Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଜେପୁର ଉପ ନିର୍ବାଚନ; ବିଜେଡି ବିଜେପି ମଧ୍ୟରେ ଆଉ ଏକ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ ମାତ୍ର !
ବିଶେଷ ଖବର

ବିଜେପୁର ଉପ ନିର୍ବାଚନ; ବିଜେଡି ବିଜେପି ମଧ୍ୟରେ ଆଉ ଏକ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ ମାତ୍ର !

September 22, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଗତକାଲି ବିଜେପୁର ଉପ ନିର୍ବାଚନ ପାଇଁ ତାରିଖ ଘୋଷଣା ହେଲାପରେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଯେତେବେଳେ ଟେଲିଭିଜନ କ୍ୟାମେରା ଆଗରେ କହୁଥିଲେ ଯେ, ଆମେ ବିଜେପୁରରେ ନିଶ୍ଚୟ ଜିତିବୁ, ସେତେବେଳେ ଆମର ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ବେଶୀ ବେଶୀ ମାନେ ପଡୁଥିଲା। କିଛିଦିନ ତଳେ ପ୍ରଦୀପ୍ତ ନାୟକ ଖୋଲାଖୋଲି କହିଥିଲେ ଯେ, ଆମେ ଗୋଟେ ସମୟରେ ନବୀନ ବାବୁଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲୁ ଓ ଆଜି ମଧ୍ୟ ତାଙ୍କ ସହିତ ଆମର ସମ୍ପର୍କ ବହୁତ ଭଲ। ଯଦି ସମ୍ପର୍କ ବହୁତ ଭଲ ତାହେଲେ, ଏ ନିର୍ବାଚନୀ ଗରମ କାହିଁକି ଆଜ୍ଞା! ସାଧାରଣ ନିର୍ବାଚନର ଅନ୍ତିମ ପର୍ୟାୟ ଯେଉଁ ଦିନ ସରିଲା, ବିଜେଡି ବିଜେପି ବାଦୀପାଲାର ଉଦଯାପନ ସେହିଦିନ ହୋଇଗଲା। ତାପରେ ବିଜେଡି ବିଜେପି ଭାଇ ଭାଇ। ମୋଦୀ ଓ ଅମିତ ଶାହାଙ୍କ ଲାଗି ନବୀନ ପରମ ମିତ୍ର ଓ ନବୀନଙ୍କ ଲାଗି ମୋଦୀ-ଶାହାଙ୍କ ବାକ୍ୟ ପଥରର ଗାର। ନବୀନ ବାବୁ ନିଜ ତରଫରୁ ବିଜେପିକୁ ଗୋଟେ ରାଜ୍ୟସଭା ଆସନ ଉପହାର କେବଳ ଦେଇ ନାହାନ୍ତି, ସଂସଦରେ ବିଜେପିର ସବୁ ନିଷ୍ପତ୍ତିକୁ ବିଜେଡି ମୁଣ୍ଡ ପାତି ସମର୍ଥନ କରିଛି।

ବିଜେଡି ଓ ବିଜେପି ଭିତରେ ଏ କ୍ଷୀର-ନୀର ସମ୍ପର୍କ ରହିଥିବା ବେଳେ, ନିର୍ବାଚନରେ ପରଷ୍ପର ବିରୋଧରେ ଲଢିବାର କି ଆବଶ୍ୟକତା ରହିଛି? ପାଟକୁରା ନିର୍ବାଚନରେ ବିଜଯ ମହାପାତ୍ରଙ୍କୁ ଅପମାନଜନକ ଭାବରେ ହରାଇବାଲାଗି ବିଜେଡି ଉଦ୍ୟମ କରିବା ସ୍ଵାଭାବିକ, ହେଲେ ବିଜୟଙ୍କ ପାଇଁ ବିଜେପି ସତରେ ଛିଡା ହୋଇଥିଲା କି? ଆସନ୍ତା ଅକ୍ଟୋବର ୨୧ରେ ବିଜେପୁର ଉପ ନିର୍ବାଚନରେ ମଧ୍ୟ ବିଜେପି କେବଳ ଲୋକ ଦେଖାଣିଆଁ ନାଟକ କରିବ। ବିଜେଡ଼ିରୁ ଯିଏ ବି ପ୍ରାର୍ଥୀ ହେଉ, ସେ ଜିତିବ। ବିଜେପି ନେତାମାନେ ଭଲ ଭାବରେ ଜାଣନ୍ତି ଯେ କେନ୍ଦ୍ରୀୟ ନେତାମାନେ ନବୀନଙ୍କୁ ନାରାଜ କରିବାକୁ ଚାହାନ୍ତି ନାହିଁ। ତେଣୁ ନାମକୁ ମାତ୍ର ବିଜେପୁରରେ ନିର୍ବାଚନ ଲଢେଇ ପାଇଁ ବିଜେପି ପ୍ରାର୍ଥୀ ଦେବ, ହେଲେ ପ୍ରାର୍ଥୀଙ୍କ ଲାଗି ବିଶେଷ କସରତ କରିବାର ନାହିଁ। ସନତ ଗଡ଼ତିଆ ବା ପ୍ରଦୀପ ପୁରୋହିତ, ଏ ଦୁହିଙ୍କ ଭିତରୁ ଯିଏ ବି ବିଜେପି ଟିକଟରେ, ସେମାନେ କେବଳ ନାମକୁ ମାତ୍ର ଲଢିବେ। ବିଜେଡ଼ିକୁ ପାଟକୁରା ଓ ବିଜେପୁର ଛାଡିଦେବା ଲାଗି ବହୁ ପୂର୍ବରୁ ଅଘୋଷିତ “ଡିଲ” ହୋଇଛି। ତେଣୁ ଲଢେଇ କେବଳ ନାଟକ ମାତ୍ର।

ବିଜେପୁରରେ ବିଜେପି ଲାଗି ଯେଉଁମାନେ ସହୋଯୋଗୀ ସାବ୍ୟସ୍ତ ହୋଇଥାନ୍ତେ ସେଥିରୁ ଅଧିକାଂଶ ବିଜେଡି ଶିବିରରେ ବହୁ ଆଗରୁ ମିଶି ସାରିଛନ୍ତି। ବାସ୍ତବରେ ଯେଉଁମାନେ ଏକଦା ବିଜେପୁରରେ ବିଜେପିର ମଙ୍ଗ ସମ୍ଭାଳୁଥିଲେ, ସେମାନେ ଏବେ ବିଜେଡିରେ ମିଶି ସାରିଛନ୍ତି। ସୁବାସ ଚୌହାନଙ୍କୁ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଦାୟିତ୍ଵ ଦେଇ ବିଜେପୁର ମଇଦାନରେ ବିଜେଡି ନିଜକୁ ଅଧିକ ଶକ୍ତିଶାଳୀ କରିଛି। ଉଭୟ କଂଗ୍ରେସ ଓ ବିଜେପିର ସ୍ଥାନୀୟ ପ୍ରଭାବଶାଳୀ ନେତାମାନେ ଏବେ ବିଜେଡି ଶିବିରର କାମ କରୁଛନ୍ତି। ତେଣୁ ବିଜେପି ସେଠି ଚାହିଁଲେ ମଧ୍ୟ ଭଲ ଲଢେଇ ଦେଇ ପାରିବ ନାହିଁ।

କଂଗ୍ରେସର ସ୍ଥିତି ବିଜେପୁର ରେ ଅତ୍ୟନ୍ତ ଦୁର୍ବଳ। ରିପୁନାଥ ସେଠଙ୍କ ସଂଗଠନ ଆଉ ନାହିଁ। ତେଣୁ କଂଗ୍ରେସ ବିଜେଡି ଲାଗି ସେମିତି କିଛି ବଡ ଆହ୍ଵାନ ସୃଷ୍ଟି କରିପାରିବ ନାହିଁ,। ନିର୍ବାଚନ ପରିଚାଳନାରେ ବିଜେଡ଼ିର ରଣନୀତି ଅନ୍ୟ ସବୁ ଦଳଙ୍କଠୁ ଢେର ଆଗରେ। ବିଜେପୁରର ଭୋଟ ସମୀକରଣ ବିଜେଡି ଲାଗି ଏଥର ବେଶୀ ସହଜ। ବର୍ଷେ ଭିତରେ ତିନୋଟି ନିର୍ବାଚନ ହୋଇଥିବା ବିଜେପୁରର ଗଣିତ ଏବେ ବିଜେଡି କାଲକୁଲେଟରରେ ରହିଛି।

ବିଜେପିର ଲଢେଇ କରିବାର ଅନିଚ୍ଛା ଓ କଂଗ୍ରେସର ମାତ୍ରାଧିକ ଦୁର୍ବଳତା ବିଜେଡି ଲାଗି ବିଜେପୁର ବିଜଯ ଅତି ସହଜ ହେବ ବୋଲି କୁହାଯାଇପାରେ। କଂଗ୍ରେସ ବିଧାୟକ ସୁବଳ ସାହୁ ଙ୍କ ଦେହାନ୍ତ ପରେ ଯେଉଁ ଉପ ନିର୍ବାଚନ ହୋଇଥିଲା, ସେଥିରେ ବିଜେପି ନିଜର ସବୁ କଳ, ବଳ ଓ କୌଶଳ ଖଟାଇ ନିର୍ବାଚନ ଲଢିଥିଲା। ଯଦିଓ ବିଜେପି ସେଥର ମଧ୍ୟ ଶୋଚନୀୟ ଭାବରେ ପରାସ୍ତ ହୋଇଥିଲା, ହେଲେ ଲଢେଇରେ ବିଜେପିର ମନୋଯୋଗ ଥିଲା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବ୍ୟକ୍ତିଗତ ଭାବରେ ସେଠି ନେତୃତ୍ଵ ନେଇ ସପ୍ତାହ ସପ୍ତାହ ଧରି ପ୍ରଚାର କରିଥିଲେ। ଏବେ ସେକଥା ଆଦୌ ହେବନାହିଁ । କେବଳ ରାଣ ମେଣ୍ଟାଇଲା ପରି ବିଜେପି ଏହି ନିର୍ବାଚନ ଲଢିବ।

ଗୋଟିଏ ବାକ୍ୟରେ କହିଲେ, ବିଜେପୁର ଉପ ନିର୍ବାଚନ ବିଜେପି ଓ ବିଜେଡି ମଧ୍ୟରେ ଏକ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ ବ୍ୟତୀତ ଅଧିକ କିଛି ହେବାର ନାହିଁ।

bjdbjp
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ସହିତ FTA କୁ ନେଇ ଇୟୁ ମୁଖ୍ୟଙ୍କ ବଡ ବୟାନ: ଡୋନାଲ୍ଡ ଟ୍ରମ୍ପଙ୍କୁ ବଡ଼ ଝଟକା

January 21, 2026

ଶିଶିର ସରସ ମେଳା ଉଦଯାପିତ: ୧୧ ଦିନରେ ୩୦ କୋଟି ଟଙ୍କାରୁ ଅଧିକ ବ୍ୟବସାୟ

January 21, 2026

ବିଧାନସଭା ସଂସ୍ଥାଗୁଡ଼ିକର କାର୍ଯ୍ୟରେ ଗୁଣାତ୍ମକ ମାନଦଣ୍ଡ ଆବଶ୍ୟକ ଉପରେ ମାନସ ମନ୍ଥନ

January 21, 2026

ଶିଶୁ ସେବା ଓ ଶିକ୍ଷାକୁ ସୁଦୃଢ଼ କରିବା ପାଇଁ ଓଡ଼ିଶା ଏବଂ ମେଘାଳୟ ସରକାରଙ୍କ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ

January 20, 2026
Latest News

ବନ୍ଦେ ଭାରତ ସ୍ଲିପର୍‌ ଟ୍ରେନକୁ ନେଇ ଯାତ୍ରୀଙ୍କ ପ୍ରବଳ ଉତ୍ସାହ: ପ୍ରଥମ ଦିନ ଯାତ୍ରାର ସବୁ ଟିକେଟ୍‌ ବୁକିଂ ଶେଷ

January 21, 2026

ଭାରତ ସହିତ FTA କୁ ନେଇ ଇୟୁ ମୁଖ୍ୟଙ୍କ ବଡ ବୟାନ: ଡୋନାଲ୍ଡ ଟ୍ରମ୍ପଙ୍କୁ ବଡ଼ ଝଟକା

January 21, 2026

ଶିଶିର ସରସ ମେଳା ଉଦଯାପିତ: ୧୧ ଦିନରେ ୩୦ କୋଟି ଟଙ୍କାରୁ ଅଧିକ ବ୍ୟବସାୟ

January 21, 2026

ବିଧାନସଭା ସଂସ୍ଥାଗୁଡ଼ିକର କାର୍ଯ୍ୟରେ ଗୁଣାତ୍ମକ ମାନଦଣ୍ଡ ଆବଶ୍ୟକ ଉପରେ ମାନସ ମନ୍ଥନ

January 21, 2026

ଖୋର୍ଦ୍ଧା ପଲ୍ଲିଶ୍ରୀ ମେଳା: ପପୁ ପମପମ୍ ଓ ପାରମ୍ପାରିକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ

January 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.