Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଯୁଦ୍ଧ ବନ୍ଦ କରିବା ଓ ଶାନ୍ତି ପ୍ରତିଷ୍ଠା କରିବାର ମୌଳିକ ଲକ୍ଷ୍ୟ ହାସଲରେ ଜାତିସଂଘ ବିଫଳ ହୋଇଛି କି ?
ବିଶେଷ ଖବର

ଯୁଦ୍ଧ ବନ୍ଦ କରିବା ଓ ଶାନ୍ତି ପ୍ରତିଷ୍ଠା କରିବାର ମୌଳିକ ଲକ୍ଷ୍ୟ ହାସଲରେ ଜାତିସଂଘ ବିଫଳ ହୋଇଛି କି ?

September 28, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
NEW YORK, SEP 27 (UNI):- Prime Minister Narendra Modi addressing at the United Nations General Assembly (UNGA), in New York, USA on Friday.UNI PHOTO-21F

କେଦାର ମିଶ୍ର

ଜାତିସଂଘର ସାଧାରଣ ପରିଷଦ ବୈଠକ ଦକ୍ଷିଣ ଏସିଆର ଦେଶମାନଙ୍କ ଲାଗି ଯୁଦ୍ଧ ଧମକ ଓ ପଡୋଶୀଙ୍କ ଭିତରେ କଥା କଟାକଟିର ଏକ ଉଦ୍ଭଟ ମଞ୍ଚ ପାଲଟି ଯାଉଛି। ଗତକାଲି ଜାତିସଂଘ ସାଧାରଣ ପରିଷଦରେ ଭାରତ ଓ ପାକିସ୍ତାନର ପ୍ରଧାନମନ୍ତ୍ରୀ ନିଜର ଭାଷଣ ଦେବାବେଳେ ଲାଗୁଥିଲା, ସତେକି ଏହା କୌଣସି ଆନ୍ତର୍ଜାତିକ ମଞ୍ଚ ନୁହେଁ, ବରଂ ଏକ କୁସ୍ତିଯୁଦ୍ଧର ଆଖଡା। ଦୁଇଟି ପଡୋଶୀ ଦେଶ ନିଜ ନିଜ ଭିତରେ ଆଲୋଚନା କରିବା ପରିବର୍ତ୍ତେ ଏକ ଆନ୍ତର୍ଜାତିକ ମଞ୍ଚରେ କଳି କରୁଛନ୍ତି। ଗତ ସତୁରୀ ବର୍ଷ ଧରି ଭାରତ ଓ ପାକିସ୍ତାନ ଭିତରେ ବହୁ ସଂଘର୍ଷ ହୋଇଛି, ଏପରିକି ଯୁଦ୍ଧ ମଧ୍ୟ ହୋଇଛି, ହେଲେ ଆନ୍ତର୍ଜାତିକ ମଞ୍ଚରେ ଭାରତର ପ୍ରଧାନମନ୍ତ୍ରୀମାନେ ନିଜର ଗରିମା ଅକ୍ଷୁଣ୍ଣ ରଖିଛନ୍ତି। କେବଳ ପାକିସ୍ତାନ ବିରୋଧରେ କହିବା ଭାରତର ବୈଦେଶିକ ନୀତିର ମୌଳିକ ଉଦ୍ଦେଶ୍ୟ କେବେ ବି ନଥିଲା। ପଣ୍ଡିତ ଜବାହାରଲାଲ ନେହେରୁଙ୍କ ସମୟରୁ ତୃତୀୟ ବିଶ୍ଵର ନେତୃତ୍ଵ ଭାରତ ହାତରେ ରହି ଆସିଥିଲା। ଆମର ଗଣତନ୍ତ୍ର ଓ ମାନବ ଅଧିକାର ପ୍ରତି ରହିଥିବା ପ୍ରତିବଦ୍ଧତା କାରଣରୁ ପାକିସ୍ତାନ କେବେହେଲେ ଆମ ବିରୋଧରେ ଅପପ୍ରଚାର କରି ସଫଳ ହୋଇନଥିଲା।

କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ସହିତ କାଶ୍ମୀରକୁ ସବୁ ଯୋଗାଯୋଗରୁ ବିଚ୍ଛିନ୍ନ ରଖି, ଭାରତ ବିରୋଧରେ ଗପିବାକୁ ପାକିସ୍ତାନକୁ ଆମେ ଏକ ବଡ ସୁଯୋଗ ଦେଇଛୁ। ଆମେ ଆମ ସରକାରକୁ ବିଶ୍ଵାସ କରୁଛୁ ଓ ଭାବୁଛୁ ଯେ, କାଶ୍ମୀରରେ ସବୁକିଛି ସ୍ଵାଭାବିକ ଅଛି। ଯଦି ସବୁକିଛି ସ୍ଵାଭାବିକ ଅଛି, ତାହେଲେ କାଶ୍ମୀରକୁ ସବୁ ପ୍ରକାର ଯୋଗାଯୋଗରୁ ବିଚ୍ଛିନ୍ନ ରଖାଯାଇଛି କାହିଁକି? ଏ ପ୍ରଶ୍ନ ଆଜି ବିଭିନ୍ନ ମଞ୍ଚରେ ଉଠୁଛି। ବ୍ରିଟିଶ ଲେବର ପାର୍ଟି କାଶ୍ମୀରକୁ ନେଇ ଭାରତ କୁ ଯେଉଁ ଭାଷାରେ ସମାଲୋଚନା କରିଛି ତାହା ଅତ୍ୟନ୍ତ ଚିନ୍ତା ର ବିଷୟ। ଜାତିସଙ୍ଘରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କାଶ୍ମୀର ପ୍ରସଙ୍ଗ ଉଠାଇବା ପୂର୍ବରୁ ତୁର୍କୀ ରାଷ୍ଟ୍ରପତି ଇରଦୋଗନ ସେ ପ୍ରସଙ୍ଗ ଉଠାଇ ସାରିଥିଲେ। ଦୀର୍ଘ ବର୍ଷ ଧରି ଜାତିସଂଘର ଏଜେଣ୍ଡାରେ କାଶ୍ମୀରକୁ ପୂରାଇବା ଲାଗି ପାକିସ୍ତାନର ଉଦ୍ୟମକୁ ଭାରତ ସରକାର ପ୍ରତିହତ କରି ଆସୁଥିଲେ। ପ୍ରଥମ ଥର ଲାଗି ଜାତିସଙ୍ଘରେ ଖୋଲାଖୋଲି କାଶ୍ମୀରକୁ ନେଇ ଚର୍ଚ୍ଚା ହୋଇଛି ଓ ଏହା ଭାରତର ବୈଦେଶିକ ନୀତିର ଦୁର୍ବଳତାକୁ ପଦାରେ ପକାଇ ଦେଇଛି।

ବିଦେଶନୀତି ବା କୂଟନୀତି ଓଜସ୍ଵିନୀ ଭାଷଣ ଦ୍ଵାରା ନିୟନ୍ତ୍ରିତ ହୁଏ ନାହିଁ। ଏଥିଲାଗି କୂଟନୈତିକ କଳା କୌଶଳ ଜଣାଥିବା ଆବଶ୍ୟକ। ଆମେରିକାର ନିନ୍ଦିତ ରାଷ୍ଟ୍ରପତିଙ୍କ ସହିତ ଏକା ମଞ୍ଚରେ ନିର୍ବାଚନ ପ୍ରଚାର କରି ଆମେ ଆମର ବିଦେଶନୀତିରେ ରହିଥିବା ଗରିମାକୁ ନଷ୍ଟ କରିଛୁ। ଆମେରିକାର ବହୁ ଡେମୋକ୍ରାଟ ସିନେଟର ଏବେ ଭାରତ ବିରୋଧୀ ଆଭିମୁଖ୍ୟ ରଖୁଛନ୍ତି। ଏହା ଆଦୌ ଶୁଭ ସଙ୍କେତ ନୁହେଁ। ଆମେରିକା ରାଷ୍ଟ୍ରପତି ଚୀନ ସହିତ ରହିଥିବା ତାଙ୍କର ବାଣିଜ୍ୟିକ ତିକ୍ତତା ଭିତରକୁ ଭାରତକୁ ଟାଣିବାକୁ ଚେଷ୍ଟା କରୁଛନ୍ତି। ବିଡମ୍ବନାର କଥା ହେଲା, ଆମେ ଟ୍ରମ୍ପଙ୍କ ଘନିଷ୍ଠ ହେବାର ପ୍ରଚେଷ୍ଟାରେ ବହୁକିଛି ହରାଇବା ଆରମ୍ଭ କରିଛୁ।

ଜାତିସଂଘ ସାଧାରଣ ପରିଷଦ ବୈଠକରେ ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୁଦ୍ଧ ଓ ବୁଦ୍ଧଙ୍କ କଥା କହିଛନ୍ତି। ଆମେ ବୁଦ୍ଧ ଓ ଗାନ୍ଧୀଙ୍କ ଦେଶ। ତାହେଲେ ଆମେ ବୁଦ୍ଧଙ୍କ ପଥ ଆପଣାର କରୁନୁ କାହିଁକି? ମୋଦୀ ତାଙ୍କ ଭାଷଣରେ ପାକିସ୍ତାନର ନାମ ନେଇନଥିଲେ। ପରୋକ୍ଷରେ ସେ ପାକିସ୍ତାନକୁ ସନ୍ତ୍ରାସବାଦକୁ ପ୍ରୋତ୍ସାହନ ଦେଉଥିବା ରାଷ୍ଟ୍ର ଭାବରେ ଉପସ୍ଥାପନ କରିବାକୁ ଚେଷ୍ଟା କରିଥିଲେ। ଏହାର ଜବାବରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ସିଧାସଳଖ ଭାରତକୁ ଓ ଭାରତର ପ୍ରଧାନମନ୍ତ୍ରୀଙ୍କୁ ଆକ୍ରମଣ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗୁଜରାଟ ଦଙ୍ଗା ସମୟର ଭୂମିକାଠୁ ଆରମ୍ଭ କରି ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ମୁସଲମାନ ଓ ଖ୍ରୀଷ୍ଟିୟାନ ବିରୋଧୀ ଆଭିମୁଖ୍ୟ ଇତ୍ୟାଦି ପ୍ରସଙ୍ଗରେ ଇମ୍ରାନ ଖୋଲାଖୋଲି ଚର୍ଚ୍ଚା କରିଥିଲେ।

ଜାତିସଂଘ ଭାରତ ଓ ପାକିସ୍ତାନ ରାଜନୀତିର ସବୁଠୁ ସଙ୍କଟଜନକ ଦୃଶ୍ୟକୁ ଗତକାଲି ନୀରବରେ ଦେଖିଛି। ଜାତିସଂଘର ମଞ୍ଚରେ ପରମାଣୁ ଯୁଦ୍ଧର ଧମକ ମଧ୍ୟ ଦିଆ ହେଉଛି। ତେବେ ଏ ପ୍ରସଙ୍ଗରେ ଜାତିସଂଘର ଭୂମିକା କଣ ହେବା ଉଚିତ? ଦୁଇ ପଡୋଶୀଙ୍କ ଭିତରେ ଉତ୍ତେଜନା କମାଇବାକୁ ଜାତିସଂଘ ଉଦ୍ୟମ କରିବା ପରିବର୍ତ୍ତେ ନିଜର ମଞ୍ଚକୁ ଅଧିକ ଉତ୍ତେଜନା ସୃଷ୍ଟି ପାଇଁ ବ୍ୟବହାର କରିବାର ସୁଯୋଗ ଦେବା ଦକ୍ଷିଣ ଏସିଆର ଶାନ୍ତି ପ୍ରତି ଏକ ବଡ ସଙ୍କଟ ସୃଷ୍ଟି କରିବ।

ଆମର ନେତୃତ୍ଵ ମଧ୍ୟ ଏ ବିଷୟରେ ଭିନ୍ନ ଭାବରେ ଚିନ୍ତା କରିବା ଜରୁରୀ। କାଶ୍ମୀର ପ୍ରସଙ୍ଗରେ ରାଷ୍ଟ୍ରୀୟ ସହମତି ପାଇଁ ପ୍ରଧାନମନ୍ତ୍ରୀ ଓ ଶାସକ ଦଳ ଉଦ୍ୟମ କରିବା ପରିବର୍ତ୍ତେ ଏହାକୁ ନିଜର ଭୋଟ ହାତେଇବାର କୌଶଳ ଭାବରେ ବ୍ୟବହାର କରିବାର ମନୋବୃତ୍ତି ଏହାକୁ ଅଧିକ ଜଟିଳ କରିବ। କାଶ୍ମୀର ଗତ ୫୫ ଦିନ ହେଲା ପୂରା ପୃଥିବୀରୁ ବିଚ୍ଛିନ୍ନ ହୋଇ ରହିଛି। କାଶ୍ମୀରରେ ସ୍ଵାଭାବିକ ଅବସ୍ଥା ଫେରିବା ଯେତିକି ଡେରି ହେବ, ଏହାକୁ ନେଇ ଆନ୍ତର୍ଜାତିକ ମଞ୍ଚରେ ଆମ ପ୍ରତି ଅଭିଯୋଗ ମଧ୍ୟ ସେତେ ବଢିବ।

Share. Facebook Twitter LinkedIn Email WhatsApp Copy Link

Related Posts

ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ମୋଦୀ: ଜାଣନ୍ତୁ କ’ଣ ହେଲା ଆଲୋଚନା?

August 1, 2026

୨୦୩୦-୩୧ ପର୍ଯ୍ୟନ୍ତ ବଢ଼ିଲା ପିଏମ୍‌ କିଷାନ୍‌ ଯୋଜନାର ଅବଧି

August 1, 2026

‘ମୋତେ ଏବଂ ମୋ ସ୍ୱର୍ଗତ ମାଆଙ୍କୁ ଗାଳି କରିଥିବା ପିଲାମାନଙ୍କୁ ମୁଁ କ୍ଷମା କରୁଛି’: ପ୍ରଧାନମନ୍ତ୍ରୀ ମୋଦି

August 1, 2026

ରାଜସ୍ବ ମନ୍ତ୍ରୀଙ୍କ ବନ୍ୟା ସମୀକ୍ଷା: ଚାଷୀଙ୍କୁ ମିଳିବ କୃଷି ଓ ରାଜସ୍ୱ ବିଭାଗର ମିଳିତ ପ୍ୟାକେଜ୍

July 31, 2026
Latest News

କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ନାମ ପଚାରି ଦୁଇ ହିନ୍ଦୁ ଶ୍ରମିକଙ୍କୁ କଲେ ହତ୍ୟା

August 1, 2026

CWGର ୮ମ ଦିନରେ ଭାରତକୁ ୨ ଟି ସ୍ୱର୍ଣ୍ଣ: ରୌପ୍ୟ ପଦକ ଜିତିଲେ ନୀରଜ ଚୋପ୍ରା

August 1, 2026

ରାଷ୍ଟ୍ରପତିଙ୍କ ଅନୁମୋଦନ: ଆଇନରେ ପରିଣତ ହେଲା ପରୀକ୍ଷା ସଂଶୋଧନ ବିଲ୍

August 1, 2026

ବଡ଼ ଆଶ୍ୱସ୍ତି ଦେଲେ କେନ୍ଦ୍ର ସରକାର: ଆଜିଠାରୁ ଏଲପିଜି ସିଲିଣ୍ଡରର ମୂଲ୍ୟ ୨୦୦ ଟଙ୍କା ହ୍ରାସ

August 1, 2026

‘ବିକଶିତ ଭାରତ ସଂକଳ୍ପ ଅଭିଯାନ ପାଇଁ ନିଶାମୁକ୍ତ ଯୁବବର୍ଗ’ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

August 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.