Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପୁଣି ଭାଙ୍ଗିଲା ସିବିଆଇର କୁମ୍ଭକର୍ଣ୍ଣ ନିଦ, ଚିଟଫଣ୍ଡ ଘୋଟାଲାର ସାତ ବର୍ଷ ପରେ ଗିରଫ ହେଲେ ଆଶୀର୍ବାଦ ବେହେରା
ବିଶେଷ ଖବର

ପୁଣି ଭାଙ୍ଗିଲା ସିବିଆଇର କୁମ୍ଭକର୍ଣ୍ଣ ନିଦ, ଚିଟଫଣ୍ଡ ଘୋଟାଲାର ସାତ ବର୍ଷ ପରେ ଗିରଫ ହେଲେ ଆଶୀର୍ବାଦ ବେହେରା

September 19, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ରାମାୟଣର କୁମ୍ଭକର୍ଣ୍ଣ ଓ ଭାରତର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା ସିବିଆଇ ଭିତରେ ଅଦ୍ଭୁତ ସାମ୍ୟ ସବୁବେଳେ ରହି ଆସିଛି। କୁମ୍ଭକର୍ଣ୍ଣର ଯେତିକି ଶକ୍ତି ଓ କ୍ଷମତା ଥିଲା ଠିକ ସେତିକି କ୍ଷମତା ସିବିଆଇର ରହିଛି। ତେବେ କୁମ୍ଭକର୍ଣ୍ଣ ପରି ଏହା ବର୍ଷରେ ଅଧା ଦିନ ଶୋଇରହେ। ଭଲ ହେଉ ବା ଖରାପ କୁମ୍ଭକର୍ଣ୍ଣ ଭାଇ ରାବଣର ସବୁ ନିର୍ଦ୍ଦେଶକୁ ପାଳନ କରୁଥିଲା। ଠିକ ସେମିତି ସରକାରର ସବୁ ନିର୍ଦ୍ଦେଶକୁ ମାନି ଆଇନକୁ ବୁଲେଇ ବଙ୍କେଇ କାମ କରିବାରେ ସିବିଆଇର ଭୂମିକା ମଧ୍ୟ ଠିକ କୁମ୍ଭକର୍ଣ୍ଣ ପରି। ୨୦୧୨ରେ ମାନ୍ୟବର ସୁପ୍ରିମକୋର୍ଟ ଓଡିଶା, ପଶ୍ଚିମବଙ୍ଗ ଓ ଆସାମରେ ହୋଇଥିବା ବିରାଟକାୟ ଚିଟଫଣ୍ଡ ଘୋଟାଲାର ତଦନ୍ତ ଦାୟିତ୍ଵ ସିବିଆଇ କୁ ଦେଇଥିଲେ। ୨୦୧୨ ରୁ ଆଜିଯାଏଁ ସିବିଆଇ ଏହି କୁମ୍ଭକର୍ଣ୍ଣ ଭୂମିକା ବଡ ସୁନ୍ଦର ଭାବରେ ତୁଲାଇ ଆସୁଛି। ଇତି ମଧ୍ୟରେ ଦୁଇଟି ସାଧାରଣ ନିର୍ବାଚନ ସରି ଯାଇଛି ଓ ପ୍ରତି ନିର୍ବାଚନ ଆଗରୁ ସିବିଆଇ ନିଜର ସକ୍ରିୟତା ପ୍ରଦର୍ଶନ କରିଛି। ୨୦୧୪ ଓ ୨୦୧୯ ନିର୍ବାଚନ ପୂର୍ବରୁ ଓଡିଶାରେ ଶାସକ ବିଜୁ ଜନତା ଦଳର କିଛି ବିଧାୟକ ଓ ସାଂସଦଙ୍କୁ ସିବିଆଇ ଗିରଫ କରିଥିଲା। ଯଥା ସମୟରେ ସେମାନେ ଜାମିନ ପାଇ ମୁକୁଳି ସାରିଲେଣି।

ତେବେ ଗତ ସାତ ବର୍ଷ ହେଲା ପ୍ରାୟ ଛଅ ମାସ ବ୍ୟବଧାନରେ ସିବିଆଇ କିଛି କିଛି ଲୋକଙ୍କୁ ଗିରଫ କରୁଛି ବା ନୋଟିସ ପଠାଉଛି। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡ଼ିର କିଛି ବଡ ନେତାଙ୍କୁ ସିବିଆଇ ନୋଟିସ କରିଥିବାର ଖବର ଆସିଥିଲା। ତେବେ ଯେଉଁମାନଙ୍କୁ  ନୋଟିସ ଦିଆ ହୋଇଛି ବୋଲି ସିବିଆଇ କହିଥିଲା, ସେମାନେ କହିଲେ ଆମେ ସେମିତି କିଛି ନୋଟିସ ପାଇନୁ। ତାପରେ କଥାଟି ହଠାତ ଚପିଗଲା।  ନିର୍ବାଚନ ସରିବା ଏବେ ଆଊ ସେ ନୋଟିସର ଶୋର ଶବ୍ଦ ଶୁଭୁନି।

ଆଜି ସକାଳୁ ହଠାତ ସିବିଆଇ ଓଡିଶା କ୍ରିକେଟ ଆସୋସିଏସନ ର ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ଗିରଫ କରିଛି। ଏହାକୁ ଠିକ କୁମ୍ଭକର୍ଣ୍ଣର ଛଅ ମାସିଆ ନିଦ୍ରାଭଙ୍ଗ ବୋଲି କୁହାଯାଇପାରେ। ଆଶୀର୍ବାଦ ବେହେରା ଓସିଏ ସମ୍ପାଦକ ଭାବରେ ଓଡିଶା ପ୍ରିମିୟର ଲିଗ ଆରମ୍ଭ କରିଥିଲେ ଓ ଏହାର ଅନ୍ୟତମ ପ୍ରାୟୋଜକ ଥିଲା ଅର୍ଥତତ୍ତ୍ଵ । ଏହି କ୍ରିକେଟ ମ୍ୟାଚ ଆୟୋଜନ ଲାଗି ଅର୍ଥତତ୍ତ୍ଵ କୋଟିଏ ଟଙ୍କା ଦେଇଥିଲା। ତେବେ ଏହା ଆଦୌ ଲୁଚାଛପା ନଥିଲା। ଅର୍ଥତତ୍ତ୍ଵ ଓ ସି-ଶୋର କମ୍ପାନୀ ସେତେବେଳେ ଓଡିଶାର ପ୍ରମୁଖ କ୍ରୀଡା, ସଂସ୍କୃତି ଓ ସାହିତ୍ୟ ଭିତ୍ତିକ କାର୍ୟକ୍ରମରେ ପ୍ରଭୁତ ଅର୍ଥ ଲଗାଉଥିଲେ। ଓଡିଶାର କେତୋଟି ବଡ ଗଣମାଧ୍ୟମ ସଂସ୍ଥାର “ମିଡିଆ କନକ୍ଲେଭ” ଆୟୋଜନର ମୁଖ୍ୟ ପ୍ରାୟୋଜକ ଅର୍ଥତତ୍ତ୍ଵ ରହିଥିଲା। ଏହାର ରେକର୍ଡ ଖୋଜିବା ସେତେବେଶୀ କଷ୍ଟକର ନୁହେଁ। ସେହି ସଂସ୍ଥା ଗୁଡିକ ସିବିଆଇ ଜାଲରୁ ଖସିଯାଇଥିବା ବେଳେ ଓସିଏ କୁ ଏଥିପାଇଁ ଟାଣିବାର କାରଣ କଣ ହୋଇପାରେ?

ଆଶୀର୍ବାଦ ବେହେରାଙ୍କୁ ଏହା ପୂର୍ବରୁ ସିବିଆଇ ଏକାଧିକ ଥର ଜେରା କରିଛି। ଏ ସଙ୍କ୍ରାନ୍ତୀୟ ଚାର୍ଜଶିଟ ମଧ୍ୟ ଦାଖଲ ହୋଇ ସାରିଛି। ତା ପରେ ହଠାତ ଆଶୀର୍ବାଦଙ୍କୁ ଗିରଫ କରିବାର କାରଣ କଣ? ଏହି ଗିରଫଦାରୀ ର ସମୟକୁ ନେଇ ମଧ୍ୟ ଅନେକ ପ୍ରଶ୍ନବାଚୀ ରହିଛି। ଓସିଏ ନିର୍ବାଚନ ଆଉ ଠିକ ସପ୍ତାହେ ବାକିଥିବା ବେଳେ ଆଶୀର୍ବାଦଙ୍କୁ ଗିରଫ କରାଯାଇଛି। ଓଡିଶାରେ ସମସ୍ତେ ଜାଣନ୍ତି ଆଶୀର୍ବାଦ ବେହେରା ଗତ କିଛି ଦଶନ୍ଧି ଧରି ଓସିଏ ଏବଂ ବାରବାଟୀ ଷ୍ଟାଡିୟମର ପରିଚାଳନାକୁ ନିଜର ପାରିବାରିକ ସମ୍ପତ୍ତି ଭଳି ବ୍ୟବହାର କରି ଚାଲିଛନ୍ତି। ବେହେରାଙ୍କୁ ଓସିଏ ରୁ ହଟାଇବାକୁ ଏକଦା ଅତ୍ୟନ୍ତ ପ୍ରଭାବଶାଳୀ ନେତା ଥିବା ପ୍ୟାରୀମୋହନ ମହାପାତ୍ର ଓ ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରମୁଖ ଚେଷ୍ଟା କରି ବିଫଳ ହୋଇଥିଲେ। ଏବେ ମଧ୍ୟ ଶ୍ରୀ ବେହେରା ତାଙ୍କ ପୁଅ ଓ ଅନୁଗତଙ୍କ ହାତରେ ଓସିଏ ରହୁ ବୋଲି ଉଦ୍ୟମ କରୁଛନ୍ତି।

ଏମିତି ଏକ ବିଚିତ୍ର ପୃଷ୍ଠଭୂମିରେ ହଠାତ ଆଶୀର୍ବାଦଙ୍କୁ ସିବିଆଇ ଗିରଫ କରିବା ପଛରେ ରାଜନୈତିକ ଉଦ୍ଦେଶ୍ୟ ରହିଥିବା ସ୍ପଷ୍ଟ ହୋଇ ଯାଇଛି। ତେବେ ସିବିଆଇ ଉପରେ କାହାର ପ୍ରତ୍ୟକ୍ଷ ବା ପରୋକ୍ଷ ଚାପ କାମ କରୁଛି, ତାହା ଏଯାଏ ସ୍ପଷ୍ଟ ହୋଇ ନଥିଲେ ହେଁ, ଏହି ଗିରଫଦାରୀ ଯେ ଆପାତତଃ ରାଜନୈତିକ, ସେଥିରେ ସନ୍ଦେହର କୌଣସି କାରଣ ନାହିଁ।

Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ-ବାଣପୁର ଏନଏସି ମିଶି ହେବ ଏକ ମ୍ୟୁନିସିପାଲିଟି, ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ କଲେ ଘୋଷଣା

March 7, 2026

ଆଜି ଦିଲ୍ଲୀରେ ବିଭିନ୍ନ ବିକାଶ ପ୍ରକଳ୍ପ ଉଦ୍‌ଘାଟନ ଏବଂ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

March 7, 2026

ସରକାର ଏଗ୍ରିଷ୍ଟାକ୍‌ ମାଧ୍ୟମରେ କୃଷି ପାଇଁ ଏକ ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମି ବିକଶିତ କରୁଛି: ପ୍ରଧାନମନ୍ତ୍ରୀ

March 7, 2026

୩୨୭୫ କୋଟିରୁ ଅଧିକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଅମିତ ଶାହ

March 6, 2026
Latest News

ଆଜି ମାର୍ଚ୍ଚ ୮ ତାରିଖ ରବିବାରରେ ଏହି ରାଶି ବ୍ୟକ୍ତିମାନେ ହେବେ ଭାଗ୍ୟବାନ

March 8, 2026

ଲକ୍ଷ ଲକ୍ଷ ଭାରତୀୟ ପିଲାଙ୍କୁ ଅଲିମ୍ପିକ୍ ମୂଲ୍ୟବୋଧ ସହିତ ଯୋଡିବା ପଦକ୍ଷେପକୁ ଆଇଓସିର ପ୍ରଶଂସା

March 7, 2026

ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ ଚଳାଚଳରେ ଅସ୍ଥାୟୀ ପରିବର୍ତ୍ତନ

March 7, 2026

ଜନ ଔଷଧି ଦିବସ ୨୦୨୬ ଅବସରରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶୁଭେଚ୍ଛା

March 7, 2026

ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ସୁବର୍ଣ୍ଣ ଜୟନ୍ତୀ ମହାସମାରୋହରେ ପାଳିତ

March 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.