Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଜେପୁର ଉପ ନିର୍ବାଚନ; ବିଜେଡି ବିଜେପି ମଧ୍ୟରେ ଆଉ ଏକ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ ମାତ୍ର !
ବିଶେଷ ଖବର

ବିଜେପୁର ଉପ ନିର୍ବାଚନ; ବିଜେଡି ବିଜେପି ମଧ୍ୟରେ ଆଉ ଏକ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ ମାତ୍ର !

September 22, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଗତକାଲି ବିଜେପୁର ଉପ ନିର୍ବାଚନ ପାଇଁ ତାରିଖ ଘୋଷଣା ହେଲାପରେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଯେତେବେଳେ ଟେଲିଭିଜନ କ୍ୟାମେରା ଆଗରେ କହୁଥିଲେ ଯେ, ଆମେ ବିଜେପୁରରେ ନିଶ୍ଚୟ ଜିତିବୁ, ସେତେବେଳେ ଆମର ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ବେଶୀ ବେଶୀ ମାନେ ପଡୁଥିଲା। କିଛିଦିନ ତଳେ ପ୍ରଦୀପ୍ତ ନାୟକ ଖୋଲାଖୋଲି କହିଥିଲେ ଯେ, ଆମେ ଗୋଟେ ସମୟରେ ନବୀନ ବାବୁଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲୁ ଓ ଆଜି ମଧ୍ୟ ତାଙ୍କ ସହିତ ଆମର ସମ୍ପର୍କ ବହୁତ ଭଲ। ଯଦି ସମ୍ପର୍କ ବହୁତ ଭଲ ତାହେଲେ, ଏ ନିର୍ବାଚନୀ ଗରମ କାହିଁକି ଆଜ୍ଞା! ସାଧାରଣ ନିର୍ବାଚନର ଅନ୍ତିମ ପର୍ୟାୟ ଯେଉଁ ଦିନ ସରିଲା, ବିଜେଡି ବିଜେପି ବାଦୀପାଲାର ଉଦଯାପନ ସେହିଦିନ ହୋଇଗଲା। ତାପରେ ବିଜେଡି ବିଜେପି ଭାଇ ଭାଇ। ମୋଦୀ ଓ ଅମିତ ଶାହାଙ୍କ ଲାଗି ନବୀନ ପରମ ମିତ୍ର ଓ ନବୀନଙ୍କ ଲାଗି ମୋଦୀ-ଶାହାଙ୍କ ବାକ୍ୟ ପଥରର ଗାର। ନବୀନ ବାବୁ ନିଜ ତରଫରୁ ବିଜେପିକୁ ଗୋଟେ ରାଜ୍ୟସଭା ଆସନ ଉପହାର କେବଳ ଦେଇ ନାହାନ୍ତି, ସଂସଦରେ ବିଜେପିର ସବୁ ନିଷ୍ପତ୍ତିକୁ ବିଜେଡି ମୁଣ୍ଡ ପାତି ସମର୍ଥନ କରିଛି।

ବିଜେଡି ଓ ବିଜେପି ଭିତରେ ଏ କ୍ଷୀର-ନୀର ସମ୍ପର୍କ ରହିଥିବା ବେଳେ, ନିର୍ବାଚନରେ ପରଷ୍ପର ବିରୋଧରେ ଲଢିବାର କି ଆବଶ୍ୟକତା ରହିଛି? ପାଟକୁରା ନିର୍ବାଚନରେ ବିଜଯ ମହାପାତ୍ରଙ୍କୁ ଅପମାନଜନକ ଭାବରେ ହରାଇବାଲାଗି ବିଜେଡି ଉଦ୍ୟମ କରିବା ସ୍ଵାଭାବିକ, ହେଲେ ବିଜୟଙ୍କ ପାଇଁ ବିଜେପି ସତରେ ଛିଡା ହୋଇଥିଲା କି? ଆସନ୍ତା ଅକ୍ଟୋବର ୨୧ରେ ବିଜେପୁର ଉପ ନିର୍ବାଚନରେ ମଧ୍ୟ ବିଜେପି କେବଳ ଲୋକ ଦେଖାଣିଆଁ ନାଟକ କରିବ। ବିଜେଡ଼ିରୁ ଯିଏ ବି ପ୍ରାର୍ଥୀ ହେଉ, ସେ ଜିତିବ। ବିଜେପି ନେତାମାନେ ଭଲ ଭାବରେ ଜାଣନ୍ତି ଯେ କେନ୍ଦ୍ରୀୟ ନେତାମାନେ ନବୀନଙ୍କୁ ନାରାଜ କରିବାକୁ ଚାହାନ୍ତି ନାହିଁ। ତେଣୁ ନାମକୁ ମାତ୍ର ବିଜେପୁରରେ ନିର୍ବାଚନ ଲଢେଇ ପାଇଁ ବିଜେପି ପ୍ରାର୍ଥୀ ଦେବ, ହେଲେ ପ୍ରାର୍ଥୀଙ୍କ ଲାଗି ବିଶେଷ କସରତ କରିବାର ନାହିଁ। ସନତ ଗଡ଼ତିଆ ବା ପ୍ରଦୀପ ପୁରୋହିତ, ଏ ଦୁହିଙ୍କ ଭିତରୁ ଯିଏ ବି ବିଜେପି ଟିକଟରେ, ସେମାନେ କେବଳ ନାମକୁ ମାତ୍ର ଲଢିବେ। ବିଜେଡ଼ିକୁ ପାଟକୁରା ଓ ବିଜେପୁର ଛାଡିଦେବା ଲାଗି ବହୁ ପୂର୍ବରୁ ଅଘୋଷିତ “ଡିଲ” ହୋଇଛି। ତେଣୁ ଲଢେଇ କେବଳ ନାଟକ ମାତ୍ର।

ବିଜେପୁରରେ ବିଜେପି ଲାଗି ଯେଉଁମାନେ ସହୋଯୋଗୀ ସାବ୍ୟସ୍ତ ହୋଇଥାନ୍ତେ ସେଥିରୁ ଅଧିକାଂଶ ବିଜେଡି ଶିବିରରେ ବହୁ ଆଗରୁ ମିଶି ସାରିଛନ୍ତି। ବାସ୍ତବରେ ଯେଉଁମାନେ ଏକଦା ବିଜେପୁରରେ ବିଜେପିର ମଙ୍ଗ ସମ୍ଭାଳୁଥିଲେ, ସେମାନେ ଏବେ ବିଜେଡିରେ ମିଶି ସାରିଛନ୍ତି। ସୁବାସ ଚୌହାନଙ୍କୁ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଦାୟିତ୍ଵ ଦେଇ ବିଜେପୁର ମଇଦାନରେ ବିଜେଡି ନିଜକୁ ଅଧିକ ଶକ୍ତିଶାଳୀ କରିଛି। ଉଭୟ କଂଗ୍ରେସ ଓ ବିଜେପିର ସ୍ଥାନୀୟ ପ୍ରଭାବଶାଳୀ ନେତାମାନେ ଏବେ ବିଜେଡି ଶିବିରର କାମ କରୁଛନ୍ତି। ତେଣୁ ବିଜେପି ସେଠି ଚାହିଁଲେ ମଧ୍ୟ ଭଲ ଲଢେଇ ଦେଇ ପାରିବ ନାହିଁ।

କଂଗ୍ରେସର ସ୍ଥିତି ବିଜେପୁର ରେ ଅତ୍ୟନ୍ତ ଦୁର୍ବଳ। ରିପୁନାଥ ସେଠଙ୍କ ସଂଗଠନ ଆଉ ନାହିଁ। ତେଣୁ କଂଗ୍ରେସ ବିଜେଡି ଲାଗି ସେମିତି କିଛି ବଡ ଆହ୍ଵାନ ସୃଷ୍ଟି କରିପାରିବ ନାହିଁ,। ନିର୍ବାଚନ ପରିଚାଳନାରେ ବିଜେଡ଼ିର ରଣନୀତି ଅନ୍ୟ ସବୁ ଦଳଙ୍କଠୁ ଢେର ଆଗରେ। ବିଜେପୁରର ଭୋଟ ସମୀକରଣ ବିଜେଡି ଲାଗି ଏଥର ବେଶୀ ସହଜ। ବର୍ଷେ ଭିତରେ ତିନୋଟି ନିର୍ବାଚନ ହୋଇଥିବା ବିଜେପୁରର ଗଣିତ ଏବେ ବିଜେଡି କାଲକୁଲେଟରରେ ରହିଛି।

ବିଜେପିର ଲଢେଇ କରିବାର ଅନିଚ୍ଛା ଓ କଂଗ୍ରେସର ମାତ୍ରାଧିକ ଦୁର୍ବଳତା ବିଜେଡି ଲାଗି ବିଜେପୁର ବିଜଯ ଅତି ସହଜ ହେବ ବୋଲି କୁହାଯାଇପାରେ। କଂଗ୍ରେସ ବିଧାୟକ ସୁବଳ ସାହୁ ଙ୍କ ଦେହାନ୍ତ ପରେ ଯେଉଁ ଉପ ନିର୍ବାଚନ ହୋଇଥିଲା, ସେଥିରେ ବିଜେପି ନିଜର ସବୁ କଳ, ବଳ ଓ କୌଶଳ ଖଟାଇ ନିର୍ବାଚନ ଲଢିଥିଲା। ଯଦିଓ ବିଜେପି ସେଥର ମଧ୍ୟ ଶୋଚନୀୟ ଭାବରେ ପରାସ୍ତ ହୋଇଥିଲା, ହେଲେ ଲଢେଇରେ ବିଜେପିର ମନୋଯୋଗ ଥିଲା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବ୍ୟକ୍ତିଗତ ଭାବରେ ସେଠି ନେତୃତ୍ଵ ନେଇ ସପ୍ତାହ ସପ୍ତାହ ଧରି ପ୍ରଚାର କରିଥିଲେ। ଏବେ ସେକଥା ଆଦୌ ହେବନାହିଁ । କେବଳ ରାଣ ମେଣ୍ଟାଇଲା ପରି ବିଜେପି ଏହି ନିର୍ବାଚନ ଲଢିବ।

ଗୋଟିଏ ବାକ୍ୟରେ କହିଲେ, ବିଜେପୁର ଉପ ନିର୍ବାଚନ ବିଜେପି ଓ ବିଜେଡି ମଧ୍ୟରେ ଏକ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ ବ୍ୟତୀତ ଅଧିକ କିଛି ହେବାର ନାହିଁ।

bjdbjp
Share. Facebook Twitter LinkedIn Email WhatsApp Copy Link

Related Posts

ଆଉ ବିଶ୍ୱକୁ ତେଲ ବିକ୍ରୟ କରିପାରିବ ନାହିଁ ଇରାନ: ପୁଣି କଟକଣା ଲଗାଇଲେ ଟ୍ରମ୍ପ

July 8, 2026

ଏଲ୍‍ନିନୋ ଚିନ୍ତା: ରାଜ୍ୟଗୁଡ଼ିକରେ ପର୍ଯ୍ୟାପ୍ତ କୃଷି ଓ ଖାଦ୍ୟ ସାମଗ୍ରୀ ମହଜୁଦ ପାଇଁ ପରାମର୍ଶ

July 8, 2026

ମେସିଙ୍କ ଚମତ୍କାର: ଶେଷ ମିନିଟ୍‌ରେ ଓଲଟିଲା ମ୍ୟାଚ୍‌, କ୍ୱାର୍ଟରଫାଇନାଲ ପହଞ୍ଚିଲା ଆର୍ଜେଣ୍ଟିନା

July 7, 2026

ପରିସୀମନ ବିଲ୍ ଉପରେ ନିଜର ମତ ବଦଳାଇଲେ ଅଖିଳେଶ ଯାଦବ?: ରଖିଲେ ଏହି ତିନୋଟି ସର୍ତ୍ତ

July 7, 2026
Latest News

ଭାରତରେ ପେଟ୍ରୋଲ ଏବଂ ଡିଜେଲ ଶସ୍ତା କରିପାରେ ଆମେରିକାର ଏହି ନିଷ୍ପତ୍ତି!: ଜାଣନ୍ତୁ କ’ଣ?

July 8, 2026

“ଉତ୍ତର ପ୍ରଦେଶ ୨.୦ କୁ ସ୍ୱାଗତ”: ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଏନକାଉଣ୍ଟର ପରେ ମହୁଆ ମୋଇତ୍ରାଙ୍କ ତାଚ୍ଛଲ୍ୟ

July 8, 2026

ସୁନ୍ଦରପଦା ବୋମା ବିସ୍ଫୋରଣ ମାମଲା: ୟୁପିରୁ ଅଭିଯୁକ୍ତଙ୍କୁ ଗିରଫ କଲା NIA

July 8, 2026

ଏକକାଳୀନ 57ଟି ଇଲେକ୍ଟ୍ରିକ୍ କାର କ୍ରୟ କଲେ ମହାରାଷ୍ଟ୍ର ସରକାର: ଜାଣନ୍ତୁ ଯୋଜନା

July 8, 2026

ଆଉ ବିଶ୍ୱକୁ ତେଲ ବିକ୍ରୟ କରିପାରିବ ନାହିଁ ଇରାନ: ପୁଣି କଟକଣା ଲଗାଇଲେ ଟ୍ରମ୍ପ

July 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.