Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଶାରଦୀୟ ନବରାତ୍ରି ଆରମ୍ଭ : ଆସୁଛନ୍ତି ମା’ ଜଗତ୍‌ଜନନୀ
ବିଶେଷ ଖବର

ଶାରଦୀୟ ନବରାତ୍ରି ଆରମ୍ଭ : ଆସୁଛନ୍ତି ମା’ ଜଗତ୍‌ଜନନୀ

September 29, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

କାଶତଣ୍ଡୀର ଫୁଲେ ଫୁଲେ ଶରତ ଆସିସାରିଛି । ଆଉ ଚାରିଆଡେ ପାର୍ବଣର ମାହୋଲ୍‌ । ମା’ ଆସୁଛନ୍ତି । ଧରା ସୁସଜ୍ଜିତ ହୋଇ ଅପେକ୍ଷା କରିଛି । ଶାରଦୀୟ ଦୁର୍ଗାପୂଜାର ପ୍ରସ୍ତୁତି ହୋଇସାରିଲାଣି । ଆଜିଠାରୁ ଶାରଦୀୟ ନରବାତ୍ରି ଆରମ୍ଭ ହୋଇଯାଇଛି । ନବରାତ୍ରୀ ଅବସରରେ ଆଜି ଶ୍ରଦ୍ଧାଳୁମାନେ ଦେବୀଙ୍କୁ ମନ୍ଦିର ଓ ପୀଠରେ ପୂଜାର୍ଚ୍ଚନା କରିଛନ୍ତି । ଆଧ୍ୟାତ୍ମିକ ବିଶ୍ୱାସ ଅନୁସାରେ ନବରାତ୍ରୀର ପ୍ରଥମ ଦିନରେ ମା’ଙ୍କୁ ପୂଜାର୍ଚ୍ଚନା କଲେ ବହୁ ଆଶୀର୍ବାଦ ମିଳିଥାଏ । ଏହି କ୍ରମରେ ଆଜି ସାରା ଭାରତ ବର୍ଷରେ ଥିବା ପ୍ରସିଦ୍ଧ ଦେବୀ ପୀଠରେ ନବରାତ୍ରୀ ଆରମ୍ଭ ହୋଇଛି । ମା’ ଦୁର୍ଗା ନବରାତ୍ରୀ କାଳରେ ଭକ୍ତଙ୍କୁ ବିଭିନ୍ନ ବେଶରେ ଦର୍ଶନ ଦେବେ । ନବରାତ୍ରୀ ହେଉଛି ଦଶହରା ମହୋତ୍ସବର ଆଦ୍ୟ ପର୍ବ । ଆଶ୍ୱିନ ଶୁକ୍ଲପକ୍ଷର ପ୍ରତିପଦ ତିଥିରୁ ଏହା ଆରମ୍ଭ ହୋଇ ଦଶହରାରେ ଶେଷ ହୋଇଥାଏ ।  ଏହି ନବରାତ୍ରି ଅବସରରେ ମା ଦୁର୍ଗାଙ୍କ ନଅଟି ସ୍ୱରୂପକୁ ପୂଜାର୍ଚ୍ଚନା କରାଯିବ । ଯେପରିକି ମା ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଦମାତା,କାତ୍ୟାୟନୀ,କାଳରାତ୍ରୀ,ମହାଗୌରୀ ଏବଂ ସିଦ୍ଧଦାତ୍ରୀ ମା ଦୁର୍ଗାଙ୍କର ଭିନ୍ନ ଭିନ୍ନ ରୂପ । ନବରାତ୍ରିର ପ୍ରଥମ ଦିନ କଳଶ ସ୍ଥାପନା ବା ଘଟ ସ୍ଥାପନା କରାଯାଇଥାଏ । ଏହି ନଅ ଦିନ ଯାକ ବ୍ରତ ଧାରୀ ବ୍ରତ ରଖିଥାନ୍ତି ଏବଂ ଅଷ୍ଟମୀ ଏବଂ ନବମୀ ଦିନ କନ୍ୟା ପୂଜା କରାଯାଇଥାଏ ।

ହିନ୍ଦୁ ଧର୍ମରେ ନବରାତ୍ରିର ବହୁତ ମହତ୍ତ୍ବ ରହିଛି । ବର୍ଷକ ମଧ୍ୟରେ ୪ ଥର ନବରାତ୍ରି ପାଳିତ ହୋଇଥାଏ । ତେବେ ଚୈତ୍ର ଓ ଆଶ୍ବିନ ମାସ ଶୁଳ୍କ ପକ୍ଷ ପ୍ରତିପଦାର ପଡ଼ଡୁଥିବା ନବରାତ୍ରି ବହୁ ଲୋକପ୍ରିୟ । ସିଦ୍ଧି ସାଧନା ପାଇଁ ଏହି ଶାରଦୀୟ ନବରାତ୍ରି ବିଶେଷ ମହତ୍ତ୍ବ ରଖିଥାଏ ।  ଚଳିତ ଥର ଶାରଦୀୟ ନବରାତ୍ରି ଆରମ୍ଭ ହୋଇଯାଇଛି । ଆସନ୍ତୁ ଜାଣିବା ନବରାତ୍ରିରେ ମାତା କେଉଁ ଦିନ କେଉଁ ସ୍ବରୂପରେ ପୂଜା ପାଇବେ ।

ନବରାତ୍ରିର ପ୍ରଥମ ଦିନ – ସେପ୍ଟମ୍ବର ୨୯, ୨୦୧୯ –  ଶୈଳୀପୁତ୍ର

ନବରାତ୍ରିର ଦ୍ବିତୀୟ ଦିନ – ସେପ୍ଟେମ୍ବର ୩୦ – ବ୍ରହ୍ମଚାରିଣୀ

ନବରାତ୍ରିର ତୃତୀୟ ଦିନ – ଅକ୍ଟୋବର ୧ – ଚନ୍ଦ୍ରଘଣ୍ଟା

ନବରାତ୍ରିର ଚତୁର୍ଥ ଦିନ –  ଅକ୍ଟୋବର୨ – କୁଷ୍ମାଣ୍ଡା

ନବରାତ୍ରିର ପଞ୍ଚମ ଦିନ – ଅକ୍ଟୋବର ୩ – ସ୍କନ୍ଦମାତା

ନବରାତ୍ରିର ଷଷ୍ଠ ଦିନ –  ଅକ୍ଟୋବର ୪ – ସ୍କନ୍ଧମାତା

ନବରାତ୍ରିର ସପ୍ତମ ଦିନ – ଅକ୍ଟୋବର ୫ – କାଳରାତ୍ରି

ନବରାତ୍ରିର ଅଷ୍ଟମ ଦିନ – ଅକ୍ଟୋବର ୬ – ମହାଗୌରୀ

ନବରାତ୍ରିର ନବମ ଦିନ – ଅକ୍ଟୋବର ୭ – ସିଦ୍ଧିଦାତ୍ରୀ

ଅକ୍ଟୋବର ୮ ତାରିଖ ଦିନ ମାତାଙ୍କର ବିଜୟା ଦଶମୀ ପାଳନ ହେବ ।

ଦେଶର ସମସ୍ତ ଶକ୍ତିପୀଠଗୁଡ଼ିକ ଏବେ ଚଳଚଞ୍ଚଳ ହୋଇପଡିଲାଣି । ଗତକାଲିଠାରୁ ମାତା ସମଲେଶ୍ବରୀଙ୍କ ଧବଳମୁଖୀ ବେଶ ହୋଇଛି । ସେହିପରି ଆଗାମୀ ନଅଦିନ ପର୍ଯ୍ୟନ୍ତ ମାତାଙ୍କର ଭିନ୍ନ ଭିନ୍ନ ବେଶ ପୂଜା କରାଯିବ । ପାର୍ବଣର ଖୁସିର ମାହୋଲ୍‌କୁ ଆହୁରି ଉଲ୍ଲସିତ ତଥା ରଙ୍ଗୀନ କରିବା ପାଇଁ ଗର୍‌ବା ତଥା ଦାଣ୍ଡିଆ ନୃତ୍ୟର କାର୍ଯ୍ୟକ୍ରମ କରାଯାଉଛି ।

 

Share. Facebook Twitter LinkedIn Email WhatsApp Copy Link

Related Posts

ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ, ବଦଳିଲେ ସାତଟି ଜିଲ୍ଲାର ଏସପି

August 21, 2025

ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ଅପରାଧିକ ମାମଲା ବିଲକୁ ନେଇ କଂଗ୍ରେସର କଟାକ୍ଷ

August 21, 2025

ରିଲାଏନ୍ସ ଫାଉଣ୍ଡେସନ ଛାତ୍ରବୃତ୍ତି, ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ, ଆବେଦନର ଶେଷ ତାରିଖ..

August 21, 2025

ଭାରତକୁ ଶତ୍ରୁ ପରି ବ୍ୟବହାର କରିବା ରଣନୈତିକ ଭୁଲ’: ଟ୍ରମ୍ଫଙ୍କୁ ଭର୍ତ୍ସନା କଲେ ନିକି ହେଲି

August 21, 2025
Latest News

ରାଜ୍ୟରେ ୪ ହଜାର ୫୧୫ କୋଟିର ୧୮ଟି ନିବେଶ ପ୍ରସ୍ତାବକୁ ଅନୁମୋଦନ

August 22, 2025

ପର୍ଯ୍ୟଟନ ବିଭାଗର ତିନୋଟି ବୁଝାମଣାପତ୍ର ସ୍ବାକ୍ଷରିତ

August 22, 2025

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶୁକ୍ରବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2025

ପ୍ରଦେଶ କଂଗ୍ରେସ ଗଠନ କଲା ସୃଜନ କମିଟି ଓ ୱାର ରୁମ କମିଟି, ଜାଣନ୍ତୁ ଏହା କଣ

August 21, 2025

ପୁଣି ଓଡିଶାକୁ ଫେରିବ ପୋସ୍କୋ, କେନ୍ଦୁଝରରେ କରିବ ପ୍ରକଳ୍ପ, ମୁଖ୍ୟମନ୍ତ୍ରୀଙ୍କୁ ଦେଲେ ଧନ୍ୟବାଦ

August 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.