Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଶାରଦୀୟ ନବରାତ୍ରି ଆରମ୍ଭ : ଆସୁଛନ୍ତି ମା’ ଜଗତ୍‌ଜନନୀ
ବିଶେଷ ଖବର

ଶାରଦୀୟ ନବରାତ୍ରି ଆରମ୍ଭ : ଆସୁଛନ୍ତି ମା’ ଜଗତ୍‌ଜନନୀ

September 29, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଦ୍ୱିତୀୟ ଦିନ ମାତା ବ୍ରହ୍ମଚରିଣୀଙ୍କ ପୂଜା
ଦ୍ୱିତୀୟ ଦିନ ମାତା ବ୍ରହ୍ମଚରିଣୀଙ୍କ ପୂଜାରେ ଏହି ଭୋଗ ଅର୍ପଣ କରନ୍ତୁ, ଜାଣନ୍ତୁ ତାଙ୍କର ପୂଜା ପଦ୍ଧତି ଓ କଥା

ସମୀକ୍ଷା ବ୍ୟୁରୋ

କାଶତଣ୍ଡୀର ଫୁଲେ ଫୁଲେ ଶରତ ଆସିସାରିଛି । ଆଉ ଚାରିଆଡେ ପାର୍ବଣର ମାହୋଲ୍‌ । ମା’ ଆସୁଛନ୍ତି । ଧରା ସୁସଜ୍ଜିତ ହୋଇ ଅପେକ୍ଷା କରିଛି । ଶାରଦୀୟ ଦୁର୍ଗାପୂଜାର ପ୍ରସ୍ତୁତି ହୋଇସାରିଲାଣି । ଆଜିଠାରୁ ଶାରଦୀୟ ନରବାତ୍ରି ଆରମ୍ଭ ହୋଇଯାଇଛି । ନବରାତ୍ରୀ ଅବସରରେ ଆଜି ଶ୍ରଦ୍ଧାଳୁମାନେ ଦେବୀଙ୍କୁ ମନ୍ଦିର ଓ ପୀଠରେ ପୂଜାର୍ଚ୍ଚନା କରିଛନ୍ତି । ଆଧ୍ୟାତ୍ମିକ ବିଶ୍ୱାସ ଅନୁସାରେ ନବରାତ୍ରୀର ପ୍ରଥମ ଦିନରେ ମା’ଙ୍କୁ ପୂଜାର୍ଚ୍ଚନା କଲେ ବହୁ ଆଶୀର୍ବାଦ ମିଳିଥାଏ । ଏହି କ୍ରମରେ ଆଜି ସାରା ଭାରତ ବର୍ଷରେ ଥିବା ପ୍ରସିଦ୍ଧ ଦେବୀ ପୀଠରେ ନବରାତ୍ରୀ ଆରମ୍ଭ ହୋଇଛି । ମା’ ଦୁର୍ଗା ନବରାତ୍ରୀ କାଳରେ ଭକ୍ତଙ୍କୁ ବିଭିନ୍ନ ବେଶରେ ଦର୍ଶନ ଦେବେ । ନବରାତ୍ରୀ ହେଉଛି ଦଶହରା ମହୋତ୍ସବର ଆଦ୍ୟ ପର୍ବ । ଆଶ୍ୱିନ ଶୁକ୍ଲପକ୍ଷର ପ୍ରତିପଦ ତିଥିରୁ ଏହା ଆରମ୍ଭ ହୋଇ ଦଶହରାରେ ଶେଷ ହୋଇଥାଏ ।  ଏହି ନବରାତ୍ରି ଅବସରରେ ମା ଦୁର୍ଗାଙ୍କ ନଅଟି ସ୍ୱରୂପକୁ ପୂଜାର୍ଚ୍ଚନା କରାଯିବ । ଯେପରିକି ମା ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଦମାତା,କାତ୍ୟାୟନୀ,କାଳରାତ୍ରୀ,ମହାଗୌରୀ ଏବଂ ସିଦ୍ଧଦାତ୍ରୀ ମା ଦୁର୍ଗାଙ୍କର ଭିନ୍ନ ଭିନ୍ନ ରୂପ । ନବରାତ୍ରିର ପ୍ରଥମ ଦିନ କଳଶ ସ୍ଥାପନା ବା ଘଟ ସ୍ଥାପନା କରାଯାଇଥାଏ । ଏହି ନଅ ଦିନ ଯାକ ବ୍ରତ ଧାରୀ ବ୍ରତ ରଖିଥାନ୍ତି ଏବଂ ଅଷ୍ଟମୀ ଏବଂ ନବମୀ ଦିନ କନ୍ୟା ପୂଜା କରାଯାଇଥାଏ ।

ହିନ୍ଦୁ ଧର୍ମରେ ନବରାତ୍ରିର ବହୁତ ମହତ୍ତ୍ବ ରହିଛି । ବର୍ଷକ ମଧ୍ୟରେ ୪ ଥର ନବରାତ୍ରି ପାଳିତ ହୋଇଥାଏ । ତେବେ ଚୈତ୍ର ଓ ଆଶ୍ବିନ ମାସ ଶୁଳ୍କ ପକ୍ଷ ପ୍ରତିପଦାର ପଡ଼ଡୁଥିବା ନବରାତ୍ରି ବହୁ ଲୋକପ୍ରିୟ । ସିଦ୍ଧି ସାଧନା ପାଇଁ ଏହି ଶାରଦୀୟ ନବରାତ୍ରି ବିଶେଷ ମହତ୍ତ୍ବ ରଖିଥାଏ ।  ଚଳିତ ଥର ଶାରଦୀୟ ନବରାତ୍ରି ଆରମ୍ଭ ହୋଇଯାଇଛି । ଆସନ୍ତୁ ଜାଣିବା ନବରାତ୍ରିରେ ମାତା କେଉଁ ଦିନ କେଉଁ ସ୍ବରୂପରେ ପୂଜା ପାଇବେ ।

ନବରାତ୍ରିର ପ୍ରଥମ ଦିନ – ସେପ୍ଟମ୍ବର ୨୯, ୨୦୧୯ –  ଶୈଳୀପୁତ୍ର

ନବରାତ୍ରିର ଦ୍ବିତୀୟ ଦିନ – ସେପ୍ଟେମ୍ବର ୩୦ – ବ୍ରହ୍ମଚାରିଣୀ

ନବରାତ୍ରିର ତୃତୀୟ ଦିନ – ଅକ୍ଟୋବର ୧ – ଚନ୍ଦ୍ରଘଣ୍ଟା

ନବରାତ୍ରିର ଚତୁର୍ଥ ଦିନ –  ଅକ୍ଟୋବର୨ – କୁଷ୍ମାଣ୍ଡା

ନବରାତ୍ରିର ପଞ୍ଚମ ଦିନ – ଅକ୍ଟୋବର ୩ – ସ୍କନ୍ଦମାତା

ନବରାତ୍ରିର ଷଷ୍ଠ ଦିନ –  ଅକ୍ଟୋବର ୪ – ସ୍କନ୍ଧମାତା

ନବରାତ୍ରିର ସପ୍ତମ ଦିନ – ଅକ୍ଟୋବର ୫ – କାଳରାତ୍ରି

ନବରାତ୍ରିର ଅଷ୍ଟମ ଦିନ – ଅକ୍ଟୋବର ୬ – ମହାଗୌରୀ

ନବରାତ୍ରିର ନବମ ଦିନ – ଅକ୍ଟୋବର ୭ – ସିଦ୍ଧିଦାତ୍ରୀ

ଅକ୍ଟୋବର ୮ ତାରିଖ ଦିନ ମାତାଙ୍କର ବିଜୟା ଦଶମୀ ପାଳନ ହେବ ।

ଦେଶର ସମସ୍ତ ଶକ୍ତିପୀଠଗୁଡ଼ିକ ଏବେ ଚଳଚଞ୍ଚଳ ହୋଇପଡିଲାଣି । ଗତକାଲିଠାରୁ ମାତା ସମଲେଶ୍ବରୀଙ୍କ ଧବଳମୁଖୀ ବେଶ ହୋଇଛି । ସେହିପରି ଆଗାମୀ ନଅଦିନ ପର୍ଯ୍ୟନ୍ତ ମାତାଙ୍କର ଭିନ୍ନ ଭିନ୍ନ ବେଶ ପୂଜା କରାଯିବ । ପାର୍ବଣର ଖୁସିର ମାହୋଲ୍‌କୁ ଆହୁରି ଉଲ୍ଲସିତ ତଥା ରଙ୍ଗୀନ କରିବା ପାଇଁ ଗର୍‌ବା ତଥା ଦାଣ୍ଡିଆ ନୃତ୍ୟର କାର୍ଯ୍ୟକ୍ରମ କରାଯାଉଛି ।

 

Share. Facebook Twitter LinkedIn Email WhatsApp Copy Link

Related Posts

ପିଲାମାନଙ୍କୁ ମିଳିବ ସୁନା ମୁଦି: ଅଳଙ୍କାର କମ୍ପାନୀକୁ କାର୍ଯ୍ୟାଦେଶ ଦେଲେ ବିଜୟ ସରକାର

August 22, 2026

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ଚିର ନିଦ୍ରାରେ ପ୍ରଖ୍ୟାତ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ, ସଂଗୀତ ଜଗତରେ ଶୋକର ଛାୟା

August 21, 2026
Latest News

ସେପ୍ଟେମ୍ବର ୧ରୁ ନୂଆ ନିୟମ!: ଅନ୍ତର୍ଜାତୀୟ ଯାତ୍ରୀମାନଙ୍କୁ ଆବଶ୍ୟକ ନାହିଁ ଶାରୀରିକ ବୋର୍ଡିଂ ପାସ୍ 

August 22, 2026

ପିଲାମାନଙ୍କୁ ମିଳିବ ସୁନା ମୁଦି: ଅଳଙ୍କାର କମ୍ପାନୀକୁ କାର୍ଯ୍ୟାଦେଶ ଦେଲେ ବିଜୟ ସରକାର

August 22, 2026

ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ କାର୍ଯ୍ୟାଳୟକୁ ସିଲ୍ କଲା ଉତ୍ତର ପ୍ରଦେଶର ପ୍ରଶାସନ 

August 22, 2026

ରେଳ ଧାରଣାରୁ ଦୁଇ ମୃତଦେହ ଉଦ୍ଧାର

August 22, 2026

ତେଲେଙ୍ଗାନାରେ ରାଜନୈତିକ ଉତ୍ତେଜନା!: ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଜମି ଦୁର୍ନୀତି ଅଭିଯୋଗ

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.