Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସରକାରୀ ଘର ପାଇଁ ବରିଷ୍ଠ ନେତାଙ୍କ ଭିତରେ ଏତେ ଲୋଭ କାହିଁକି ?
ବିଶେଷ ଖବର

ସରକାରୀ ଘର ପାଇଁ ବରିଷ୍ଠ ନେତାଙ୍କ ଭିତରେ ଏତେ ଲୋଭ କାହିଁକି ?

September 20, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସରକାରୀ ଘର ପାଇଁ ବରିଷ୍ଠ ନେତାଙ୍କ ଭିତରେ ଏତେ ଲୋଭ କାହିଁକି ?

କେଦାର ମିଶ୍ର

ସରକାରୀ ଘର ଖଣ୍ଡିଏ ପାଇଲା ପରେ ତାକୁ ଯାବଜ୍ଜୀବନ ଜାବୁଡି ଧରିବା ଲାଗି ରାଜନୈତିକ ନେତାମାନେ ଏତେ ବିକଳ ହୁଅନ୍ତି କାହିଁକି? ସତରେ କଣ ସେମାନେ ଅଭାବୀ ନା ବାସହୀନ? ତେବେ ସବୁ ନେତା ବା ସରକାରୀ ବାବୁ ସେମିତି ନୁହନ୍ତି। ଅନେକ ସରକାରୀ କର୍ମଚାରୀ ବା ରାଜନେତା ଅଛନ୍ତି ଯେଉଁମାନେ ଚାକିରିରୁ ଅବସର ନେବା ପରେ ବା ସରକାରୀ ଦାୟିତ୍ବରୁ ଅବ୍ୟାହତି ପାଇଲା ପରେ, ତୁରନ୍ତ ସରକାରୀ ଘର ଖାଲି କରିଦିଅନ୍ତି। ସାଧାରଣ ନୈତିକତାର ଏମିତି ଏକ ଉଚ୍ଚାଙ୍ଗ ଉଦାହରଣ ପ୍ରସ୍ତୁତ କରିଥିଲେ ସୁପ୍ରିମ କୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଏମ. ଚେଲମେଶ୍ଵର। ବିଚାରପତି ପଦରୁ ଅବସର ନେବାର ୨୪ ଘଣ୍ଟା ଭିତରେ ସେ ନିଜର ସରକାରୀ ଘର ଛାଡି ନିଜ ଗାଁକୁ ଚାଲିଆସିଥିଲେ। ରାଜନୀତିରେ ରହିଥିବା କିଛି ନେତା ମଧ୍ୟ ଏ ପ୍ରକାର ଉଦାହରଣ ସୃଷ୍ଟି କରିଛନ୍ତି। ୨୦୧୯ ନିର୍ବାଚନ ପରେ ନୂଆ ସରକାର ଗଠନ ହେବା ପରେ ପୂର୍ବ ସରକାରରେ ବୈଦେଶିକ ବ୍ୟାପାର ବିଭାଗ ମନ୍ତ୍ରୀ ଥିବା ସୁଷମା ସ୍ଵରାଜ ସାଙ୍ଗେ ସାଙ୍ଗେ ନିଜର ସରକାରୀ ବାସଗୃହ ଛାଡି ଦେଇଥିଲେ।

ତେବେ ନୈତିକତାର ଉଦାହରଣ ଅପେକ୍ଷା ଅନୈତିକ ଭାବରେ ସରକାରୀ ଘର ମାଡି ବସିଥିବା ଲୋକଙ୍କ ସଂଖ୍ୟା ବହୁ ଅଧିକ। ପୂର୍ବତନ ସାଂସଦମାନେ ଦିଲ୍ଲୀରେ ନିଜର ସରକାରୀ ଘର ଛାଡୁନଥିବାରୁ ନୂଆ ସାଂସଦମାନେ ଉଦବାସ୍ତୁ ହୋଇ ବୁଲୁଥିବାର ଖବର ଆମେ ପଢିଛୁ। ଗତ ସପ୍ତାହରେ ଓଡିଶା ବିଧାନସଭାର ବାଚସ୍ପତି ସୂର୍ୟ ନାରାୟଣ ପାତ୍ର ମଧ୍ୟ ସମାନ ସମସ୍ୟାର କଥା ଉଠାଇଛନ୍ତି। ପୁରୁଣା ବିଧାୟକମାନେ ନିଜର ସରକାରୀ ଘର ଖାଲି କରୁନଥିବାରୁ ନୂଆ ବିଧାୟକମାନଙ୍କୁ ଘର ଯୋଗାଇ ଦିଆଯାଇ ପାରୁ ନାହିଁ। ଯେଉଁ ପୁରୁଣା ନେତାଏ ଘର ଛାଡୁ ନାହାନ୍ତି ତାଙ୍କ ଘରକୁ ବିଜୁଳି ଓ ପାଣି ସଂଯୋଗ କାଟିଦେବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଥିଲେ।

ତେବେ ଏହାକୁ ନେଇ ପୁରୁଣା ବିଧାୟକମାନେ ଯେଉଁ ପ୍ରକାର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ତାହା ଅତ୍ୟନ୍ତ ଦୁଃଖଦାୟକ। ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ଓ ଦେବାଶିଷ ନାୟକ ଏହାକୁ ଏକ ପ୍ରକାର ବ୍ୟକ୍ତିଗତ ସମ୍ମାନର ପ୍ରଶ୍ନ ଭାବରେ ନେଇ ଯାଇଛନ୍ତି। ଏମିତି ଦେଖିଲେ ଏହି ଦୁଇ ନେତାଙ୍କ ନିଜସ୍ଵ ଘର ଭୁବନେଶ୍ବରରେ ରହିଛି। ସରକାରୀ ଘର ନ ପାଇଲେ ଏମାନେ ଯେ ରାସ୍ତାକୁ ଚାଲି ଆସିବେ, ସେମିତି ବି ନୁହଁ। ତଥାପି ବି ଏମାନେ ଏତେ ରାଗୁଛନ୍ତି କାହିଁକି ଓ ସରକାରୀ ଘର ରଖିବାକୁ ବିଭିନ୍ନ ବାହାନା ଖୋଜୁଛନ୍ତି କାହିଁକି?

ଦେବାଶିଷ ନାୟକଙ୍କ ଯୁକ୍ତି ହେଉଛି ଯେହେତୁ ତାଙ୍କ ଦଳର ସରକାର ଅଛି, ତେଣୁ ତାଙ୍କୁ ନୋଟିସ ପଠାଇବା ଅପମାନଜନକ। ଆମ ମତରେ ବିଧାୟକ ପଦରୁ ଗଲା ପରେ ମଧ୍ୟ ସରକାରୀ ଘର ରଖିବା ବେଶୀ ଅପମାନଜନକ। ବିଧାୟକ ପଦରୁ ଗଲା ପରେ ସରକାରୀ ଘର ୬ ମାସ ଭିତରେ ଛାଡିବା ବିଧେୟ। ତେବେ ନୈତିକତା ଦୃଷ୍ଟିରୁ ସରକାରୀ ଦାୟିତ୍ଵ ଗଲା ପରେ ସରକାରୀ ଘର ଛାଡିଦେବା ଉଚିତ। ହେଲେ ବରିଷ୍ଠ ନେତାମାନଙ୍କୁ  ସରକାରୀ ଘରର ଲୋଭ ଛାଡୁନାଇଁ। ସରକାରୀ ଘର ରଖିବାକୁ ବରିଷ୍ଠ ନେତା ଦାମୋଦର ରାଉତ ମୁଖ୍ୟମନ୍ତ୍ରୀଙ୍କୁ ବଡ ଭାବପ୍ରବଣ ଚିଠି ଲେଖିଛନ୍ତି। ସରକାରୀ ଘର ସହିତ ନିଜର ସ୍ଵର୍ଗତ ପତ୍ନୀଙ୍କ ସ୍ମୃତିକୁ ଯୋଡି ଆଉ ଚାରି ମାସ ସରକାରୀ ଘରେ ରହିବାକୁ ମହଲତ ମାଗିଛନ୍ତି।

ସରକାରୀ ଘର ଆବଣ୍ଟନକୁ ନେଇ ସାଧାରଣ ପ୍ରଶାସନ ବିଭାଗର ଯେଉଁ ନିର୍ଦ୍ଦେଶାବଳି ରହିଛି ତାହା ଅନେକ ପୁରୁଣା। ଏହା ବଦଳିବା ଉଚିତ। ଯେଉଁ ବିଧାୟକ ବା ସରକାରୀ ଅଧିକାରୀଙ୍କ ନିଜସ୍ଵ ଘର ଭୁବନେଶ୍ବରରେ ରହିଥିବ,  ସେମାନଙ୍କୁ ସରକାରୀ ଘର ଦେବାର ଆବଶ୍ୟକତା କଣ ରହିଛି? ଅନେକ ବିଧାୟକଙ୍କର ରାଜଧାନୀରେ ଏକାଧିକ ଘର ରହିଥିଲେ ମଧ୍ୟ ବର୍ଷ ବର୍ଷ ଧରି ସେମାନେ ସରକାରୀ ଘର ମାଡି ବସି ରହୁଛନ୍ତି। ଏଠି ପାଇଁ ନିୟମ ବଦଳିବା ନିହାତି ଜରୁରୀ।

Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମବଙ୍ଗରେ ରାଷ୍ଟ୍ରପତିଙ୍କ ଅପମାନ ଏବଂ ସାନ୍ତାଳ ସଂସ୍କୃତିର ଅନାଦରକୁ ନିନ୍ଦା କଲେ ପ୍ରଧାନମନ୍ତ୍ରୀ

March 8, 2026

ବାଲୁଗାଁ-ବାଣପୁର ଏନଏସି ମିଶି ହେବ ଏକ ମ୍ୟୁନିସିପାଲିଟି, ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ କଲେ ଘୋଷଣା

March 7, 2026

ଆଜି ଦିଲ୍ଲୀରେ ବିଭିନ୍ନ ବିକାଶ ପ୍ରକଳ୍ପ ଉଦ୍‌ଘାଟନ ଏବଂ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

March 7, 2026

ସରକାର ଏଗ୍ରିଷ୍ଟାକ୍‌ ମାଧ୍ୟମରେ କୃଷି ପାଇଁ ଏକ ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମି ବିକଶିତ କରୁଛି: ପ୍ରଧାନମନ୍ତ୍ରୀ

March 7, 2026
Latest News

ଅନ୍ତର୍ଜାତୀୟ ମହିଳା ଦିବସରେ କର୍ତ୍ତବ୍ୟ ପଥ ଠାରେ ଆୟୋଜିତ ହେବ ‘ଶକ୍ତି ପଦଯାତ୍ରା’

March 8, 2026

ପଶ୍ଚିମବଙ୍ଗରେ ରାଷ୍ଟ୍ରପତିଙ୍କ ଅପମାନ ଏବଂ ସାନ୍ତାଳ ସଂସ୍କୃତିର ଅନାଦରକୁ ନିନ୍ଦା କଲେ ପ୍ରଧାନମନ୍ତ୍ରୀ

March 8, 2026

କୋଟା ବିମାନବନ୍ଦରର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

March 8, 2026

ଆଜି ଅନ୍ତର୍ଜାତୀୟ ମହିଳା ଦିବସ ସମାରୋହରେ ଯୋଗଦେବେ ରାଷ୍ଟ୍ରପତି

March 8, 2026

ଆଜି ମାର୍ଚ୍ଚ ୮ ତାରିଖ ରବିବାରରେ ଏହି ରାଶି ବ୍ୟକ୍ତିମାନେ ହେବେ ଭାଗ୍ୟବାନ

March 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.