Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଷଷ୍ଠ ସନ୍ଧ୍ୟା: ଓଡ଼ିଶୀ କଣ୍ଠ ସଙ୍ଗୀତ ସହ ଓଡ଼ିଶୀ ନୃତ୍ୟ ସଙ୍ଗୀତର ଯାଦୁକରୀ
ବିଶେଷ ଖବର

ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଷଷ୍ଠ ସନ୍ଧ୍ୟା: ଓଡ଼ିଶୀ କଣ୍ଠ ସଙ୍ଗୀତ ସହ ଓଡ଼ିଶୀ ନୃତ୍ୟ ସଙ୍ଗୀତର ଯାଦୁକରୀ

September 11, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ସୃଜନ ଅନୁଷ୍ଠାନ ଦ୍ୱାରା ଆୟୋଜିତ  ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଷଷ୍ଠ ସଂଧ୍ୟା ଥିଲା ଓଡ଼ିଶୀର ସଂଧ୍ୟା । ଓଡ଼ିଶୀ କଣ୍ଠ ସଙ୍ଗୀତରେ ଚମ୍ପୁ, ଜଣାଣ, ପ୍ରବନ୍ଧ ସହିତ ଓଡ଼ିଶୀ ଦଳଗତ ନୃତ୍ୟାଭିନୟ  । ସଂଧ୍ୟାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଗୁରୁ ବିଜୟ କୁମାର ଜେନାଙ୍କ ଓଡ଼ିଶୀ କଣ୍ଠ ସଙ୍ଗୀତ ପରିବେଷଣରୁ  । ତାଙ୍କ ପ୍ରସ୍ତୁତିରେ ଥିଲା ରାଗ ବିହାଗ ଓ ତାଳ ଯତିରେ ନିବଦ୍ଧ ବନମାଳୀଙ୍କ ରଚନାରୁ ପ୍ରବନ୍ଧ ପ୍ରାଣଧନ ପ୍ରାଣ ରଖ ଧରୁଛି ତୋ ପାଣିକି ପରେ ପରେ ବେଣୁଧରଙ୍କ ରଚନାରୁ ଉଦ୍ଧୃତ ରାଗ ମାରୱା ଓ ତାଳ ଏକତାଳିରେ ପ୍ରବନ୍ଧ ବରଜ ବିଧୂରେ ଅନା ଫେରି ସହିରେ  । ତାଙ୍କର ପରବର୍ତ୍ତୀ ପ୍ରସ୍ତୁତିଟି ଥିଲା ଅଭିରାମ ପରମହଂସଙ୍କ ଜଣାଣ ହେ ନାରାୟଣ ଯାହା ରାଗ ବଜ୍ରକାନ୍ତି ଓ ତାଳ ରୂପକ ଉପରେ ଆଧାରିତ ଥିଲା  । ତାଙ୍କର ଶେଷ କଣ୍ଠ ସଙ୍ଗୀତଟି ଥିଲା ଉପେନ୍ଦ୍ର ଭଞ୍ଜଙ୍କ ରଚିତ ନକରରେ ମାନ ଯାହା ରାଗ ଭୈରବୀ ଓ ତାଳ ଏକତାଳୀ ଉପରେ ପର୍ଯ୍ୟବେସିତ ଥିଲା । ତାଙ୍କୁ ମର୍ଦ୍ଦଳରେ ସଚ୍ଚିଦାନନ୍ଦ ଦାସ, ବଂଶୀରେ ଶ୍ରୀନୀବାସ ଶତପଥୀ, ହାରମୋନିୟମରେ ବାଳକୃଷ୍ଣ ଜେନା, ମଞ୍ଜିରାରେ ସୀତାକାନ୍ତ ଜେନା ଓ ତାନପୁରାରେ ସନ୍ଧ୍ୟାରାଣୀ ରାଉତ ସହଯୋଗ କରିଥିଲେ । ଓଡ଼ିଶୀ ସଙ୍ଗୀତର ସବୁ ପର୍ଯ୍ୟାୟକୁ ଗୁରୁ ଶ୍ରୀ ଜେନା ଅତି ଚମକ୍ରାର ଭାବରେ ପରିବେଷଣ କରି ଦର୍ଶକମାନଙ୍କୁ ବିମୁଗ୍ଧ କରିଥିଲେ  । ତାଙ୍କର ବିଭିନ୍ନ ରାଗର ବିସ୍ତାର, ଅପୁର୍ବ ଲୟକାରୀ ଓ ଛନ୍ଦ ପ୍ରକରଣ ସହିତ ଭାବପୂର୍ଣ୍ଣ ଓ ରସସିକ୍ତ ସଙ୍ଗୀତ ପରିବେଷଣ ସନ୍ଧ୍ୟାର ବିଶେଷ ଆକର୍ଷଣ ଥିଲା  ।

ସନ୍ଧ୍ୟାର ପରବର୍ତ୍ତୀ ପରିବେଷଣଟି ଥିଲା ଗୁରୁ ଅଶୋକ କୁମାର ଘୋଷାଲଙ୍କ ନୃତ୍ୟଶାଳା ଅନୁଷ୍ଠାନର କଳାକାରମାନଙ୍କ ଦ୍ୱାରା ଓଡ଼ିଶୀ ଦଳଗତ ନୃତ୍ୟ । ” ମୁଁ “ନୃତ୍ୟନାଟିକାଟିକୁ ଓଡ଼ିଶୀ ନୃତ୍ୟ ମାଧ୍ୟମରେ ଅତି ଚମକ୍ରାର ଭାବରେ ପରିବେଷଣ କରିଥିଲେ ନୃତ୍ୟଶାଳାର ଶିଳ୍ପୀମାନେ  । ଏହି ନୃତ୍ୟନାଟିକାଟିକୁ ରଚନା କରିଥିଲେ ଗୁରୁ ନବମିଶ୍ର, ସଙ୍ଗୀତ ସଂଯୋଜନା କରିଥିଲେ ହିମାଂସୁ ଶେଖର ସ୍ୱାଇଁ, ବାଦ୍ୟ ସଂଯୋଜନା କରିଥିଲେ ଗୁରୁ ଧନେଶ୍ୱର ସ୍ୱାଇଁ ଏବଂ ଗୁରୁ ଅଜୟ ଚୌଧୁରୀ  ।

ସଂଧ୍ୟାର ଶେଷ କାର୍ଯ୍ୟକ୍ରମ ଥିଲା ଜଗନ୍ନାଥ ଗୋପୀନାଥ  । ବୈଷ୍ଣବଙ୍କ ଅନୁସାରେ ପ୍ରଭୁ ଜଗନ୍ନାଥ ହେଉଛନ୍ତି ଶ୍ରୀକୃଷ୍ଣ  । ଦ୍ୱାପର ଯୁଗରେ ଶ୍ରୀକୃଷ୍ଣଙ୍କ ସମସ୍ତ ରୀତିନୀତିକୁ କଳିଯୁଗର ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରୀତିନୀତି ସହିତ ତୁଳନାତ୍ମକ ପରିବେଷଣକୁ ଦର୍ଶକମାନଙ୍କ ଆଗରେ ଉପସ୍ଥାପନ କରିଥିଲେ ଗୁରୁ ଦୁର୍ଗାଚରଣ ରଣବୀରଙ୍କ ନୃତ୍ୟାୟନ ଅନୁଷ୍ଠାନର କଳାକାରମାନେ ଓଡ଼ିଶୀ ନୃତ୍ୟ ମାଧ୍ୟମରେ ଯାହାର ନୃତ୍ୟ ସଂରଚନା କରିଥିଲେ ଗୁରୁ ଦୁର୍ଗାଚରଣ ରଣବୀର, ବାଦ୍ୟ ସଂଯୋଜନା କରିଥିଲେ ଗୁରୁ ଧନେଶ୍ୱର ସ୍ୱାଇଁ ଏବଂ ଏହାର ରଚନା କରିଥିଲେ ଶ୍ରୀ କେଦାର ମିଶ୍ର  ।

ଷଷ୍ଠ ସନ୍ଧ୍ୟାର ଉତ୍ସବରେ ଅତିଥି ଥିଲେ ବିଖ୍ୟାତ ଲେଖିକା ଶ୍ରୀମତୀ ପ୍ରତିଭା ରାୟ, ବିଶିଷ୍ଟ ମର୍ଦ୍ଦଳ ବାଦକ ଗୁରୁ ଧନେଶ୍ୱର ସ୍ୱାଇଁ ଏବଂ ସୃଜନର ନିର୍ଦ୍ଦେଶକ ଗୁରୁ ଶ୍ରୀ ରତିକାନ୍ତ ମହାପାତ୍ର । କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଥିଲେ ଡ଼ଃ ଶ୍ରୀନୀବାସ  ଘଟୁଆରୀ ।

Share. Facebook Twitter LinkedIn Email WhatsApp Copy Link

Related Posts

କେନ୍ଦୁଝରରେ ୧୦୦ କୋଟିର ଟେକ୍ସଟାଇଲ୍ ପାର୍କର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

February 14, 2026

ଭାରତୀୟ ସେନାରେ ଯୋଗଦେବା ପାଇଁ ବଡ଼ ସୁଯୋଗ: ଜାଣନ୍ତୁ ଆବେଦନ ପ୍ରକ୍ରିୟା

February 14, 2026

ଭାରତ ନା ପାକିସ୍ତାନ, କାହାକୁ ଗ୍ରହଣ କରିବେ ତାରିକ ରହମାନ? ଏପର୍ଯ୍ୟନ୍ତ କ’ଣ ସଙ୍କେତ ମିଳୁଛି?

February 14, 2026

କୃଷି କ୍ଷେତ୍ରରେ ବିପ୍ଳବ ଆଣିବ କୃଷି ଭିତ୍ତିଭୂମି ପାଣ୍ଠି: ଶିବରାଜ ସିଂ ଚୌହାନ

February 14, 2026
Latest News

‘ସେବା ତୀର୍ଥ’ ଏବଂ ‘କର୍ତ୍ତବ୍ୟ ଭବନ’କୁ ପ୍ରଶାସନିକ କାର୍ଯ୍ୟାଳୟ ସ୍ଥାନାନ୍ତର ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରି

February 14, 2026

ଜିଓ ସମେତ ୧୦ଟି ଦେଶର ୧୫ଟି ପ୍ରମୁଖ ଟେକ୍ କମ୍ପାନୀ ଗଠନ କଲେ “ଟ୍ରଷ୍ଟେଡ୍ ଟେକ୍ ଆଲାଏନ୍ସ”

February 14, 2026

ଅଭିଷେକ ଶର୍ମା ଖେଳିବେ କି?: IND vs PAK ମ୍ୟାଚ୍ ପୂର୍ବରୁ ସୂର୍ଯ୍ୟକୁମାର ଯାଦବ ଦେଲେ ସ୍ପଷ୍ଟ ଉତ୍ତର

February 14, 2026

ପ୍ରସିଦ୍ଧ ଶୈବପୀଠ ଶ୍ରୀଦକ୍ଷେଶ୍ଵରଦେବ ମନ୍ଦିରରେ ଜାଗର ଯାତ୍ରା: ଜାଣନ୍ତୁ କେବେ ଉଠିବ ମହାଦୀପ?

February 14, 2026

ରେଢ଼ାଖୋଲରେ ନାବାଳିକା ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ

February 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.