Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବାଚସ୍ପତି ଓ ପ୍ରଧାନମନ୍ତ୍ରୀଙ୍କ ଗାଈ ତଥା ବ୍ରାହ୍ମଣଙ୍କ ବିଷୟରେ ବିଶେଷ ପ୍ରବଚନ, ରାଜନୀତିର ଲଜ୍ଜାଜନକ ଗତି
ବିଶେଷ ଖବର

ବାଚସ୍ପତି ଓ ପ୍ରଧାନମନ୍ତ୍ରୀଙ୍କ ଗାଈ ତଥା ବ୍ରାହ୍ମଣଙ୍କ ବିଷୟରେ ବିଶେଷ ପ୍ରବଚନ, ରାଜନୀତିର ଲଜ୍ଜାଜନକ ଗତି

September 12, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
ବାଚସ୍ପତି ଓ ପ୍ରଧାନମନ୍ତ୍ରୀଙ୍କ ଗାଈ ତଥା ବ୍ରାହ୍ମଣଙ୍କ ବିଷୟରେ ବିଶେଷ ପ୍ରବଚନ, ରାଜନୀତିର ଲଜ୍ଜାଜନକ ଗତି

କେଦାର ମିଶ୍ର

“ସମାଜରେ ସବୁବେଳେ ବ୍ରାହ୍ମଣଙ୍କର ସ୍ଥାନ ଉଚ୍ଚ ରେ ରହି ଆସିଛି। ଏହା ସେମାନଙ୍କର ତ୍ୟାଗ ଓ ତପସ୍ୟାର ଫଳ। ଏହି କାରଣରୁ ବ୍ରାହ୍ମଣ ସମାଜ ସବୁବେଳେ ମାର୍ଗଦର୍ଶକର ଭୂମିକା ନିର୍ବାହ କରି ଆସିଛନ୍ତି।“ ଏହା କୌଣସି ସାଧାରଣ ବ୍ୟକ୍ତିର ବକ୍ତବ୍ୟ ନୁହେଁ। ଲୋକସଭାର ବାଚସ୍ପତି ଓମ ବିର୍ଲା ଚାରି ଦିନ ତଳେ ନିଜର ନିର୍ବାଚନ ମଣ୍ଡଳୀ କୋଟା ଗସ୍ତରେ ଥିବାବେଳେ ସେଠିକାର ବ୍ରାହ୍ମଣ ମହାସଭାରେ ଅତିଥି ଭାବରେ ଯୋଗ ଦେବା ଅବସରରେ ଏମିତି କିଛି ଟୁଇଟ କରିଛନ୍ତି। ଦେଶର ସର୍ବୋଚ୍ଚ ପ୍ରତିନିଧି ସଭାର ଅଧ୍ୟକ୍ଷ ଓ ସମତା ଭିତ୍ତିକ ଭାରତୀୟ ସମ୍ବିଧାନର ଶପଥ ନେଇଥିବା ବାଚସ୍ପତିଙ୍କ ଠାରୁ ଏପରି ଜାତିବାଦୀ ବକ୍ତବ୍ୟ ଶୁଣିଲା ପରେ, ଆମର ପ୍ରତିକ୍ରିୟା କଣ ହେବା ଉଚିତ? ଏକ ନିର୍ଦ୍ଦିଷ୍ଟ ଜାତିର ଲୋକ ଉଚ୍ଚ ଆସନରେ ସବୁବେଳେ ବସିବାର ହକଦାର ବୋଲି କହିବାର ଅଧିକାର ବାଚସ୍ପତିଙ୍କର ରହିଛି କି? ଭାରତୀୟ ସମ୍ବିଧାନର ଧାରା ୧୫ ଅନୁଯାୟୀ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ଓ ଜନ୍ମସ୍ଥାନର ଆଧାରରେ କୌଣସି ଦେଶବାସୀଙ୍କ ପ୍ରତି ପାତର ଅନ୍ତର କରାଯିବ ନାହିଁ। ଏକଥା କଣ ଲୋକସଭାର ମାନ୍ୟବର ବାଚସ୍ପତି ଜାଣନ୍ତି ନାହିଁ?

ସତ କହିବାକୁ ଗଲେ, ଭାରତୀୟ ଜନତା ପାର୍ଟିର ଡିଏନଏରେ ଉଚ୍ଚ ଜାତିବାଦୀ ମାନସିକତରାର ପ୍ରଚଣ୍ଡ ପ୍ରଭାବ ରହିଛି। ସଂଘ ପରିବାର ଓ ବିଜେପିର ସାମାଜିକ ଦର୍ଶନରେ ବ୍ରାହ୍ମଣବାଦ ର ପ୍ରଭାବ ସ୍ପଷ୍ଟ। ତେଣୁ ଏହା ନିଜକୁ ଯେତେ ସମତାବାଦୀ ଓ ସମ୍ବିଧାନ ସମର୍ଥକ ବୋଲି କହିଲେ ମଧ୍ୟ, ଅସଲ ସମୟରେ ଏମାନଙ୍କର ମୁଖା ଖୋଲିଯାଏ। ବାଚସ୍ପତି ଭଳି ଗୁରୁତ୍ୱପୂର୍ଣ୍ଣ ସାମ୍ବିଧାନିକ ପଦରେ ବସି ଓମ ବିର୍ଲା ଯେତେବେଳେ ବ୍ରାହ୍ମଣଙ୍କୁ ସର୍ବଶ୍ରେଷ୍ଠ ବୋଲି କୁହନ୍ତି, ଆପେ ଆପେ ଅନ୍ୟ ଜାତି ପ୍ରତି ତାଙ୍କର ହେୟ ମନୋଭାବ ବାରି ହୋଇପଡେ। ଯଦି ଏ କଥା ଅନ୍ୟ କୌଣସି ଗଣତାନ୍ତ୍ରିକ ଦେଶରେ ଘଟିଥାନ୍ତା, ଏତେବେଳକୁ ବାଚସ୍ପତିଙ୍କୁ ନିଜ ବାକ୍ୟ ପ୍ରତ୍ୟାହାର କରିବାକୁ ପଡିଥାନ୍ତା।

ପ୍ରାୟ ମାସେ ତଳେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଯେତେବେଳେ ହାଉସ ଅଫ କମନ୍ସ ରେ ବିରୋଧୀ ଦଳର ଜନୈକ ନେତ୍ରୀଙ୍କୁ ତାଙ୍କ ନାଁ ନନେଇ ଶ୍ରୀମତୀ ଅମୁକ ବୋଲି ସମ୍ବୋଧନ କରିଥିବାରୁ ଗୃହର ବାଚସ୍ପତି ଜନ ବାର୍କୋ ପ୍ରଧାନମନ୍ତ୍ରୀଙ୍କୁ ତୀବ୍ର ଭର୍ତ୍ସନା କରିଥିଲେ। ଆମ ଦେଶରେ କିନ୍ତୁ ସର୍ବୋଚ୍ଚ ସାମ୍ବିଧାନିକ ପଦରେ ଥିବା ନେତାମାନେ ଅତ୍ୟନ୍ତ ନିକୃଷ୍ଟ ସ୍ତରର ଜାତିବାଦୀ ମନ୍ତବ୍ୟ ଦେଇ ଖସି ଯାଉଛନ୍ତି। କୌଣସି ଜାତି ଆଧାରରେ ସାମାଜିକ ଶ୍ରେଷ୍ଠତା ରହିଛି ବୋଲି ଯଦି ବାଚସ୍ପତି କହୁଛନ୍ତି ତାହଲେ ତାଙ୍କୁ ସବୁ ସ୍ତରରେ ପ୍ରବଳ ବିରୋଧ ହେବା ଦରକାର। ଦୁର୍ଭାଗ୍ୟକ୍ରମେ ବାଚସ୍ପତିଙ୍କ ବିରୋଧରେ କୌଣସି ପ୍ରତିବାଦ ଏଯାଏ ହୋଇନାହିଁ।

ଅନ୍ୟ ଏକ ଘଟଣାକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ କାଲି ଉତ୍ତର ପ୍ରଦେଶରେ ଭାଷଣ ଦେଇ କହିଛନ୍ତି ଯେ ଏ ଦେଶରେ ଗାଈ ଓ ଓମ ଶବ୍ଦର ଉଚ୍ଚାରଣ ହେଉ ହେଉ କିଛି ଲୋକ ଚମକି ପଡ଼ୁଛନ୍ତି। ଏ ବକ୍ତବ୍ୟର ଅର୍ଥ କଣ? ଯେତେବେଳେ ଗୋ ରକ୍ଷା ନାଁ ରେ ଶତାଧିକ ଲୋକଙ୍କୁ ହତ୍ୟା କରାଗଲାଣି, ସେତେବେଳେ ପ୍ରଧାନମନ୍ତ୍ରୀ ଏ ପ୍ରକାର ବକ୍ତବ୍ୟ ଦେବାର ଅର୍ଥ ହେଉଛି,  ଗୋ ରକ୍ଷା ନାଁରେ ମଣିଷ ହତ୍ୟାକୁ ଖୋଲାଖୋଲି ସମର୍ଥନ ଦେବା। ଦେଶର ପ୍ରଧାନମନ୍ତ୍ରୀ ଏ ଦେଶର ସମ୍ବିଧାନକୁ ଛୁଇଁ ପ୍ରତ୍ୟେକ ଦେଶବାସୀଙ୍କ ପ୍ରତି ନ୍ୟାୟ କରିବାକୁ ଶପଥ ନେଇଛନ୍ତି। ଗାଈ କୁ ସୁରକ୍ଷା ଦେବା କଥା କହିବାକୁ ଯାଇ ପରୋକ୍ଷରେ ତଥାକଥିତ ଗୋରକ୍ଷକ ଗୁଣ୍ଡାମାନଙ୍କ ପ୍ରତି ସମର୍ଥନ ବ୍ୟକ୍ତ କରିବାର କାରଣ କଣ? ଦେଶ କଣ ପ୍ରଧାନମନ୍ତ୍ରୀଙ୍କ ଠାରୁ ଏଇ ସ୍ତରର ବକ୍ତବ୍ୟ ଆଶା କରେ?

ଗତ ନିର୍ବାଚନ ପୂର୍ବରୁ ଗୋରକ୍ଷକମାନଙ୍କ ହିଂସାକାଣ୍ଡକୁ କଡା ଭାଷାରେ ନିନ୍ଦା କରିଥିବା ପ୍ରଧାନମନ୍ତ୍ରୀଙ୍କ ସ୍ଵର ହଠାତ ବଦଳି ଯିବାର କାରଣ କଣ?ବିଜେପିର ମୌଳିକ ରାଜନୀତି ସବୁବେଳେ ଗାଈ ଓ ବ୍ରାହ୍ମଣଙ୍କ ପରିଧି ଭିତରେ ରହିବାକୁ ବାଧ୍ୟ। ଏମାନେ ସବୁବେଳେ ହିନ୍ଦୁ ଧର୍ମର ତଥାକଥିତ ଉଚ୍ଚ ଜାତିର ପ୍ରତିନିଧି ଓ ସେମାନଙ୍କୁ ସୁରକ୍ଷା ଦେବା ଏମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ। “ସବକା ସାଥ ସବକା ବିକାଶ’ କେବଳ ମୁଖା ମାତ୍ର।

Share. Facebook Twitter LinkedIn Email WhatsApp Copy Link

Related Posts

କେନ୍ଦୁଝରରେ ୧୦୦ କୋଟିର ଟେକ୍ସଟାଇଲ୍ ପାର୍କର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

February 14, 2026

ଭାରତୀୟ ସେନାରେ ଯୋଗଦେବା ପାଇଁ ବଡ଼ ସୁଯୋଗ: ଜାଣନ୍ତୁ ଆବେଦନ ପ୍ରକ୍ରିୟା

February 14, 2026

ଭାରତ ନା ପାକିସ୍ତାନ, କାହାକୁ ଗ୍ରହଣ କରିବେ ତାରିକ ରହମାନ? ଏପର୍ଯ୍ୟନ୍ତ କ’ଣ ସଙ୍କେତ ମିଳୁଛି?

February 14, 2026

କୃଷି କ୍ଷେତ୍ରରେ ବିପ୍ଳବ ଆଣିବ କୃଷି ଭିତ୍ତିଭୂମି ପାଣ୍ଠି: ଶିବରାଜ ସିଂ ଚୌହାନ

February 14, 2026
Latest News

ଷ୍ଟାର୍ଟଅପ୍ ଇଣ୍ଡିଆ ଫଣ୍ଡ ଅଫ୍ ଫଣ୍ଡସ୍‌ 2.0 କୁ କ୍ୟାବିନେଟ ଅନୁମୋଦନ

February 14, 2026

‘ସେବା ତୀର୍ଥ’ ଏବଂ ‘କର୍ତ୍ତବ୍ୟ ଭବନ’କୁ ପ୍ରଶାସନିକ କାର୍ଯ୍ୟାଳୟ ସ୍ଥାନାନ୍ତର ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରି

February 14, 2026

ଜିଓ ସମେତ ୧୦ଟି ଦେଶର ୧୫ଟି ପ୍ରମୁଖ ଟେକ୍ କମ୍ପାନୀ ଗଠନ କଲେ “ଟ୍ରଷ୍ଟେଡ୍ ଟେକ୍ ଆଲାଏନ୍ସ”

February 14, 2026

ଅଭିଷେକ ଶର୍ମା ଖେଳିବେ କି?: IND vs PAK ମ୍ୟାଚ୍ ପୂର୍ବରୁ ସୂର୍ଯ୍ୟକୁମାର ଯାଦବ ଦେଲେ ସ୍ପଷ୍ଟ ଉତ୍ତର

February 14, 2026

ପ୍ରସିଦ୍ଧ ଶୈବପୀଠ ଶ୍ରୀଦକ୍ଷେଶ୍ଵରଦେବ ମନ୍ଦିରରେ ଜାଗର ଯାତ୍ରା: ଜାଣନ୍ତୁ କେବେ ଉଠିବ ମହାଦୀପ?

February 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.