Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ହିନ୍ଦୀ ଦିବସ ଅବସରରେ ଆସନ୍ତୁ ଜାଣିବା ହିନ୍ଦୀକୁ କିପରି ମିଳିଲା ରାଷ୍ଟ୍ରଭାଷାର ମର୍ଯ୍ୟାଦା
ବିଶେଷ ଖବର

ହିନ୍ଦୀ ଦିବସ ଅବସରରେ ଆସନ୍ତୁ ଜାଣିବା ହିନ୍ଦୀକୁ କିପରି ମିଳିଲା ରାଷ୍ଟ୍ରଭାଷାର ମର୍ଯ୍ୟାଦା

September 14, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଆଜି ସାରା ଦେଶ ରେ ହିନ୍ଦୀ ଦିବସ ପାଳିତ ହେଉଛି । ହିନ୍ଦୀ ଭାଷାର ପରିଚୟ କେବଳ ଭାରତରେ ନୁହେଁ ସମଗ୍ର ବିଶ୍ଵରେ ରହିଛି । ପୃଥିବୀର ଅନେକ ଦେଶରେ ହିନ୍ଦୀ ଭାଷୀ ଲୋକ ଅଛନ୍ତି । ଏହି ଭାଷାର ପ୍ରଚାର ନିରନ୍ତର ହେଉଛି । ୧୯୪୭ ସେପ୍ଟେମ୍ବର ୧୪ରେ ହିନ୍ଦୀ ଭାଷାକୁ ରାଷ୍ଟ୍ରୀୟ ଭାଷାର ମାନ୍ୟତା ମିଳିଥିଲା । ସେବେଠାରୁ ସବୁ ବର୍ଷ ଏହି ଦିବସକୁ ହିନ୍ଦୀ ଦିବସ ରୂପେ ପାଳନ କରାଯାଏ , କିନ୍ତୁ ଆପଣ ଜାଣନ୍ତି କି ହିନ୍ଦୀ ଦିବସ କଣ ପାଇଁ ପାଳନ କରାଯାଏ ? ଏହା ପଛରେ ଗୋଟିଏ କାରଣ ରହିଛି ।  ହିନ୍ଦୀ ଭାରତୀୟ ଗଣରାଜ୍ୟ ଏବଂ ମଧ୍ୟ ଭାରତୀୟ ମାନଙ୍କର ଆର୍ଯ୍ୟ ଭାଷା ଅଟେ । ୨୦୦୧ ଜନଗଣନା ଅନୁସାରେ ପ୍ରାୟ ୨୫.୭୯ କୋଟି ଭାରତୀୟ ହିନ୍ଦୀ କୁ ମାତୃଭାଷା ରୂପେ ବ୍ୟବହାର କରିଥାନ୍ତି । ୪୨.୨୦ କୋଟି ଲୋକ ଏହାକୁ ୫୦ ରୁ ଅଧିକ କଥିତ ଭାଷା ରେ ବ୍ୟବହାର କରିଥାନ୍ତି ।

୧୯୯୮ ପୂର୍ବରୁ ବିଶ୍ଵ ରେ ସର୍ବାଧିକ କଥିତ ଭାଷା ରୂପେ ହିନ୍ଦୀ ବ୍ଯବହ୍ରୁତ ହେଉଥିଲା ଏବଂ ସାରା ବିଶ୍ଵ ରେ ହିନ୍ଦୀ ତୃତୀୟ ସ୍ଥାନରେ ରହିଥିଲା । ଏହି ହିନ୍ଦୀ ଭାଷା ମଧ୍ୟରେ ଭୋଜପୁରୀ, ବ୍ରଜଭାଷା , ଛତିଶଗଡି, ଗଡବାଲି, ହରିୟାନବୀ କୁମାୟୁନି, ମାଗଧୀ, ଅବଧି, ଏବଂ ମାରବାଡି ଭାଷା ସାମିଲ ଅଛି ୧୯୪୭ରେ ଭାରତ ଯେତେବେଳେ ଇଂରେଜ କବଳରୁ ମୁକ୍ତ ହେଲା ସେତେବେଳେ ରାଷ୍ଟ୍ର ଭାଷା କୁ ନେଇ ସମସ୍ଯା ସୃଷ୍ଟି ହେଲା କାରଣ ଭାରତରେ ଅନେକ ଅନ୍ୟାନ୍ୟ ଭାଷା ମଧ୍ୟ କଥିତ ରୂପେ ବ୍ୟବହାର କରାଯାଏ । ୬ ଡିସେମ୍ବର ୧୯୪୬ ରେ ସ୍ଵାଧୀନ ଭାରତର ସମ୍ବିଧାନ ଗଠନ କରିବାକୁ ସମ୍ବିଧାନ ପ୍ରଣୟନ କରାଗଲା । ସମ୍ବିଧାନ ସଭା ୨୬ ନଭେମ୍ବର ୧୯୪୯ କୁ ସଂପୂର୍ଣ୍ଣ କରି ଥିଲେ । ସ୍ଵାଧୀନ ଭାରତରେ ସମ୍ବିଧାନ ୨୬ ଜାନୁଆରୀ ୧୯୫୦ ରୁ ସର୍ବତ୍ର ଲାଗୁ କରାଗଲା । କିନ୍ତୁ ସାରା ଭାରତ ପାଇଁ କେଉଁ ଭାଷା କୁ ରାଷ୍ଟ୍ର ହସା ରୂପେ ଚୟନ କରାଯିବ ତାହା ଏକ ଗୁରୁତ୍ୱପୂର୍ଣ୍ଣ ମାମଲା ଥିଲା । ଅନେକ ବିଚାର ବିମର୍ଶ ପରେ ନୂତନ ରାଷ୍ଟ୍ର ର ରାଷ୍ଟ୍ର ଭାଷା ରୂପେ ହିନ୍ଦୀ ଏବଂ ଇଂରାଜୀ କୁ ରାଷ୍ଟ୍ର ଭାଷା ରୂପେ ଚୟନ କରାଗଲା । ସମ୍ବିଧାନ ସଭାରେ ଦେବନାଗରୀ ଲିପିରେ ଲିଖିତ ହିନ୍ଦୀ ଭାଷାକୁ ଇଂରାଜୀ ଭାଷା ସହିତ ଭାରତର ରାଷ୍ଟ୍ର ଭାଷା ରୂପେ ସ୍ଵୀକାର କରାଯାଇଥିଲା । ୧୪ ସେପ୍ଟେମ୍ବର ୧୯୪୯ ରେ ସମ୍ବିଧାନ ସଭାରେ ଉପସ୍ଥିତ ଥିବା ସମସ୍ତେ ଏକମତ ହୋଇ ହିନ୍ଦୀକୁ ଭାରତର ରାଷ୍ଟ୍ର ଭାଷା ହେବ ବୋଲି ନିର୍ଣ୍ଣୟ ନେଇଥିଲେ ।

ତେବେ ଆଜିର ହିନ୍ଦୀ ଦିବସ ଅବସରରେ ଆସନ୍ତୁ ଜାଣିବା ହିନ୍ଦୀ ଭାଷା ବିଷୟରେ କିଛି ରୋଚକ ତଥ୍ୟ

  • ୧୪ ସେପ୍ଟେମ୍ବର ୧୯୪୭ ରେ ହିନ୍ଦୀ କୁ ରାଷ୍ଟ୍ରୀୟ ଭାଷାର ମାନ୍ୟତା ମିଳିଲା
  • ହିନ୍ଦୀ ଭାଷାର ପ୍ରଚାର ପାଇଁ ନାଗପୁର ଠାରେ ୧୦ ଜାନୁଆରୀ ୧୯୭୫ ରେ ବିଶ୍ଵ ହିନ୍ଦୀ ସମ୍ମେଳନ ଆୟୋଜିତ ହୋଇଥିଲା । ଏଥିରେ ୩୦ ଟି ଦେଶ ରୁ ୧୨୨ଜଣ ପ୍ରତିନିଧି ଯୋଗଦାନ କରିଥିଲେ ।
  • ହିନ୍ଦୀ ଭାଷାର ଲୋକପ୍ରିୟତା ଏହି ତଥ୍ୟରୁ ଲଗାଯାଇ ପାରେ ଯେ ପୃଥିବୀରେ ସର୍ବାଧିକ କଥିତ ଭାଷାରେ ଚତୁର୍ଥ ସ୍ଥାନରେ ଅଛି ହିନ୍ଦୀ ।
  • ଭାରତରେ ପ୍ରାୟ ୭୭ ପ୍ରତିଶତ ଲୋକ ହିନ୍ଦୀ କହିବା ସହିତ ପଢି ଓ ଲେଖିପାରନ୍ତି ।
  • ହିନ୍ଦୀ ପ୍ରତି ଲୋକଙ୍କ ଆଗ୍ରହକୁ ଦେଖି ପୃଥିବୀର ପ୍ରାୟ ୧୭୫ ବିଶ୍ବବିଦ୍ୟାଳୟରେ ହିନ୍ଦୀକୁ ଏକ ବିଷୟ ଭାବେ ପଢାଯାଉଛି ।
  • ଭାରତ ବ୍ୟତୀତ ନେପାଳ, ମରିସସ ଫିଜୀ,ସୁରିନାମ,ୟୁଗାଣ୍ଡା ,ପାକିସ୍ତାନ ,ବାଂଲାଦେଶ,ଦକ୍ଷିଣ ଆଫ୍ରିକା ଏବଂ କାନାଡା ରେ ବହୁ ସଂଖ୍ୟା ରେ ହିନ୍ଦୀ ଭାଷୀ ଅଛନ୍ତି । ଏହା ବ୍ୟତୀତ ଇଂଲଣ୍ଡ,ଆମେରିକା
  • ଏବଂ ମଧ୍ୟ ଏସିଆ ରେ ମଧ୍ୟ ହିନ୍ଦୀ ଭାଷାଭାଷୀ ଲୋକ ଅଛନ୍ତି ।
  • ହିନ୍ଦୀ ଶବ୍ଦ ଫାରସୀ ଭାଷା ହିନ୍ଦ ରୁ ଆନୀତ । ଯାହାର ଅର୍ଥ ସିନ୍ଧୁ ନଦୀ ର ଭୂମି ଅଟେ
  • ହିନ୍ଦୀ ଭାଷା ର ଲୋକପ୍ରିୟତା “ ଆଚ୍ଛା “,ବଡା ଦିନ , “ ବଚା “ ଏବଂ ସୂର୍ଯ୍ୟ ନମସ୍କାର ଭଳି ଶବ୍ଦ ଗୁଡିକୁ ଅକ୍ଷଫୋର୍ଡ ଅଭିଧାନ ରେ ସାମିଲ କରା ଯାଇଛି ।
  • ଫିଜୀ ଏକ ଏପରି ଦ୍ଵିପ ଯେଉଁଠାରେ ହିନ୍ଦୀ କୁ ଏକ ସେଠାରକାର ରାଷ୍ଟଭାଷାର ମାନ୍ୟତା ମିଳିଛି । ଯେଉଁଥିପାଇଁ ସେମାନଙ୍କୁ ଫିଜିୟାନ ହିନ୍ଦୁସ୍ତାନୀ ମଧ୍ୟ କୁହାଯାଇଥାଏ ।
Share. Facebook Twitter LinkedIn Email WhatsApp Copy Link

Related Posts

କେନ୍ଦୁଝରରେ ୧୦୦ କୋଟିର ଟେକ୍ସଟାଇଲ୍ ପାର୍କର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

February 14, 2026

ଭାରତୀୟ ସେନାରେ ଯୋଗଦେବା ପାଇଁ ବଡ଼ ସୁଯୋଗ: ଜାଣନ୍ତୁ ଆବେଦନ ପ୍ରକ୍ରିୟା

February 14, 2026

ଭାରତ ନା ପାକିସ୍ତାନ, କାହାକୁ ଗ୍ରହଣ କରିବେ ତାରିକ ରହମାନ? ଏପର୍ଯ୍ୟନ୍ତ କ’ଣ ସଙ୍କେତ ମିଳୁଛି?

February 14, 2026

କୃଷି କ୍ଷେତ୍ରରେ ବିପ୍ଳବ ଆଣିବ କୃଷି ଭିତ୍ତିଭୂମି ପାଣ୍ଠି: ଶିବରାଜ ସିଂ ଚୌହାନ

February 14, 2026
Latest News

ଷ୍ଟାର୍ଟଅପ୍ ଇଣ୍ଡିଆ ଫଣ୍ଡ ଅଫ୍ ଫଣ୍ଡସ୍‌ 2.0 କୁ କ୍ୟାବିନେଟ ଅନୁମୋଦନ

February 14, 2026

‘ସେବା ତୀର୍ଥ’ ଏବଂ ‘କର୍ତ୍ତବ୍ୟ ଭବନ’କୁ ପ୍ରଶାସନିକ କାର୍ଯ୍ୟାଳୟ ସ୍ଥାନାନ୍ତର ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରି

February 14, 2026

ଜିଓ ସମେତ ୧୦ଟି ଦେଶର ୧୫ଟି ପ୍ରମୁଖ ଟେକ୍ କମ୍ପାନୀ ଗଠନ କଲେ “ଟ୍ରଷ୍ଟେଡ୍ ଟେକ୍ ଆଲାଏନ୍ସ”

February 14, 2026

ଅଭିଷେକ ଶର୍ମା ଖେଳିବେ କି?: IND vs PAK ମ୍ୟାଚ୍ ପୂର୍ବରୁ ସୂର୍ଯ୍ୟକୁମାର ଯାଦବ ଦେଲେ ସ୍ପଷ୍ଟ ଉତ୍ତର

February 14, 2026

ପ୍ରସିଦ୍ଧ ଶୈବପୀଠ ଶ୍ରୀଦକ୍ଷେଶ୍ଵରଦେବ ମନ୍ଦିରରେ ଜାଗର ଯାତ୍ରା: ଜାଣନ୍ତୁ କେବେ ଉଠିବ ମହାଦୀପ?

February 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.