Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଯୁଦ୍ଧ ବନ୍ଦ କରିବା ଓ ଶାନ୍ତି ପ୍ରତିଷ୍ଠା କରିବାର ମୌଳିକ ଲକ୍ଷ୍ୟ ହାସଲରେ ଜାତିସଂଘ ବିଫଳ ହୋଇଛି କି ?
ବିଶେଷ ଖବର

ଯୁଦ୍ଧ ବନ୍ଦ କରିବା ଓ ଶାନ୍ତି ପ୍ରତିଷ୍ଠା କରିବାର ମୌଳିକ ଲକ୍ଷ୍ୟ ହାସଲରେ ଜାତିସଂଘ ବିଫଳ ହୋଇଛି କି ?

September 28, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
NEW YORK, SEP 27 (UNI):- Prime Minister Narendra Modi addressing at the United Nations General Assembly (UNGA), in New York, USA on Friday.UNI PHOTO-21F

କେଦାର ମିଶ୍ର

ଜାତିସଂଘର ସାଧାରଣ ପରିଷଦ ବୈଠକ ଦକ୍ଷିଣ ଏସିଆର ଦେଶମାନଙ୍କ ଲାଗି ଯୁଦ୍ଧ ଧମକ ଓ ପଡୋଶୀଙ୍କ ଭିତରେ କଥା କଟାକଟିର ଏକ ଉଦ୍ଭଟ ମଞ୍ଚ ପାଲଟି ଯାଉଛି। ଗତକାଲି ଜାତିସଂଘ ସାଧାରଣ ପରିଷଦରେ ଭାରତ ଓ ପାକିସ୍ତାନର ପ୍ରଧାନମନ୍ତ୍ରୀ ନିଜର ଭାଷଣ ଦେବାବେଳେ ଲାଗୁଥିଲା, ସତେକି ଏହା କୌଣସି ଆନ୍ତର୍ଜାତିକ ମଞ୍ଚ ନୁହେଁ, ବରଂ ଏକ କୁସ୍ତିଯୁଦ୍ଧର ଆଖଡା। ଦୁଇଟି ପଡୋଶୀ ଦେଶ ନିଜ ନିଜ ଭିତରେ ଆଲୋଚନା କରିବା ପରିବର୍ତ୍ତେ ଏକ ଆନ୍ତର୍ଜାତିକ ମଞ୍ଚରେ କଳି କରୁଛନ୍ତି। ଗତ ସତୁରୀ ବର୍ଷ ଧରି ଭାରତ ଓ ପାକିସ୍ତାନ ଭିତରେ ବହୁ ସଂଘର୍ଷ ହୋଇଛି, ଏପରିକି ଯୁଦ୍ଧ ମଧ୍ୟ ହୋଇଛି, ହେଲେ ଆନ୍ତର୍ଜାତିକ ମଞ୍ଚରେ ଭାରତର ପ୍ରଧାନମନ୍ତ୍ରୀମାନେ ନିଜର ଗରିମା ଅକ୍ଷୁଣ୍ଣ ରଖିଛନ୍ତି। କେବଳ ପାକିସ୍ତାନ ବିରୋଧରେ କହିବା ଭାରତର ବୈଦେଶିକ ନୀତିର ମୌଳିକ ଉଦ୍ଦେଶ୍ୟ କେବେ ବି ନଥିଲା। ପଣ୍ଡିତ ଜବାହାରଲାଲ ନେହେରୁଙ୍କ ସମୟରୁ ତୃତୀୟ ବିଶ୍ଵର ନେତୃତ୍ଵ ଭାରତ ହାତରେ ରହି ଆସିଥିଲା। ଆମର ଗଣତନ୍ତ୍ର ଓ ମାନବ ଅଧିକାର ପ୍ରତି ରହିଥିବା ପ୍ରତିବଦ୍ଧତା କାରଣରୁ ପାକିସ୍ତାନ କେବେହେଲେ ଆମ ବିରୋଧରେ ଅପପ୍ରଚାର କରି ସଫଳ ହୋଇନଥିଲା।

କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ସହିତ କାଶ୍ମୀରକୁ ସବୁ ଯୋଗାଯୋଗରୁ ବିଚ୍ଛିନ୍ନ ରଖି, ଭାରତ ବିରୋଧରେ ଗପିବାକୁ ପାକିସ୍ତାନକୁ ଆମେ ଏକ ବଡ ସୁଯୋଗ ଦେଇଛୁ। ଆମେ ଆମ ସରକାରକୁ ବିଶ୍ଵାସ କରୁଛୁ ଓ ଭାବୁଛୁ ଯେ, କାଶ୍ମୀରରେ ସବୁକିଛି ସ୍ଵାଭାବିକ ଅଛି। ଯଦି ସବୁକିଛି ସ୍ଵାଭାବିକ ଅଛି, ତାହେଲେ କାଶ୍ମୀରକୁ ସବୁ ପ୍ରକାର ଯୋଗାଯୋଗରୁ ବିଚ୍ଛିନ୍ନ ରଖାଯାଇଛି କାହିଁକି? ଏ ପ୍ରଶ୍ନ ଆଜି ବିଭିନ୍ନ ମଞ୍ଚରେ ଉଠୁଛି। ବ୍ରିଟିଶ ଲେବର ପାର୍ଟି କାଶ୍ମୀରକୁ ନେଇ ଭାରତ କୁ ଯେଉଁ ଭାଷାରେ ସମାଲୋଚନା କରିଛି ତାହା ଅତ୍ୟନ୍ତ ଚିନ୍ତା ର ବିଷୟ। ଜାତିସଙ୍ଘରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କାଶ୍ମୀର ପ୍ରସଙ୍ଗ ଉଠାଇବା ପୂର୍ବରୁ ତୁର୍କୀ ରାଷ୍ଟ୍ରପତି ଇରଦୋଗନ ସେ ପ୍ରସଙ୍ଗ ଉଠାଇ ସାରିଥିଲେ। ଦୀର୍ଘ ବର୍ଷ ଧରି ଜାତିସଂଘର ଏଜେଣ୍ଡାରେ କାଶ୍ମୀରକୁ ପୂରାଇବା ଲାଗି ପାକିସ୍ତାନର ଉଦ୍ୟମକୁ ଭାରତ ସରକାର ପ୍ରତିହତ କରି ଆସୁଥିଲେ। ପ୍ରଥମ ଥର ଲାଗି ଜାତିସଙ୍ଘରେ ଖୋଲାଖୋଲି କାଶ୍ମୀରକୁ ନେଇ ଚର୍ଚ୍ଚା ହୋଇଛି ଓ ଏହା ଭାରତର ବୈଦେଶିକ ନୀତିର ଦୁର୍ବଳତାକୁ ପଦାରେ ପକାଇ ଦେଇଛି।

ବିଦେଶନୀତି ବା କୂଟନୀତି ଓଜସ୍ଵିନୀ ଭାଷଣ ଦ୍ଵାରା ନିୟନ୍ତ୍ରିତ ହୁଏ ନାହିଁ। ଏଥିଲାଗି କୂଟନୈତିକ କଳା କୌଶଳ ଜଣାଥିବା ଆବଶ୍ୟକ। ଆମେରିକାର ନିନ୍ଦିତ ରାଷ୍ଟ୍ରପତିଙ୍କ ସହିତ ଏକା ମଞ୍ଚରେ ନିର୍ବାଚନ ପ୍ରଚାର କରି ଆମେ ଆମର ବିଦେଶନୀତିରେ ରହିଥିବା ଗରିମାକୁ ନଷ୍ଟ କରିଛୁ। ଆମେରିକାର ବହୁ ଡେମୋକ୍ରାଟ ସିନେଟର ଏବେ ଭାରତ ବିରୋଧୀ ଆଭିମୁଖ୍ୟ ରଖୁଛନ୍ତି। ଏହା ଆଦୌ ଶୁଭ ସଙ୍କେତ ନୁହେଁ। ଆମେରିକା ରାଷ୍ଟ୍ରପତି ଚୀନ ସହିତ ରହିଥିବା ତାଙ୍କର ବାଣିଜ୍ୟିକ ତିକ୍ତତା ଭିତରକୁ ଭାରତକୁ ଟାଣିବାକୁ ଚେଷ୍ଟା କରୁଛନ୍ତି। ବିଡମ୍ବନାର କଥା ହେଲା, ଆମେ ଟ୍ରମ୍ପଙ୍କ ଘନିଷ୍ଠ ହେବାର ପ୍ରଚେଷ୍ଟାରେ ବହୁକିଛି ହରାଇବା ଆରମ୍ଭ କରିଛୁ।

ଜାତିସଂଘ ସାଧାରଣ ପରିଷଦ ବୈଠକରେ ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୁଦ୍ଧ ଓ ବୁଦ୍ଧଙ୍କ କଥା କହିଛନ୍ତି। ଆମେ ବୁଦ୍ଧ ଓ ଗାନ୍ଧୀଙ୍କ ଦେଶ। ତାହେଲେ ଆମେ ବୁଦ୍ଧଙ୍କ ପଥ ଆପଣାର କରୁନୁ କାହିଁକି? ମୋଦୀ ତାଙ୍କ ଭାଷଣରେ ପାକିସ୍ତାନର ନାମ ନେଇନଥିଲେ। ପରୋକ୍ଷରେ ସେ ପାକିସ୍ତାନକୁ ସନ୍ତ୍ରାସବାଦକୁ ପ୍ରୋତ୍ସାହନ ଦେଉଥିବା ରାଷ୍ଟ୍ର ଭାବରେ ଉପସ୍ଥାପନ କରିବାକୁ ଚେଷ୍ଟା କରିଥିଲେ। ଏହାର ଜବାବରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ସିଧାସଳଖ ଭାରତକୁ ଓ ଭାରତର ପ୍ରଧାନମନ୍ତ୍ରୀଙ୍କୁ ଆକ୍ରମଣ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗୁଜରାଟ ଦଙ୍ଗା ସମୟର ଭୂମିକାଠୁ ଆରମ୍ଭ କରି ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ମୁସଲମାନ ଓ ଖ୍ରୀଷ୍ଟିୟାନ ବିରୋଧୀ ଆଭିମୁଖ୍ୟ ଇତ୍ୟାଦି ପ୍ରସଙ୍ଗରେ ଇମ୍ରାନ ଖୋଲାଖୋଲି ଚର୍ଚ୍ଚା କରିଥିଲେ।

ଜାତିସଂଘ ଭାରତ ଓ ପାକିସ୍ତାନ ରାଜନୀତିର ସବୁଠୁ ସଙ୍କଟଜନକ ଦୃଶ୍ୟକୁ ଗତକାଲି ନୀରବରେ ଦେଖିଛି। ଜାତିସଂଘର ମଞ୍ଚରେ ପରମାଣୁ ଯୁଦ୍ଧର ଧମକ ମଧ୍ୟ ଦିଆ ହେଉଛି। ତେବେ ଏ ପ୍ରସଙ୍ଗରେ ଜାତିସଂଘର ଭୂମିକା କଣ ହେବା ଉଚିତ? ଦୁଇ ପଡୋଶୀଙ୍କ ଭିତରେ ଉତ୍ତେଜନା କମାଇବାକୁ ଜାତିସଂଘ ଉଦ୍ୟମ କରିବା ପରିବର୍ତ୍ତେ ନିଜର ମଞ୍ଚକୁ ଅଧିକ ଉତ୍ତେଜନା ସୃଷ୍ଟି ପାଇଁ ବ୍ୟବହାର କରିବାର ସୁଯୋଗ ଦେବା ଦକ୍ଷିଣ ଏସିଆର ଶାନ୍ତି ପ୍ରତି ଏକ ବଡ ସଙ୍କଟ ସୃଷ୍ଟି କରିବ।

ଆମର ନେତୃତ୍ଵ ମଧ୍ୟ ଏ ବିଷୟରେ ଭିନ୍ନ ଭାବରେ ଚିନ୍ତା କରିବା ଜରୁରୀ। କାଶ୍ମୀର ପ୍ରସଙ୍ଗରେ ରାଷ୍ଟ୍ରୀୟ ସହମତି ପାଇଁ ପ୍ରଧାନମନ୍ତ୍ରୀ ଓ ଶାସକ ଦଳ ଉଦ୍ୟମ କରିବା ପରିବର୍ତ୍ତେ ଏହାକୁ ନିଜର ଭୋଟ ହାତେଇବାର କୌଶଳ ଭାବରେ ବ୍ୟବହାର କରିବାର ମନୋବୃତ୍ତି ଏହାକୁ ଅଧିକ ଜଟିଳ କରିବ। କାଶ୍ମୀର ଗତ ୫୫ ଦିନ ହେଲା ପୂରା ପୃଥିବୀରୁ ବିଚ୍ଛିନ୍ନ ହୋଇ ରହିଛି। କାଶ୍ମୀରରେ ସ୍ଵାଭାବିକ ଅବସ୍ଥା ଫେରିବା ଯେତିକି ଡେରି ହେବ, ଏହାକୁ ନେଇ ଆନ୍ତର୍ଜାତିକ ମଞ୍ଚରେ ଆମ ପ୍ରତି ଅଭିଯୋଗ ମଧ୍ୟ ସେତେ ବଢିବ।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଚୂଡ଼ାନ୍ତ ହେବ ଭାରତର ଟି-୨୦ ବିଶ୍ୱକପ୍ ଦଳ: ଏହି ପାଞ୍ଚଟି ପ୍ରମୁଖ ପ୍ରସଙ୍ଗ ଉପରେ ରହିବ ନଜର

December 20, 2025

ଭୁବନେଶ୍ୱରଠାରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଲଷ୍ଟର ଲାଗି ଆର୍ଥିକ ଅନୁଦାନ ଦେବେ କେନ୍ଦ୍ର ସରକାର: କେନ୍ଦ୍ର ମନ୍ତ୍ରୀ

December 20, 2025

କଂଗ୍ରେସ ତରଫରୁ ଭୁବନେଶ୍ବରରେ କରାଗଲା ମଶାଲ ଶୋଭାଯାତ୍ରା, ଜାଣନ୍ତୁ କାରଣ

December 19, 2025

ତାମିଲନାଡୁରେ SIRର ପ୍ରଥମ ପର୍ଯ୍ୟାୟ ଡ୍ରାଫ୍ଟ ତାଲିକା ପ୍ରକାଶିତ: ବାଦ୍ ପଡ଼ିଲେ ପ୍ରାୟ ୧ କୋଟି ଭୋଟର

December 19, 2025
Latest News

ନ୍ୟୁଜିଲ୍ୟାଣ୍ଡ ଦିନିକିଆ ସିରିଜରେ ଖେଳିବେ ନାହିଁ ହାର୍ଦ୍ଦିକ ଏବଂ ବୁମରାହ: ଜାଣନ୍ତୁ କାରଣ

December 20, 2025

ଇମ୍ରାନ ଖାନ ଏବଂ ବୁଶରା ବିବିଙ୍କୁ ୧୭ ବର୍ଷ ଲେଖାଏଁ ଜେଲଦଣ୍ଡ, ପାକିସ୍ତାନ କୋର୍ଟଙ୍କ ରାୟ ଘୋଷଣା

December 20, 2025

ନିଖୋଜ ବ୍ୟକ୍ତିଙ୍କର ମୃତଦେହ ଉଦ୍ଧାର

December 20, 2025

ଦିଲ୍ଲୀ ବିମାନବନ୍ଦରରେ ଯାତ୍ରୀଙ୍କୁ ଆକ୍ରମଣ ଅଭିଯୋଗ: ପାଇଲଟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

December 20, 2025

ହାତୀ ସହିତ ଧକ୍କା ହେଲା ରାଜଧାନୀ ଏକ୍ସପ୍ରେସ ଟ୍ରେନ: ଇଞ୍ଜିନ ସମେତ ଟି କୋଚ୍ ଲାଇନଚ୍ୟୁତ , ୮ଟି ହାତୀ ମୃତ

December 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.