Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସାକ୍ଷାତକାର ବି କେବଳ ଭକ୍ତ ସାମ୍ବାଦିକଙ୍କ ସହ, ସେଥିରେ ଗଣତନ୍ତ୍ର ସୁଦୃଢ ହେବ କେମିତି ଶ୍ରୀମାନ ପ୍ରଧାନମନ୍ତ୍ରୀଜୀ??
ବିଶେଷ ଖବର

ସାକ୍ଷାତକାର ବି କେବଳ ଭକ୍ତ ସାମ୍ବାଦିକଙ୍କ ସହ, ସେଥିରେ ଗଣତନ୍ତ୍ର ସୁଦୃଢ ହେବ କେମିତି ଶ୍ରୀମାନ ପ୍ରଧାନମନ୍ତ୍ରୀଜୀ??

January 2, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ନୂଆ ବର୍ଷ ସନ୍ଧ୍ୟାରେ ଖବର ସରବରାହ ସଂସ୍ଥା ଏଏନଆଇ ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏକ ସାକ୍ଷାତକାର ପ୍ରଚାର କରିବା ବୋଲି ସୂଚନା ଦେଲା, ସେତେବେଳେ ଏକଥା ସ୍ପଷ୍ଟ ହୋଇଯାଇଥିଲା ଯେ ଏହି ସାକ୍ଷାତକାର ପୁଣି ଏକ ପ୍ରାୟୋଜିତ କାର୍ଯ୍ୟକ୍ରମ ହେବାକୁ ଯାଉଛି। କାରଣ ଅତ୍ୟନ୍ତ ସ୍ପଷ୍ଟ। ଏଏନଆଇର ସମ୍ପାଦିକା ସ୍ମିତା ପ୍ରକାଶ ପ୍ରଧାନମନ୍ତ୍ରୀଙ୍କର ଜଣେ ପୁରୁଣା ସ୍ତାବକ ଓ ସେ କୌଣସି ପ୍ରକାର କଡା ପ୍ରଶ୍ନ ପଚାରିବାକୁ ସମର୍ଥ ହେବେନାହିଁ ବୋଲି ସମସ୍ତଙ୍କୁ ଜଣାଥିଲା। ତଥାପି ପ୍ରଧାନମନ୍ତ୍ରୀ ଭାବରେ ମୋଦୀଙ୍କ ନୂଆବର୍ଷ ସାକ୍ଷାତକାରକୁ ଆମେ ଅପେକ୍ଷା କଲୁ ଓ ୯୫ ମିନିଟ ବ୍ୟାପୀ ତାକୁ ଶୁଣିଲୁ ମଧ୍ୟ। ପ୍ରଧାନମନ୍ତ୍ରୀ ଭାବରେ ପାଞ୍ଚ ବର୍ଷ ପୂରଣ କରିବାକୁ ଯାଉଥିବା ଜଣେ ତୁଙ୍ଗ ନେତା ଆଜି ମଧ୍ୟ ଅନ୍ୟକୁ ଗାଳି ଦେଇ ନିଜର ସିଂହାସନ ବଞ୍ଚାଇବାକୁ ଚାହୁଁଛନ୍ତି। କଂଗ୍ରେସ ଓ ବିରୋଧୀ ରାଜନୀତିକୁ ଗାଳି ଦେଇ ପ୍ରଧାନମନ୍ତ୍ରୀ ଯେ ୨୦୧୯ ନିର୍ବାଚନକୁ ସାମ୍ନା କରିବାକୁ ଯାଉଛନ୍ତି, ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।

ଆପାତତଃ ପ୍ରଧାନମନ୍ତ୍ରୀଙ୍କ କଥାରେ କୌଣସି ନୂଆ କଥା ନଥିଲା। ସେ ନିଜ ଭାଷଣର ପୁନରାବୃତ୍ତି ହିଁ କରିଥିଲେ। ଆତ୍ମା ପ୍ରଶସ୍ତି ଓ ବିରୋଧୀ ନିନ୍ଦା ଛଡା ଏ ଭାଷଣରେ ଅଧିକ କିଛି ଥିଲା ଭଳି ମାନେ ହେଲାନାହିଁ। ପ୍ରଧାନମନ୍ତ୍ରୀ କୃଷି ଋଣ ଛାଡକୁ ବିରୋଧ କରିଛନ୍ତି। କାହିଁକି, ସେକଥା ବୁଝା ପଡୁନାହିଁ। ନିଜେ ପ୍ରଧାନମନ୍ତ୍ରୀ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ବୁଲି ବୁଲି କୃଷି ଋଣ ଛାଡ କରିବାକୁ ଘୋଷଣା କରିଥିଲେ। ସାକ୍ଷାତକାର କରୁଥିବା ସାମ୍ବାଦିକ ଜଣକ ଏ ପ୍ରଶ୍ନ ପ୍ରଧାନମନ୍ତ୍ରୀଙ୍କୁ ପଚାରିବା ଉଚିତ ହୋଇଥାନ୍ତା। ତେବେ କ୍ଷମତାରେ ବଡ ମୁଣ୍ଡଙ୍କୁ ପ୍ରଶ୍ନ ପଚାରିବାକୁ କଲିଜା ଥିବା ଦରକାର। ସେ କଲିଜା ଏଏନଆଇର ଯେ ନାହିଁ, ଏକଥା ବୁଝା ପଡୁଛି।

ନିଜକୁ ପୀଡିତ ଭାବରେ ଉପସ୍ଥାପିତ କରିବାକୁ ପ୍ରଧାନମନ୍ତ୍ରୀ ଭଲ ପାଆନ୍ତି। ତାଙ୍କୁ ଲାଗେ, ସମସ୍ତେ ତାଙ୍କୁ ସମାଲୋଚନା କରୁଛନ୍ତି, ଅଥଚ, ତାଙ୍କ ନିଜ ରାଜନୀତି ହେଉଛି ଗାଳି ଓ ଘୃଣାର ରାଜନୀତି। ଆଜିର ସାକ୍ଷାତକାରରେ କଂଗ୍ରେସ ପ୍ରତି ପୁଣି ଥରେ ଗୁଡାଏ ବିଷ ଉଦଗାର ହୋଇଛି। ୨୦୧୪ ନିର୍ବାଚନରେ କଂଗ୍ରେସ କୁ ଆଲୋଚନା କରିବାର କିଛି କାରଣ ଥିଲା। ହେଲେ ଆଜି ବି କଂଗ୍ରେସ ବିରୋଧରେ ଖୋଦ ପ୍ରଧାନମନ୍ତ୍ରୀ ଆଲୋଚନା କରିବାର ଅର୍ଥ ହେଉଛି, ମୋଦୀ ଏବେ କଂଗ୍ରେସକୁ ଡରିବା ଆରମ୍ଭ କରିଛନ୍ତି।

ମୋଦୀ ତେଲେଙ୍ଗାନାରେ ମେଣ୍ଟ ବିଫଳ ହୋଇଛି ବୋଲି କହିଛନ୍ତି। ତେଲେଙ୍ଗାନାରେ କେଉଁ ମେଣ୍ଟ ଓ କାହା ମେଣ୍ଟ କଥା ସେ କହୁଛନ୍ତି? ତେଲୁଗୁ ଦେଶମ ଓ କଂଗ୍ରେସର ମେଣ୍ଟ ବିରୋଧରେ ତେଲେଙ୍ଗାନା ରାଷ୍ଟ୍ର ସମିତି ଜିତିଲା। ବିଜେପି ସେଠି ମାତ୍ର ଗୋଟିଏ ଆସନ ପାଇଲା। ଚନ୍ଦ୍ରଶେଖର ରାଓଙ୍କ ସଫଳତା ବିଜେପିର ସଫଳତା ବୋଲି ମୋଦୀ କହିବାର ମାନେ କଣ? ପରୋକ୍ଷରେ ୨୦୧୯ ପାଇଁ ଏହା ଟିଆରଏସ, ବିଜେଡି ଓ ଟିଏମସି କୁ ଖୋଲା ଆମନ୍ତ୍ରଣ ନୁହେଁ ତ?

ପ୍ରଧାନମନ୍ତ୍ରୀ ନିଜେ ଏ ସାକ୍ଷାତକାର ପ୍ରସଙ୍ଗରେ ୪୦ ଟି ଟୁଇଟ କରିଛନ୍ତି। ୪୦ ଟୁଇଟ ରୁ ମାତ୍ର ଦୁଇଟି ଟୁଇଟ ରେ ସେ ନିଜ ସରକାରର ସଫଳତା କଥା କହିଛନ୍ତି। କଣ ସେ ସଫଳତା, ଦେଖାଯାଉ। ମୁଦ୍ରାସ୍ଫୀତି ସବୁଠୁ କମ। ଦେଶରେ ନୂଆ କିଛି ଆଇଆଇଟି ଓ ଆଇଆଇଏମ ଖୋଲା ହୋଇଛି। ଉତ୍ତମ ଓ ସହଜ ସ୍ୱାସ୍ଥ୍ୟ ସୁବିଧା ଯୋଗାଇଦିଆ ଯାଇଛି ଏବଂ ଉଡାଜାହାଜରେ ଉଡିବା ଶସ୍ତା ହୋଇଛି। ବିକାଶ କହିଲେ ଏତିକି ମାତ୍ର! ମୁଦ୍ରାସ୍ଫୀତି କମ ରହିଛି ହେଲେ, ଦରଦାମ କମୁନାହିଁ, ଏହାର କାରଣ କେବଳ ପ୍ରଧାନମନ୍ତ୍ରୀଙ୍କୁ ଜଣା! ଆଇଆଇଟି ଓ ଆଇଆଇଏମ ସବୁ ସରକାର ଖୋଲି ଚାଲିଛନ୍ତି, ନୂଆ କଣ? ଆୟୁଷ୍ମାନ ଭାରତ କେବଳ କାଗଜ କଲମରେ ଚାଲିଛି। ଆଉ ଉଡାଜାହାଜରେ ଉଡିବା ଲାଗି ଏ ଦେଶର ୯୯% ଲୋକଙ୍କ ସମ୍ବଳ ନାଇଁ। ଏଥିରୁ ବୁଝା ପଡୁଛି, ପ୍ରଧାନମନ୍ତ୍ରୀ କାହାର ବିକାଶ କରିଛନ୍ତି।

ନିର୍ବାଚନ ଆଗରୁ ଏବେବି ବିଜେପି ରାମ ମନ୍ଦିର, ତିନି ତଲାକ, କଂଗ୍ରେସ ବିରୋଧ ଭଳି ପୁରୁଣା ପ୍ରସଙ୍ଗରେ ରହିଛି। ସରକାର ସଫଳତା ଓ ବିକାଶର ଅନୁଭବ ବିଷୟରେ ପ୍ରଧାନମନ୍ତ୍ରୀଙ୍କର କିଛି କହିବାର ନାହିଁ। ପ୍ରଧାନମନ୍ତ୍ରୀଙ୍କ ପାଖରେ ଗାନ୍ଧୀ ପରିବାର ଓ ମନମୋହନ ସିଂଙ୍କୁ ଗାଳି କରିବା ଛଡା, ଦେଶକୁ ବାର୍ତ୍ତା ଦେବା ପାଇଁ ଆଉ ଅଧିକ କିଛି ନାହିଁ।

ଶେଷରେ ଆମେ କହିବୁ ଯେ, ପ୍ରଧାନମନ୍ତ୍ରୀ କେବେ ଏକ ସାମ୍ବାଦିକ ସମ୍ମିଳନୀ ଡାକିବେ? ପ୍ରାୟୋଜିତ ପ୍ରଶ୍ନର ଉତ୍ତର ନଦେଇ ଖୋଲାଖୋଲି ସାମ୍ବାଦିକଙ୍କୁ ସାମ୍ନା ନ କଲା ଯାଏ ପ୍ରଧାନମନ୍ତ୍ରୀ ଗଣତନ୍ତ୍ର ପ୍ରତି ଅନୁରକ୍ତ ବୋଲି ପ୍ରମାଣିତ ହୋଇପାରିବେ ନାହିଁ।

kedarmishra Modi
Share. Facebook Twitter LinkedIn Email WhatsApp Copy Link

Related Posts

PM Maan Ki Baat: ବିଶ୍ବର ଯୁଦ୍ଧ ପରିସ୍ଥିତିକୁ ମୁକାବିଲା କରିବାକୁ ମନ କୀ ବାତ୍ ରେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ

March 29, 2026

ଦେଶର ସମସ୍ତ ପେଟ୍ରୋଲ ପମ୍ପରେ ପର୍ଯ୍ୟାପ୍ତ ପରିମାଣରେ ପେଟ୍ରୋଲ ଏବଂ ଡିଜେଲ ଉପଲବ୍ଧ: କେନ୍ଦ୍ର

March 29, 2026

ପ୍ରତିରକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପ୍ରଥମ ଆଇଜିଓଏମ ବୈଠକ

March 29, 2026

ପାଣିନୀଙ୍କ ଠାରୁ ଏଆଇ ଷ୍ଟାକ୍ ପର୍ଯ୍ୟନ୍ତ: ଦିଲ୍ଲୀର ଏଆଇ ମଞ୍ଚରେ ଜାତୀୟ କ୍ଷମତାର ନୂତନ ପରିଭାଷା

March 28, 2026
Latest News

PM Maan Ki Baat: ବିଶ୍ବର ଯୁଦ୍ଧ ପରିସ୍ଥିତିକୁ ମୁକାବିଲା କରିବାକୁ ମନ କୀ ବାତ୍ ରେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ

March 29, 2026

ବିଜେପିରେ କାହିଁକି ଯୋଗ ଦେଉଛନ୍ତି କଂଗ୍ରେସ ନେତା?: କାରଣ କହିଲେ ରାହୁଲ ଗାନ୍ଧୀଙ୍କ ସହଯୋଗୀ

March 29, 2026

ଆସନ୍ତା ୩ ଯାଏଁ ଜାରି ରହିବ କାଳବୈଶାଖୀ ପ୍ରକୋପ: ଏହି ଜିଲ୍ଲାଗୁଡିକରେ ବଜ୍ରପାତ ସହ ବର୍ଷା ଆଶଙ୍କା

March 29, 2026

ଆଜି ଆଇପିଏଲ ରେ ମୁମ୍ବାଇ ଏବଂ କୋଲକାତା ମଧ୍ୟରେ ମ୍ୟାଚ୍: ଜାଣନ୍ତୁ ପ୍ଲେଇଂ ଇଲେଭେନ

March 29, 2026

“ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ: ଆଜି ୬:୩୦ରୁ ସେଲିବ୍ରେଟି ୱିଥ୍ ଲିଟିଲ ମାଷ୍ଟର୍ ଗ୍ରାଣ୍ଡ ଫିନାଲେ

March 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.