Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ନୀତିନ ଗଡକରୀଙ୍କୁ ନୂଆ ମୋଟର ଯାନ ଆଇନ ପାଇଁ ଖଳନାୟକ କରୁଛି କିଏ ?
ବିଶେଷ ଖବର

ନୀତିନ ଗଡକରୀଙ୍କୁ ନୂଆ ମୋଟର ଯାନ ଆଇନ ପାଇଁ ଖଳନାୟକ କରୁଛି କିଏ ?

September 14, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
NEW DELHI, SEP 11 (UNI):- Nitin Gadkari, Union Minister for Road Transport and Highways, Shipping, Micro, Small and Medium Enterprises addressing at the launching the A Quiet Revolution Honda BSVI Two-Wheeler New Premium 'Activa 125, in New Delhi on Wednesday.UNI PHOTO-RK4U

କେଦାର ମିଶ୍ର

ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପରଠୁ ଏମିତି କେବେ ହୋଇଛି କି, କେନ୍ଦ୍ର ସରକାର ଗୋଟେ ଆଇନ ଆଣିବେ ଓ ତାକୁ ବିଜେପି ଶାସିତ ରାଜ୍ୟ ସରକାର ଗୁଡିକ ପ୍ରତ୍ୟାଖ୍ୟାନ କରିବେ? କେନ୍ଦ୍ରର ନିଷ୍ପତ୍ତିକୁ ବେଦର ଗାର ବୋଲି ମାନି ଆସୁଥିବା  ବିଜେପି ମୁଖ୍ୟମନ୍ତ୍ରୀମାନେ ହଠାତ ନୂଆ ମୋଟର ଯାନ ଆଇନକୁ ପ୍ରତ୍ୟାଖ୍ୟାନ କରିବା ବା ତାକୁ ସଂଶୋଧନ କରିବାକୁ ସାହସ ଦେଖାଇବା, ଏକ ନୂଆ କଥା ନୁହଁ କି? ଇତି ମଧ୍ୟରେ ଗୁଜରାଟ ସରକାର ନୂଆ ମୋଟର ଯାନ ଆଇନରେ ବ୍ୟାପକ ସଂଶୋଧନ ଆଣି କେନ୍ଦ୍ର ସରକାର ନିର୍ଦ୍ଧାରଣ କରିଥିବା ଜରିମାନାକୁ ୫୦ ରୁ ୯୦% ପର୍ୟନ୍ତ କମାଇ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଓ ବିଜେପି ସଭାପତିଙ୍କ ନିଜ ରାଜ୍ୟରେ ଏହା ସମ୍ଭବ ହେଲା କେମିତି? ଏହି ଆଇନ ଲାଗୁ ହେଲାପରେ ଦେଶ ସାରା ଯେଉଁ ପ୍ରକାର ହାଇଛାଇ ସୃଷ୍ଟି ହେଲା ଓ ତାକୁ ନେଇ ବ୍ୟାପକ ଜନ ଅସନ୍ତୋଷ ପ୍ରକାଶ ପାଇଲା, ତାକୁ ଦେଖି ବିଜେପି “ପିଛେ ମୁଡ” ନୀତି ଆପଣାର କରିଛି।

କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଏ ପ୍ରସଙ୍ଗରେ ନିଷ୍ପତ୍ତି ବଦଳାଇବାକୁ ପ୍ରସ୍ତୁତ ନଥିବା ବେଳେ ତାଙ୍କ ଦଳର ମୁଖ୍ୟମନ୍ତ୍ରୀମାନେ ତାଙ୍କ କଥା ମାନିବାକୁ ନାରାଜ। ଗୋଟିଏ ପରେ ଗୋଟିଏ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏହି ନିୟମକୁ ପ୍ରତ୍ୟାଖ୍ୟାନ କରୁଛନ୍ତି। ଗୁଜରାଟ ପରେ ମହାରାଷ୍ଟ୍ର ସରକାର ଏହି ନିୟମ ଲାଗୁ କରିବେ ନାହିଁ ବୋଲି ରୋକଠୋକ ମନା କରି ଦେଇଛନ୍ତି। ମହାରାଷ୍ଟ୍ରରେ ଆଉ ଅଳ୍ପ ଦିନ ଭିତରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ଏହି ନିୟମକୁ ଲାଗୁ କରି ଜନ ଅସନ୍ତୋଷ ବଢାଇବାକୁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ନ ଚାହିଁବା ସ୍ଵାଭାବିକ। ତେବେ ମୋଦୀ-ଶାହାଙ୍କ ବିନା ନିର୍ଦ୍ଦେଶରେ କେନ୍ଦ୍ରୀୟ ଆଇନକୁ ମହାରାଷ୍ଟ୍ରର ବିଜେପି ସରକାର ପ୍ରତ୍ୟାଖ୍ୟାନ କରିବାର କୌଣସି ସମ୍ଭାବନା ନାହିଁ। ଦେଶର ସର୍ବ ବୃହତ ରାଜ୍ୟ ଉତ୍ତର ପ୍ରଦେଶ ମଧ୍ୟ ଏ ନିୟମକୁ ଗ୍ରହଣ କରିବ ନାହିଁ ବୋଲି କହିଛି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତାଙ୍କ ରାଜ୍ୟରେ ପୁରୁଣା ନିୟମ ଲାଗୁହେବ ବୋଲି କହିଛନ୍ତି।

ପୂର୍ବରୁ କଂଗ୍ରେସ ଶାସିତ ରାଜ୍ୟ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ପଞ୍ଜାବ ଏ ନିୟମକୁ ଗ୍ରହଣ କରି ନାହାନ୍ତି। ପଶ୍ଚିମ ବଂଗର ମମତା ବାନାର୍ଜୀ ସରକାର ମଧ୍ୟ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ବିରୋଧୀ ଦଳର ରାଜ୍ୟ ସରକାର ଗୁଡିକ କେନ୍ଦ୍ର ସରକାରଙ୍କ ଆଇନକୁ ପ୍ରତ୍ୟାଖ୍ୟାନ କରିବାର ରାଜନୈତିକ କାରଣ ସହଜରେ ବୁଝିହେଉଛି। ହେଲେ ଖୋଦ ବିଜେପି ଶାସିତ ରାଜ୍ୟ କେନ୍ଦ୍ର ବିରୋଧରେ ଖୋଲାଖୋଲି କହିବାର ମାନେ କଣ? ଉତ୍ତର ପ୍ରଦେଶର ପରିବହନ ମନ୍ତ୍ରୀ ଏ ଆଇନକୁ ସ୍ପଷ୍ଟ ଭାବରେ ଜନ ବିରୋଧୀ ବୋଲି କହିଛନ୍ତି। ଏଥିରୁ କଣ ଆମେ ବୁଝି ନେବା ଯେ, ଏହି ସମୁଦାୟ ଘଟଣାକ୍ରମରେ ନୀତିନ ଗଡକରୀଙ୍କୁ ଖଳନାୟକ ଭାବରେ ଉପସ୍ଥାପନ କରିବାର ଏକ ସୁଚିନ୍ତିତ ଷଡଯନ୍ତ୍ର ରହିଛି?

୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ନୀତିନ ଗଡକରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତିଯୋଗୀ ହୋଇ ପାରନ୍ତି ବୋଲି କଥା ଉଠୁଥିଲା। ଯଦି ଏନଡିଏ ସରକାର ସଂଖ୍ୟା ଗରିଷ୍ଠତା ନ ପାଏ ତାହେଲେ ଗଡକରୀ ବିକଳ୍ପ ପସନ୍ଦ ହେବେ ବୋଲି କୁହାଯାଉଥିଲା। ଏହା ମୋଦୀ-ଶାହା ଶିବିର ପାଇଁ କଦାପି ଗ୍ରହଣୀୟ ନୁହେଁ। ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ଚାପ ଯୋଗୁଁ ଗଡକରୀ ଓ ରାଜନାଥ ସିଂଙ୍କୁ ମନ୍ତ୍ରୀମଣ୍ଡଳରେ ରଖାଯାଇଥିଲେ ମଧ୍ୟ, ସେମାନଙ୍କ ପ୍ରତି ମୋଦୀ-ଶାହାଙ୍କର କୌଣସି ଅନୁରାଗ ନାହିଁ। ସୁଯୋଗ ଦେଖି ରାଜନାଥ ଓ ଗଡକରୀଙ୍କୁ ବଦନାମ କରିବା ଓ ଦରକାର ପଡିଲେ ବିଦା କରିବାର ଏକ ସୁଚିନ୍ତିତ ଯୋଜନା କାର୍ୟକାରୀ ହେଉଛି। ନୂଆ ମୋଟର ଯାନ ବିରୋଧୀ ଆଭିମୁଖ୍ୟ ତାହାର ଏକ ସଙ୍କେତ ମାତ୍ର।

ମାତ୍ରାଧିକ ଜରିମାନା ଆଦାୟ କରି ଲୋକଙ୍କୁ ଅସୁବିଧାରେ ପକାଇଥିବା ଲୋକ ନରେନ୍ଦ୍ର ମୋଦୀ ନୁହନ୍ତି, ଏହାର ଅସଲ ଖଳନାୟକ ନୀତିନ ଗଡକରୀ ବୋଲି ଏକ ବାର୍ତ୍ତା ଏବେ ଲୋକଙ୍କ ପାଖରେ ପହଞ୍ଚାଯାଇ ସାରିଛି। ବିଜେପି ମୁଖ୍ୟମନ୍ତ୍ରୀମାନେ ଏହାକୁ ପ୍ରତ୍ୟାଖ୍ୟାନ କରି ସ୍ପଷ୍ଟ ଭାବରେ ଜଣାଇ ଦେଇଛନ୍ତି ଯେ ସେମାନେ ଗଡକରୀଙ୍କୁ ବିଲକୁଲ ଶୁଣିବେ ନାହିଁ। ଗଡକରୀଙ୍କ ସହିତ ତାଙ୍କ ନିଜ ଦଳ ଠିଆ ହୋଇନଥିବା ବେଳେ କେବଳ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତାଙ୍କୁ ନୈତିକ ସମର୍ଥନ ଦେଇଛନ୍ତି। ଓଡିଶାରେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ନିୟମକୁ କଡାକଡି ଲାଗୁ କରିବାକୁ ଚେଷ୍ଟା କରୁଥିବା ବେଳେ ବିଜେପି ଏହାର ବିରୋଧ କରୁଛି।

ଏହି ଆଇନ ପଛରେ ସଡକ ସୁରକ୍ଷା କେବଳ ଏକ ଆଳ ମାତ୍ର। ନିଜ ଦଳର ପୁରୁଖା ନେତା ନୀତିନ ଗଡକରୀଙ୍କୁ ଖଳନାୟକ ଭାବରେ ବଦନାମ କରିବାର ଏହା ଏକ ବଢିଆ ବାଟ। ଗଡକରୀଙ୍କ ମୁଣ୍ଡରେ ନଡିଆ ବାଡେଇ ଜନ ଅସନ୍ତୋଷରୁ ବର୍ତ୍ତିଯିବାକୁ ବିଜେପି ଏକ ଚତୁର ଷଡଯନ୍ତ୍ର ରଚନା କରିଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ, ବଦଳିଲେ ସାତଟି ଜିଲ୍ଲାର ଏସପି

August 21, 2025

ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ଅପରାଧିକ ମାମଲା ବିଲକୁ ନେଇ କଂଗ୍ରେସର କଟାକ୍ଷ

August 21, 2025

ରିଲାଏନ୍ସ ଫାଉଣ୍ଡେସନ ଛାତ୍ରବୃତ୍ତି, ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ, ଆବେଦନର ଶେଷ ତାରିଖ..

August 21, 2025

ଭାରତକୁ ଶତ୍ରୁ ପରି ବ୍ୟବହାର କରିବା ରଣନୈତିକ ଭୁଲ’: ଟ୍ରମ୍ଫଙ୍କୁ ଭର୍ତ୍ସନା କଲେ ନିକି ହେଲି

August 21, 2025
Latest News

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶୁକ୍ରବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2025

ପ୍ରଦେଶ କଂଗ୍ରେସ ଗଠନ କଲା ସୃଜନ କମିଟି ଓ ୱାର ରୁମ କମିଟି, ଜାଣନ୍ତୁ ଏହା କଣ

August 21, 2025

ପୁଣି ଓଡିଶାକୁ ଫେରିବ ପୋସ୍କୋ, କେନ୍ଦୁଝରରେ କରିବ ପ୍ରକଳ୍ପ, ମୁଖ୍ୟମନ୍ତ୍ରୀଙ୍କୁ ଦେଲେ ଧନ୍ୟବାଦ

August 21, 2025

‘କର୍ମଚାରୀ ସଂକଳ୍ପ ସମ୍ମିଳନୀ’କୁ ସମ୍ବୋଧନ କଲେ କେନ୍ଦ୍ର କୃଷି ମନ୍ତ୍ରୀ

August 21, 2025

ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ, ବଦଳିଲେ ସାତଟି ଜିଲ୍ଲାର ଏସପି

August 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.