Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମୋଦୀଙ୍କ ସବୁଜ ପତାକା କାହା ପାଇଁ, ପେସେଞ୍ଜର ଟ୍ରେନ ନା ନବୀନ ପଟ୍ଟନାୟକଙ୍କ ପାଇଁ ??
ବିଶେଷ ଖବର

ମୋଦୀଙ୍କ ସବୁଜ ପତାକା କାହା ପାଇଁ, ପେସେଞ୍ଜର ଟ୍ରେନ ନା ନବୀନ ପଟ୍ଟନାୟକଙ୍କ ପାଇଁ ??

January 6, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ନରେନ୍ଦ୍ର ମୋଦୀ ବୋଧହୁଏ ଦେଶର ଏକମାତ୍ର ପ୍ରଧାନମନ୍ତ୍ରୀ ଯିଏ ଶହେ ମିଟରର ବ୍ରିଜ ହେଉ ବା ପେସେଞ୍ଜର ଟ୍ରେନ, କିଛି ବି ଉଦଘାଟନ କରିବା ଲାଗି ସବୁ ମୂହୁର୍ତ୍ତରେ ସେ ପ୍ରସ୍ତୁତ। ଏପରିକି ଗୋଟେ ପେସେଞ୍ଜର ଟ୍ରେନର ଲୋକାର୍ପଣକୁ ମଧ୍ୟ ସେ ତାଙ୍କ ସରକାରର କ୍ରାନ୍ତିକାରୀ ପଦକ୍ଷେପ ବୋଲି କହିପାରନ୍ତି। ଗତ କାଲି ବାରିପଦାରେ ସେୟା ହେଲା ମଧ୍ୟ। ଗୋଟେ ସମାନ ପ୍ରକଳ୍ପକୁ ବିଭିନ୍ନ ସ୍ତରରେ ଶୁଭ ଦେବା, ଭୂମିପୂଜନ କରିବା ଭଳି କାମ କେବଳ ମୋଦୀ ସରକାରରେ ହିଁ ସମ୍ଭବ। ସେଦିନ ଜାମସେଦପୁରରୁ ବାଦାମପାହାଡ ପାସେଞ୍ଜର ଟ୍ରେନର ଶୁଭ ଉଦଘାଟନ ପ୍ରଧାନମନ୍ତ୍ରୀ କଲେ।  ଟ୍ରେନ ଜାମସେଦପୁରରେ ଆଉ ପ୍ରଧାନମନ୍ତ୍ରୀ ବାରିପଦାରେ। ବାରିପଦାରେ ସବୁଜ ପତାକା ହଲେଇ ପ୍ରଧାନମନ୍ତ୍ରୀ ଆତ୍ମତୃପ୍ତି ପାଇଥିବେ ନିଶ୍ଚୟ। କିନ୍ତୁ ସେ ସବୁଜ ପତାକା ଟ୍ରେନ ପାଇଁ ନା ଆଉ କାହା ପାଇଁ, ସେ ପ୍ରଶ୍ନ ଏବେ ଓଡିଶା ରାଜନୀତିର ପ୍ରମୁଖ ପ୍ରସଙ୍ଗ ପାଲଟିଛି।

ମୋଦୀ ଗତ ଡିସେମ୍ବର ୨୪ ତାରିଖ ଦିନ ଖୁର୍ଦ୍ଧା ସଭାରେ ଯାହା କହିଥିଲେ, ବାରିପଦା ସଭାରେ ମଧ୍ୟ ଆପାତତଃ ସେୟା କହିବେ ବୋଲି ଆମେ ଭବିଷ୍ୟବାଣୀ କରିଥିଲୁ। ଏବେ ସେୟା ହିଁ ହୋଇଛି। ଖୁର୍ଦ୍ଧା ତୁଳନାରେ ବାରିପଦା ସଭାରେ ଓଡିଶା ସରକାରଙ୍କ ପ୍ରତି ମୋଦୀଙ୍କ ଆଭିମୁଖ୍ୟ ଅଧିକ ନରମ ଥିଲା। କଂଗ୍ରେସ ପ୍ରତି ଅତ୍ୟନ୍ତ କଡା (ପ୍ରଧାନମନ୍ତ୍ରୀ ଭାବରେ ଏକପ୍ରକାର ଅଶୋଭନୀୟ) ଭାଷା ପ୍ରୟୋଗ କରିଥିବା ମୋଦୀ ନବୀନ ପଟ୍ଟନାୟକଙ୍କ ନାଁ ମଧ୍ୟ ଉଚ୍ଚାରଣ କରିନଥିଲେ। ଏଥିରୁ ଗୋଟେ କଥା ସ୍ପଷ୍ଟ ଯେ, ନବୀନ ଏବେ ମୋଦୀଙ୍କ ଭବିଷ୍ୟତ ପାଇଁ ସବୁଠୁ ବଡ ଆବଶ୍ୟକତା ପାଲଟିଛନ୍ତି।

କଂଗ୍ରେସର ରାଫାଲେ ଆକ୍ରମଣ ଯୋଗୁଁ ମୋଦୀ ଯେ ବିଚଳିତ ହୋଇ ପଡିଛନ୍ତି, ତାହାର ଝଲକ ବାରିପଦା ସଭାରେ ଗତ କାଲି ଦେଖିବାକୁ ମିଳିଥିଲା। କଂଗ୍ରେସକୁ ଆକ୍ରମଣ କରିବାରେ ହୁଏତ କିଛି ଅସୁବିଧା ନାହିଁ, କିନ୍ତୁ ଏହି ଆକ୍ରମଣ ଯେ ଆତ୍ମରକ୍ଷାର ବାଟ, ସେକଥା ମୋଦୀଙ୍କ ଭାଷଣରୁ ବାରି ହୋଇ ପଡୁଥିଲା। ମହିଳା ଶକ୍ତିକୁ ପ୍ରଶଂସା କରିବାକୁ ଯାଇ ଗୋଟେ ସାଧାରଣ ସଭାରେ ନିର୍ମଲା ସୀତାରମଣଙ୍କୁ ପ୍ରଶଂସା କରିବା ମୋଦୀଙ୍କ ଅସହାୟତାକୁ ଧାରା ପକେଇ ଦେଇଛି। ଆଜି ପର୍ୟନ୍ତ ସବୁ କଥାରେ ”ମୁଁ, ମୋର ଓ ମୋଦୀର” ବୋଲି କହୁଥିବା ନରେନ୍ଦ୍ର ମୋଦୀ ହଠାତ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ପ୍ରଶଂସା କରିବା ପଛରେ ସେ ଭୟ ହିଁ କାମ କରୁଛି।

ତେବେ ସବୁଠୁ ବଡ କଥା ହେଲା, ରାଜ୍ୟ ସରକାର ବିରୋଧରେ ଚୁପ ରହିବା ପାଇଁ ମୋଦୀ ବାଧ୍ୟ ହୋଇଛନ୍ତି କି? ୨୦୧୯ ନିର୍ବାଚନରେ ସହଯୋଗୀ ଖୋଜିବାର ଉଦ୍ୟମର ଏହା ଅଂଶ ବିଶେଷ ମାତ୍ର। ଏବେ ମୋଦୀ ନବୀନଙ୍କୁ ସବୁଜ ସଙ୍କେତ ଦେଇ ସାରିଛନ୍ତି। ଏହାପରେ ଓଡିଶା ବିଜେପିର ଆକ୍ରମଣ ଫସର ଫାଟିବା ଅବସ୍ଥାକୁ ଆସିଯାଇଛି। ବିଜେପି ଓ ବିଜେଡି ଭିତରେ ଭିତିରି ବୁଝାମଣା ର ଚର୍ଚ୍ଚା ବିଜେପିକୁ ବଡ ଅକଳିଆ ଅବସ୍ଥାରେ ପକାଇଛି। ପୂର୍ବୋଦୟ ବାହାନାରେ ବିଜେପି ଏବେ ତେଲେଙ୍ଗାନା, ଓଡିଶା ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀମାନଙ୍କର ଶରଣାପନ୍ନ ହୋଇଛି। ୨୦୧୯ ନିର୍ବାଚନରେ ନବୀନଙ୍କୁ କୌଣସି ପ୍ରକାରେ ହାତଛଡା କରିବାକୁ, ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଚାହୁଁନାହିଁ।

ତେଣୁ ଆଜି ମୋଦୀ ନବୀନଙ୍କୁ ବନ୍ଧୁତ୍ଵର ସବୁଜ ପତାକା ପ୍ରଦର୍ଶନ କରି ଫେରି ଯାଇଛନ୍ତି ବୋଲି କହିବାରେ କୌଣସି ଅସୁବିଧା ନାହିଁ।

kedarmishra Modi odishanews thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ସଂସଦରେ ଭାଙ୍ଗିବ ସରକାରଙ୍କ ନୀରବତା!: ମଧ୍ୟପ୍ରାଚ୍ୟ ଉପରେ ମତ ସ୍ପଷ୍ଟ କରିବେ ବୈଦେଶିକ ମନ୍ତ୍ରୀ?

March 9, 2026

ଇତିହାସ ରଚିଲା ଭାରତ: ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରି ପୁଣିଥରେ ହେଲା ବିଶ୍ଵ ବିଜେତା

March 8, 2026

ମଧ୍ୟ-ପୂର୍ବରେ ଯୁଦ୍ଧ: ଭାରତର ଭୂମିକା ଓ ଦୃଷ୍ଟିକୋଣ

March 8, 2026

୨୦୨୬ ଟି-୨୦ ବିଶ୍ୱକପ୍ ଫାଇନାଲ: ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କଲା ନ୍ୟୁଜିଲାଣ୍ଡ

March 8, 2026
Latest News

ନୀତା ଅମ୍ବାନୀଙ୍କ ଦ୍ୱାରା ହିରୋଜ୍ ଅଭିଯାନ ଶୁଭାରମ୍ଭ

March 9, 2026

ଓମ୍ ବିର୍ଲାଙ୍କୁ ହଟାଇବା ପ୍ରସ୍ତାବ ସମ୍ପର୍କରେ କ’ଣ କରିବେ ୩୭ ଏସପି ସାଂସଦ?: ସ୍ପଷ୍ଟ କଲେ ଅଖିଳେଶ ଯାଦବ

March 9, 2026

ଭାରତ ବିଶ୍ୱକପ୍ ଜିତିବା ପରେ ପାକିସ୍ତାନରୁ ଆସିଲା ପ୍ରତିକ୍ରିୟା: ଜାଣନ୍ତୁ କ’ଣ କହିଲେ ମହମ୍ମଦ ଆମିର

March 9, 2026

Budget Session Resumes: ସଂସଦରେ ଆରମ୍ଭ ହେବ ବଜେଟ ଅଧିବେସନର ଦ୍ବିତୀୟ ପର୍ଯ୍ୟାୟ

March 9, 2026

୧୦୦୦ ତମ ଅଧ୍ୟାୟରେ ପହଞ୍ଚିଲା ଜୀ ସାର୍ଥକର ସବୁଠାରୁ ସଫଳ ମେଗା ଧାରାବାହିକ ‘ତୁ ଖରା ମୁଁ ଛାଇ’ 

March 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.