Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା ଏବଂ ଜାତୀୟ ପେନସନ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ବିଶେଷ ଖବର

ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା ଏବଂ ଜାତୀୟ ପେନସନ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

September 12, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
RANCHI, SEP 12 (UNI):-Prime Minister Narendra Modi addressing during an inaugural and launching ceremony of many big projects in Ranchi on Thursday.UNI PHOTO-49U

ସମୀକ୍ଷା ବ୍ୟୁରୋ

*୬୦ ବର୍ଷରୁ ଊର୍ଦ୍ଧ ବ୍ୟବସାୟୀ ଓ ଆତ୍ମ ନିଯୁକ୍ତଙ୍କୁ ମାସିକ ସର୍ବନିମ୍ନ ୩ ହଜାର ଟଙ୍କାର ପେନସନ

*୩ କୋଟି କ୍ଷୁଦ୍ର ବ୍ୟବସାୟୀ ଯୋଜନା ଦ୍ୱାରା ହେବେ ଲାଭାନ୍ୱିତ

*ଆଦିବାସୀ ଛାତ୍ରଛାତ୍ରୀଙ୍କ ଲାଗି ଦେଶବ୍ୟାପୀ ୪୬୨ ଏକଲବ୍ୟ ମଡେଲ ସ୍କୁଲ ଉଦଘାଟିତ

କୃଷକଙ୍କ ଜୀବନକୁ ସୁରକ୍ଷିତ କରିବା ଲାଗି ଏକ ବୃହତ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଝାଡ଼ଖଣ୍ଡଠାରେ ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ୬୦ ବର୍ଷ ବୟସ ଅତିକ୍ରମ କରିଥିବା ଦେଶର ପ୍ରାୟ ୫ କୋଟି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ମାସିକ ସର୍ବନିମ୍ନ ୩ ହଜାର ଟଙ୍କାର ପେନସନ ପ୍ରଦାନ ବ୍ୟବସ୍ଥା କରାଯାଇଛି। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ ବ୍ୟବସାୟୀ ଓ ଆତ୍ମନିଯୁକ୍ତଙ୍କ ପାଇଁ ଜାତୀୟ ପେନସନ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନା ଜରିଆରେ ୬୦ ବର୍ଷ ଅତିକ୍ରମ କରିଥିବା ବ୍ୟବସାୟୀ ଓ ଆତ୍ମନିଯୁକ୍ତ ଲୋକମାନଙ୍କୁ ମାସିକ ସର୍ବନିମ୍ନ ୩ ହଜାର ଟଙ୍କାର ସୁନିଶ୍ଚିତ ପେନସନ ମିଳି ପାରିବ। ଏଥିରେ ପାଖାପାଖି ୩ କୋଟି କ୍ଷୁଦ୍ର ବ୍ୟବସାୟୀ  ଲାଭାନ୍ୱିତ ହେବେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆପଣମାନଙ୍କ ଆଶାଆକାଂକ୍ଷା ପୂରଣ କରିପାରୁଥିବା ଏକ ଦୃଢ଼ ସରକାର ପାଇଁ ନିର୍ବାଚନ ସମୟରେ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ହୋଇଛି। “ମୁଁ କହିଥିଲି ଯେ ନୂଆ ସରକାର ଗଠନ ହେବା ପରେ ପ୍ରତ୍ୟେକ କୃଷକ ପରିବାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଦ୍ୱାରା ଲାଭାନ୍ୱିତ ହେବେ ।

ଆଜି ସାଢ଼େ ୬ କୋଟି କୃଷକ ପରିବାରର ବ୍ୟାଙ୍କ ଆକାଉଂଟରେ ପାଖାପାଖି ୨୧ ହଜାର କୋଟି ଟଙ୍କାରୁ ଊର୍ଦ୍ଧ ଜମା କରାଯାଇଛି । ଝାଡ଼ଖଣ୍ଡର ୮ ଲକ୍ଷ କୃଷକ ପରିବାରଙ୍କ ବ୍ୟାଙ୍କ ଆକାଉଂଟରେ ପ୍ରାୟ ୨୫୦ କୋଟି ଟଙ୍କା ଜମା କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୋହରାଇ ଥିଲେ, “ବିକାଶ ଆମର ପ୍ରାଥମିକତା ଓ ପ୍ରତିବଦ୍ଧତା । ପ୍ରତ୍ୟେକ ଭାରତୀୟକୁ ସାମାଜିକ ସୁରକ୍ଷାର ଏକ କବଚ ଦେବା ଲାଗି ଆମ ସରକାର ପ୍ରୟାସ କରୁଛନ୍ତି । “ସର୍ବାଧିକ ସହାୟତା ଲୋଡ଼ୁଥିବା ଲୋକଙ୍କ ସହିତ ସରକାର ରହିଛନ୍ତି । ଗତ ମାର୍ଚ୍ଚ ମାସ ପରଠାରୁ ଏପରି ଏକ ପେନସନ ଯୋଜନା ଦେଶର କୋଟିକୋଟି ଅସଂଗଠିତ କ୍ଷେତ୍ରର ଶ୍ରମିକଙ୍କ ପାଇଁ କାର୍ଯ୍ୟକାରୀ ହୋଇଛି । “୩୨ ଲକ୍ଷରୁ ଊଦ୍ଧ୍ୱ ଶ୍ରମିକଙ୍କ ଶ୍ରମଯୋଗୀ ମାନଧନ ଯୋଜନାରେ ଯୋଡ଼ି ହୋଇଛନ୍ତି । ୨୨ କୋଟିରୁ ଅଧିକ ଲୋକ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନା ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ସାମିଲ ହୋଇଛନ୍ତି। ଏଥି ମଧ୍ୟରୁ କେବଳ ଝାଡ଼ଖଣ୍ଡରେ ୩୦ ଲକ୍ଷ ହିତାଧିକାରୀ ରହିଛନ୍ତି ।

ଆୟୁଷ୍ମାନ ଭାରତ ଯୋଜନା ଅନ୍ତର୍ଗତ ୪୪ ଲକ୍ଷ ଗରିବ ରୋଗୀ ଲାଭାନ୍ୱିତ ହୋଇଛନ୍ତି, ଏମାନଙ୍କ ମଧ୍ୟରୁ ଝାଡ଼ଖଣ୍ଡରେ କେବଳ ତିନିଲକ୍ଷ ଲୋକ ଅଛନ୍ତି। ସମସ୍ତଙ୍କୁ ସଶକ୍ତ କରିବା ଲାଗି ଏକ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ଆଜି ସାରା ଦେଶର ଆଦିବାସୀ ବହୁଳ ଇଲାକା ପାଇଁ ୪୬୨ ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଉଦଘାଟନ କରିଥିଲେ । ଏସବୁ ଅଂଚଳରେଏହି ବିଦ୍ୟାଳୟଗୁଡ଼ିକ ଜନଜାତି ଛାତ୍ରଛାତ୍ରୀଙ୍କୁ ଉନ୍ନତ ମାନର ଉଚ୍ଚ ପ୍ରାଥମିକ, ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ପ୍ରଦାନ କରିବ। ଏହି ଏକଲବ୍ୟ ବିଦ୍ୟାଳୟଗୁଡ଼ିକ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ କେବଳ ଶିକ୍ଷାର ମାଧ୍ୟମ ପାଲଟିବେ ନାହିଁ, ବରଂସେମାନଙ୍କୁ କ୍ରୀଡ଼ା ଓ ଦକ୍ଷତା ତାଲିମ ସହିତ ସ୍ଥାନୀୟ କଳା ଓ ସଂସ୍କୃତିର ସୁରକ୍ଷା ଦିଗରେ ମଧ୍ୟ ସହାୟକ ହେବେ ।ସରକାର ଏସବୁ ବିଦ୍ୟାଳୟରେ ପ୍ରତ୍ୟେକ ଜନଜାତି ପିଲାଙ୍କ ପାଇଁ ବର୍ଷକୁ ୧ କୋଟି ଟଙ୍କା ଖର୍ଚ୍ ଚକରିବେ ।

ସାହିବଗଞ୍ଜ ଠାରେ ଏକ ବହୁମୁଖୀ ପରିବହନ ଟର୍ମିନାଲକୁ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିଥିଲେ ।“ଆଜି ମୁଁ ମଧ୍ୟ ସାହିବଗଞ୍ଜ ବହୁମୁଖୀ ଟର୍ମିନାଲ ଉଦଘାଟନ କରିବାର ସୌଭାଗ୍ୟ ପାଇଛି ।ଏହା କେବଳ ଆଉ ଏକ ପ୍ରକଳ୍ପ ନୁହେଁ, ବରଂଏହାସମଗ୍ର ଅଂଚଳ ପାଇଁ ପରିବହନର ନୂତନ ବିକଳ୍ପ ପ୍ରଦାନ କରିବ ।ଏହି ଜଳମାର୍ଗ ଝାଡ଼ଖଣ୍ଡକୁ ସାରା ଦେଶ ଏବଂ ବିଦେଶ ସହ ଯୋଡ଼ିବ । ଏହି ଟର୍ମିନାଲ ଦ୍ୱାରା ଆମର ଜନଜାତିଭାଇ ଓ ଭଉଣୀମାନେ, ଏଠାକାର କୃଷକମାନେ ସେମାନଙ୍କ ଉତ୍ପାଦନ ସାରା ଦେଶର ବଜାରରେ ବିକ୍ରି କରିବାର ସୁବିଧା ପାଇପାରିବେ,” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଝାଡ଼ଖଣ୍ଡ ବିଧାନସଭାର ନୂଆ କୋଠାକୁ ମଧ୍ୟ ପ୍ରଧାନମନ୍ତ୍ରୀ ଉଦଘାଟନ କରିଥିଲେ । “ଆଜି, ରାଜ୍ ୟଗଠନର ପାଖାପାଖି ୨ ଦଶନ୍ଧି ପରେ ଝାଡ଼ଖଣ୍ଡରେ ଗଣତନ୍ତ୍ରର ମନ୍ଦିର ଉଦଘାଟିତ ହୋଇଛି ।ଏହି କୋଠା ହେଉଛି ସେହି ପବିତ୍ରସ୍ଥାନ ଯେଉଁଠି ଝାଡ଼ଖଣ୍ଡର ସୁନେଲି ଭବିଷ୍ୟତର ମୂଳଦୁଆ ପଡ଼ିବ ଏବଂ ରାଜ୍ୟର ବର୍ତମାନ ଓ ଭବିଷ୍ୟତ ପିଢ଼ିଙ୍କ ସ୍ୱପ୍ନ ବାସ୍ତବରୂପ ନେବ ।” ପ୍ରଧାନମନ୍ତ୍ରୀ ମଧ୍ୟ ସଚିବାଳୟ ନୂଆକୋଠା ପାଇଁ ଆଧାର ଶୀଳା ରଖିଥିଲେ । ଥରେ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ବର୍ଜନ ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ୱାନ କରିଥିଲେ । “୧୧ ସେପ୍ଟେମ୍ବର ୨୦୧୯ରେ ସ୍ୱଚ୍ଛତା ହି ସେବାକାର୍ଯ୍ୟକ୍ରମର ଶୁଭାରମ୍ଭ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ, “ଗତକାଲି ଠାରୁ ସାରା ଦେଶରେ ସ୍ୱଚ୍ଛତା ହି ସେବା ଅଭିଯାନ ଆରମ୍ଭ ହୋଇଛି । ଏହି ଅଭିଯାନ ଅନ୍ତର୍ଗତ ଅକ୍ଟୋବର ୨ ତାରିଖ ସୁଦ୍ଧା ଆମକୁ ଆମ ଘର, ବିଦ୍ୟାଳୟ, କାର୍ଯ୍ୟାଳୟରୁ ଥରେ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ ସଂଗ୍ରହ କରିବାକୁ ହେବ ।ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ, ଅକ୍ଟୋବର ୨ ତାରିଖରେ, ଆମକୁ ପ୍ଲାଷ୍ଟିକ ଆବର୍ଜନା ବର୍ଜନ କରିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

Modi
Share. Facebook Twitter LinkedIn Email WhatsApp Copy Link

Related Posts

ମାଦକ ଦ୍ରବ୍ୟ ନିୟନ୍ତ୍ରଣ ଭିଜନ ଡକ୍ୟୁମେଣ୍ଟ ଓ ଏନସିବିର ବାର୍ଷିକ ରିପୋର୍ଟ- ୨୦୨୫’ ଉନ୍ମୋଚିତ

June 26, 2026

ସ୍କୁଲ ବହିରେ ତ୍ରୁଟି: ନିଲମ୍ବିତ ହେଲେ ପୂର୍ବତନ ନିର୍ଦ୍ଦେଶକଙ୍କ ସହ ତିନି ଅଫିସର, ୬ ଜଣଙ୍କ ବିରୋଧରେ..

June 26, 2026

ଭାରତରେ କେତେ ଲୋକ ଟ୍ରମ୍ପଙ୍କୁ ପସନ୍ଦ କରନ୍ତି?: ଦେଖନ୍ତୁ ଆଶ୍ଚର୍ଯ୍ୟଜନକ ଜନମତ

June 26, 2026

ରାମ ମନ୍ଦିର ଦାନ ଚୋରି ମାମଲା: ୬ ରୁ ଅଧିକ ଲୋକଙ୍କ ବିରୁଦ୍ଧରେ ମାମଲା ରୁଜୁ

June 25, 2026
Latest News

ଭାରତରେ ଗ୍ରୀନ୍ ୟୁରିଆ ଉତ୍ପାଦନକୁ ବାସ୍ତବରୂପ ଦେବା ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରୁଛନ୍ତି ସରକାର

June 27, 2026

ଜିଲ୍ଲାସ୍ତରୀୟ ମେଧାବୀ ଛାତ୍ରଛାତ୍ରୀ ସମ୍ବର୍ଦ୍ଧନା ସମାରୋହରେ ଉପମୁଖ୍ୟମନ୍ତ୍ରୀ

June 27, 2026

ଶ୍ରେୟସ ଆୟରଙ୍କ ଖରାପ ଆରମ୍ଭ: ପ୍ରଥମ ଥର ପାଇଁ ଆୟରଲ୍ୟାଣ୍ଡଠାରୁ ହାରିଲା ଭାରତ

June 27, 2026

ଆଜି ଜୁନ୍ ୨୭ ତାରିଖ ଶନିବାର ଦିନ କଣ ରହିଛି ଆପଣଙ୍କର ରାଶିଫଳ, ଜାଣନ୍ତୁ

June 27, 2026

ଏକା ବିମାନରେ ଫଡନଭିସ-ଉଦ୍ଧବ! ମହାରାଷ୍ଟ୍ର ରାଜନୀତିରେ ଚର୍ଚ୍ଚାର ଝଡ଼

June 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.