Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡ଼ିଶା ଉପକୂଳ ଚାନ୍ଦିପୁରରୁ ‘ଅସ୍ତ୍ର’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ, ଦୃଶ୍ୟମାନ ହେଉ ନ ଥିବା ଲକ୍ଷ୍ୟକୁ ଆକାଶରେ କରିପାରିବ ବିଧ୍ୱଂସ
ବିଶେଷ ଖବର

ଓଡ଼ିଶା ଉପକୂଳ ଚାନ୍ଦିପୁରରୁ ‘ଅସ୍ତ୍ର’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ, ଦୃଶ୍ୟମାନ ହେଉ ନ ଥିବା ଲକ୍ଷ୍ୟକୁ ଆକାଶରେ କରିପାରିବ ବିଧ୍ୱଂସ

September 19, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
Air-to-Air missile Astra successfully flight tested from Su-30 MKI

ସମୀକ୍ଷା ବ୍ୟୁରୋ

୧୦୦ କିମି ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ ସାମର୍ଥ୍ୟ ଥିବା ଏବଂ ଦୃଶ୍ୟମାନ ହେଉନଥିବା ଲକ୍ଷ୍ୟକୁ ଆକାଶରୁ ଆକାଶ ମାର୍ଗରେ ଭେଦ କରିପାରୁଥିବା କ୍ଷେପଣାସ୍ତ୍ର (ବିଭିଆରଏଏଏମ) ‘ଅସ୍ତ୍ର’ର ସଫଳ ପରୀକ୍ଷଣ ସମ୍ପନ୍ନ ହୋଇଛି । ଓଡ଼ିଶା ଉପକୂଳ ଚାନ୍ଦିପୁରରୁ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ ଏସୟୁ-୩୦ ଏମକେଆଇ ପ୍ଲାଟଫର୍ମରୁ ଏହି ପରୀକ୍ଷଣ କରାଯାଇଥିଲା । ୧୬ରୁ ୧୯ ସେପ୍ଟେମ୍ବର ପର୍ଯ୍ୟନ୍ତ କ୍ଷେପଣାସ୍ତ୍ରର ପରୀକ୍ଷଣ ହୋଇଥିଲା । ସମସ୍ତ ସମ୍ଭାବ୍ୟ ବିପଦକୁ ଲକ୍ଷ୍ୟ ଭେଦ କରିବା ଉଦ୍ଦେଶ୍ୟରେ ଯୁଦ୍ଧ ବିମାନକୁ ଲକ୍ଷ୍ୟ କରାଯାଇ ଭାରତୀୟ ବାୟୁସେନା ଦ୍ୱାରା ଏହି ପରୀକ୍ଷଣ କରାଯାଇଥିଲା ।

ଏହି ଅବଧିରେ ଭିନ୍ନ ଭିନ୍ନ ଭାବେ କ୍ଷେପଣାସ୍ତ୍ରର ୫ଟି ପରୀକ୍ଷଣ କରାଯାଇଥିଲା । ଏହି ଅଭିଯାନ ସମୟରେ, କ୍ଷେପଣାସ୍ତ୍ରର ବିଧ୍ୱଂସୀ ସାମର୍ଥ୍ୟ ସ୍ଥାପନ କରିବା ଉଦ୍ଦେଶ୍ୟରେ ଯୁଦ୍ଧାସ୍ତ୍ର ବହନକାରୀ ତିନୋଟି କ୍ଷେପଣାସ୍ତ୍ର ଭିନ୍ନ ଭିନ୍ନ ଭାବେ ଛଡ଼ାଯାଇଥିଲା ଏବଂ ଘୂର୍ଣ୍ଣାୟମାନ ଲକ୍ଷ୍ୟକୁ ବିଧ୍ୱଂସ କରିବାରେ ‘ଅସ୍ତ୍ର’ କ୍ଷେପଣାସ୍ତ୍ର ସଫଳ ହୋଇଥିଲା । ପରୀକ୍ଷଣ ସମୟରେ ଦୂରତା ମାପିବାରେ ସକ୍ଷମ ଏହି କ୍ଷେପଣାସ୍ତ୍ର ସର୍ବାଧିକ ଦୂରତାରେ ଥିବା ଲକ୍ଷ୍ୟକୁ ସିଧାସଳଖ ଭେଦ କରିବାରେ ମଧ୍ୟ ସଫଳ ହୋଇଥିଲା । ଏହାର ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ସଠିକ ଭାବେ ଲକ୍ଷ୍ୟ ଭେଦ କରିଥିଲା ଏବଂ ମିଶନର ସମସ୍ତ ଉଦ୍ଦେଶ୍ୟ ଓ ଦିଗ ସମ୍ପୂର୍ଣ୍ଣ ହୋଇଥିଲା। ଆଧୁନିକ ଦିଗ ନିର୍ଣ୍ଣୟ ଏବଂ ପରିବର୍ତନ କ୍ଷମତା ସହିତ ବିଭିଆରଏଏଏମ ଅସ୍ତ୍ର ନିକଟରେ ୧୦୦ କିମି ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ ସାମର୍ଥ୍ୟ ରହିଛି ।

ନିର୍ଦ୍ଦିଷ୍ଟ କେନ୍ଦ୍ର ବିନ୍ଦୁରେ ସଠିକ ଭାବେ ଲକ୍ଷ୍ୟ ବିଧ୍ୱଂସ କରିବାର କ୍ଷମତା ଏହି କ୍ଷେପଣାସ୍ତ୍ର ନିକଟରେ ରହିଛି । ଏଥିପାଇଁ ଗତି କରିବା ସମୟରେ ଦିଗ ନିର୍ଦ୍ଧାରଣ ଏବଂ ଆରଏଫ ଲକ୍ଷ୍ୟକୁ ଏହା ଭେଦ କରିପାରିବ । ଡିଆରଡିଓ ଏବଂ ଭାରତୀୟ ବାୟୁସେନା ମିଳିତ ଭାବେ ଏହି ଅତ୍ୟାଧୁନିକ ବିଭିଆରଏଏଏମର ନିର୍ମାଣ ଏବଂ ବ୍ୟବହାରୀକ ପରୀକ୍ଷଣ ସଫଳ ଭାବେ ସମ୍ପାଦନ କରିଛନ୍ତି । କ୍ଷେପଣାସ୍ତ୍ର ସଂଯୋଗ ପାଇଁ ବିମାନରେ ଆବଶ୍ୟକ ପରିବର୍ତନରେ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ (ହାଲ) ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା । ଅସ୍ତ୍ର କ୍ଷେପଣାସ୍ତ୍ର ବ୍ୟବସ୍ଥାର ନିର୍ମାଣ ଦିଗରେ ୫୦ରୁ ଊଦ୍ଧ୍ୱର୍ ସରକାରୀ ଏବଂ ଘରୋଇ ଉଦ୍ୟୋଗଙ୍କ ଯୋଗଦାନ ରହିଛି । ଭିନ୍ନ ଭିନ୍ନ ଲକ୍ଷ୍ୟ ଭେଦ ସାମର୍ଥ୍ୟ ସହ ଏହି କ୍ଷେପଣାସ୍ତ୍ରର ଚୁଡ଼ାନ୍ତ ବୈମାନିକ ପରୀକ୍ଷଣ ସଫଳ ହେବା ଫଳରେ ଉପଯୋଗକାରୀଙ୍କ ବିଶ୍ୱାସ ବୃଦ୍ଧି ଘଟିଛି ।

ପାଂଚଟି ସଫଳ ପରୀକ୍ଷଣ ପରେ ଅସ୍ତ୍ର କ୍ଷେପଣାସ୍ତ୍ର ଭାରତୀୟ ବାୟୁସେନାରେ ସାମିଲ ହେବା ଲାଗି ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ । ଆକାଶମାର୍ଗରୁ ଆସୁଥିବା ବିପଦକୁ ସଠିକ ଏବଂ ପ୍ରଭାବୀ ଢଙ୍ଗରେ ବିଧ୍ୱଂସ କରିବାରେ ଏହା ନିଶ୍ଚିତ ଭାବେ ସଫଳ ହେବ । ଏହା ବାୟୁ ସେନାର ଶକ୍ତି ବହୁଗୁଣରେ ବୃଦ୍ଧି କରିବ । ଏପରି ଏକ ଦୁର୍ଜୟ ଶ୍ରେଣୀର କ୍ଷେପଣାସ୍ତ୍ର ବ୍ୟବସ୍ଥା ବିକଶିତ କରିବା ଏବଂ ବୈମାନିକ ପରୀକ୍ଷଣ କରିବା ଲାଗି ଅସ୍ତ୍ର ଟିମକୁ ପ୍ରତିରକ୍ଷା ଗବେଷଣା ଓ ବିକାଶ ବିଭାଗ ସଚିବ ଡ. ଜି ସତୀଶ ରେଡ୍ଡୀ ପ୍ରଶଂସା କରିଛନ୍ତି । ଏଥିରେ ଉପଯୋଗ ହୋଇଥିବା ପ୍ରଯୁକ୍ତି ଭବିଷ୍ୟତରେ ଆକାଶରୁ ଆକାଶ ଏବଂ ଭୂପୃଷ୍ଠରୁ ଆକାଶ ମାର୍ଗକୁ ଭେଦ କରିପାରୁଥିବା କ୍ଷେପଣାସ୍ତ୍ର ବିକଶିତ କରିବାରେ ସହାୟକ ହେବ । ସଫଳ ପରୀକ୍ଷଣ ଲାଗି ପ୍ରତିରକ୍ଷା ମବୀ ରାଜନାଥ ସିଂ ମଧ୍ୟ ଡିଆରଡିଓ ଏବଂ ଭାରତୀୟ ବାୟୁସେନାକୁ ଅଭିନନ୍ଦନ ଜଣାଇଛନ୍ତି ।

Drdo
Share. Facebook Twitter LinkedIn Email WhatsApp Copy Link

Related Posts

କଂଗ୍ରେସର ନୂଆ ଗେମ୍‌ପ୍ଲାନ୍: ପାଇଲଟ୍‌ଙ୍କ ହାତକୁ ଯାଇପାରେ କମାଣ୍ଡ

June 6, 2026

ଭାରତ ‘ପ୍ରକୃତି ସହିତ ସମନ୍ୱୟରେ ପ୍ରଗତି’ ନୀତି ଦ୍ୱାରା ଏହାର ବିକାଶକୁ ଆଗକୁ ବଢ଼ାଉଛି: ପ୍ରଧାନମନ୍ତ୍ରୀ

June 6, 2026

ପାକିସ୍ତାନକୁ ପୁଣି ଧୁଳି ଚଟାଇଲା ଭାରତ: ଏସିଆ କପ୍ ଫାଇନାଲରେ ପହଞ୍ଚିଲା ଟିମ୍ ଇଣ୍ଡିଆ

June 5, 2026

ସମଦୂରତା ନା ନୂଆ ସମୀକରଣ? ଦିଲ୍ଲୀରେ ନବୀନ ଫ୍ୟାକ୍ଟର

June 5, 2026
Latest News

ଟାଟାର ଜୁନ୍ ଧମାକା: ହଜାର ହଜାର ଟଙ୍କା ସଞ୍ଚୟର ସୁଯୋଗ, ଗ୍ରାହକଙ୍କ ପାଇଁ ବଡ଼ ଅଫର

June 6, 2026

କଂଗ୍ରେସର ନୂଆ ଗେମ୍‌ପ୍ଲାନ୍: ପାଇଲଟ୍‌ଙ୍କ ହାତକୁ ଯାଇପାରେ କମାଣ୍ଡ

June 6, 2026

ତାମିଲନାଡୁ ରାଜନୀତିରେ ନୂଆ ସମୀକରଣ, ଅନ୍ନାମଲାଇଙ୍କ ‘ୱି ଦି ଲିଡର୍ସ’ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ

June 6, 2026

କନେଷ୍ଟବଳଙ୍କ ଆତ୍ମାହୁତି ଉଦ୍ୟମ: ସ୍ଥିତି ସଙ୍କଟାପନ୍ନ

June 6, 2026

ହାଇଡ୍ରୋଜେନ୍ ଟ୍ରେନ୍ ଓ ଅତ୍ୟାଧୁନିକ ରକ୍ଷଣାବେକ୍ଷଣ ସୁବିଧାର ସମୀକ୍ଷା କଲେ ଅଶ୍ୱିନୀ ବୈଷ୍ଣବ

June 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.