Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମହିଳା ସୁରକ୍ଷା ପ୍ରସଙ୍ଗରେ ବିଜେପି ନେତା ସ୍ଵାମୀ ଚିନ୍ମୟାନନ୍ଦ ଓ କୁଲଦୀପ ସେଙ୍ଗରଙ୍କ ଲାଗି ଅଲଗା ଆଇନ ଅଛି କି?
ବିଶେଷ ଖବର

ମହିଳା ସୁରକ୍ଷା ପ୍ରସଙ୍ଗରେ ବିଜେପି ନେତା ସ୍ଵାମୀ ଚିନ୍ମୟାନନ୍ଦ ଓ କୁଲଦୀପ ସେଙ୍ଗରଙ୍କ ଲାଗି ଅଲଗା ଆଇନ ଅଛି କି?

September 17, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଭାରତରେ ବୋଧହୁଏ ଅପରାଧୀଙ୍କ ଲାଗି ଦୁଇ ପ୍ରକାର ଆଇନ ରହିଛି! ଗୋଟେ ଆଇନ ସାଧାରଣ ଅପରାଧୀଙ୍କ ପାଇଁ ଓ ଆଉ ଏକ ଆଇନ ଶାସକ ବିଜେପି ଦଳର ଅଭିଯୁକ୍ତ ନେତାମାନଙ୍କ ପାଇଁ। ଅନ୍ତତଃ ଉତ୍ତର ପ୍ରଦେଶର ଦୁଇଟି ଚର୍ଚ୍ଚିତ ଧର୍ଷଣ ଘଟଣାରେ ପୋଲିସ ତଥା ଅଦାଲତର ଗତିବିଧି ଦେଖି ଏମିତି ଏକ ଦୁର୍ଭାଗ୍ୟଜନକ ସିଦ୍ଧାନ୍ତରେ ପହଞ୍ଚିବାକୁ ଆମେ ବାଧ୍ୟ ହେଉଛୁ। ଧର୍ଷଣ ବା ଦୁଷ୍କର୍ମ ମାମଲାରେ ପୀଡ଼ିତାଙ୍କର ଅଭିଯୋଗ ମାତ୍ରେ ପୋଲିସ ତୁରନ୍ତ ଅଭିଯୁକ୍ତ ଉପରେ କାର୍ୟାନୁଷ୍ଠାନ ନେବାର ବିଧି ରହିଛି। ଉତ୍ତର ପ୍ରଦେଶରେ କିନ୍ତୁ ଏ ନିୟମ ସରକାରୀ ଦଳର ଅଭିଯୁକ୍ତ ନେତାମାନଙ୍କ କ୍ଷେତ୍ରରେ ଲାଗୁ ହେଉନାହିଁ। ଉନ୍ନାଓ ମାମଲାରେ ବିଜେପି ବିଧାୟକ କୁଳଦୀପ ସେଙ୍ଗର ପୋଲିସ ଓ ଉତ୍ତର ପ୍ରଦେଶ ପ୍ରଶାସନର ଖୋଲା ସମର୍ଥନରେ ତାଙ୍କ ବିରୋଧରେ ଅଭିଯୋଗ ଆଣିଥିବା ପୀଡ଼ିତାଙ୍କ ପୁରା ପରିବାରକୁ ନିପାତ କରିଦେଲେ। ଆଇନର ଲମ୍ବା ହାତ ପୀଡ଼ିତାଙ୍କୁ ସୁରକ୍ଷା ଦେଇ ପାରିଲା ନାହିଁ। ଆଜି ମଧ୍ୟ ପୀଡ଼ିତା ନିଜ ଜୀବନ ବଞ୍ଚାଇବାକୁ ସଂଘର୍ଷ କରୁଛନ୍ତି। ନ୍ୟାୟ ପାଇବା ଲାଗି ତାଙ୍କର ସଂଘର୍ଷରେ ଦେଶର ଆଇନ, ଅଦାଲତ ଓ ଦେଶବାସୀ, କେହି ତାଙ୍କ ସହିତ ସହଯୋଗର ହାତ ବଢାଇନାହାନ୍ତି।

ଏବେ ଆଉ ଏକ ଚର୍ଚ୍ଚିତ ମାମଲା ସାରା ଦେଶକୁ ସ୍ତବ୍ଧ କରି ଦେଇଛି। ବିଜେପି ସରକାରରେ ଏକଦା ଗୃହମନ୍ତ୍ରୀ ଥିବା ଓ ବିଜେପିର ବରିଷ୍ଠ ନେତା ସ୍ଵାମୀ ଚିନ୍ମୟାନନ୍ଦ ବିରୋଧରେ ସାଂଘାତିକ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି, ଶାହାଜାହାନପୁର ଆଇନ କଲେଜର ଜଣେ ଛାତ୍ରୀ। ଏହି କଲେଜର ମୁଖିଆ ଭାବରେ କାମ କରୁଥିବା ଚିନ୍ମୟାନନ୍ଦ ଛାତ୍ରୀ ଜଣଙ୍କୁ ଯୌନ ନିର୍ୟାତନା ଦେବା ସହିତ ବାରମ୍ବାର ତାଙ୍କୁ ବଳାତ୍କାର କରିଥିବାର ଅଭିଯୋଗ ହୋଇଛି। ଚିନ୍ମୟାନନ୍ଦଙ୍କ କଳଙ୍କିତ କାରନାମାର ଭିଡିଓ ରେକର୍ଡିଙ୍ଗ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି। ନିର୍ଦ୍ଦିଷ୍ଟ ପ୍ରମାଣ ସହିତ ପୋଲିସରେ ଅଭିଯୋଗ ହୋଇଥିଲେ ମଧ୍ୟ ଉତ୍ତର ପ୍ରଦେଶ ପୋଲିସ ଚିନ୍ମୟାନନ୍ଦଙ୍କୁ  ଗିରଫ କରିନାହିଁ। ଏ ପ୍ରକାର ମାମଲାରେ ଯେତିକି ଆପାତ ପ୍ରମାଣ ରହିଛି, ସେତିକିରେ ଅନ୍ୟ ଯେ କୌଣସି ଅପରାଧୀକୁ ପୋଲିସ ବାନ୍ଧି ସାରିଥାନ୍ତା। ହେଲେ ଚିନ୍ମୟାନନ୍ଦ ବିଜେପିର ଜଣେ ପ୍ରଭାବଶାଳୀ ନେତା ଓ ସେ ନିଜକୁ ସାଧୁ ବୋଲାଉଥିବାରୁ ପୋଲିସ ହାତ ବାନ୍ଧି ବସିଛି।

ଏ ପ୍ରସଙ୍ଗରେ ସୁପ୍ରିମ କୋର୍ଟ ମଧ୍ୟ ବିଚିତ୍ର ମତିଗତି ଦେଖାଇଛନ୍ତି। ପୀଡ଼ିତାଙ୍କ ଅଭିଯୋଗ ଉପରେ ତଦନ୍ତ କରିବାକୁ ଏକ ସ୍ଵତନ୍ତ୍ର ଟାସ୍କ ଫୋର୍ସ ଗଠନ କରିବାକୁ ସୁପ୍ରିମ କୋର୍ଟ କହିଛନ୍ତି। ଅଭିଯୁକ୍ତ ଆଜି ଯାଏ ଗିରଫ ହୋଇନାହାନ୍ତି। ଓଲଟି ଚିନ୍ମୟାନନ୍ଦକୁ ଛୁଇଁଲେ ହିନ୍ଦୁ ସମାଜ ତାଟି ଉଠିବେ ବୋଲି ଧମକ ଦିଆ ଯାଉଛି। ହିନ୍ଦୁ ଧର୍ମର ଠିକାଦାର ହେବାକୁ ଯାଇ ଚିନ୍ମୟାନନ୍ଦ ଭଳି ଛଦ୍ମ ବାବାଜୀମାନେ ଯୌନ ଶୋଷଣ ଓ ବଳାତ୍କାର କରି ଖସି ଯାଉଛନ୍ତି। ଏହା ପୂର୍ବରୁ ଆଶାରାମ ବାପୁ, ବାବା ରାମ ରହିମ ଓ ରାମପାଲ ଭଳି ବଳାତ୍କାରୀ ଅଦାଲତ ଦ୍ଵାରା ଦଣ୍ଡିତ ହୋଇଥିଲେ ମଧ୍ୟ ସେମାନଙ୍କୁ ଭକ୍ତମାନଙ୍କର ଅନ୍ଧ ସମର୍ଥନ ମିଳି ଚାଲିଛି।

ବାବାଜୀ ହୋଇଗଲେ ଅପରାଧ କରିବାର ଲାଇସେନ୍ସ ମିଳିଯାଏ ବୋଲି ଅନେକ ଆଜି ମଧ୍ୟ ଅନ୍ଧ ବିଶ୍ଵାସରେ ବଞ୍ଚନ୍ତି। ଭକ୍ତମାନେ ଅନ୍ଧ ଭୋଟର ହୋଇ ପାରିବେ ତେଣୁ ଭକ୍ତଙ୍କର ଅପରାଧୀ ଗୁରୁମାନଙ୍କୁ ବିଭିନ୍ନ ରାଜନୈତିକ ଦଳ ସୁରକ୍ଷା ଦେଇଥାନ୍ତି। ଚିନ୍ମୟାନନ୍ଦ କ୍ଷେତ୍ରରେ ତାହା ହିଁ ଘଟୁଛି। ମାନ୍ୟବର ସୁପ୍ରିମ କୋର୍ଟ ଅଭିଯୋଗକାରିଣୀଙ୍କୁ  ସୁରକ୍ଷା ଦେବାଲାଗି ପୋଲିସ କୁ ନିର୍ଦ୍ଦେଶ ଦେଇଥିବା ବେଳେ ବାସ୍ତବରେ ତାଙ୍କ ଜୀବନ ଯେ ସୁରକ୍ଷିତ ରହିବ, ଏହାକୁ ନେଇ ସନ୍ଦେହ ରହିଛି। ଉନ୍ନାଓ ଘଟଣାରେ ଉତ୍ତର ପ୍ରଦେଶ ପୋଲିସର ପାରିବାପଣ ଆମେ ଦେଖିଛୁ। ଏବେ ଆଉ ଏକ ସାଂଘାତିକ ଅଭିଯୋଗ ପୀଡ଼ିତାଙ୍କ ବାପା ଆଣିଛନ୍ତି ଓ ସେ ଏହି ପ୍ରସଙ୍ଗରେ ସୁପ୍ରିମ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ ମଧ୍ୟ କରିଛନ୍ତି। ଅଭିଯୋଗକାରିଣୀ ଚିନ୍ମୟାନନ୍ଦ ବିରୋଧରେ ଯେଉଁ ସବୁ ଭିଡିଓ ପ୍ରମାଣ ସ୍ବତନ୍ତ ଟାସ୍କ ଫୋର୍ସ କୁ ଦେଇଥିଲେ ତାକୁ ପୋଲିସ ଲିକ କରିଥିବାର ଅଭିଯୋଗ ହୋଇଛି।

ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ଚିନ୍ମୟାନନ୍ଦ କେଉଁଠି ନା କେଉଁଠି ବ୍ୟବସ୍ଥାର ପୂର୍ଣ୍ଣ ସହଯୋଗ ପାଉଛନ୍ତି। ଦେଶର ଜଣେ ପୂର୍ବତନ ଗୃହ ମନ୍ତ୍ରୀ ନାଁରେ ଏପ୍ରକାର ଅଭିଯୋଗ ଆସିବା ଓ ସେଥିରେ ଆମର ବ୍ୟବସ୍ଥା ହାତ ବାନ୍ଧି ବସିବା, ସବୁଠୁ ବିଡମ୍ବନାର ବିଷୟ। ନିର୍ଭୟା ମାମଲାରେ ଏ ଦେଶର ଜାଗ୍ରତ ହୋଇଥିବା ବିବେକ ଆଜି ବୋଧହୁଏ ମରି ଯାଇଛି। ନାରୀ ଶିକ୍ଷା ଓ ସୁରକ୍ଷା ବିଷୟରେ ବଡ ବଡ ଭାଷଣ ଦେଉଥିବା ପ୍ରଧାନମନ୍ତ୍ରୀ ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଏ ପ୍ରସଙ୍ଗରେ ପ୍ରଶ୍ନ ପଚାରିବାର ସତ ସାହସ ଆଜିର ଗଣମାଧ୍ୟମ ପାଖରେ ନାଇଁ। କ୍ଷମତା ଓ ବ୍ୟବସ୍ଥା ର ପାଦ ତଳେ ଲାଞ୍ଜ ଜାକି ଶୋଇଥିବା ଆଜିର ଜାତୀୟ ଗଣମାଧ୍ୟମର ପାଟି ମଧ୍ୟ ଆଜି ବନ୍ଦ।

ଆଜିର ପରିସ୍ଥିତିରେ ଧର୍ଷଣକାରୀ ଓ ବଳାତ୍କାରୀଙ୍କ ହାତରେ କ୍ଷମତା ଅଛି ବୋଲି କହିବା ଭୁଲ ହେବ କି?

Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ-ବାଣପୁର ଏନଏସି ମିଶି ହେବ ଏକ ମ୍ୟୁନିସିପାଲିଟି, ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ କଲେ ଘୋଷଣା

March 7, 2026

ଆଜି ଦିଲ୍ଲୀରେ ବିଭିନ୍ନ ବିକାଶ ପ୍ରକଳ୍ପ ଉଦ୍‌ଘାଟନ ଏବଂ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

March 7, 2026

ସରକାର ଏଗ୍ରିଷ୍ଟାକ୍‌ ମାଧ୍ୟମରେ କୃଷି ପାଇଁ ଏକ ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମି ବିକଶିତ କରୁଛି: ପ୍ରଧାନମନ୍ତ୍ରୀ

March 7, 2026

୩୨୭୫ କୋଟିରୁ ଅଧିକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଅମିତ ଶାହ

March 6, 2026
Latest News

ଲକ୍ଷ ଲକ୍ଷ ଭାରତୀୟ ପିଲାଙ୍କୁ ଅଲିମ୍ପିକ୍ ମୂଲ୍ୟବୋଧ ସହିତ ଯୋଡିବା ପଦକ୍ଷେପକୁ ଆଇଓସିର ପ୍ରଶଂସା

March 7, 2026

ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ ଚଳାଚଳରେ ଅସ୍ଥାୟୀ ପରିବର୍ତ୍ତନ

March 7, 2026

ଜନ ଔଷଧି ଦିବସ ୨୦୨୬ ଅବସରରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶୁଭେଚ୍ଛା

March 7, 2026

ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ସୁବର୍ଣ୍ଣ ଜୟନ୍ତୀ ମହାସମାରୋହରେ ପାଳିତ

March 7, 2026

UPSC ପରୀକ୍ଷାରେ ସଫଳତା ପାଇଥିବା ସାତ୍ତ୍ୱିକ ସତ୍ୟକାମଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

March 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.