Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସାବରୀମାଲା ମନ୍ଦିରରେ ମହିଳାଙ୍କ ପ୍ରବେଶ ଓ ସମର୍ଥନରେ ଗଢା ହୋଇଥିବା ମାନବ ଶୃଙ୍ଖଳ, ଲିଙ୍ଗଗତ ସମାନତା ଲାଗି ଏକ କ୍ରାନ୍ତିକାରୀ ନବଜାଗରଣର ସଙ୍କେତ
ବିଶେଷ ଖବର

ସାବରୀମାଲା ମନ୍ଦିରରେ ମହିଳାଙ୍କ ପ୍ରବେଶ ଓ ସମର୍ଥନରେ ଗଢା ହୋଇଥିବା ମାନବ ଶୃଙ୍ଖଳ, ଲିଙ୍ଗଗତ ସମାନତା ଲାଗି ଏକ କ୍ରାନ୍ତିକାରୀ ନବଜାଗରଣର ସଙ୍କେତ

January 3, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସାଗରିକା

ଗୋଟେ ପୁରୁଣା ବଙ୍ଗଳା ବାଊଲ ଗୀତାରେ କୁହାଯାଏ   ନାରୀ ଓ ପୁରୁଷ ଗୋଟିଏ ସାଇକେଲର ଦୁଇଟି ଚକ । ଆମର ମହାନ କବି ଭୀମ ଭୋଇ କହନ୍ତି- ଶୂନ୍ୟ ପବନ ପୁରୁଷ ବୋଲାଇଲା ଜଳଧାରା ହେଲା ସ୍ତୀରୀ। ହେଲେ ସ୍ବାଧିନତାର ୭୨ ବର୍ଷ ବିତିଯାଇଥିଲେ ମଧ୍ୟ ଆମମାନଙ୍କ ମାନସିକତା ଏବେ ସମାନତାର ଅଧିକାରକୁ ସ୍ଵୀକାର କରିନାହିଁ। ଆଜି ବି ଆମର ପୁରୁଷତାନ୍ତ୍ରିକ ସମାଜ ନାରୀକୁ ସମାନତାର ମର୍ଯାଦା ଦେଇପାରିନାହି। ଆଜି ବି ଆମେ ଲିଙ୍ଗଗତ  ଅସମାନତାରେ ବିଶ୍ବାସ କରୁଛୁ।  ଧର୍ମର ଦ୍ଵାହି ଦେଇ ସମାନତା ଅଧିକାରକୁ କ୍ଷୁଣ୍ଣ  କରୁଛୁ । ଆମର ଖୋଦ ପ୍ରଧାନମନ୍ତ୍ରୀ ମନ୍ଦିର ଭିତରେ ମହିଳାଙ୍କ ପ୍ରବେଶକୁ ପରମ୍ପରାର ଦ୍ଵାହି ଦେଇ ବିରୋଧ କରୁଛନ୍ତି।

ତେବେ ଏହି ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ତଥା ସମାଜର ତଥାକଥିତ ରୂଢିବାଦୀ ଚିନ୍ତାଧାରାକୁ ପରିବର୍ତ୍ତନ କରିବାର ଲକ୍ଷ୍ୟ ନେଇ  ନବ ବର୍ଷର ପ୍ରଥମ ଦିନରେ କେରଳରେ ଲକ୍ଷ ଲକ୍ଷ ମହିଳା ମାନବ ଶୃଙ୍ଖଳ ଗଠନ କରିଥିଲେ । ରାଜ୍ୟରେ ପରମ୍ପରାର ରୂଢି ବିରୋଧରେ ଏକ  ନବଜାଗରଣକୁ ଉଜ୍ଜୀବିତ କରିବା ଉଦ୍ଦେଶ୍ୟରେ କେରଳର ରାଜଧାନୀ ଥିରୁବନନ୍ତପୁରମରୁ  କସରାଗଡ଼ ଜିଲ୍ଲା ଯାଏଁ ମହିଳା ଶୃଙ୍ଖଳ ଗଠିତ ହୋଇଥିଲା। ଏହି ଶୃଙ୍ଖଳ ରେ ରାଜ୍ୟର୧୪ ଟି ଜିଲ୍ଲାରୁ ସମସ୍ତ ବର୍ଗର ଲୋକମାନେ ଜାତୀୟ ରାଜପଥ କଡ଼ରେ ସମ୍ମିଳିତ ହୋଇଥିଲେ । ୫୦ଲକ୍ଷରୁ ଅଧିକ ମହିଳା ଏହି ଅଭିଯାନରେ ସାମିଲ ହୋଇଥିଲେ।

ସବରୀମାଳା ମନ୍ଦିରରେ ମହିଳା ପ୍ରବେଶକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ପରେ କେତେକ ଦକ୍ଷିଣପନ୍ଥୀ ଅନୁଷ୍ଠାନ ଏହାକୁ କାର୍ଯ୍ୟକାରୀ କରାଇ ନଦେବାକୁ ବିରୋଧ କରିବା ପରେ ରାଜ୍ୟରେ ଥିବା ବିଭିନ୍ନ ନାରୀ ସଂଗଠନଙ୍କ ଦ୍ଵାରା ଏକ ଅବିଶ୍ୱାସନୀୟ ମହିଳା ଶୃଙ୍ଖଳ ତିଆରି କରାଯାଇଥିଲା। କିଛିଦିନ ତଳେ ହଜାର ହଜାର ଆୟପ୍ପା ଭକ୍ତ ସବରୀମାଳାରେ ମହିଳାଙ୍କ ପ୍ରବେଶ କୁ ବିରୋଧ କରି ଆୟପ୍ପା ଜ୍ୟୋତି ଜାଳି ଥିଲେ । ଏଥିରେ ବିଭିନ୍ନ ସ୍ତରରୁ ମହିଳାମାନେ ସାମିଲ ହୋଇଥିଲେ । ଶିକ୍ଷକ, ରାଜନୈତିକ ନେତା , ଗୃହିଣୀ, ଲେଖିକା, ଖେଳାଳି, ସରକାରୀ କର୍ମଚାରୀ ଏବଂ ଅଭିନେତ୍ରୀ ପ୍ରମୁଖ ଏଥିରେ  ସାମିଲ ହୋଇଥିଲେ । ସବରୀମାଳାରେ ମହିଳାଙ୍କ ପ୍ରବେଶକୁ ନେଇ ସୁପ୍ରିମକୋର୍ଟଙ୍କ ରାୟକୁ ସମର୍ଥନ କରୁଥିବା ବିଭିନ୍ନ ହିନ୍ଦୁ ସଂଗଠନ ଗୁଡିକ ଏହି ଅଭିଯାନକୁ ସହାୟତା ଦେଇଥିଲେ । ନାରୀ ଶକ୍ତିକୁ ସମ୍ମାନ ଜଣାଇ ହଜାର ହଜାର ପୁରୁଷ ମଧ୍ୟ ପୁରୁଷ ଶୃଙ୍ଖଳ ଗଠନ କରିଥିଲେ।

ସବରୀମାଳାର ସଂସ୍କୃତି ଅନୁସାରେ ଆୟପ୍ପା ଭଗବାନଙ୍କୁ ପୂଜା କରାଯାଉଥିବା ମନ୍ଦିର ରେ ୧୦ ବର୍ଷ ରୁ ୫୦ ବର୍ଷ ମହିଳାଙ୍କ ପ୍ରବେଶ ନିଷେଧ ରହିଛି । କିନ୍ତୁ ଗତ ବର୍ଷ  ସେପ୍ଟେମ୍ବର ୨୮ ରେ ସୁପ୍ରିମକୋର୍ଟ  ଐତିହାସିକ ରାୟ ଦେଇ କହିଲେ ଯେ ସମସ୍ତ ବୟସର ମହିଳା ଏହି ଧାର୍ମିକ ପୀଠରେ ପ୍ରବେଶ କରି ପାରିବେ । କିନ୍ତୁ ପ୍ରବଳ ବିରୋଧ ଯୋଗୁଁ  ମାସେ ପରେ ମନ୍ଦିର ଦ୍ୱାର ଖୋଲିଲା ସମୟରେ ରୁଢିବାଦୀଙ୍କ ବିରୋଧ କାରଣରୁ   କୌଣସି ମହିଳା ମନ୍ଦିର ଭିତରକୁ ପ୍ରବେଶ କରି ପାରି ନ ଥିଲେ । କିନ୍ତୁ ସବୁ ବାଧା ବନ୍ଧନକୁ ଅତିକ୍ରମ କରି  ଜାନୁୟାରୀ ୨ ତାରିଖ ଦିନ ୨ଜଣ ମହିଳା ଭୋର ସମୟରେ ଏହି ମନ୍ଦିରରେ ପ୍ରବେଶ କରି ପୂଜାର୍ଚନା କରିଥିଲେ । ଅବଶ୍ୟ ମହିଳାଙ୍କ ପ୍ରବେଶକୁ ବିରୋଧ ପୂର୍ବକ ମନ୍ଦିରର ଶୁଦ୍ଧିକରଣ କରାଯାଇଛି।

ଗୋଟିଏ ପକ୍ଷେ ଆମ ସରକାର ନାରୀ ଜାତିକୁ ସମ୍ମାନ  ଦେବା ପାଇଁ ତିନ ତଲାକ ବିଲ ଆଣିବାକୁ ଚାହୁଥିବା ବେଳେ ଆଉ ଗୋଟିଏ ପଟେ ଧର୍ମ ରକ୍ଷା ନାଁରେ ନାରୀ ଜାତି ପ୍ରତି ବିଶ୍ଵାସଘାତ କରୁଛୁ। ଆମ ଦେଶର ପ୍ରଧାନମନ୍ତ୍ରୀ ଖୋଦ ଏଇ ପ୍ରସଙ୍ଗରେ ମଧ୍ୟ ନିଜର ରୁଢିବାଦୀ ଚିନ୍ତାଧାରାର ସ୍ପଷ୍ଟ ପ୍ରମାଣ ଦେଇଛନ୍ତି। ପୂର୍ବରୁ ମହିଳାଙ୍କ ପ୍ରବେଶକୁ ବିରୋଧ କରି ସୁପ୍ରିମକୋର୍ଟଙ୍କ ରାୟକୁ ଅବମାନନା କରୁଥିବା ଆୟପ୍ପା ଭକ୍ତଙ୍କୁ ନିଜର ସହାନୁଭୂତି ଦେଖାଇବାକୁ ଭାରତୀୟ ଜନତା ପାର୍ଟିର ଅଧକ୍ଷ ଅମିତ ଶାହ କେରଳ ଯାଇଥିଲେ।

ଏହି ମହିଳା ଶୃଙ୍ଖଳ ଓ ଆଜିର ଦୁଇ ମହିଳାଙ୍କ ସାବରୀମାଲା ମନ୍ଦିର ପ୍ରବେଶ ନିଶ୍ଚିତ ରୂପେ ଆମ ସମୟ ପାଇଁ ଏକ ଶୁଭଂକର ସଙ୍କେତ । କିନ୍ତୁ ମହିଳାଙ୍କ ପ୍ରବେଶ ପରେ ମନ୍ଦିର ର ଶୁଦ୍ଧିକରଣ ଏବେବି ଲିଙ୍ଗଗତ ଅସମାନତା ଓ ନାରୀ ଅଧିକାରକୁ କ୍ଷୁଣ୍ଣ  କରୁଛି ।  କେବଳ ନିୟମ କରିଦେଲେ ବା ଘୋଷଣା କରିଦେଲେ ଯେ ନାରୀ ସଶକ୍ତିକରଣ  ହୋଇଯିବେ ତାହା ନୁହେ, ଏଥିପାଇଁ ସମାଜ ତଥା ଆମ ସରକାର ଏ ଦିଗରେ ଯଥେଷ୍ଠ ଯତ୍ନବାନ ହେବ ଉଚିତ।

 

sabarimala samikhsya
Share. Facebook Twitter LinkedIn Email WhatsApp Copy Link

Related Posts

ବଡ଼ କୂଟନୈତିକ ସଫଳତା!: ଭାରତୀୟ ତୈଳ ଜାହାଜକୁ ଅନୁମତି ଦେଲା ଇରାନ

March 12, 2026

ମଧ୍ୟପୂର୍ବ ଯୁଦ୍ଧର ପ୍ରଭାବ: ବିଶ୍ୱ ତେଲ ଓ ଗ୍ୟାସ ଯୋଗାଣ ଉପରେ ବଢ଼ୁଛି ସଙ୍କଟ

March 12, 2026

ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

March 12, 2026

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026
Latest News

ବଡ଼ କୂଟନୈତିକ ସଫଳତା!: ଭାରତୀୟ ତୈଳ ଜାହାଜକୁ ଅନୁମତି ଦେଲା ଇରାନ

March 12, 2026

ଟିମ୍ ଇଣ୍ଡିଆକୁ ୧୩୧ କୋଟି ପ୍ରଦାନ କଲା ବିସିସିଆଇ: ଜାଣନ୍ତୁ ଏହି ଟଙ୍କା କିଏ ପାଇବ? 

March 12, 2026

ମହାରାଷ୍ଟ୍ର ବଜେଟ ଅଧିବେଶନ ମଧ୍ୟରେ ବିଧାନ ଭବନକୁ ବୋମା ଧମକ!: ତଲାସୀ ଅଭିଯାନ ଆରମ୍ଭ

March 12, 2026

ପରବର୍ତ୍ତୀ ଟି-୨୦ ବିଶ୍ୱକପ୍ କେବେ ଏବଂ କେଉଁ ଦେଶରେ ଖେଳାଯିବ?: ୧୨ଟି ଦଳ ନିଶ୍ଚିତ, ୮ଟି ସ୍ଥାନ ଖାଲି

March 12, 2026

ଟ୍ରମ୍ପଙ୍କ ‘୩୦୧’ ଛାଟ!: ଭାରତ ଏବଂ ଚୀନ୍ ସମେତ ୧୬ ଟି ଦେଶ ଉପରେ ହେବ କାର୍ଯ୍ୟାନୁଷ୍ଠାନ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.