Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଷଷ୍ଠ ସନ୍ଧ୍ୟା: ଓଡ଼ିଶୀ କଣ୍ଠ ସଙ୍ଗୀତ ସହ ଓଡ଼ିଶୀ ନୃତ୍ୟ ସଙ୍ଗୀତର ଯାଦୁକରୀ
ବିଶେଷ ଖବର

ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଷଷ୍ଠ ସନ୍ଧ୍ୟା: ଓଡ଼ିଶୀ କଣ୍ଠ ସଙ୍ଗୀତ ସହ ଓଡ଼ିଶୀ ନୃତ୍ୟ ସଙ୍ଗୀତର ଯାଦୁକରୀ

September 11, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ସୃଜନ ଅନୁଷ୍ଠାନ ଦ୍ୱାରା ଆୟୋଜିତ  ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଷଷ୍ଠ ସଂଧ୍ୟା ଥିଲା ଓଡ଼ିଶୀର ସଂଧ୍ୟା । ଓଡ଼ିଶୀ କଣ୍ଠ ସଙ୍ଗୀତରେ ଚମ୍ପୁ, ଜଣାଣ, ପ୍ରବନ୍ଧ ସହିତ ଓଡ଼ିଶୀ ଦଳଗତ ନୃତ୍ୟାଭିନୟ  । ସଂଧ୍ୟାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଗୁରୁ ବିଜୟ କୁମାର ଜେନାଙ୍କ ଓଡ଼ିଶୀ କଣ୍ଠ ସଙ୍ଗୀତ ପରିବେଷଣରୁ  । ତାଙ୍କ ପ୍ରସ୍ତୁତିରେ ଥିଲା ରାଗ ବିହାଗ ଓ ତାଳ ଯତିରେ ନିବଦ୍ଧ ବନମାଳୀଙ୍କ ରଚନାରୁ ପ୍ରବନ୍ଧ ପ୍ରାଣଧନ ପ୍ରାଣ ରଖ ଧରୁଛି ତୋ ପାଣିକି ପରେ ପରେ ବେଣୁଧରଙ୍କ ରଚନାରୁ ଉଦ୍ଧୃତ ରାଗ ମାରୱା ଓ ତାଳ ଏକତାଳିରେ ପ୍ରବନ୍ଧ ବରଜ ବିଧୂରେ ଅନା ଫେରି ସହିରେ  । ତାଙ୍କର ପରବର୍ତ୍ତୀ ପ୍ରସ୍ତୁତିଟି ଥିଲା ଅଭିରାମ ପରମହଂସଙ୍କ ଜଣାଣ ହେ ନାରାୟଣ ଯାହା ରାଗ ବଜ୍ରକାନ୍ତି ଓ ତାଳ ରୂପକ ଉପରେ ଆଧାରିତ ଥିଲା  । ତାଙ୍କର ଶେଷ କଣ୍ଠ ସଙ୍ଗୀତଟି ଥିଲା ଉପେନ୍ଦ୍ର ଭଞ୍ଜଙ୍କ ରଚିତ ନକରରେ ମାନ ଯାହା ରାଗ ଭୈରବୀ ଓ ତାଳ ଏକତାଳୀ ଉପରେ ପର୍ଯ୍ୟବେସିତ ଥିଲା । ତାଙ୍କୁ ମର୍ଦ୍ଦଳରେ ସଚ୍ଚିଦାନନ୍ଦ ଦାସ, ବଂଶୀରେ ଶ୍ରୀନୀବାସ ଶତପଥୀ, ହାରମୋନିୟମରେ ବାଳକୃଷ୍ଣ ଜେନା, ମଞ୍ଜିରାରେ ସୀତାକାନ୍ତ ଜେନା ଓ ତାନପୁରାରେ ସନ୍ଧ୍ୟାରାଣୀ ରାଉତ ସହଯୋଗ କରିଥିଲେ । ଓଡ଼ିଶୀ ସଙ୍ଗୀତର ସବୁ ପର୍ଯ୍ୟାୟକୁ ଗୁରୁ ଶ୍ରୀ ଜେନା ଅତି ଚମକ୍ରାର ଭାବରେ ପରିବେଷଣ କରି ଦର୍ଶକମାନଙ୍କୁ ବିମୁଗ୍ଧ କରିଥିଲେ  । ତାଙ୍କର ବିଭିନ୍ନ ରାଗର ବିସ୍ତାର, ଅପୁର୍ବ ଲୟକାରୀ ଓ ଛନ୍ଦ ପ୍ରକରଣ ସହିତ ଭାବପୂର୍ଣ୍ଣ ଓ ରସସିକ୍ତ ସଙ୍ଗୀତ ପରିବେଷଣ ସନ୍ଧ୍ୟାର ବିଶେଷ ଆକର୍ଷଣ ଥିଲା  ।

ସନ୍ଧ୍ୟାର ପରବର୍ତ୍ତୀ ପରିବେଷଣଟି ଥିଲା ଗୁରୁ ଅଶୋକ କୁମାର ଘୋଷାଲଙ୍କ ନୃତ୍ୟଶାଳା ଅନୁଷ୍ଠାନର କଳାକାରମାନଙ୍କ ଦ୍ୱାରା ଓଡ଼ିଶୀ ଦଳଗତ ନୃତ୍ୟ । ” ମୁଁ “ନୃତ୍ୟନାଟିକାଟିକୁ ଓଡ଼ିଶୀ ନୃତ୍ୟ ମାଧ୍ୟମରେ ଅତି ଚମକ୍ରାର ଭାବରେ ପରିବେଷଣ କରିଥିଲେ ନୃତ୍ୟଶାଳାର ଶିଳ୍ପୀମାନେ  । ଏହି ନୃତ୍ୟନାଟିକାଟିକୁ ରଚନା କରିଥିଲେ ଗୁରୁ ନବମିଶ୍ର, ସଙ୍ଗୀତ ସଂଯୋଜନା କରିଥିଲେ ହିମାଂସୁ ଶେଖର ସ୍ୱାଇଁ, ବାଦ୍ୟ ସଂଯୋଜନା କରିଥିଲେ ଗୁରୁ ଧନେଶ୍ୱର ସ୍ୱାଇଁ ଏବଂ ଗୁରୁ ଅଜୟ ଚୌଧୁରୀ  ।

ସଂଧ୍ୟାର ଶେଷ କାର୍ଯ୍ୟକ୍ରମ ଥିଲା ଜଗନ୍ନାଥ ଗୋପୀନାଥ  । ବୈଷ୍ଣବଙ୍କ ଅନୁସାରେ ପ୍ରଭୁ ଜଗନ୍ନାଥ ହେଉଛନ୍ତି ଶ୍ରୀକୃଷ୍ଣ  । ଦ୍ୱାପର ଯୁଗରେ ଶ୍ରୀକୃଷ୍ଣଙ୍କ ସମସ୍ତ ରୀତିନୀତିକୁ କଳିଯୁଗର ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରୀତିନୀତି ସହିତ ତୁଳନାତ୍ମକ ପରିବେଷଣକୁ ଦର୍ଶକମାନଙ୍କ ଆଗରେ ଉପସ୍ଥାପନ କରିଥିଲେ ଗୁରୁ ଦୁର୍ଗାଚରଣ ରଣବୀରଙ୍କ ନୃତ୍ୟାୟନ ଅନୁଷ୍ଠାନର କଳାକାରମାନେ ଓଡ଼ିଶୀ ନୃତ୍ୟ ମାଧ୍ୟମରେ ଯାହାର ନୃତ୍ୟ ସଂରଚନା କରିଥିଲେ ଗୁରୁ ଦୁର୍ଗାଚରଣ ରଣବୀର, ବାଦ୍ୟ ସଂଯୋଜନା କରିଥିଲେ ଗୁରୁ ଧନେଶ୍ୱର ସ୍ୱାଇଁ ଏବଂ ଏହାର ରଚନା କରିଥିଲେ ଶ୍ରୀ କେଦାର ମିଶ୍ର  ।

ଷଷ୍ଠ ସନ୍ଧ୍ୟାର ଉତ୍ସବରେ ଅତିଥି ଥିଲେ ବିଖ୍ୟାତ ଲେଖିକା ଶ୍ରୀମତୀ ପ୍ରତିଭା ରାୟ, ବିଶିଷ୍ଟ ମର୍ଦ୍ଦଳ ବାଦକ ଗୁରୁ ଧନେଶ୍ୱର ସ୍ୱାଇଁ ଏବଂ ସୃଜନର ନିର୍ଦ୍ଦେଶକ ଗୁରୁ ଶ୍ରୀ ରତିକାନ୍ତ ମହାପାତ୍ର । କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଥିଲେ ଡ଼ଃ ଶ୍ରୀନୀବାସ  ଘଟୁଆରୀ ।

Share. Facebook Twitter LinkedIn Email WhatsApp Copy Link

Related Posts

ଟି-୨୦ ବିଶ୍ୱକପ୍ ରୁ ମଧ୍ୟ ବିଦା ହେବ ପାକିସ୍ତାନ?: ପିସିବି ମୁଖ୍ୟଙ୍କ ଏହି ବୟାନରୁ ଆରମ୍ଭ ହେଲା ଚର୍ଚ୍ଚା

January 24, 2026

୧୮ତମ ରୋଜଗାର ମେଳାକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ

January 24, 2026

ଶଙ୍କରାଚାର୍ଯ୍ୟଙ୍କ ସମର୍ଥନରେ ଆସିଲେ ହିନ୍ଦୁ ସଂଗଠନ: ଯୋଗୀ ସରକାରଙ୍କ ବିରୋଧରେ କରିବେ ପ୍ରତିବାଦ

January 24, 2026

ଜାତୀୟ ସଙ୍ଗୀତ ପରି ମଧ୍ୟ “ବନ୍ଦେ ମାତରମ୍” ପାଇଁ ଠିଆ ହେବାକୁ ପଡିବ: ଖୁବ୍ ଶୀଘ୍ର ଆସିବ ଆଇନ

January 24, 2026
Latest News

ମତ୍ସ୍ୟ ଚାଷୀ ଓ ପ୍ରାଣିପାଳକଙ୍କ ସମୃଦ୍ଧି ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ: ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ

January 25, 2026

ବିଧାନସଭାର ଗବେଷଣା ଶାଖା ପକ୍ଷରୁ ପ୍ରକାଶିତ ନେତାଜୀଙ୍କ ଜୀବନୀ ସମ୍ପର୍କିତ ଏକ ପୁସ୍ତିକା ଉନ୍ମୋଚିତ

January 25, 2026

ବାଙ୍କୀର ସମର୍ପଣ ଦ୍ୱାରା ରାଷ୍ଟ୍ରୀୟ ଯୁବ ଦିବସ: ବିବେକାନନ୍ଦ ଜୟନ୍ତୀ ଓ ନେତାଜୀ ଜୟନ୍ତୀ ପାଳିତ

January 25, 2026

ଉପ-ରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନଙ୍କୁ ସମ୍ବର୍ଦ୍ଧିତ କଲେ ରାଜ୍ୟପାଳ ଡ଼କ୍ଟର ହରି ବାବୁ କମ୍ଭମପାଟି

January 25, 2026

ଆଜି ଜାନୁୟାରୀ ୨୫ ତାରିଖ ରବିବାର, ସାତୋଟି ରାଶି ଉପରେ ମହାଦେବଙ୍କ ରହିଛି ଆର୍ଶିବାଦ

January 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.