Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସଂଶୋଧିତ ନୂତନ ମୋଟର ଯାନ ଆଇନ୍‌ : କେତେ ଠିକ କେତେ ଭୁଲ
ବିଶେଷ ଖବର

ସଂଶୋଧିତ ନୂତନ ମୋଟର ଯାନ ଆଇନ୍‌ : କେତେ ଠିକ କେତେ ଭୁଲ

September 12, 2019No Comments4 Mins Read
Share Facebook Twitter LinkedIn Email WhatsApp Copy Link

ସାଗରିକା

ଦ୍ବିତୀୟ ଥର ମୋଦି ସରକାର କ୍ଷମତାକୁ ଆସିବା ପରେ ଦେଶରେ ଅନେକଗୁଡ଼ିଏ ନିୟମରେ ପରିବର୍ତ୍ତନ ହୋଇଛି । ସେ ଧାରା ୩୭୦ ଉଚ୍ଛେଦ ହେଉ କି ତ୍ରିପଲ୍‌ ତଲାକ୍‌ ବିଲ୍‌ ଅଥବା ସୂଚନା ଅଧିକାର ଆଇନ୍‌ରେ ପରିବର୍ତ୍ତନ।  ସଡକ ସୁରକ୍ଷା ତଥା ନିରାପତ୍ତା ପାଇଁ  ସାରା ଦେଶରେ ନୂତନ ସଂଶୋଧିତ ମୋଟର ଯାନ ଆଇନର ପ୍ରଚଳନ କରାଯାଇଛି । ସଡକ ସୁରକ୍ଷା, ଜୀବନ ରକ୍ଷା ପାଇଁ ଏହି ନିୟମରେ ଅନେକ କିଛି ପରିବତ୍ତର୍ନ କରିବା ସହିତ ଜରିମାନା ଆଦାୟକୁ ଅଧିକ କଡ଼ାକଡ଼ି କରାଯାଇଛି । ସେପ୍ଟେମ୍ବର ୧ ତାରିଖରେ ସାରା ଦେଶରେ ଏହି ନିୟମ ଲାଗୁ ହେବା ପରେ ଗୋଟେ ପ୍ରକାର ଆତଙ୍କ ଦେଖାଯାଇଥିଲା । ଏହି ନିୟମକୁ ଅଣ ବିଜେପି ରାଜ୍ୟ ପଞ୍ଜାବ, ପଶ୍ଚିମବଙ୍ଗ, ରାଜସ୍ଥାନ, ମଧ୍ୟପ୍ରଦେଶ ଲାଗୁ କରିନଥିବାବେଳେ ଅନେକ ରାଜ୍ୟରେ ଏହାକୁ ଲାଗୁ କରାଯାଇଥିଲା । ଏହି ଆଇନ୍‌ ଲାଗୁ ହେବା ପରେ ମୋଟା ରକମର ଜରିମାନା ଆଦାୟ ମଧ୍ୟ ହୋଇଥିଲା । ତେବେ ଏହି ନିୟମରେ ରହିଥିବା କିଛି କଠୋରତା ତଥା ଜରିମାନାକୁ ଆଖି ଆଗରେ ରଖି କିଛି ରାଜ୍ୟ ଏହି ନିୟମରେ କିଛି ପରିବର୍ତ୍ତନ ଆଣିଛନ୍ତି ।  ଦେଶର ଏକ ମଡେଲ୍‌ ରାଜ୍ୟ ଭାବରେ ସଦା ସର୍ବଦା ଉପସ୍ଥାପିତ ହେଉଥିବା ପ୍ରଧାନମନ୍ତ୍ରୀଙ୍କ ନିଜ ରାଜ୍ୟ ଗୁଜୁରାଟ ଏହି ନିୟମରେ ଜରିମାନାର ପରିମାଣ  ମାତ୍ରାଧିକ ରହିଥିବା ଦର୍ଶାଇବା ସହ ଏତେ ପରିମାଣର ଜରିମାନା ପ୍ରଦାନ କରିବା ଜଣଙ୍କ ପକ୍ଷରେ ଅସମ୍ଭବ ବ୍ୟାପାର କହି ଜରିମାନାକୁ ୯୦ ପ୍ରତିଶତ ହ୍ରାସ କରିଛନ୍ତି । ସେହିପରି ବିହାର, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ଉତ୍ତରାଖଣ୍ଡ, କେରଳ, କର୍ଣ୍ଣାଟକ ଆଦି ରାଜ୍ୟ ଜରିମାନାର ପରିମାଣକୁ ହ୍ରାସ କରାଇଛନ୍ତି । ସେହିପରି ଆମ ରାଜ୍ୟ ଓଡ଼ିଶାରେ ମଧ୍ୟ ନିୟମରେ ମଧ୍ୟ କୋହଳ କରାଯାଇଛି ।

ତେବେ ଏଠି ପ୍ରଶ୍ନ ଉଠୁଛି ଯେ ଯେଉଁ ଉଦ୍ଦେଶ୍ୟରେ ଏହି ନିୟମକୁ ଲାଗୁ କରାଯାଇଥିଲା, ତାହା ସାଧିତ ହେବ କି । ସେପ୍ଟେମ୍ବର ୧ ତାରିଖରେ ଏହି ନୂତନ ନିୟମ ଲାଗୁ ହେବା ପରେ  ଯାନବାହନଚାଳକଙ୍କଠାରୁ ଯେଉଁ ସବୁ କାରଣ ଦର୍ଶାଇ ଟ୍ରାଫିକ ପୁଲିସ ମୋଟା ଜରିମାନା ଆଦାୟ କରିଛନ୍ତି, ତାହା ଗଣମାଧ୍ୟମରେ ବେଶ୍‌ ଚର୍ଚ୍ଚା ହୋଇଛି । ସାଧାରଣ ଜନତା ମନରେ ଏନେଇ ଭୟ, ସନ୍ଦେହ ଓ ସରକାରଙ୍କ ପ୍ରତି ବିଦ୍ରୋହ ଭାବ ସୃଷ୍ଟି ହେବା ସ୍ବାଭାବିକ୍‌ । କିନ୍ତୁ ଏହା ଠିକ୍ ଯେ ଆମେ ରାସ୍ତାରେ ଯାତାୟାତ ସମୟରେ ଆବଶ୍ୟକୀୟ  ଶୃଙ୍ଖଳିତ ସଡକ ସୁରକ୍ଷା ନିୟମ ମାନି; ସଡକ ଦୁର୍ଘଟଣାର ସମ୍ମୁଖୀନ ନହେବା ପାଇଁ ତଥା ନିଜ ଧନ,ଜୀବନର ସୁରକ୍ଷା ପାଇଁ ବିଶେଷ ଯତ୍ନବାନ ହେବା ନିତାନ୍ତ ଜରୁରୀ । କୌଣସି ବି ନୀତି, ନିୟମ, କାନୁନ ଏସବୁ ମଣିଷକୁ ଶୃଙ୍ଖଳିତ, ସଚେତନ, ସତର୍କ କରି ତା’ର ହିତ ପାଇଁ ଉଦ୍ଦିଷ୍ଟ । କିନ୍ତୁ ବର୍ତ୍ତମାନର ନୂଆ ଟ୍ରାଫିକ ନିୟମ ସହ ଜଡିତ ମୋଟାଅଙ୍କର ଜରିମାନା ସମସ୍ତଙ୍କ ଉପରେ ଏକ ଶକ୍ତ ପ୍ରହାର ଦେଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ।

ରାଜ୍ୟରେ ଏହି ନିୟମ ଲାଗୁ କରାଯିବା ପରେ ଜନ ଅସନ୍ତୋଷ ବଢିବାରେ ଲାଗିଲା । ତା ପରେ ରାଜ୍ୟ ସରକାର ଏହି ଜରିମାନାକୁ କୋହଳ କଲେ । ଏହାକୁ ଲାଗୁ କରିବାକୁ ତିନି ମାସ ସମୟ ଦେଲେ । ଏହା ଶୁଣି କିଛି ଲୋକ ପୂର୍ବ ପରି ବିନା ହେଲମେଟରେ ଗାଡି ଚଳାଇବାକୁ ଆରମ୍ଭ କରିଛନ୍ତି । ସତେ ଯେମିତି ସେମାନେ ଏହା ହେଉ ବୋଲି ଚାହିଁ ରହିଥିଲେ । ଏହି ନୂତନ ମୋଟର ଯାନ ଆଇନରେ ଥିବା ସ୍କୁଲ ପିଲାଙ୍କୁ ଗାଡ଼ି ଚଲାଇବାରେ ବାରଣ ରହିଛି । ଏଥିପାଇଁ ଅଭିଭାବକଙ୍କୁ ଜରିମାନା କରାଯିବାର ପ୍ରାବଧାନ ରହିଛି, ଯାହା ଫଳରେ କୌଣସି ପିଲା ଅଭିଭାବକଙ୍କ ବିନା ଅନୁମତିରେ ଗାଡ଼ି ଚଳାଇପାରିବ ନାହିଁ । ସେହିପରି ମଦ ପିଇ ଗାଡ଼ି ଚଲାଇବା, ବିପଜ୍ଜନକ ଗାଡ଼ି ଚଲାଇବା, ଭୁଲ୍‌ ରାସ୍ତାରେ ଗାଡ଼ି ଚଲାଇବା, ଗାଡ଼ି ଚଲାଇବା ସମୟରେ ମୋବାଇଲ୍‌ରେ ଗପିବା । ଏଥିରେ ଜରିମାନା ଆଦାୟ କରାଗଲେ, ସାଧାରଣରେ ଏକ ସଚେତନତନା ସୃଷ୍ଟି ହେବ । ଆଜିର ଯୁବପିଢିମାନେ ସତର୍କ ହେବେ, ଜରିମାନାକୁ ଡରିକି ହେଉ ପଛେ ସତର୍କ ହୋଇପାରିବେ ।

ଏହି ନିୟମରେ ବ୍ୟାପକ ପରିବର୍ତ୍ତନ କରିବା ନେଇ ରାଜ୍ୟ ସରକାରଙ୍କ ଉପରେ ବିରୋଧୀଙ୍କ ଚାପ  ପଡୁଛି। କିନ୍ତୁ ଯଦି ଏହି ନିୟମରେ ପରିବର୍ତ୍ତନ କରାଯିବ, ତେବେ ସାଧାରଣରେ କ’ଣ ସଡକ ସୁରକ୍ଷା ନେଇ ସଚେତନ ହୋଇପାରିବେ, ଏନେଇ ମଧ୍ୟ ସନ୍ଦେହ ଉଠୁଛି । ଜରିମାନା ଆଦାୟ ହେବା ଯୋଗୁଁ ସାଧାରଣରେ ଭୟ ତଥା ଜରିମାନାକୁ ଡରି ନିୟମକୁ ଠିକ୍‌ ରୂପେ ପାଳନ କରାଯାଉଥିଲା । କିନ୍ତୁ କୋହଳ ହେବା କଥା ଶୁଣିବା ପରେ ଯେମିତି ଡର ହଠାତ୍‌ ଉଭାନ୍‌ ହୋଇଗଲା ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ଲାଗୁ କରାଯାଇଥିବା ନୂତନ ମୋଟର ଯାନ ଆଇନକୁ ବିଭିନ୍ନ ରାଜ୍ୟ କୋହଳ କରିବାର ନିଷ୍ପତ୍ତି ନେବା ପରେ ଏହାକୁ ନେଇ କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି ଯଦି ରାଜ୍ୟ ମାନେ ଏହି ନିୟମ ଲାଗୁ କରିବା ନେଇ କୋହଳ ମନୋଭାବ ପ୍ରଦର୍ଶନ କରନ୍ତି ତେବେ ବର୍ଦ୍ଧିତ ସଡକ ଦୁର୍ଘଟଣା ପାଇଁ ରାଜ୍ୟ ମାନେ ଦାୟୀ ରହିବେ । ଅର୍ଥ କଦାପି ମାନବ ଜୀବନଠାରୁ ମୂଲ୍ୟବାନ ନୁହେଁ ଏବଂ ସମସ୍ତ ରାଜ୍ୟ ସରକାର ଏହା ବିଚାର କରିବା ଉଚିତ୍‌ ବୋଲି ଗଡକରୀ କହିଛନ୍ତି ।

ଏବେ ପ୍ରଶ୍ନ ଉଠୁଛି ଯେ, ସରକାର ଅଧିକ ଜରିମାନା କରି ଭୁଲ୍‌ କରିଛନ୍ତି ନା ଠିକ୍‌ କରିଛନ୍ତି । ଦେଖିବାକୁ ଗଲେ ଜରିମାନା ଯୋଗୁଁ ଅନେକ ଗରିବ ଶ୍ରେଣୀୟ ଲୋକ ହଇରାଣ ହେଲେ । କିନ୍ତୁ ଏହା ଲାଗୁ କରିବା ଆଗରୁ ଏହାର ଜରିମାନାକୁ ନେଇ ଟିକେ ଚିନ୍ତା କରିବାର ଥିଲା । ଯଦି ଲାଗୁ ହୋଇଛି ତେବେ ଏଥିରେ କୌଣସି ପରିବର୍ତ୍ତନ ନ କରା ଯାଇ କିଛିଦିନ ପାଇଁ ଏହାକୁ ବଳବତ୍ତର ରଖିବାର ଥିଲା । ସାଧାରଣରେ ଏହି ନିୟମକୁ ପାଳନ  କରାଯିବା ପରେ ପରେ ଏହାର ଅର୍ଥଦଣ୍ଡକୁ କମା ଯାଇପାରନ୍ତା । ଅର୍ଥ ଦଣ୍ଡଠାରୁ ଜୀବନ ବେଶ୍‌ ମୂଲ୍ୟବାନ । ଏହାକୁ ସମସ୍ତେ ହୃଦୟଙ୍ଗମ କରିବା ନିତାନ୍ତ ଆବଶ୍ୟକ ।

Share. Facebook Twitter LinkedIn Email WhatsApp Copy Link

Related Posts

ଚାଷୀଙ୍କୁ ଆଉ ଏକ ବଡ଼ ଉପହାର: ଏବେ ଏହି କାରଣରୁ ଫସଲ କ୍ଷତି ଲାଗି ମିଳିବ କ୍ଷତିପୂରଣ 

November 19, 2025

ପ୍ରଖ୍ୟାତ ଚଳଚିତ୍ର ନିର୍ଦ୍ଦେଶ ହିମାଂଶୁ ଖଟୁଆ ହେଲେ କଟକସ୍ଥିତ BPFTIO ର ଅଧ୍ୟକ୍ଷ

November 19, 2025

ପୂର୍ବତନ ମନ୍ତ୍ରୀ ସମୀର ଦେ ଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ, କହିଲେ….

November 18, 2025

‘ମିଶନ ପାୱାର’ ଅଧିନରେ ୨୦୨୭ ସୁଦ୍ଧା ରାଜ୍ୟର ପ୍ରତ୍ୟେକ ଗ୍ରାମକୁ ସବୁ ଦିନିଆ ରାସ୍ତା, ବିଦ୍ୟୁତ ଓ ପାନୀୟ ଜଳ

November 18, 2025
Latest News

ନୂତନ ନୀତିରେ ମଧ୍ୟବିତ୍ତ ଏବଂ ଗରିବ ପରିବାରମାନଙ୍କ ପାଇଁ ସିମେଣ୍ଟ ମୂଲ୍ୟ ହ୍ରାସ କରିବ: ଅଶ୍ଵିନୀ ବୈଷ୍ଣବ

November 19, 2025

ସମସ୍ତଙ୍କୁ କୃତ୍ରିମ ବୁଦ୍ଧିମତ୍ତା ବୁଝିବାରେ ସାହାଯ୍ୟ କରିବା ପାଇଁ ଏକ ମାଗଣା ଜାତୀୟ ପାଠ୍ୟକ୍ରମ

November 19, 2025

ସର୍ଦ୍ଦାର @୧୫୦ ଏକତା ପଦଯାତ୍ରା ହେଉଛି ଏକତାବଦ୍ଧ ଜାତିର ହୃଦସ୍ପନ୍ଦନ: କେନ୍ଦ୍ରମନ୍ତ୍ରୀ

November 19, 2025

ଚାଷୀଙ୍କୁ ଆଉ ଏକ ବଡ଼ ଉପହାର: ଏବେ ଏହି କାରଣରୁ ଫସଲ କ୍ଷତି ଲାଗି ମିଳିବ କ୍ଷତିପୂରଣ 

November 19, 2025

ପ୍ରଖ୍ୟାତ ଚଳଚିତ୍ର ନିର୍ଦ୍ଦେଶ ହିମାଂଶୁ ଖଟୁଆ ହେଲେ କଟକସ୍ଥିତ BPFTIO ର ଅଧ୍ୟକ୍ଷ

November 19, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.