Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଭୁବନେଶ୍ବରରେ କେନ୍ଦ୍ର ଆଇନ ମନ୍ତ୍ରୀ; ମୋଦି ସରକାରର ୧୨ ବର୍ଷ ପୂର୍ତ୍ତି ଉପରେ ରଖିଲେ ହିସାବ
ବିଶେଷ ଖବର

ଭୁବନେଶ୍ବରରେ କେନ୍ଦ୍ର ଆଇନ ମନ୍ତ୍ରୀ; ମୋଦି ସରକାରର ୧୨ ବର୍ଷ ପୂର୍ତ୍ତି ଉପରେ ରଖିଲେ ହିସାବ

June 9, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଭୁବନେଶ୍ବରରେ କେନ୍ଦ୍ର ଆଇନ ମନ୍ତ୍ରୀ
ଭୁବନେଶ୍ବରରେ କେନ୍ଦ୍ର ଆଇନ ମନ୍ତ୍ରୀ; ମୋଦି ସରକାରର ୧୨ ବର୍ଷ ପୂର୍ତ୍ତି ଉପରେ ରଖିଲେ ହିସାବ

ଭୁବନେଶ୍ୱର: ମୋଦି ସରକାରର ୧୨ ବର୍ଷ ପୂର୍ତ୍ତି ଉପରେ ଆଜି ଭୁବନେଶ୍ବରରେ ବିସ୍ତୁତ ତଥ୍ୟ ରଖିଛନ୍ତି କେନ୍ଦ୍ର ଆଇନ, ନ୍ୟାୟ ଓ ସଂସଦୀୟ ବ୍ୟାପର ମନ୍ତ୍ରୀ ଅଜ୍ଜୁନରାମ ମେଘୱାଲ। ଆଜି ସକାଳେ ସେ ଭୁବନେଶ୍ବରରେ ପହଞ୍ଚିବା ପରେ ସେ ଲୋକସେବା ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିଲେ। ଏଥିରେ ସେ ଓଡିଶା ତଥା ଦେଶର ବିକାଶ ଧାରା ଉପରେ ତଥ୍ୟ ଉପସ୍ଥାପିତ କରିଥିଲେ।

ସେ କହିଛନ୍ତି ଯେ, ୨୦୧୪ ମେ ୨୬ରୁ କ୍ରମାଗତ ଭାବେ ଶାସନ କ୍ଷମତାରେ ଥିବା  ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ଦେଶର ବିକାଶ, ସୁରକ୍ଷା ଏବଂ କଲ୍ୟାଣମୂଳକ ଯୋଜନାରେ ଅନେକ ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି । ଆର୍ଥିକ ଅଭିବୃଦ୍ଧି ଓ ଡିଜିଟାଲ୍‌ ଇଣ୍ଡିଆ ଠାରୁ ଆରମ୍ଭ କରି ଆନ୍ତର୍ଜାତୀୟ ସ୍ତରରେ ଭାରତର ସ୍ଥିତିକୁ ସୁଦୃଢ଼ କରିବା ଏହି ଦୀର୍ଘ ସମୟର ମୁଖ୍ୟ ବିଶେଷତା ରହିଛି ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୂଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ଏବଂ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଉପସ୍ଥିତିରେ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, ଗରିବ କଲ୍ୟାଣ ଯୋଜନା ପୂର୍ବରୁ ଲୁଟ ହେଉଥିଲା, ମୋଦୀଜୀ ଆସିବା ପରେ ଟେକ୍ନୋଲୋଜି ସଂଯୋଗ କଲେ। ଦେଶର ୧୧ କୋଟି ଗରିବ ଓ ନିଃସହାୟ ଲୋକଙ୍କୁ ଘର ଦେବାର ବ୍ୟବସ୍ଥା କରିଛନ୍ତି। କେନ୍ଦ୍ର ଆଇନ ମନ୍ତ୍ରୀ କହିଛନ୍ତି ଯେ, ଭାରତର ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ଡିଜିଟାଲ୍‌ କ୍ରାନ୍ତି ଆଣିବାରେ ପ୍ରଧାନମନ୍ତ୍ରୀ ମୋଦୀ ବଡ଼ କାର୍ଯ୍ୟ କରିଛନ୍ତି। ସେଗୁଡିକ ମଧ୍ୟରେ ରହିଛି..

ଡିଜିଟାଲ କ୍ଷେତ୍ରରେ ବିକାଶ

  • ଡିଜିଟାଲ୍‌ ପେମେଣ୍ଟ୍‌: ‘ୟୁପିଆଇ’ (UPI) ମାଧ୍ୟମରେ ଦେଶରେ କାରବାର ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ବଦଳି ଯାଇଛି, ଯାହା ବିଶ୍ୱ ସ୍ତରରେ ମଧ୍ୟ ପ୍ରଶଂସିତ ।
  • ଆତ୍ମନିର୍ଭର ଭାରତ: କରୋନା ମହାମାରୀ ପରେ ସ୍ଥାନୀୟ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ ଏହି ଅଭିଯାନ ଆରମ୍ଭ କରାଯାଇଥିଲା ।
  • ଜି.ଏସ୍.ଟି. (GST): ଦେଶରେ ‘ଗୋଟିଏ ଦେଶ, ଗୋଟିଏ ଟିକସ’ ବ୍ୟବସ୍ଥା ଲାଗୁ କରାଯାଇ ବ୍ୟାପାର ବାଣିଜ୍ୟକୁ ସରଳ କରାଯାଇଛି ।

ଭିତ୍ତିଭୂମି ଓ ସଂଯୋଗୀକରଣ (Infrastructure)

  • ସାଗରମାଳା ପରିଯୋଜନା, ଗ୍ରୀନ ଫିଲଡ ଏକ୍ସପ୍ରେସ ଏହାର ଉଦାହରଣ।
  • ପ୍ରଧାନମନ୍ତ୍ରୀ ଆବାସ ଯୋଜନା: ଗରିବ ଲୋକଙ୍କୁ ପକ୍କା ଘର ଯୋଗାଇ ଦିଆଯାଉଛି ।
  • ରେଳ ଓ ସଡ଼କ ପଥ: ନୂତନ ଏକ୍ସପ୍ରେସ୍‌ୱେ ନିର୍ମାଣ ସହିତ ବନ୍ଦେ ଭାରତ ଭଳି ଆଧୁନିକ ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଛି ।
  • ସ୍ମାର୍ଟ ସିଟି ମିଶନ୍‌: ସହରଗୁଡ଼ିକର ଆଧୁନିକୀକରଣ ଏବଂ ସହରାଞ୍ଚଳ ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି ।

ସାମାଜିକ କଲ୍ୟାଣ ଓ ସଶକ୍ତିକରଣ 

  • ସ୍ୱଚ୍ଛ ଭାରତ ଅଭିଯାନ: ସ୍ୱଚ୍ଛତା ଏବଂ ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି
  • ମହିଳା ସଶକ୍ତିକରଣ: ‘ବେଟି ବଚାଓ, ବେଟି ପଢ଼ାଓ’ ଏବଂ ସଂସଦରେ ମହିଳା ସଂରକ୍ଷଣ ଆଇନ ପାରିତ ହେବା ଏକ ବଡ଼ ପଦକ୍ଷେପ
  • ଆୟୁଷ୍ମାନ ଭାରତ: ଗରିବ ପରିବାରଙ୍କୁ ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ପ୍ରଦାନ କରାଯାଉଛି

ସୁରକ୍ଷା ଓ ବୈଦେଶିକ ନୀତି 

  • ଜାତୀୟ ସୁରକ୍ଷା: ସୀମା ସୁରକ୍ଷାକୁ ଅଧିକ କଡ଼ାକଡ଼ି କରାଯିବା ସହ ପ୍ରତିରକ୍ଷା କ୍ଷେତ୍ରରେ ସ୍ୱଦେଶୀକରଣ (Make in India) ଉପରେ ଜୋର୍ ଦିଆଯାଇଛି ।
  • ବୈଦେଶିକ ସମ୍ପର୍କ: ବିଶ୍ୱ ମଞ୍ଚରେ ଭାରତର ପ୍ରଭାବ ବୃଦ୍ଧି ପାଇଛି ଏବଂ ଜି-୨୦ (G20) ଭଳି ସମ୍ମିଳନୀ ଭାରତରେ ସଫଳତାର ସହ ଆୟୋଜିତ ହୋଇଛି ।

ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗଦେଇ ଦେଶରେ ପ୍ରଧାନମନ୍ତ୍ରୀ ଭାବେ ମୋଦୀଜୀ ସର୍ବାଧିକ ୪,୩୬୯ ଦିନ କ୍ଷମତାରେ ରହି ନୂଆ ରେକର୍ଡ ସୃଷ୍ଟି କରିଛନ୍ତି ବୋଲି କହିଛନ୍ତି। ସେ କହିଛନ୍ତି ଯେ..

  • ମୋଦୀ ହେଉଛନ୍ତି ପ୍ରକୃତରେ ବିକାଶ ପୁରୁଷ।ସେ ମୋଦୀ ସର୍ବାଧିକ ୪,୩୬୯ ଦିନ କ୍ଷମତାରେ ରହି ନୂଆ ରେକର୍ଡ ସୃଷ୍ଟି କରିଛନ୍ତି।
  • ଦେଶରେ ଅଭିବୃଦ୍ଧି ହାର ୭. ୬% କରିବାରେ ମୋଦୀଜୀ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।
  • ସବୁଜ ଶକ୍ତି କ୍ଷେତ୍ରରେ ଭାରତରେ ବଡ଼ ପ୍ରଗତି ହୋଇଛି। ସବୁଜ ଶକ୍ତି ଉତ୍ପାଦନ ୨୮୩+ ଗିଗାୱାଟ ପହଞ୍ଚିଛି।
  • କେନ୍ଦ୍ର – ରାଜ୍ୟ ସମ୍ପର୍କ ଭଲ ହୋଇଛି, ଲୋକେ ଯୋଜନାର ସୁଫଳ ପାଉଛନ୍ତି।
  • ଓଡ଼ିଶାରେ ଯୋଗାଯୋଗ ଭିତ୍ତିଭୂମି ଉନ୍ନତି ହୋଇଛି। କେବଳ ରେଳ ବଜେଟରେ ଚଳିତ ବର୍ଷ ୧୦, ୯୦୦ କୋଟି ରାଜ୍ୟକୁ ମିଳିଛି। ରାଜ୍ୟରେ ୯୦ ହଜାର କୋଟିର ବିଭିନ୍ନ ପ୍ରକଳ୍ପ ଚାଲୁ ରହିଛି।
  • କୋଷ୍ଟାଲ ହାଏ ୱେ ଏବଂ କ୍ୟାପିଟାଲ ରିଜିଅନ ରିଙ୍ଗ ରୋଡ ପାଇଁ ଅର୍ଥ ମଞ୍ଜୁର ହୋଇ ସାରିଛି।
  • ନକ୍ସଲ ପ୍ରଭାବିତ ଜିଲ୍ଲାରେ ‘ଗ୍ରାମୋଦୟ’ ଭଳି ଜୀବନ-ଜୀବିକାର ଯୋଜନା କାର୍ଯ୍ୟକାରୀ ହୋଇଛି। ନକ୍ସଲମାନେ ମୁଖ୍ୟ ସ୍ରୋତକୁ ଆସିଛନ୍ତି।
  • ଚାଷ ଓ ଚାଷୀଙ୍କ ଉନ୍ନତି ପାଇଁ ମୋଦୀଜୀ ବହୁ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି।
  • ଓଡିଶା ସମେତ ସମଗ୍ର ଭାରତବର୍ଷରେ ସମବାୟ ଆନ୍ଦୋଳନରେ ପରିଣତ ହୋଇଛି।
  • ଭୁବନେଶ୍ୱରସ୍ଥ ପାଣ୍ଡରାରେ ୬୯ କୋଟି ବ୍ୟୟରେ ମତ୍ସ୍ୟ ବଜାର ପାଇଁ ନିଷ୍ପତ୍ତି ହୋଇଛି।
  • ଜନଜାତି ଲୋକଙ୍କ ଆର୍ଥିକ ସ୍ଥିତି ଉନ୍ନତି ପାଇଁ କାର୍ଯ୍ୟ କରାଯାଉଛି। ଦୁଇ ବର୍ଷରେ ୨ ଲକ୍ଷ ଜନଧନ ଆକାଉଣ୍ଟ ଖୋଲା ଯାଇଛି।

ଏହି ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ସହିତ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ରାଜ୍ୟସଭା ସାଂସଦ ମନମୋହନ ସାମଲ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ପ୍ରମୁଖ ଉପସ୍ଥିତ ଥିଲେ।

ଅଜ୍ଜୁନରାମ ମେଘୱାଲ ପୃଥ୍ଵୀରାଜ ହରିଚନ୍ଦନ ଭୁବନେଶ୍ବରରେ କେନ୍ଦ୍ର ଆଇନ ମନ୍ତ୍ରୀ ମୋହନ ମାଝୀ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ ପାଇଁ ଗୌରବ ଆଣିଲେ ବାଣପୁରର କୁନି ଝିଅ: ଗୁଜୁରାଟରେ ଜିତିଲେ “ଦି ଆଇଏଫଏ ୱାର୍ଲ୍ଡ ୨୦୨୬”

June 9, 2026

୧୨ଟି ପରମାଣୁ ଅସ୍ତ୍ର ନିୟୋଜନ କରିଛି ଭାରତ!: ଶତ୍ରୁ ଦେଶକୁ ଲାଗିବ ୪୪୦ ଭୋଲ୍ଟର ଝଟକା

June 9, 2026

କ୍ରାନ୍ତି ପକ୍ଷରୁ କର୍କଟ ପୀଡିତଙ୍କ ମୁହଁରେ ହସ ଫୁଟାଇବାକୁ ନିଆରା ପ୍ରୟାସ

June 9, 2026

ଆଶଙ୍କା ମଧ୍ୟରେ ରେଢ଼ାଖୋଲ କେନ୍ଦ୍ରୀୟ ବିଦ୍ୟାଳୟରେ ଚଳିତ ଶିକ୍ଷା ବର୍ଷର ପାଠ ପଢା

June 9, 2026
Latest News

ଭୁବନେଶ୍ବରରେ କେନ୍ଦ୍ର ଆଇନ ମନ୍ତ୍ରୀ; ମୋଦି ସରକାରର ୧୨ ବର୍ଷ ପୂର୍ତ୍ତି ଉପରେ ରଖିଲେ ହିସାବ

June 9, 2026

ରାଜ୍ୟ ପାଇଁ ଗୌରବ ଆଣିଲେ ବାଣପୁରର କୁନି ଝିଅ: ଗୁଜୁରାଟରେ ଜିତିଲେ “ଦି ଆଇଏଫଏ ୱାର୍ଲ୍ଡ ୨୦୨୬”

June 9, 2026

ପିଓକେରେ ଶାହବାଜ-ମୁନିରଙ୍କ ବିରୋଧରେ ବିଦ୍ରୋହ: ପାକ୍ ସେନାର ଗୁଳି ମାଡ଼

June 9, 2026

୧୨ଟି ପରମାଣୁ ଅସ୍ତ୍ର ନିୟୋଜନ କରିଛି ଭାରତ!: ଶତ୍ରୁ ଦେଶକୁ ଲାଗିବ ୪୪୦ ଭୋଲ୍ଟର ଝଟକା

June 9, 2026

କ୍ରାନ୍ତି ପକ୍ଷରୁ କର୍କଟ ପୀଡିତଙ୍କ ମୁହଁରେ ହସ ଫୁଟାଇବାକୁ ନିଆରା ପ୍ରୟାସ

June 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.