙ୍କେତ ମିଳୁଛି?

February 14, 2026

କୃଷି କ୍ଷେତ୍ରରେ ବିପ୍ଳବ ଆଣିବ କୃଷି ଭିତ୍ତିଭୂମି ପାଣ୍ଠି: ଶିବରାଜ ସିଂ ଚୌହାନ

February 14, 2026
Latest News

‘ସେବା ତୀର୍ଥ’ ଏବଂ ‘କର୍ତ୍ତବ୍ୟ ଭବନ’କୁ ପ୍ରଶାସନିକ କାର୍ଯ୍ୟାଳୟ ସ୍ଥାନାନ୍ତର ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରି

February 14, 2026

ଜିଓ ସମେତ ୧୦ଟି ଦେଶର ୧୫ଟି ପ୍ରମୁଖ ଟେକ୍ କମ୍ପାନୀ ଗଠନ କଲେ “ଟ୍ରଷ୍ଟେଡ୍ ଟେକ୍ ଆଲାଏନ୍ସ”

February 14, 2026

ଅଭିଷେକ ଶର୍ମା ଖେଳିବେ କି?: IND vs PAK ମ୍ୟାଚ୍ ପୂର୍ବରୁ ସୂର୍ଯ୍ୟକୁମାର ଯାଦବ ଦେଲେ ସ୍ପଷ୍ଟ ଉତ୍ତର

February 14, 2026

ପ୍ରସିଦ୍ଧ ଶୈବପୀଠ ଶ୍ରୀଦକ୍ଷେଶ୍ଵରଦେବ ମନ୍ଦିରରେ ଜାଗର ଯାତ୍ରା: ଜାଣନ୍ତୁ କେବେ ଉଠିବ ମହାଦୀପ?

February 14, 2026

ରେଢ଼ାଖୋଲରେ ନାବାଳିକା ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ

February 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.