Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କିପରି ପାଇପାରିବେ ଡ୍ରାଇଭିଂ ଲାଇସେନ୍ସ, ଜାଣନ୍ତୁ ଏହାର ସର୍ବନିମ୍ନ ଯୋଗ୍ୟତା ଓ ଆବଶ୍ୟକୀୟ ପ୍ରମାଣପତ୍ର ସମ୍ପର୍କରେ…
ବିଶେଷ ଖବର

କିପରି ପାଇପାରିବେ ଡ୍ରାଇଭିଂ ଲାଇସେନ୍ସ, ଜାଣନ୍ତୁ ଏହାର ସର୍ବନିମ୍ନ ଯୋଗ୍ୟତା ଓ ଆବଶ୍ୟକୀୟ ପ୍ରମାଣପତ୍ର ସମ୍ପର୍କରେ…

September 15, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଦେଶରେ ଜାରି ହୋଇଥିବା ନୂତନ ସଂଶୋଧିତ ମୋଟର ଯାନ ଆଇନ୍ ପରେ ଲାଇସେନ୍ସ, ପଲ୍ୟୁସନ୍‌ ଓ ଇନ୍ସ୍ୟୁରାନ୍ସ ଆଦିକୁ ବିଶେଷ ପ୍ରାଧାନ୍ୟ ଦିଆଯାଇଛି। ତେବେ ନୂତନ ନିୟମ ଟିକେ ଅଧିକ କଡ଼ା ହୋଇଥିବାରୁ ରାଜ୍ୟସରକାର ଏହି କ୍ଷେତ୍ରରେ ତିନିମାସର କୋହଳ କରିଛନ୍ତି। କିନ୍ତୁ ଡ୍ରାଇଭିଂ ଲାଇସେନ୍ସ ବିନା ଗାଡ଼ି ଚଲାଇବା ଦ୍ବାରା ମୋଟା ଅଙ୍କର ଜରିମାନା ସହିତ ଦଣ୍ଡିତ ହେବାର ପ୍ରାବଧାନ ରହିଛି। ନୂତନ ସଡକ ନିୟମ ଆସିବା ପରେ ଏବେ ସମେସ୍ତ ଡ୍ରାଇଭିଂ ଲାଇସେନ୍ସ ପଞ୍ଜିକରଣ ଓ ନବୀକରଣ କରିବାରେ ଲାଗିପଡିଛନ୍ତି। ତେବେ ଆସନ୍ତୁ ଜାଣିବା ଆମେ କିପରି ଡ୍ରାଇଭିଂ ଲାଇସେନ୍ସ କରିପାରିବା।

ଯାନର ପ୍ରକାରକୁ ଦେଖି ଭିନ୍ନ ଭିନ୍ନ ଲାଇସେନ୍ସ ଜାରି କରାଯାଇଥାଏ। ତେବେ ବିଭିନ୍ନ ଡ୍ରାଇଭିଂ ଲାଇସେନ୍ସଗୁଡ଼ିକ ମଧ୍ୟରେ ରହିଛି –

  • ବିନା ଗିୟର ବାଲା ମୋଟରସାଇକେଲ ଲାଇସେନ୍ସ
  • ଗିୟରବାଲା ମୋଟରସାଇକେଲ ଲାଇସେନ୍ସ
  • ଇନ୍‌ଭାଲିଡ୍‌ କ୍ୟାରେଜ୍‌
  • ହାଲୁକା ମୋଟର ଯାନ
  • ମଧ୍ୟମ ଗୁଡସ୍‌ ଯାନ
  • ମଧ୍ୟମ ଯାତ୍ରୀ ମୋଟର ଯାନ
  • ଭାରି ଗୁଡସ୍‌ ଯାନ
  • ରୋଡ୍‌ ରୋଲର୍‌

ଡ୍ରାଇଭିଂ ଲାଇସେନ୍ସ ପାଇଁ ଯୋଗ୍ୟତା

ଡ୍ରାଇଭିଂ ଲାଇସେନ୍ସ ପାଇଁ ଆପଣଙ୍କ ପାଖରେ ସର୍ବନିମ୍ନ ଯୋଗ୍ୟତା ରହିଥିବା ଆବଶ୍ୟକ, ସେଗୁଡ଼ିକ ହେଲା –

– ଆବେଦନାକରୀ ଜଣକ ଅତି କମ୍‌ରେ ୧୮ ବର୍ଷ ର ହୋଇଥିବେ। ଏହି ବୟସର ଆବେଦନକାରୀ କେବଳ ହାଲୁକା ମୋଟର ଯାନ ଲାଇସେନ୍ସ ପାଇପାରିବେ।

– ଆବେଦନକାରୀଙ୍କୁ ସର୍ବନିମ୍ନ ୨୦ ବର୍ଷ ହୋଇଥିଲେ ପରିବହନ ବାହନର ଲାଇସେନ୍ସ ମିଳିପାରିବ।

–  ଆବେଦନକାରୀ ଜଣକ ଭଲରୂପେ ଟ୍ରାଫିକ୍‌ ନିୟମ ତଥା କଟକଣାକୁ ଜାଣିଥିବେ।

– ଆବେଦନକାରୀ ଜଣକ ଲର୍ଣ୍ଣର୍‌ ଲାଇସେନ୍ସ ପ୍ରାପ୍ତର ୩୦ ଦିନ କିମ୍ବା ୧୮୦ ଦିନ ଭିତରେ  ଡ୍ରାଇଭିଂ ପ୍ରମାଣପତ୍ର ପାଇପାରିବେ।

ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବଶ୍ୟକୀୟ ପ୍ରମାଣପତ୍ର

ଡ୍ରାଇଭିଂ ଲାଇସେନ୍ସ ପାଇଁ କିଛି ପ୍ରମାଣପତ୍ର ଆବଶ୍ୟକୀୟ ହୋଇଥାଏ, ଆସନ୍ତୁ ଜାଣିବା ସେଗୁଡ଼ିକ କ’ଣ କ’ଣ ?

  • – ବୟସ ପ୍ରମାଣ ପତ୍ର (ବିଦ୍ୟାଳୟର ପ୍ରମାଣପତ୍ର, ଜନ୍ମ ପ୍ରମାଣପତ୍ର, ପାନ୍‌ କାର୍ଡ ଇତ୍ୟାଦି)
  • – ଠିକଣା ପ୍ରମାଣପତ୍ର (ପାସପୋର୍ଟ, ଭୋଟର ଆଇକାର୍ଡ, ଏଲଆଇସି ପଲିସି ବଣ୍ଡ ଇତ୍ୟାଦି)
  • – ଫର୍ମ ୪
  • – ଲର୍ଣ୍ଣର ଲାଇସେନ୍ସ
  • – ଫର୍ମ ୫ (ଯଦି ଆବେଦନକାରୀ ପରିବହନ ଲାଇସେନ୍ସ ଦରକାର କରୁଥିବେ)

କିପରି କରିବେ ଆବେଦନ :

ଆବେଦନକାରୀ ଉଭୟ ଅନ୍‌ ଲାଇନ୍‌ ଓ ଅଫ୍‌ଲାଇନ୍‌ରେ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିପାରିବେ।

ଅନ୍‌ଲାଇନ୍‌ରେ କିପରି କରିବେ ଆବେଦନ

ଓଡ଼ିଶା ପାଇଁ ଅନ୍‌ଲାଇନ୍‌ ଡ୍ରାଇଭିଂ ଲାଇସେନ୍ସ କରିବାର ଉପାୟ

– sarathi.nic.in ଭିଜିଟ୍‌ କରନ୍ତୁ

– ‘ଆପିଲକିସନ୍‌ ଫର୍ମ ଫର୍‌ ନ୍ୟୁ ଏଲ୍‌ଏଲ୍‌ ଆଣ୍ଡ ଡିଏଲ୍‌’ ଅର୍ଥାତ୍‌ ସେଠାରେ ଥିବା ନୂତନ ଡ୍ରାଇଭିଂ ପ୍ରମାଣପତ୍ର ଉପରେ କ୍ଲିକ୍‌ କରନ୍ତୁ।

– ସେଥିରେ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଲେଖନ୍ତୁ

– ପରେ ଫର୍ମକୁ ସବ୍‌ମିଟ୍‌ କରିବା ପୂର୍ବରୁ ଫଟୋ ତଥା ଅନ୍ୟାନ୍ୟ ଆବଶ୍ୟକୀୟ ପ୍ରମାଣପତ୍ରକୁ ଅପଲୋଡ୍‌ କରନ୍ତୁ

– ଏସବୁ ପରେ ଆପଣଙ୍କୁ ଗୋଟେ ଓ୍ବେବ୍‌ ଆପ୍‌ଲିକସନ୍‌ ନମ୍ବର ପ୍ରାପ୍ତ ହେବ

– ଏହାପରେ ଆପଣ ଅନଲାଇନ୍‌ରେ ଆବେଦନ ପଇସା ପୈଠ କରିବେ।

କିମ୍ବା

as2.ori.nic.in.8080/web ଜରିଆରେ ଆପଣ ଡ୍ରାଇଭିଂ ଲାଇସେନ୍ସ ପ୍ରମାଣପତ୍ର ପାଇଁ ଆବେଦନ କରିପାରିବେ।

  • ଉପରେ ଦିଆଯାଇଥିବା ସାଇଟ୍‌କୁ ଖୋଲି ସେଥିରେ ରାଜ୍ୟରେ ନିଜ ରାଜ୍ୟକୁ ଚୟନ କରି ଅନ୍‌ଲାଇନ୍‌ ପାଇଁ ମଧ୍ୟ ଆବେଦନ କରିପାରିବେ
  • ପରେ ସେଥିରେ ଦିଆଯାଇଥିବା ଫର୍ମକୁ ପୂରଣ କରିବା ସହ ଲର୍ଣ୍ଣିଙ୍ଗ ଲାଇସେନ୍ସ ନମ୍ବର ଓ ଜନ୍ମ ସମୟ ଦିଅନ୍ତୁ।
  • ତା’ପରେ ଏଥିରେ ଆବଶ୍ୟକୀୟ ପ୍ରମାଣପତ୍ରକୁ ଅପଲୋଡ୍‌ କରନ୍ତୁ
  • ପରେ ଡ୍ରାଇଭିଂ ଲାଇସେନ୍ସ ପାଇଁ ଶୁଳ୍କ ଦେୟ କରନ୍ତୁ।

ଅନ୍‌ଲାଇନ୍‌ରେ ଆବେଦନ କରିସାରିବା ପରେ ନିକଟସ୍ଥ ଆରଟିଓ ଅଫିସ୍‌ ଯାଇ ଡ୍ରାଇଭିଂ ଟେଷ୍ଟ ଦେବାକୁ ପଡ଼ିବ।

ଯଦି ଆବେଦନକାରୀ ଡ୍ରାଇଭିଂ ଟେଷ୍ଟରେ ଉତ୍ତୀର୍ଣ୍ଣ ହେବେ, ତେବେ ତାଙ୍କ ଘର ଠିକଣାରେ ଡ୍ରାଇଭିଂ ଲାଇସେନ୍ସ ପାଇପାରିବେ।

ଅପ୍‌ ଲାଇନ୍‌ରେ କିପରି କରିବେ ଆବେଦନ

  • ଆବେଦନକାରୀ ନିକଟସ୍ଥ ଆରଟିଓ ଅଫିସ୍‌ ଯାଇ ଫର୍ମ ସଂଗ୍ରହ କରନ୍ତୁ
  • ଆବେଦନକାରୀ ଫର୍ମଟିକୁ ନିର୍ଭୁଲ୍‌ ଭାବରେ ପୂରଣ କର ପ୍ରମାଣପତ୍ର ଯାଞ୍ଚ କରନ୍ତୁ
  • ଏହି ଫର୍ମଟି ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ ସମୟରେ ପ୍ରମାଣପତ୍ର ତଥା ଫର୍ମଟି ଯାଞ୍ଚ କରାଯିବ।
  • ଯଦି ଆବେଦନକାରୀ ଡ୍ରାଇଭିଂ ଟେଷ୍ଟରେ ସଫଳ ହେଉଛନ୍ତି, ତେବେ ତାଙ୍କୁ ୨ରୁ ୩ ସପ୍ତାହ ମଧ୍ୟରେ ଆବେଦନକାରୀଙ୍କ ଠିକଣାରେ ଡ୍ରାଇଭିଂ ଲାଇସେନ୍ସ ଉପଲବ୍ଧ ହେବ।
Share. Facebook Twitter LinkedIn Email WhatsApp Copy Link

Related Posts

କେନ୍ଦୁଝରରେ ୧୦୦ କୋଟିର ଟେକ୍ସଟାଇଲ୍ ପାର୍କର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

February 14, 2026

ଭାରତୀୟ ସେନାରେ ଯୋଗଦେବା ପାଇଁ ବଡ଼ ସୁଯୋଗ: ଜାଣନ୍ତୁ ଆବେଦନ ପ୍ରକ୍ରିୟା

February 14, 2026

ଭାରତ ନା ପାକିସ୍ତାନ, କାହାକୁ ଗ୍ରହଣ କରିବେ ତାରିକ ରହମାନ? ଏପର୍ଯ୍ୟନ୍ତ କ’ଣ ସଙ୍କେତ ମିଳୁଛି?

February 14, 2026

କୃଷି କ୍ଷେତ୍ରରେ ବିପ୍ଳବ ଆଣିବ କୃଷି ଭିତ୍ତିଭୂମି ପାଣ୍ଠି: ଶିବରାଜ ସିଂ ଚୌହାନ

February 14, 2026
Latest News

ଷ୍ଟାର୍ଟଅପ୍ ଇଣ୍ଡିଆ ଫଣ୍ଡ ଅଫ୍ ଫଣ୍ଡସ୍‌ 2.0 କୁ କ୍ୟାବିନେଟ ଅନୁମୋଦନ

February 14, 2026

‘ସେବା ତୀର୍ଥ’ ଏବଂ ‘କର୍ତ୍ତବ୍ୟ ଭବନ’କୁ ପ୍ରଶାସନିକ କାର୍ଯ୍ୟାଳୟ ସ୍ଥାନାନ୍ତର ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରି

February 14, 2026

ଜିଓ ସମେତ ୧୦ଟି ଦେଶର ୧୫ଟି ପ୍ରମୁଖ ଟେକ୍ କମ୍ପାନୀ ଗଠନ କଲେ “ଟ୍ରଷ୍ଟେଡ୍ ଟେକ୍ ଆଲାଏନ୍ସ”

February 14, 2026

ଅଭିଷେକ ଶର୍ମା ଖେଳିବେ କି?: IND vs PAK ମ୍ୟାଚ୍ ପୂର୍ବରୁ ସୂର୍ଯ୍ୟକୁମାର ଯାଦବ ଦେଲେ ସ୍ପଷ୍ଟ ଉତ୍ତର

February 14, 2026

ପ୍ରସିଦ୍ଧ ଶୈବପୀଠ ଶ୍ରୀଦକ୍ଷେଶ୍ଵରଦେବ ମନ୍ଦିରରେ ଜାଗର ଯାତ୍ରା: ଜାଣନ୍ତୁ କେବେ ଉଠିବ ମହାଦୀପ?

February 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.